অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏନସିପିସିଆର

ଭାରତରେ ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ (ଏନସିପିସିଆର)

ଏନସିପିସିଆର ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ପିଲା ମାନଙ୍କର ଅଧିକାରର ସାର୍ବଜନୀନତା ତଥା ଦେଶରେ ପିଲା ମାନଙ୍କର ସମ୍ପର୍କରେ ଥିବା ନୀତିର ଶୀଘ୍ରତା ଉପରେ ଜୋର ଦିଏ । କମିଶନ ପାଇଁ ଠାରୁ 18 ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କର ସଂରକ୍ଷଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସବୁଠାରୁ ଅଧିକ ଦୁର୍ବଳ ପିଲା ମାନଙ୍କ ପାଇଁ ପ୍ରାଥମିକତା କାର୍ଯ୍ୟାନୁଷ୍ଠାନପାଇଁ ନୀତି ସଂଜ୍ଞାକୃତ କରେ । ଏହା ମଧ୍ୟରେ ପଛୁଆ ଅଂଚଳ,ଗୋଷ୍ଠୀ, ବା କୌଣସି ପରିସ୍ଥିତିରେ ଥିବା ପିଲା ମାନଙ୍କ ଉପରେ ଧ୍ୟାନ ଦେବା ସାମିଲ ରହିଛି । ଏନସିପିସିଆର ବିଶ୍ୱାସ କରେ ଯ଼େ କିଛି ପିଲାଙ୍କ କଥା ଚିନ୍ତା କରିବା ବେଳେ ଅନେକ ଦୁର୍ବଳ ପିଲାଙ୍କୁ ଛା଼ଡି ଦେବାର ସମ୍ଭାବନା ରହିଛି । ଯ଼େଉଁ ମାନେ ସଂଜ୍ଞାକୃତ କିମ୍ବା ଲକ୍ଷିତ ବର୍ଗରେ ଆସୁନାହାନ୍ତି । ଏହାକୁ ଅଭ୍ୟାସରେ ପରିଣତ କରିବା ପାଇଁ ସମସ୍ତ ପିଲା ମାନଙ୍କ ନିକଟକୁ ପହଂଚିବା ବାଧାପ୍ରାପ୍ତ ହୁଏ । ପିଲାମାନଙ୍କର ଅଧିକାର ଉଲ୍ଲଂଘନର ସାମାଜିକ ସହନଶୀଳତା ଜାରୀ ରହେ । ଏହା ଟାର୍ଗେଟ କରାଯ଼ାଇଥିବା ଜନସଂଖ୍ୟାର କାର୍ଯ୍ୟକ୍ରମ ଉପରେ ପ୍ରଭାବ ପଡିଥାଏ। ତେଣୁ ଏହା ବିଚାର କରେ ଯ଼େ ପିଲା ମାନଙ୍କର ଅଧିକାରର ସଂରକ୍ଷଣ ସମ୍ପର୍କରେ ବୃହତ ପରିବେଶ ନିର୍ମାଣ ଫଳରେ ଯ଼େଉଁ ପିଲାମାନଙ୍କୁ ଟାର୍ଗେଟ କରାଯ଼ାଇଛି ତାହା ଦୃଶ୍ୟମାନ ହେବ ଏବଂ ସେମାନଙ୍କର ପ୍ରାପ୍ୟ ହାସଲ କରିବାକୁ ବିଶ୍ଵାସ ହାସଲ କରି ପାରିବେ।

କମିଶନ ପାଇଁ ପିଲା ଉପଭୋଗ କରୁଥିବା ପ୍ରତ୍ୟେକ ଅଧିକାରକୁ ପରସ୍ପର ସହ ନିର୍ଭରଶୀଳ ବୋଲି ଦେଖାଯ଼ାଇଥାଏ । ତେଣୁ ଏହି ଅଧିକାରର ଗ୍ରେଡେସନର ପ୍ରଶ୍ନ ଆସେ ନାହିଁ। 18ତମ ବର୍ଷରେ ପିଲା ଯ଼େଉଁ ଅଧିକାର ସାବ୍ୟସ୍ତ କରୁଛି, ଜନ୍ମ ସମୟରୁ ତାର ପ୍ରାପ୍ୟ ହାସଲ କରିବା ସହ ନିର୍ଭରଶୀଳ ହୋଇଥାଏ । ତେଣୁ ସମସ୍ତ ପର୍ଯ୍ୟାୟରେ ନୀତିଗତ ହସ୍ତକ୍ଷେପର ମହତ୍ଵ ଗୁରୁତ୍ଵପୂର୍ଣ୍ଣ । କମିଶନ ପାଇଁ ପିଲା ମାନଙ୍କର ସମସ୍ତ ଅଧିକାର ସମଭାବେ ଗୁରୁତ୍ଵପୂର୍ଣ୍ଣ ।

କାର୍ଯ୍ୟ ଓ କ୍ଷମତା

କମିଶନ ନିମ୍ନ ଲିଖିତ କାମ ମଧ୍ୟରୁ ସମସ୍ତ କିମ୍ବା ଯ଼େ କୌଣସି କାର୍ଯ୍ୟ କରିବେ:

  • ପିଲାମାନଙ୍କର ଅଧିକାରର ସୁରକ୍ଷା ପାଇଁ ବିଭିନ୍ନ ଆଇନରେ ଥିବା ବା ସେହି ସମୟରେ ଲାଗୁ ଥିବା ବ୍ୟବସ୍ଥାର ପରୀକ୍ଷଣ କରିବା ଓ ସମୀକ୍ଷା କରିବା ତଥା ପ୍ରଭାବୀ କ୍ରିୟାନ୍ୱୟନ ପାଇଁ ପଦକ୍ଷେର ସୁପାରିଶ କରିବା ।
  • ବାର୍ଷିକ କିମ୍ବା କମିଶନ ଯ଼ାହା ଠିକ୍ ବ୍ୟବଧାନ ମନେ କରିବ କେନ୍ଦ୍ର ସରକାରଙ୍କୁ ଉକ୍ତ ସେଫଗାର୍ଡ ଉପରେ କାର୍ଯ୍ୟକାରିତା ଉପରେ ରିପୋର୍ଟ ପ୍ରଦାନ କରିବ ।
  • ଶିଶୁ ଅଧିକାର ହିନ ମାମଲାର ତଦନ୍ତ କରିବା ଓ ଏହିପରି ମାମଲାରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିବା ।
  • ଆତଙ୍କବାଦ, ସାଂପ୍ରଦାୟିକ ହିଂସା, ଦଙ୍ଗା, ପ୍ରାକୃତିକ ବିପର୍ଯ୍ୟୟ ଘରୋଇ ହିଂସା, ଏଚଆଇଭି ଏଡସ, ଚାଲାଣ, ଖରାପ ବ୍ୟବହାର, ନିର୍ଯ଼ାତନା, ଶୋଷଣ , ବେଶ୍ୟାବୃତ୍ତି ଆଦି କାରଣ ଦ୍ଵାରା ପିଲା ମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହେବା ସମ୍ପର୍କରେ ପରୀକ୍ଷା କରିବା ଓ ଆବଶ୍ୟକୀୟ ସୁଧାର ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବା ।
  • କଷ୍ଟରେ ଥିବା, ବଞ୍ଚିତ, ଏବଂ ବିବାଦରେ ଥିବା ପିଲା, ପରିବାର ନ ଥିବା ପିଲା, କଏଦୀଙ୍କ ପିଲା ଆଦି ବିଶେଷ ଦେଖାଶୁଣା ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲା ମାନଙ୍କ ବିଷୟକୁ ଦେଖିବା ଓ ଏ ସମ୍ପର୍କରେ ସଠିକ ସୁଧାର ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିବା।
  • ଚୁକ୍ତି ଓ ଆନ୍ତର୍ଜାତିକ ଭାବରେ ଅଧ୍ୟୟନ କରିବା, ପିଲା ମାନଙ୍କର ଅଧିକାର ପାଇଁ ଲାଗୁ ରହିଥିବା ସମସ୍ତ ନୀତି, କାର୍ଯ୍ୟକ୍ରମର ଓ ଅନ୍ୟ ଗତିବିଧି ଗୁଡିକର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ଓ ପିଲା ମାନଙ୍କ ସ୍ଵାର୍ଥରେ ପ୍ରଭାବୀ କ୍ରିୟାନ୍ଵୟନ ପାଇଁ ସୁପାରିଶ କରିବା ।
  • ପିଲା ମାନଙ୍କର ଅଧିକାର ସମ୍ପର୍କରେ ଅନୁସନ୍ଧାନ କରିବା ଓ ପ୍ରୋତ୍ସାହନ ଦେବା ।
  • ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଶିଶୁ ଅଧିକାର ସାକ୍ଷରତାକୁ ପ୍ରସାରିତ କରିବା ଏବଂ ଏହି ଅଧିକାରକୁ ସଂରକ୍ଷଣ ପାଇଁ ଥିବା ସେଫଗାର୍ଡ ସମ୍ପର୍କରେ ପ୍ରକାଶନ, ଗଣମାଧ୍ୟମ ସେମିନାର ଓ ଅନ୍ୟ ଉପଲବ୍ଧ ମାଧ୍ୟମରେ ସଚେତନତାକୁ ପ୍ରୋତ୍ସାହନ ଦେବା ।
  • କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଧୀନରେ, ଥିବା ବା କୌଣସି ସାମାଜିକ ସଂସ୍ଥା ଦ୍ଵାରା ଚଳାଯ଼ାଉଥିବା ଜୁଭେନାଇଲ କଷ୍ଟଡିଆଲ ହୋମ ବା ଅନ୍ୟ କୌଣସି ରହିବା ସ୍ଥାନ ବା ପିଲା ମାନଙ୍କ ପାଇଁ ସଂସ୍ଥା, ଯ଼େଉଁଥିରେ ପିଲା ମାନଙ୍କି ଚିକିତ୍ସା ସୁଧାର ବା ସୁରକ୍ଷା ପାଇଁ ରଖାଯ଼ାଇଥାଏ ତାର ନୀରିକ୍ଷଣ କରିବା ବା କରାଇବା ଏବଂ ଯ଼ଦି ଆବଶ୍ୟକ ଜଣାପଡେ ତେବେ ସୁଧାର ପଦକ୍ଷେପ ପାଇଁ ଉକ୍ତ କର୍ତ୍ତୃପକ୍ଷ ସହ କଥାବାର୍ତ୍ତା କରିବା ।
  • ବିଭିନ୍ନ ଅଭିଯ଼ୋଗର ଜାଞ୍ଚ କରିବା ଓ ନିମ୍ନ ଲିଖିତ ବିଷୟରେ ସ୍ଵତଃ ସଂଜ୍ଞାନରେ ନେବା:
  • ପିଲାମାନଙ୍କ ଅଧିକାରରୁ ବଞ୍ଚିତ ବା ଉଲ୍ଲଂଘନ ମାମଲା ।
  • ପିଲା ମାନଙ୍କର ବିକାଶ ଓ ସଂରକ୍ଷଣ ପାଇଁ ଥିବା ଆଇନ ଗୁଡିକ କାର୍ଯ୍ୟକାରୀ ନହେବା ।
  • ପିଲା ମାନଙ୍କ ସମସ୍ୟା ଦୂର କରିବା,ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ବା ପିଲା ମାନଙ୍କର ରିଲିଫ ପ୍ରଦାନକରିବା ବା ଏପରି ମାମଲାକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଆଦି ପ୍ରସଙ୍ଗରେ ନୀତି ଗତ ନିଷ୍ପତ୍ତି, ଗାଇଡଲାଇନ ବା ସୂଚନା ଗୁଡିକୁ ନ ମାନିବା ।
  • ଏପରି ଅନ୍ୟ କାମ ଯ଼ାହା ପିଲା ମାନଙ୍କ ଅଧିକାରକୁ ପ୍ରୋତ୍ସାହନ ଦେବା ପାଇଁ ଜରୁରୀ ବୋଲି ମନେ କରାଯ଼ିବ ବା ଉପରୋକ୍ତ କାର୍ଯ୍ୟ ଭଳି ଅନ୍ୟ କୌଣସି ପ୍ରସଙ୍ଗ।

ଅଭିଯୋଗ କରିବାର ମେକାନିଜମ

ପିଲାମାନଙ୍କର ଅଧିକାରର ଉଲ୍ଲଂଘନ ସମ୍ପର୍କରେ ଆସିଥିବା ଅଭିଯୋଗର ତଦନ୍ତ କରିବା କମିଶନର ମୁଖ୍ୟ କାମ । ପିଲାମାନଙ୍କର ଅଧିକାରର ଉଲ୍ଲଂଘନ ହେଉଥିବାର ଗୁରୁତ୍ଵର ମାମଲା ଗୁଡିକୁ ସ୍ଵତଃ ସଂଜ୍ଞାନରେ ନେଇ ପିଲା ମାନଙ୍କର ଅଧିକାର ଉପଭୋଗକୁ ବନ୍ଦ କରୁଥିବା କାରକ ଗୁଡିକ ସମ୍ପର୍କରେ ମଧ୍ୟ କମିଶନ କାମ କରିବା ଆବଶ୍ୟକ ।

  1. ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ଯ଼େ କୌଣସି ଭାଷାରେ ଅଭିଯ଼ୋଗ କମିଶନଙ୍କ ନିକଟରେ ଦିଆଯାଇପାରେ ।
  2. ଏହି ଭଳି ଅଭିଯ଼ୋଗ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
  3. ଅଭିଯ଼ୋଗ ସମ୍ପର୍କରେ ସମସ୍ତ ସୂଚନା ଅଭିଯ଼ୋଗକାରୀ ପ୍ରଦାନ କରିବେ।
  4. ଯ଼ଦି ଆବଶ୍ୟକ ହୁଏ ତେବେ କମିଶନ ଆହୁରି ସୂଚନା କିମ୍ବା ସତ୍ୟପାଠ ମାଗି ପାରନ୍ତି ।

ଅଭିଯ଼ୋଗ କରିବା ବେଳେ ଅଭିଯ଼ୋଗରେ ନିମ୍ନ ଲିଖିତ ଜିନିଷ ଥିବା ସୁନିଶ୍ଟିତ କରନ୍ତୁ:

  • ସ୍ପଷ୍ଟ, ବୁଝି ହେଉଥିବା, ଅଜ୍ଞାତ, ଅସ୍ପଷ୍ଟ ହୋଇ ନଥିବ ।
  • ସଠିକ୍, ଛୋଟ କିମ୍ବା ହାସ୍ୟାସ୍ପଦ ହୋଇ ନଥିବ।
  • ସିଭିଲ ମାମଲା ଯ଼େପରି ସମ୍ପତ୍ତି ଅଧିକାର, ।
  • ଆଇନ ଦ୍ଵାରା ଗଠିତ କୌଣସି କମିଶନରେ କିମ୍ବା ମାମଲା କୌଣସି କୋର୍ଟରେ ବିଚାରାଧୀନ ନଥିବ ।
  • କମିଶନ ଦ୍ଵାରା ପୂର୍ବରୁ ନିଷ୍ପତ୍ତି ନିଆଯ଼ାଇ ନଥିବ ।
  • କମିଶନର ପରିଧିର ବାହାରେ କିମ୍ବା ଅନ୍ୟ କୌଣସି ଆଧାରରେ ହୋଇଥିବ ।
  • ଅଭିଯ଼ୋଗ କରିବା ବେଳେ ଅଭିଯ଼ୋଗରେ ନିମ୍ନ ଲିଖିତ ଜିନିଷ ଥିବା ସୁନିଶ୍ଟିତ କରନ୍ତୁ ।

ଅଭିଯ଼ୋଗ ଗୁଡିକ ନିମ୍ନ ଲିଖିତ ଠିକଣାରେ ପଠାଯ଼ାଇ ପାରେ:

ନ୍ୟାସନାଲ କମିଶନ ଫର ପ୍ରଟେକ୍ସନ ଅଫ ଚାଇଲ୍ଡ ରାଇଟ
ପଞ୍ଚମ ଫ୍ଲୋର, ଚନ୍ଦ୍ରଲୋକ ବିଲଡିଂ, 36, ଜନପଥ, ନୂଆଦିଲ୍ଲୀ -110001
ଫୋନ:011-23478200
ଫ୍ୟାକ୍ସ:011-23724026
ଅଭିଯ଼ୋଗ ପାଇଁ:

"ନ୍ୟାସନାଲ କମିଶନ ଫର ପ୍ରୋଟେକଶନ ଅଫ ଚାଇଲ୍ଡ ରାଇଟ୍ସ"

ସ୍ରୋତ: ଏନସିପିସିଆର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate