অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଲାଙ୍କୁ କାର୍ଯ୍ୟ ପ୍ରତି ଆଗ୍ରହ କରାଇବା ପଦକ୍ଷେପ

ପିଲାଙ୍କୁ କାର୍ଯ୍ୟ ପ୍ରତି ଆଗ୍ରହ କରାଇବା ପଦକ୍ଷେପ

ଉପକ୍ରମ

ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀ ଦେଖାଯାନ୍ତି   । ଏପରିକି କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ କୌଣସି ଚାପର ବଶବର୍ତ୍ତୀ ହୋଇ ଆସିଥାନ୍ତି   ।  ସେମାନଙ୍କ ମଧ୍ୟରେ କେତେକ ଶ୍ରେଣୀ ଗୃହର ପରିସ୍ଥିତିକୁ ଲକ୍ଷ୍ୟ ନ ରଖି ଅନ୍ୟମନସ୍କ ହୋଇଥାନ୍ତି   ।  ଶିକ୍ଷଣକାର୍ଯ୍ୟରେ ସେମାନଙ୍କର ମଧ୍ୟ ଆଗ୍ରହ ନଥାଏ   ।  ସେଭଳି ପିଲାମାନଙ୍କର କେତୋଟି ଦିଗକୁ ଆଲୋଚନା କରିବା   ।

ଲକ୍ଷଣ

  • ଶ୍ରେଣୀ ଗୃହରେ ପାଠପଢା ସମୟରେ ମନଯୋଗ ନ କରିବା   ।
  • ପିଲାଙ୍କୁ ଦିଆଯାଇଥିବା କାର୍ଯ୍ୟ ଠିକ ସମୟରେ ନ କରିବା   ।
  • କୌଣସି ଶ୍ରେଣୀଗୃହ ଆଲୋଚନା , କର୍ମଶାଳା ଓ ପ୍ରତିଯୋଗୀତା ଭାଗ ନେବା ପାଇଁ ଆଗ୍ରହୀ ନ ହେବା  ।
  • ଯେକୌଣସି ସାମାନ୍ୟ ଘଟନାରେ ନିଜର ଅପରିପକ୍ଵତା ପ୍ରକାଶ କରିବା ଓ ଏକାଗ୍ରତା ନଷ୍ଟ ହେବା   ।
  • ଦୂର ଦୃଷ୍ଟିର ସଂପୂର୍ଣ୍ଣ ଅଭାବ ରହିବା   ।
  • ସାମାଜିକ ରୀତି , ନିୟମରୁ ସର୍ବଦା ଅଲଗା ରହିବାକୁ ଚାହେଁ ବା ଯେକୌଣସି କାର୍ଯ୍ୟରେ ବେଖାତିର ମନୋଭାବ ପୋଷଣ କରିବା   ।
  • ସାଙ୍ଗସାଥିଙ୍କ ସହ ମିଳାମିଶା ପାଇଁ ଇଚ୍ଛା ନ କରିବା   ।
  • ଟି.ଭି ଓ ରେଡିଓର ଆଦରକାରୀ ପ୍ରସାରଣକୁ ଦେଖି କିମ୍ବା ଶୁଣି ସମୟନଷ୍ଟ କରିବା   ।

ପ୍ରତିକାର ନିମନ୍ତେ ଆମ କି ପଦକ୍ଷେପ ନେଇପାରିବା

  • ଛାତ୍ର/ଛାତ୍ରୀକୁ ସ୍ୱଳ୍ପମିଆଦି  କାର୍ଯ୍ୟ ଦେବା ପୂର୍ବ ନିର୍ଦ୍ଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଥିବ   ।
  • ଯଦି ଛାତ୍ର / ଛାତ୍ରୀର ଶିକ୍ଷଣ କାର୍ଯ୍ୟ ଓ ଶ୍ରେଣୀ ପରିଚାଳନା , ଶାନ୍ତି ,ଶୃଙ୍ଖଳାରେ କିଛି ମତାମତ ଥାଏ , ତେବେ ତାହାକୁ ପଚାରି ଭଲ ବା ଉଚିତ ମତାମତକୁ ସ୍ଵାଗତ କରିବା   ।
  • କୌଣସି ଭଲ ଆଚରଣଗତ ପରିବର୍ତ୍ତନ ପାଇଁ ପୁରସ୍କାର ହେବା   ।
  • ଛାତ୍ର / ଛାତ୍ରୀକୁ ଅବସର  ସମୟରେ ଶିକ୍ଷାପ୍ରଦ ସହ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବା   ।
  • ଶିକ୍ଷଣ ପ୍ରକ୍ରିୟାରେ ପିଲାକୁ ପରିବେଶ ସହ ସଂପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ କରିବା   ।
  • ବିଭିନ୍ନ ପଦାର୍ଥ ମାଧ୍ୟମରେ ଶିକ୍ଷାଦାନ ଫଳ ପ୍ରଦ ଓ ଦୀର୍ଘସ୍ଥାୟୀ ହୋଇଥାଏ   ।  ସେଥିପାଇଁ ଉପଯୁକ୍ତ ମାଧ୍ୟମ ବ୍ୟବହାର କରି ଶିକ୍ଷାଦାନ କରିବା ଉଚିତ   ।

ଯେ କୌଣସି ଆପତ୍ତିଜନକ ଆଚରଣ ପ୍ରଦର୍ଶନ କଲେ ସଙ୍ଗେ ସଙ୍ଗେ ପିଲାର ଅଭିଭାବକଙ୍କୁ ଜଣାଇବା   ।

ଆଧାର : ପୋର୍ଟାଲ  ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate