অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦(ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନଙ୍କର ଦାୟିତ୍ଵ)

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦(ଶିକ୍ଷାନୁଷ୍ଠାନ ଓ ଶିକ୍ଷକମାନଙ୍କର ଦାୟିତ୍ଵ)

ଦୁର୍ବଳ ଶ୍ରେଣୀ ଏବଂ ଅସୁବିଧା ଭୋଗ କରୁଥିବା ଗୋଷ୍ଠୀର ଶିଶୁମାନଙ୍କର ନାମଲେଖା

  1. ଅଧିନିୟମ ଉପଧାରା 12(1) ର ଖଣ୍ଡ (c ) ଅନୁଯାୟୀ ଅଧିନିୟମର ଧାରା 2ଖଣ୍ଡ n ର ଉପଖଣ୍ଡ (iii )ଓ (iv) ରେ ଉଲ୍ଲେଖିତ ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁମାନେ ଅନ୍ୟ ଶିଶୁମାନଙ୍କ ଠାରୁ ଶ୍ରେଣୀଗୃହବିଚ୍ଛିନ୍ନ ନ ହେବା ବା ସେମାନଙ୍କ ପାଇଁ ଅନ୍ୟମାନଙ୍କଠାରୁ ପୃଥକ ସ୍ଥାନ ବା ସମୟ ବ୍ୟବସ୍ଥା କରାନଯିବା ପ୍ରତି ନିଶ୍ଚିତ ଧ୍ୟାନ ଦେବେ ।
  2. ଅଧିନିୟମ ଧାରା 2 ଖଣ୍ଡ (n) ର ଉପଖଣ୍ଡ (iii) ଏବଂ (iv) ରେ ଉଲ୍ଲେଖିତ ବିଦ୍ୟାଳୟ ଏବଂ (ଅଧିନିୟମ ଧାରା 12 ଉପଧାରା  (1) ର ଖଣ୍ଡ (c ) ଅନୁଯାୟୀ ) ନାମ ଳେଖାଉଥିବା ଶିଶୁମାନଙ୍କୁ ଅନ୍ୟଶିଶୁମାନଙ୍କଠାରୁ ସେମାନଙ୍କର ହକ ପ୍ରାପ୍ୟ ବା ସୁବିଧା ଲାଭ ଯଥା ପାଠାଗାର, ପାଠ୍ୟକ୍ରମ ବାହାର କାର୍ଯ୍ୟ, ଖେଳ, କସରତ ଏବଂ ଆଇସିଟି ସୁବିଧା ଲାଭ କ୍ଷେତ୍ରରେ ପାତର ଅନ୍ତର କରାନଯିବା ସମ୍ପର୍କରେ ନିଶ୍ଚିତ ପଦକ୍ଷେପ ନେବେ ।
  3. ଧାରା-12 ର ଖଣ୍ଡ (c ) ଆଧାରରେ ହୋଇଥିବା  ନାମ ଲେଖା ପାଇଁ ନିୟମ-6 ର  ଉପନିୟମ-1 ରେ ନିର୍ଦ୍ଦେଶିତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବା ତାହାର ସୀମା ପରିସର ସର୍ତ୍ତ ଲାଗୁ ହେବ ।

ଅଧିନିୟମର ଧାରା ୧୨ ଉପଧାରା - ୧ର ଖଣ୍ଡ (C)ରେ  ସୂଚିତ ଆବଶ୍ୟକ  ଶତାଂଶ ସ୍ଥାନ ପୂରଣ ପାଇଁ ବିଦ୍ୟାଳୟ  ସରକାରଙ୍କ  ପୂର୍ବାନୁମତି ନେଇ ତାଙ୍କ ସୀମା ବୃଦ୍ଧି କରିପାରିବେ ।

ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତି ଶିଶୁ ପିଛା ହେଉଥିବା ଖର୍ଚ୍ଚ ଭରଣା

  1. ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଦ୍ଵାରା ସ୍ଥାପିତ କିମ୍ବା ସତ୍ତ୍ଵାଧିନ କିମ୍ବା ନିୟମିତ ସମସ୍ତ ବିଦ୍ୟାଳୟଗୁଡିକରେ ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟ ସରକାର ବହନ କରୁଥିବା ମୋଟ ବାର୍ଷିକ ଆବତ୍ତିତ ଖର୍ଚ୍ଚ ନିଜସ୍ୱ ପାଣ୍ଠି କିମ୍ବା ଅନ୍ୟାନ୍ୟ କର୍ତ୍ତୁପକ୍ଷ ଦେଉଥିବା ଅନୁଦାନରୁ କରଯାଉଥିଲେ ଏହି ସମସ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ସମସ୍ତ ଶିଶୁଙ୍କ ସଂଖ୍ୟାରେ ମୋଟ ଖର୍ଚ୍ଚ ପରିମାଣକୁ ଭାଗ କରି ଶିଶୁ ପିଛା ରାଜ୍ୟ ସରକାର କରୁଥିବା ମୁଣ୍ଡପିଛା ଖର୍ଚ୍ଚ ନିର୍ଦ୍ଧାରିତ ହେବ ।
  2. ବ୍ୟାଖ୍ୟା : ପ୍ରତି ଶିଶୁ ପିଛା ହେଉଥିବା ଖର୍ଚ୍ଚ ନିର୍ଦ୍ଧାରିତ ପାଇ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ଖଣ୍ଡ ଅଧିନିୟମ ଧାରା 2 ଖଣ୍ଡ (n) ର ଉପଖଣ୍ଡ (ii) ରେ ଉଲ୍ଲେଖିତ ବିଦ୍ୟାଳୟଗୁଡିକରେ କରଯାଉଥିବା ଖର୍ଚ୍ଚ ଏବଂ ଏହି ଧରଣର ସ୍କୁଲରେ ନାମ ଲେଖାଇଥିବା ଶିଶୁଙ୍କୁ ସାମିଲ କରାଯିବ ନାହିଁ ।

  3. ଅଧିନିୟମ ଧାରା 2 ଖଣ୍ଡ (n) ର ଉପଖଣ୍ଡ (iii) ଏବଂ (iv) ରେ ଦର୍ଶାଯାଉଥିବା ପ୍ରତ୍ୟେକ ବିଦ୍ୟାଳୟ ସେମାନଙ୍କର ଖର୍ଚ୍ଚ ଭରଣା ବାବଦରେ ଅଧିନିୟମ  ଧାରା 12 ରେ ଉପଧାରା 2 ଅଧୀନରେ ପାଉଥିବା ଟଙ୍କା ପାଇଁ ଏକ ସ୍ଵତନ୍ତ୍ର ବ୍ୟାଙ୍କ ଜମାଖାତା ରଖିବେ ।

ବୟସ ପ୍ରମାଣ ନିମିତ୍ତ ଦଲିଲ

ଯେଉଁଠାରେ 1886 ମସିହାରେ ଜନ୍ମ , ମୃତ୍ୟୁ ଏବଂ ବିବାହ ଅଧିନିୟମ ଅଧୀନରେ ଜନ୍ମ ପ୍ରମାଣପତ୍ର ମିଳୁନଥିବ ସେଠାରେ ଶିଶୁଙ୍କୁ ସ୍କୁଲରେ ଭର୍ତ୍ତି କରାଇବା ସମୟରେ ନିମ୍ନଲିଖିତ ପ୍ରମାଣପତ୍ରଗୁଡିକ ମଧ୍ୟରୁ ଯେ କୌଣସି ଗୋଟିକୁ ଶିଶୁର ବୟସ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ ।

  • ଡାକ୍ତରଖାନା /ସାହାଯ୍ୟକାରୀ ନର୍ସ ଏବଂ ଧାଇ ପଞ୍ଜିକୃତ ଦଲିଲ ।
  • ଅଙ୍ଗନବାଡି ଦଲିଲ ।
  • ପିତାମାତା କିମ୍ବା ଅଭିଭାବକଙ୍କ ଦ୍ଵାରା ଶିଶୁର ବୟସ ସଂକ୍ରାନ୍ତ ଘୋଷଣା ।

ନାମଲେଖା ପାଇଁ ବର୍ଦ୍ଧିତ ଅବିଧି

  1. ସ୍କୁଲର ଶିକ୍ଷାବର୍ଷ  ଆରମ୍ଭ ଦିନଠାରୁ ତିନି ମାସ ପର୍ଯ୍ୟନ୍ତ ନାମଲେଖା ଅବିଧି ବୃଦ୍ଧି କରାଯାଇପାରିବ  ।
  2. ବର୍ଦ୍ଧିତ ଅବିଧିପରେ କୌଣସି ଶିଶୁ ନାମଲେଉଥିଲେ ବିଦ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଧାରିଣ ଅନୁସାରେ ଶିଶୁଟି ସ୍ଵତନ୍ତ୍ର ତାଲିମ ସହାୟତାରେ ଶିକ୍ଷା ସମାପ୍ତ କରିବାକୁ ସମର୍ଥ ହେବ ।

ବିଦ୍ୟାଳୟର ସ୍ଵୀକୃତି

  1. ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଦ୍ଵାରା ସ୍ଥାପିତ, ନିୟନ୍ତ୍ରିତ ବା ସ୍ଵତ୍ତ୍ଵାଧିନଥିବା ବିଦ୍ୟାଳୟଗୁଡିକ ଛଡା ଏହି ଅଧିନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରତିଷ୍ଠିତ ହୋଇଥିବା ପ୍ରତ୍ୟେକ ବିଦ୍ୟଳୟ ଅଧିନିୟମ କାର୍ଯ୍ୟକାରୀ ହେବା ପରଠାରୁ 3 ମାସ ମଧ୍ୟରେ ଫର୍ମ 1ର ଏକ ଆତ୍ମଘୋଷଣା ସମ୍ପୃକ୍ତ ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ /ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଯାହା ଯେଉଁଠି ପ୍ରଯୁଜ୍ୟ ପ୍ରଦାନ କରି ଅନୁସୂଚିରେ ଉଦ୍ଦିଷ୍ଟ ନୀତି ଓ ମାନ ପାଳନ କରିବେ ବୋଲି ଜଣାଇବେ ଓ ଉକ୍ତ ନୀତି ଓ ମାନ ରକ୍ଷା କରିବା ସହିତ ନିମ୍ନ ସର୍ତ୍ତାବଳୀ ପୂରଣ କରିବେ ।
    • ସମିତି ପଞ୍ଜିକରଣ ଆଇନ 1860 (1860 ରୁ 21) କିମ୍ବା ପ୍ରଚଳିତ ଯେ କୌଣସି ଆଇନ ଅଧୀନରେ ଗଠିତ ହୋଇଥିବା ସାର୍ବଜନିତ ଟ୍ରଷ୍ଟ ଦ୍ଵାରା ବିଦ୍ୟାଳୟଟି ପରିଚାଳିତ ହେଉଥିବ ।
    • କୌଣସି  ବ୍ୟକ୍ତି,  ବ୍ୟକ୍ତିମାନଙ୍କର ସଂଘ ଓ ଗୋଷ୍ଠୀର ଲାଭ ପାଇଁ ବିଦ୍ୟାଳୟଟି ଚଳାଯାଊ ନଥିବା ।
    • ଭାରତର ସମ୍ବିଧାନରେ ବ୍ୟବସ୍ଥାପିତ ମୂଲ୍ୟବୋଧକୁ ସମ୍ପୃକି ବିଦ୍ୟାଳୟ ଗୁରୁତ୍ଵ ସହ ପାଳନ କରୁଥିବା ।
    • ସ୍କୁଲର କୋଠାବାଡି କିମ୍ବା ଅନ୍ୟାନ୍ୟ ନିର୍ମାଣ କିମ୍ବା ଖେଳ ପଡିଆ କେବଳ ଶିକ୍ଷା ଏବଂ କୌଶଳ ବିକାଶ ପାଇଁ ବ୍ୟବହୃତ ହେଉଥିବ ।
    • ରାଜ୍ୟ ସରକାର/ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଯେ କୌଣସି ଅଧିକାରୀଙ୍କ ଦ୍ଵାରା ପରିଦର୍ଶନ ପାଇଁ ସ୍କୁଲ ଉନ୍ମୁକ୍ତ ରହିବ ।
    • ପ୍ରାଥମିକ ଶିକ୍ଷା ନିର୍ଦ୍ଦେସ୍କ/ ଜିଲା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ବିଦ୍ୟଳୟ ନିରୀକ୍ଷକ ପ୍ରମୁଖଙ୍କ ମଧ୍ୟରୁ ଯିଏ ଯେତେବେଳେ ଯେଉଁ ବିବରଣୀ ବା ତଥ୍ୟ ଆବଶ୍ୟକକରିବେ ବିଦ୍ୟାଳୟ ଉକ୍ତ ବିବରଣୀ ଓ ତଥ୍ୟ ଉପସ୍ଥାପନ କରିବେ ଓ ସ୍ଵୀକୃତି ନିମିତ୍ତ ନିର୍ଦ୍ଧାରିତ ସର୍ତ୍ତର ନିରନ୍ତର ପରିପୂରଣ ଲାଗି କିମ୍ବା ବିଦ୍ୟାଳୟ ପରିଚାଳନାରେ ନିର୍ଦ୍ଦେଶିତ ଦୁର୍ବଳତାକୁ ଦୂର କରିବା ଲାଗିଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବ।
  2. ଫର୍ମ 1 ଜରିଆରେ ପ୍ରାପ୍ତ ପ୍ରତ୍ୟେକ ଆତ୍ମ ଘୋଷଣା ଜିଲ୍ଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଙ୍କ ଦ୍ଵାରା ପାଇବାର 15 ଦିନ ମଧ୍ୟରେ ସର୍ବସାଧାରଣ ସ୍ଥାନରେ (ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ) ବିଜ୍ଞାପିତ ହେବ ।
  3. ଆତ୍ମ ଘୋଷଣା ପ୍ରଦାନ କରିବାର 3 ମାସ ମଧ୍ୟରେ ସ୍ଵୀକୃତି ପ୍ରମାଣପତ୍ର ଦାବି କରୁଥିବା ବିଦ୍ୟାଳୟ ଗୁଡିକୁ ଜିଲ୍ଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ସରଜମିନ ନିରୀକ୍ଷଣ କରିବେ ।
  4. ଉପନିୟମ 3ରେ ଉଲ୍ଲେଖିତ ସରଜମିନ ତଦନ୍ତ କରିସାରିଲା ପରେ ତଦନ୍ତ କରିବା ଦିନଠାରୁ 30 ଦିନ ମଧ୍ୟରେ ନିୟମ ଏବଂ ସର୍ତ୍ତାବଳୀ ପାଳନ କରୁଥିବା ବିଦ୍ୟାଳୟ ସଙ୍କ୍ରାନ୍ତରେ ତଦନ୍ତ ବିବରଣୀ ଜିଲ୍ଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ସରକାରଙ୍କ ନିକଟରେ ଉପସ୍ଥାପିତ କରିବେ । ଫର୍ମ-2 ରେ ସ୍ଵୀକୃତି ପ୍ରମାଣପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିର୍ଗମନ ହେବ ।
  5. ଉପନିୟମ (1) ଅନୁଯାୟୀ ଯେଉଁ ବିଦ୍ୟାଳୟଗୁଡିକ ନିୟମ ଓ ସର୍ତ୍ତାବଳୀ ପୂରଣ କରିନଥିବେ ଓ ମାନରକ୍ଷା ନିୟମ  କରିନଥିବେ ବା ବଜାୟ ରଖି ନପାରିବେ ଜିଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହ ନିରୀକ୍ଷକ/ ଜିଲ୍ଲା ସ୍କୁଲ ନିରୀକ୍ଷକ ଏହି ବିଦ୍ୟାଳୟ ଗୁଡିକର ତାଲିକା ପ୍ରସ୍ତୁତ କରି ସର୍ବସାଧାରଣ ବିଜ୍ଞପ୍ତି ଜରିଆରେ ଜଣାଇଦେଲେ ପରିବର୍ତ୍ତୀ ଅଢେଇ ବର୍ଷ ଅବିଧିର ଯେକୌଣସି ସମୟରେ ଉକ୍ତ ବିଦ୍ୟାଳୟ  ପୁନଃ ସ୍ଵୀକୃତି ପ୍ରଦାନ କରିବା ପାଇଁ ସରଜମିନ ନିରୀକ୍ଷଣ କରିବା ନିମନ୍ତେ ଜିଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ସ୍କୁଲ ସରଜମିନଙ୍କୁ ଅନୁରୋଧ କରିପାରନ୍ତି ।
  6. ଉପ- ନିୟମ (1) ଅନୁଯାୟୀ ଏହି ଅଧିନିୟମ ଆଇନ ଲାଗୁହେବାର 3 ବର୍ଷ ପରେ ମଧ୍ୟ ଯେଉଁ ବିଦ୍ୟାଳୟଗୁଡିକ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ପାଳନ ତଥା ମାନରକ୍ଷା କରିନପାରିବେ ସେଗୁଡିକ ବନ୍ଦ କରିଦିଆଯିବା  ।
  7. ଏହି ଅଧିନିୟମ କାର୍ଯ୍ୟକରି ହେବା ପରେ ପ୍ରତିଷ୍ଠିତ ହେଉଥିବା ପ୍ରତ୍ୟେକ ବିଦ୍ୟାଳୟ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ ନିୟନ୍ତ୍ରିତ ଓ ସ୍ଵତ୍ତ୍ଵାଧୀନ ବିଦ୍ୟାଳୟ ଗୁଡିକ ବ୍ୟତୀତ ସ୍ଵୀକୃତି ପାଇବା ପାଇଁ ଉପନିୟମ 1ରେ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ପାଳନ କରିବା ସହିତ ମାନରକ୍ଷା କରିବେ ।

ବିଦ୍ୟାଳୟ ସ୍ଵୀକୃତି ପ୍ରତ୍ୟାହାର

  • ଯେଉଁ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ନିରୀକ୍ଷକ/ ଜିଲ୍ଲା ସ୍କୁଲ ନିରୀକ୍ଷକଙ୍କ ମଧ୍ୟରୁ ଯିଏ ହୁଅନ୍ତି ନିଜ ତରଫରୁ କିମ୍ବା ନିୟମ 13 ଅନୁସାରେ ସ୍ଵୀକୃତିପ୍ରାପ୍ତ ବିଦ୍ୟାଳୟ ସ୍ଵୀକୃତିଲାଭ ନିମିତ୍ତ ନିର୍ଦ୍ଧାରିତ ଏକ ବା ଏକାଧିକ ନିୟମ ଓ ସର୍ତ୍ତାବଳୀ ଉଲ୍ଲଂଘନ କିମ୍ବା ଅନୁସୂଚିରେ ନିର୍ଦ୍ଧାରିତ ମାନ ରକ୍ଷା କରିବାରେ ବିଫଳତା ସଂକ୍ରାନ୍ତରେ କୌଣସି ବ୍ୟକ୍ତିଙ୍କର ବିଶ୍ଵାସ ଯୋଗ୍ୟ ଲିଖିତ ଦରଖାସ୍ତ ଆଧାରର ନିମ୍ନମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
  • ସ୍ଵୀକୃତି ମିଳିବା ସଂକ୍ରାନ୍ତ ସର୍ତ୍ତାବଳୀ ଉଲ୍ଲଙ୍ଗନ ବିଷୟ ଉଲ୍ଲେଖ କରି ବିଦ୍ୟାଳୟକୁ ଏକ ନୋଟିସ ପଠାଇବେ ଏବଂ ଏ ସମ୍ପର୍କରେ ବିଦ୍ୟାଳୟ  ଏହାର ଏକ ମାସ ମଧ୍ୟରେ କୈଫିୟତ ଦେବାକୁ ନିର୍ଦ୍ଦେଶ ଦେବେ ।
  • ଯଦି କୈଫିୟତ ସନ୍ତୋଷଜନକ ହୋଇନଥାଏ କିମ୍ବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୌଣସି କୈଫିୟତ  ହସ୍ତଗତ ହୋଇନଥାଏ, ତେବେ ଜିଲା ଶିକ୍ଷା ଅଧିକାରୀ/ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ସ୍କୁଲ ନିରୀକ୍ଷକ  ସ୍କୁଲ ନିରୀକ୍ଷକ,ଯିଏ ହୁଅନ୍ତୁ ଶିକ୍ଷାବିତ, ସାଧାରଣ  ବର୍ଗର ପ୍ରତିନିଧି, ଗଣମାଧ୍ୟମ, ସରକାରୀ ପ୍ରତିନିଧିଙ୍କୁ ଗଠିତ ତିନିରୁ ପାଞ୍ଚଜଣ ସଦସ୍ୟ ବିଶିଷ୍ଟ ଗୋଟିଏ କମିଟି ଜରିଆରେ ଏହାର ତଦନ୍ତ କରିପାରିବେ   । ଏହି କମିଟି ଉପଯୁକ୍ତ ଅନୁସନ୍ଧାନ କରି ସ୍ଵୀକୃତୀ ବଳବତ୍ତର ରହିବା ନାପ୍ରତ୍ୟାହାର କରି ନିଆଯିବ ସେ ସମ୍ପର୍କରେ ସୁପାରିସ କରି ଜିଲା ଶିକ୍ଷା ଅଧିକାରୀ/  ବିଦ୍ୟାଳୟ ସମୂହର ନିରୀକ୍ଷକ/ଜିଲ୍ଲା ସ୍କୁଲ ନିରୀକ୍ଷକ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିବେ ।
  • କମିଟିର ରିପୋର୍ଟ ଏବଂ ସୁପାରିସ ମିଳିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ସ୍କୁଲ ନିରୀକ୍ଷକ ସ୍ଵୀକୃତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବେ । ତେବେ ସ୍କୁଲ କର୍ତ୍ତୁପକ୍ଷଙ୍କର  ବକ୍ତବ୍ୟ ଶୁଣିବା ପାଇଁ ଯଥେଷ୍ଟ ସୁଯୋଗ ଣ ଦେଇ ଜିଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ସମୂହର ନିରୀକ୍ଷକ ଜିଲା ସ୍କୁଲ ନିରୀକ୍ଷକ  ସ୍ଵୀକୃତି ପ୍ରତ୍ୟାହାର ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଅଧିକନ୍ତୁ ବିଦ୍ୟାଳୟ ଓ ଶିକ୍ଷା ବିଭାଗୀୟ ପ୍ରାକ ଅନୁମୋଦନ ବିନା ଜିଲ୍ଲା ଶିକ୍ଷା ଅଧିକାରୀ /ବିଦ୍ୟାଳୟ ସମୂହର ନିରୀକ୍ଷକ/ ଜିଲ୍ଲା ସ୍କୁଲ ନିରୀକ୍ଷକ ଏପରି କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ  ।
  • ଜିଲ୍ଲା ଶିକ୍ଷା ଅଧିକାରୀ/ ବିଦ୍ୟାଳୟ ସମୂହର ନିରୀକ୍ଷଣ/ ଜିଲ୍ଲା ସ୍କୁଲ ନିରୀକ୍ଷଣଙ୍କ ଦ୍ଵାରା ସ୍ଵୀକୃତି ପ୍ରତ୍ୟାହାର ନିର୍ଦ୍ଦେଶ ପରବର୍ତ୍ତୀ ଶିକ୍ଷା ବର୍ଷ ଠାରୁ କାର୍ଯ୍ୟକାରୀ ହେବ ।

ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate