অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ପରିବେଶ

ବିଦ୍ୟାଳୟ ପରିବେଶ

ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ ପ୍ରଥମେ ପିଲା ମାନଙ୍କର କେତେକ ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ହେବ । ଯଥା ବସିବା ବା ଚଳପ୍ରଚଳ ହେବା ପାଇଁ ଯଥେଷ୍ଟ ସ୍ଥାନ, ପିଇବା ପାଣିର ବ୍ୟବସ୍ଥା, ପାଇଖାନା ଓ ପରିସ୍ରାଗାର ବ୍ୟବସ୍ଥା, ଶ୍ରେଣୀ ଗୃହରେ ଆଲୋକ ଓ ବାୟୁ ଚଳାଚଳର ସୁବିଧା ଆଦିକୁ ଗୁରୁତ୍ଵ ଦେବା । ଏହି ସବୁ ବ୍ୟବସ୍ଥା ଗୁଡିକର ଉପଯୁକ୍ତ ବ୍ୟବହାର ଓ ରକ୍ଷଣାବେକ୍ଷଣାରେ ପିଲାମାନେ ସମ୍ପୃକ୍ତ ହେଲେ, ସେମାନଙ୍କର ପରିଚ୍ଛନ୍ନତା ତଥା ସ୍ୱାସ୍ଥ୍ୟକର ଅଭ୍ୟାସମାନ ବୃଦ୍ଧି ପାଇବା ସହିତ ସେମାନେ ଏଥିରୁ ବହୁତ କିଛି ଶିଖିବାର ସୁଯୋଗ ପାଇପାରିବେ ।  ବିଦ୍ୟାଳୟର ବାହ୍ୟ ପରିବେଶକୁ ଆକର୍ଷଣ କରିବା ପାଇଁ ଏହି ସର୍ବାଙ୍ଗୀନ ଶିକ୍ଷାରେ ପ୍ରଧାନ ସହାୟକ ଭାବେ କାର୍ଯ୍ୟକରିଥାଏ ।  ବିଶେଷ କରି ପିଲାମାନେ ଏଥିରୁ ପ୍ରଚୁର  ଆନନ୍ଦ ପାଇଥାନ୍ତି ।  ବିଦ୍ୟାଳୟରେ ବଗିଚାର ଯୋଜନା, ସୃଷ୍ଟି ଓ ଯତ୍ନ ନେବା ଆଦି ପ୍ରତ୍ୟେକ ସୋପାନରେ ପିଲାମାନେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି । ଏହାଦ୍ଵାରା ବିଦ୍ୟାଳୟ ପ୍ରତି ସେମାନଙ୍କର ଆଗ୍ରହ ସମ୍ପ୍ରକ୍ତି ବଢିବା ସହ ଏକ ସୁନ୍ଦର ପରିବେଶରୁ ପାଠ୍ୟକ୍ରମର ଅଧିକାଂଶ ଅଭିଜ୍ଞାତା ଆହରଣ କରିପାରନ୍ତି ।  ସେଥିପାଇଁ ବୋଧ ହୁଏ କୁହାଯାଉଇଛି, ପ୍ରକୃତି ହିଁ ସର୍ବୋକୃଷ୍ଟ ଶିକ୍ଷକ ।  ବଗିଚାରେ ବିଭିନ୍ନ ପ୍ରକାର ଫୁଲ ବା ସୁନ୍ଦର ବୃକ୍ଷରୋପଣ କରିବା ସହିତ ବିଭିନ୍ନ ପ୍ରକାର ଶୈକ୍ଷିକ ସାମଗ୍ରୀର ବ୍ୟବସ୍ଥା ମଧ୍ୟ କେତେକ ମଧ୍ୟ କେତେକ ବିଦ୍ୟାଳୟରେ ଦେଖିବାକୁ ମିଳେ ।  ରାଜ୍ୟ ବା ଦେଶର ରିଲିଫ ମାନଚିତ୍ର, ଦଳଗତ କାର୍ଯ୍ୟପାଇଁ ବିଭିନ୍ନ ନକ୍ସା ଭଳି ଶିକ୍ଷଣୀୟ ବ୍ୟବସ୍ଥା ସୃଷ୍ଟି କରାଯାଇପାରେ ।

