অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୃଜନୀଶକ୍ତି ଓ ଆବେଗିକ ବିକାଶ

ସୃଜନୀଶକ୍ତି ଓ ଆବେଗିକ ବିକାଶ

ସୃଜନୀଶକ୍ତିର ବିକାଶ

ପିଲାଙ୍କ ମନରେ କୌତୁହଳ ଜାଗ୍ରତ ପାଇଁ ନିମ୍ନ ପ୍ରକ୍ରିୟା ଦ୍ଵାରା ବିକାଶ କରାଯାଇପାରିବ ।

ସୃଜନଶୀଳତା

  1. ଉଦ୍ଦେଶ୍ୟ – ନିମ୍ନଲିଖିତ ଜିନିଷ ବ୍ୟବହାର କରି ସୃଜନୀ ଶକ୍ତିର ବିକାଶ କରାଯାଇପାରିବ ଓ ପିଲାଙ୍କ ମନରେ କୌତୁହଳ ଜାଗ୍ରତ କରାଇହେବ ।
  2. ଉପକରଣ –
    • କାଗଜ ଭଙ୍ଗାର ମଜା – ପୁସ୍ତକ
    • କାଗଜକୁ ଆକୃତି ପୁସ୍ତକ
    • କୋଲେଜ୍ ବୁକ୍ଲେଟ୍
    • ପତ୍ର ସଜ୍ଜାର ପୁସ୍ତକ
  3. ବ୍ୟବହାର ପ୍ରଣାଳୀ –
    • କାଗଜ ଭଙ୍ଗାର ପୁସ୍ତକର ଦିଆଯାଇଥିବା ଛବିକୁ ଦେଖି ବିଭିନ୍ନ ପ୍ରକାରର କାଗଜଭାଙ୍ଗି ସେହି ପ୍ରକାର ନମୂନା ପ୍ରସ୍ତୁତ କରିବା ।
    • “କାଗଜରୁ ଆକୃତ” ପୁସ୍ତକ ବ୍ୟବହାର କରି ବିଭିନ୍ନ ଆକୃତି ତିଆରି କରିବା ।
    • “କୋଲେଜ୍ ବୁକ୍ଲେଟ୍” ଦେଇ ନମୁନା ବା ବସ୍ତୁ ତିଆରି କରିବେ । ଏହାଛଡା ଶିଶୁ ତା ମନଇଚ୍ଛା ନିଜର କଳ୍ପନା ଅନୁସାରେ ନୂଆ ନୂଆ ଜିନିଷ କରିପାରିବା ।
    • ପତ୍ର ସଜ୍ଜାର ବହିକୁ ବ୍ୟବହାର କରି ପରିବେଶରେ ମିଳୁଥିବା ବିଭିନ୍ନ ପ୍ରକାରର ଚିତ୍ର ଆଣି  ବହି ଦେଖି ସଜାଇବାପାଇଁ କହିବା ।
    • ରଙ୍ଗ, ତୂଳି ସାହାଯ୍ୟରେ କାଗଜ ଉପରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ରଙ୍ଗ ଦେବା ।

ଆବେଗିକ ବିକାଶ

  • ଉଦ୍ଦେଶ୍ୟ – ଶିଶୁ ଭୟ, କ୍ରୋଧ, ଇର୍ଷା ମନୋଭାବ, ସୁସଂଗଠିତ କରି ଜାଣିବ ।
  • ଉପକରଣ – ବିଭିନ୍ନ ଆବେଗର ଛବି କାର୍ଡ଼ ଯଥା :- ହସ, କାନ୍ଦ, ରାଗ, ଭୟ, ଆଶ୍ଚର୍ଯ୍ୟ ।

ବିଭିନ୍ନ ଆବେଗର  ଛବି ପଠନ କାର୍ଡ଼

  • ଆଈର ଗପ (ହସ)
  • ମା’ର ଶାସନ (କାନ୍ଦ)
  • ବାଲି କାଗଜର ଅକ୍ଷର
  • ଗାଁ ରାସ୍ତାରେ ପିଲାଟି ଯାଉଥିବା ସମୟରେ ହଠାତ୍ ସାମନାରେ ସାପଟିଏ ଦେଖି ଡରିବା (ଭୟ)
  • ପଡିଆରେ ପିଲାମାନେ ଖେଳିବା ସମୟରେ ଆକାଶରେ ଉଡାଜାହାଜକୁ ଆଶ୍ଚର୍ଯ୍ୟରେ ଦେଖିବା ( ଆଶ୍ଚର୍ଯ୍ୟ)

ବ୍ୟବହାର ପ୍ରଣାଳୀ

  • ଛବି କାର୍ଡରେ ଥିବା ଭିନ୍ନ ଭିନ୍ନ ଆବେଗକୁ ଚିହ୍ନଟ କରିବ, ମୁହଁରେ ସେଭଳି ଭଙ୍ଗି କରିବ । ଏହାଦ୍ୱାରା ଶିଶୁର ଅନୁକରଣ କରିବାର ଶକ୍ତି ବୃଦ୍ଧି ହେବ ।
  • ଛବିଗୁଡିକୁ ଦେଖି ଭିନ୍ନ ଭିନ୍ନ କାର୍ଯ୍ୟକଳାପକୁ ବର୍ଣ୍ଣନା କରିବ ।

ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ  ଶିକ୍ଷାସୌଧ

Last Modified : 3/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate