ଚାଇଲ୍ଡଲାଇନ ଏକ ବ୍ୟବସ୍ଥା ଯ଼େଉଁଥିରେ ଏକ ଭଲ ପାଉଥିବା ନାନୀ କିମ୍ବା ଭାଇ ଥିବ ଯ଼ିଏ ଦୁର୍ବଳ ପିଲା ମାନଙ୍କର ପାଇଁ ୨୪ ଘଣ୍ଟା ଓ ୩୬୫ ଦିନ ରହିଥିବ । ଏକ ଫୋନ ନମ୍ବର ଯ଼ାହା ଭାରତର ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଆଶାର ସଂଚାର କରେ ଚାଇଲ୍ଡଲାଇନ ହେଉଛି । ଭାରତର ପ୍ରଥମ ୨୪ ଘଣ୍ଟିଆ ନିଶୁଳ୍କ, ଆପାତକାଳୀନ ଫୋନ ସେବା ଯ଼ାହା ଆବଶ୍ୟକ କରୁଥିବା ପିଲା ମାନଙ୍କୁ ସହଯ଼ୋଗ କରିଥାଏ ।
ଆପଣ ସମ୍ବନ୍ଧିତ ପ୍ରାପ୍ତ ବୟସ୍କ ବ୍ୟକ୍ତି ହୁଅନ୍ତି କିମ୍ବା ପିଲା ହୁଅନ୍ତୁ ଆପଣ ଆମର ଟୋଲ ଫ୍ରି ନମ୍ବର 1098 ଡାଏଲ କରି ପାରିବେ। ଆମ ଯ଼େ କେବଳ ପିଲା ମାନଙ୍କର ଆପାତକାଳୀନ ଆବଶ୍ୟକ ତାକୁ ଶୁଣୁ, ଆମେ ସେମାନଙ୍କର ଦୀର୍ଘକାଳୀନ ଦେଖାଶୁଣା ଓ ପୁନର୍ବାସ ପାଇଁ ଯ଼ୋଡି ଦେଉ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି କଲ ଜରିଆରେ ଦେଶର ୩୦ ଲକ୍ଷ ପିଲାଙ୍କ ନିକଟକୁ ପହଞ୍ଚି ସାରିଲୁଣି।
ଚାଇଲ୍ଡଲାଇନ ହେଉଛି ଏକ ପ୍ଲାଟଫର୍ମ ଯ଼ାହା କେନ୍ଦ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟMinistry for Women & Child Development, ଦୂର ସଂଚାର ମନ୍ତ୍ରଣାଳୟ, ରାସ୍ତା ଓ ଗୋଷ୍ଠୀର ଯ଼ୁବକ, ଲାଭ କରୁ ନ ଥିବା ସଙ୍ଗଠନ, ଏକାଡେମିକ ସଂସ୍ଥା,Department of Telecommunications କର୍ପୋରେଟ ସେକ୍ଟର ଓ ସମ୍ବନ୍ଧିତ ବ୍ୟକ୍ତି ମାନଙ୍କୁ ଆଣେ
ଚାଇଲ୍ଡଲାଇନ ସାଧାରଣ ଭାବେ ସମସ୍ତ ପିଲାଙ୍କର ଅଧିକାରର ସୁରକ୍ଷା ପାଇଁ କାମ କରେ ତେବେ ଏହାର ବିଶେଷ ଧ୍ୟlନ ଅଧିକ ଦୁର୍ବଳ ବର୍ଗର ଓ ଦେଖାଶୁଣା ଓ ସଂରକ୍ଷଣ ଆବଶ୍ୟକ କରୁଥିବା ପିଲାଙ୍କ ଉପରେ ରହିଥାଏ । ଏଥିରେ ନିମ୍ନ ପିଲା ମାନେ ସାମିଲ ଅଛନ୍ତି ।
ଚାଇଲ୍ଡ ଲାଇନର ଗତିବିଧି
ଭାରତ ସରକାର ଚାଇଲ୍ଡ ଲାଇନ କୁ ଚାଇଲ୍ଡ ରାଇଟ କନଭେନସନର Child Rights Convention ରୂପେ ପ୍ରସ୍ତୁତ କରିଛନ୍ତି ପିଲା ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଏନଜିଓ ମାନଙ୍କ ସହ ଆବଶ୍ୟକତା ଥିବା ପିଲା ମାନଙ୍କୁ ଯ଼ୋଡିବା ପାଇଁ ଏକ ଏକକ ଝରକା ବୋଲି ଚାଇଲ୍ଜ ଲାଇନକୁ ଦେଖା ଯ଼ାଏ । ଦେଖାଶୁଣା ଓ ସଂରକ୍ଷଣ ଆବଶ୍ୟକ କରୁଥିବା ପିଲା ମାନେ ଏହାକୁ ଜାଣିବାକୁ ଚାଇଲ୍ଡ ଲାଇନ ସୁନିଶ୍ଚିତ କରିବାକୁ କାମ କରେ । ପିଲା ମାନଙ୍କର ମିତ୍ର ସେବା ପାଇବା, ଯ଼େତେବେଳେ ସେମାନେ ଚାହିଁବେ ଏହି ସେବା ତାଙ୍କୁ ଉପଲବ୍ଧ ହେବା ତଥା ସେମାନଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିଜେ ନିଷ୍ପତ୍ତି ଗ୍ରହଣକୁ ସୁନିଶ୍ଚିତ କରିବାକୁ ଚାଇଲ୍ଡ ଲାଇନ କାମ କରେ ।
ରାସ୍ତାରେ ରହୁଥିବା ପିଲା ମାନଙ୍କ ପାଇଁ ଦେଶର ପ୍ରଥମ ଟୋଲ ଫ୍ରି ନମ୍ବର ନ୍ଯାସନାଲ ଚାଇଲ୍ଡ ପ୍ରୋଟେକ୍ସନ ସେବାରେ ପରିଣତ ହୋଇଛି ଏହା 291 ସହରରେ କାମ କରୁଛି। ସମ୍ପୂର୍ଣ୍ଣ ଦେଶରୁ ଅସୁବିଧାରେ ଥିବା ପିଲା ମାନଙ୍କ ପାଇଁ ଧ୍ୟାନ ଦେବା ତଥା ସଂରକ୍ଷଣ ପାଇଁ 17 ବର୍ଷ ଧରି ମାର୍ଚ୍ଚ 2013 ପର୍ଯ୍ୟନ୍ତ ଚାଇଲ୍ଡ ଲାଇନ ପାଖକୁ ଅସଂଖ୍ୟା ଫୋନ କଲ ଆସିଛି ।
ଆଧାର - ଚାଇଲ୍ଡ ଲାଇନ
Last Modified : 6/23/2020