ପିଲାମାନେ ସ୍ଵଭାବତଃ ଖେଳପ୍ରିୟ ।  ସେଥିପାଇଁ ବିଦ୍ୟାଳୟ ପରିବେଶରେ ଦୋଳି, ଡେଇଁବା ପାଇଁ ବାଲିର ଫିଟ, ଦଉଡିବା ବା କବାଡି ଖେଳିବା ପାଇଁ ଗାର ପକାଯାଇଥିବା ପଡିଆ ବ୍ୟବସ୍ଥା ବିଦ୍ୟାଳୟରେ କରାଯାଇପାରିବ । ଏପରି କେତେକ ଦ୍ଵାରା ପିଲାମାନେ  ବିଦ୍ୟାଳୟରେ ଅଧିକ ସମୟ ବିତାଇ ପାରିବେ।  ମୌଳିକ ଆବଶ୍ୟକତା, ବଗିଚା ଓ ଶିଶୁପ୍ରିୟ ଉପାଦାନ ଆଦି ସହିତ ବିଦ୍ୟାଳୟ ଗୃହର ବାହାର କାନ୍ଥ ଓ ବାରଣ୍ଡାରେ ମଧ୍ୟ ଶିକ୍ଷଣ ପରିବେଶର ବିଶେଷ ଅଙ୍ଗଭାବେ ସଦୁପଯୋଗ କରାଯାଇପାରିବ । ବିଦ୍ୟାଳୟ ସମ୍ବନ୍ଧୀୟ ତଥ୍ୟାବଳି ପ୍ରଦର୍ଶନ ବ୍ୟତୀତ ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟ,ମହାପୁରୁଷ ମାନଙ୍କର ଚିତ୍ର ଓ ବାଣୀ, ପିଲାଙ୍କ ଦ୍ଵାରା ପ୍ରସ୍ତୁତ ମୁଖପତ୍ର, ରାଜ୍ୟ ଓ ଜିଲ୍ଲାର ମାନଚିତ୍ର, ବିଶେଷ ଜ୍ଞାତବ୍ୟ ବିଷୟମାନ ପାଇଁ ବାହାର କାନ୍ଥକୁ ବ୍ୟବହାର କରାଯାଇପାରିବ । ଏହିସବୁ ଶିକ୍ଷଣ ବ୍ୟବସ୍ଥାରେ ପିଲାମାନେ ବ୍ୟକ୍ତିଗତ ବା ଦଳଗତ ଅଂଶଗ୍ରହଣ କରିପାରିବେ ।  ଏହା ଦ୍ଵାରା ପିଲାମାନଙ୍କର ବିଦ୍ୟାଳୟ ପାଇଁ ଆଗ୍ରହ ସୃଷ୍ଟିହେବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ ।

ଶ୍ରେଣୀ ପରିବେଶ

ବିଦ୍ୟାଳୟର ବାହ୍ୟ ପରିବେଶ ମୁଖ୍ୟତଃ ପିଲାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ଆନନ୍ଦମୟ ବାତାବରଣ ସୃଷ୍ଟି କରିବା ସହ ପ୍ରାକୃତିକ ପରିବେଶରୁ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟିକରିବାରେ ସହାୟକ ହୋଇଥାଏ ।  ଅପରପକ୍ଷରେ ଶ୍ରେଣୀ କକ୍ଷର ପ୍ରତ୍ୟେକ ଉପାଦାନ ପିଲାମାନଙ୍କର ଶିକ୍ଷା ସହ ସମ୍ପୃକ୍ତ ।  ଶ୍ରେଣୀକକ୍ଷର କାନ୍ଥରେ ସମ୍ପୃକ୍ତ ଶ୍ରେଣୀର ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷଣକାର୍ଯ୍ୟ, କାନ୍ଥଚିତ୍ର ଆଦି ଚିତ୍ରଣ କରାଯାଇପରେ । ତଳ ଶ୍ରେଣୀମାନଙ୍କରେ ପିଲାମାନଙ୍କ ସ୍ଵଚ୍ଛନ୍ଦ ଲିଖନ ଓ ଚିତ୍ରାଙ୍କନ ପାଇଁ ବିଭିନ୍ନ ଆକୃତିର କଳାପଟା କାନ୍ଥରେ ରଙ୍ଗଦେଇ ସୃଷ୍ଟିକରାଯାଇପାରେ । ଏପରିକି ଶ୍ରେଣୀଗୃହ ଚଟାଣକୁ ମଧ୍ୟ ବିଭିନ୍ନ ଶିକ୍ଷଣ କାର୍ଯ୍ୟପାଇଁ ବ୍ୟବହାର କରାଯାଇପରେ ।  ଶ୍ରେଣୀ ମଧ୍ୟରେ ପ୍ରଚୁର ଶିକ୍ଷାଦାନ ପାଇଁ ଶିକ୍ଷଣ ଉପକାରଣ ଗଚ୍ଛିତ ହୋଇଥିବ, ଯାହାକୁ ବ୍ୟବହାର କରିବା ପାଇଁ ପିଲାମାନଙ୍କର ସ୍ଵାଧୀନତା ଥିବ । ଏଥିମଧ୍ୟରୁ ଅଧିକାଂଶ ସାମଗ୍ରୀ ଏହି ଅଞ୍ଚଳରୁ ସଂଗ୍ରହ କରାଯାଇପାରିବ ବା ପ୍ରସ୍ତୁତି କରାଯାଇଥିବ । ଏତତବ୍ୟତୀତ ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ମଡେଲ, ଚିତ୍ର, ହସ୍ତକର୍ମ ଆଦି ଶ୍ରେଣୀଗୃହରେ ପ୍ରଦର୍ଶନ କରାଯାଇପାରିବ । ପିଲା ମାନଙ୍କର ଶିକ୍ଷଣକୁ ବହୁମତେ ବୁଦ୍ଧିମନ୍ତ କରିଥାଏ ଓ ପିତାମାତାଙ୍କର ବିଦ୍ୟାଳୟ ଶିକ୍ଷାର ଉଚ୍ଚମାନ ଉପରେ ଅଧିକ ବିଶ୍ଵାସ ଜାତ କରିଥାଏ ।

ମାନବୀୟ ପରିବେଶ

ବିଦ୍ୟାଳୟ ଓ ଶ୍ରେଣୀଗୃହକୁ ଅଧିକ ଉପଯୋଗୀ କରିବାର ଉପରୋକଟ ବ୍ୟବସ୍ଥାମାନ ଯେତେ ଉପଯୋଗୀ ଠିକ ସେହିପରି ଶିକ୍ଷକ,  ଶିକ୍ଷାର୍ଥୀ , ପିତାମାତା ଓ ଗୋଷ୍ଠୀ ସଦସ୍ୟମାନଙ୍କର ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ ।  ଶିକ୍ଷକ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସମ୍ପର୍କ ପିଲା ମାନଙ୍କର ବିଦ୍ୟାଳୟରେ ରହିବା, ଶିକ୍ଷଣର ମାନ ଓ ପରିମାଣକୁ ବହୁଭାବରେ ପ୍ରଭାବିତ କରିଥାଏ ।  ସେହିପରି ଶିକ୍ଷକ, ପିତାମାତା ଓ ଗୋଷ୍ଠୀ ସଦସ୍ୟଙ୍କର ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ସହଯୋଗ ଓ ସମ୍ପୃକ୍ତ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ସହିତ ଏକ ସୁସ୍ଥ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବହୁଭାବରେ ସହାୟକ ହୋଇଥାନ୍ତି ।

ସାଧାରଣଭାବେ ଶ୍ରେଣୀଗୃହରେ ଶିକ୍ଷା ସମୟକୁ ହିଁ ଶିଖିବାର ସମୟଭାବେ ବିଚାର କରାଯାଇଥାଏ । କେତେକ କ୍ଷେତ୍ରରେ ସଚେତନ ପରିବାର ପିଲାମାନଙ୍କ ପାଇଁ ନିଜ ଘରେ ସ୍ଵତନ୍ତ୍ର ଶିକ୍ଷା ସୁଯୋଗ ସୃଷ୍ଟି କରିଥାନ୍ତି । ଶିଖିବାର ପରିବେଶକୁ ଉନ୍ନତ କରିପାରିଲେ, ଶ୍ରେଣୀରେ ପାଠପଢା ସମୟ ପରେ ମଧ୍ୟ ପିଲାଟିଏ ନିଜେ ବା ନିଜ ସାଙ୍ଗମାନଙ୍କ ସହ ବିଦ୍ୟାଳୟରେ ବୁଲୁଥିବା, ଖେଳୁଥିବା ସମୟରେ ବିଭିନ୍ନ ପ୍ରକାର ଶିକ୍ଷଣ ଅନୁଭୂତି ହାସଲ କରିବାର ସୁଯୋଗ ପାଇବ।

ଆଧାର - ପୋର୍ଟାଲ  ଟିମ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate