ଓଡିଶାର ତାପମାତ୍ରା ଗତ ଚାରି ଦଶନ୍ଧି ମଧ୍ୟରେ ଉଦ୍ ବେଗଜନକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ଏହା ଅସ୍ଵାଭାବିକ ପାଣିପାଗ, ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ବୃଦ୍ଧିର କାରଣ ହୋଇଛି । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଗତ ୧୫ ବର୍ଷ ମଧ୍ୟରେ ୮ ଡିଗ୍ରୀ ସେଲସିୟସ ବଢିଥିବାବେଳେ ଓ ପ୍ରତିବର୍ଷ ୦.୫ ହାରରେ ବଢିଚାଲିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୮ ଥର ବନ୍ୟା, ୧୯ ଥର ମରୁଡି ଓ ୭ ଥର ବାତ୍ୟା ହୋଇଛି । ବିଶେଷ କରି ଗତ ୧୮ ବର୍ଷ ମଧ୍ୟରେ ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ୧୨ ଥର ବନ୍ୟା, ୫ ଥର ମରୁଡି ଓ ମହାବାତ୍ୟା ଭଳି ଭୟଙ୍କର ଦୁର୍ଦ୍ଦିନର ଶିକାର ହୋଇଛନ୍ତି ରାଜ୍ୟବାସୀ । ସେଭଳି ବୃଷ୍ଟିପାତ ମଧ୍ୟ ଅନିୟମିତ ହୋଇପଡିଛି । ଚଳିତ ବର୍ଷ ଏହାର ପରିମାଣ ଅଧିକ ହେଉଥିଲେ ବି ସମବଣ୍ଟନ ଅଭାବରୁ ଏହା ଲାଭଦାୟକ ହେବା ପରିବର୍ତ୍ତେ ଅଧିକ କ୍ଷତିକାରକ ସାବ୍ୟସ୍ତ ହେଉଛି । ସମୁଦ୍ର ଉପକୂଳକୁ ଦଖଲ କରିଯାଉଛି ତ ମୃତ୍ତିକା କ୍ଷୟ ବଢିଚାଲିଛି । ବିପରୀତ ଜଳବାୟୁ ହିଁ ଏସବୁର କାରଣ ବୋଲି କୁହାଯାଉଛି । ତେବେ ଏହାର ପ୍ରତିକାର କେବଳ ସରକାରୀ ନିୟମ କାନୁନ୍ ନୁହେଁ, ମାନବୀୟ ବିଚାରାଧାରାରେ ପରିବର୍ତ୍ତନ ଓ ସଚେତନତା ଦ୍ଵାରା ସମ୍ଭବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ପରିବେଶ ସମ୍ପର୍କିତ ନୀତି ନିୟମର ସଠିକ୍ କାର୍ଯ୍ୟକାରିତା ସହ କୌଣସି ବିକାଶ ଯୋଜନାର କାର୍ଯ୍ୟକାରିତା ପୂର୍ବରୁ ପରିବେଶ ପ୍ରତି ଧ୍ୟାନ ଦିଆନଗଲେ ଜଳବାୟୁ ପରିବର୍ତ୍ତନ ଜନିତ ବିପତ୍ତିରୁ ନିସ୍ତାର ମିଳିବ ଏବଂ ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରାଯାଇ ପାରିବ ବୋଲି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କାର୍ମଶାଳାରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।
ମାଂସାହାରୀମାନେ ଯଦି ଶାକାହାରୀ ହୋଇଯାଆନ୍ତି ତେବେ ବିଶ୍ଵରେ ବୃଦ୍ଧିପାଉଥିବା ତାପମାତ୍ରା ଅନେକାଂଶରେ ହ୍ରାସ ପାଇପାରନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗବେଷଣାରୁ ଜଣାପଡିଛି ଯେ ଶାକାହାରୀ ବ୍ୟକ୍ତି ନିଜର ଜୀବନକାଳ ଭିତରେ ଯେତିକି ପରିମାଣର ତାପବୃଦ୍ଧିକାରୀ ଗ୍ୟାସ ସୃଷ୍ଟିରେ ସହାୟକ ହୋଇଥାଏ, ମାଂସାହାରୀ ବ୍ୟକ୍ତିଟିଏ ତା’ର ଦୁଇଗୁଣ ଉତ୍ତାପବୃଦ୍ଧି କରିଥାନ୍ତି । ଗୋଟିଏ ମଧ୍ୟମ ଧରଣର କାରକୁ ପ୍ରାୟ ୪୭୫୮ କିଲୋମିଟର ଚଳାଇଲେ ଯେତିକି ଅଙ୍ଗାରକାମ୍ଳ ସୃଷ୍ଟିହେବ ଜଣେ ମାଂସାହାରୀ ବ୍ୟକ୍ତି ବର୍ଷକୁ ସେତିକି ପରିମାଣର ତାପମାତ୍ରା ବୃଦ୍ଧିକାରୀ ଗ୍ୟାସ ସୃଷ୍ଟି କରିବାରେ ସହାୟତା ପ୍ରଦାନ କରିଥାଆନ୍ତି । ଏହି ଅବସ୍ଥାରେ ଜଣେ ଶାକାହାରୀ ବର୍ଷକ ମଧ୍ୟରେ ସେହି କାରଟି ୨୪୨୭ କିଲୋମିଟର ଗତିକଲେ ଯେତିକି ଅଙ୍ଗାରକାମ୍ଳ ସୃଷ୍ଟି ହୋଇଥାଏ, ସମପରିମାଣର ତାପମାତ୍ରା ବୃଦ୍ଧିକାରୀ ଗ୍ୟାସ ସୃଷ୍ଟି କରିଥାଏ ।
ମଦୁରାଇ – ମଦୁରାଇ କାମରାଜ ବିଶ୍ଵବିଦ୍ୟାଳୟର ପ୍ରୟୋଗ ସଫଳ ରହିଛି । ରାସ୍ତାର ଦୁଇପାର୍ଶ୍ଵରେ ଲଗାଯାଇଥିବା ବୃକ୍ଷର ମୂଲ୍ୟର ୨୦୨୦କୁ ସମ୍ପୂର୍ଣ୍ଣ ବଦଳି ଯାଇଥିବ । ବିଶ୍ଵବିଦ୍ୟାଳୟ ଜୈବଶକ୍ତି ବିଭାଗ ଓ ସେଣ୍ଟର ଫରଇଓଡାଇ ଭରସିଟି ଫରେଷ୍ଟ ଷ୍ଟଡିଜ୍ ଏବେ ଏଭଳି ବୃକ୍ଷ ପ୍ରସ୍ତୁତ କରୁଛନ୍ତି, ଯାହାକି ବିଶ୍ଵ ତାପମାତ୍ରା ବୃଦ୍ଧି ହେୟାସ କରିବାରେ ସହାୟକ ହୋଇପାରିବ । ଏହି ବୃକ୍ଷ ବିଶେଷମାତ୍ରାରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସକୁ ଶୋଷଣ କରିବ । ଏହି ବୃକ୍ଷର ପତ୍ର ସାଗୁଆ ନଥିଲେ ମଧ୍ୟ ସାଧାରଣ ବୃକ୍ଷ ଭଳି ଏହା ଦେଖିବାକୁ ମିଳିବ । ଗୋଟିଏ ସାଧାରଣ ବୃକ୍ଷ ବାୟୁମଣ୍ଡଳରୁ ଯେତିକି ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ଶୋଷି ଥାଏ, ସେ ତୁଳନାରେ ଏହି ରୋବୋର୍ଟ ବୃକ୍ଷ ଏକ ହଜାର ଗୁଣ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରିବ । ଅର୍ଥାତ୍ ଗୋଟିଏ ରୋବୋର୍ଟ ବୃକ୍ଷ ବାର୍ଷିକ ଏକ ହଜାର ଟନ କାର୍ବନ ଡାଇଆକସାଇଡ ବାୟୁମଣ୍ଡଳରୁ ଶୋଷଣ କରିପାରିବ ବୋଲି ବିଶ୍ଵବିଦ୍ୟାଳୟ ଛାତ୍ର ସୂଚନା ଦେଇଛନ୍ତି । ଏହି କୃତ୍ରିମ ବୃକ୍ଷରେ ରହିଛି ବୃହତ ସୋଲାର ପ୍ୟାନେଲର ପତ୍ର । ଏହା ପ୍ଲାଷ୍ଟିକ ଖୁଣ୍ଟ ଜରିଆରେ ଗଛ ଭଳି ଲାଗିଥିବ । ଗୋଟିଏ ପରେ ଗୋଟିଏ ପକ୍ଷକୁ ଏଥିରେ ଖଞ୍ଜାଯାଇଥିବ । ଖୁଣ୍ଟର ଭିନ୍ନ ଭିନ୍ନ ପାର୍ଶ୍ଵରେ ରହିଥିବା କ୍ଷୁଦ୍ର କ୍ଷୁଦ୍ର କଣା ପବନରୁ ଅଙ୍ଗାରକାମ୍ଳ ଗ୍ୟାସ ଛିଦ୍ର ଭିତରକୁ ଆସିବା ପରେ ତାହା ଭିତରେ ଥିବା କ୍ୟାଲସିୟମ ଅକ୍ସାଇଡ ଜରିଆରେ ମିଶ୍ରିତ ହେବ । ଏହି ସିଓ-୨କୁ ମଧ୍ୟ ବିଜୁଳି ଶକ୍ତିରେ ରୂପାନ୍ତରିତ କରିହେବ । ବିଭାଗୀୟ ପ୍ରଫେସର କେ.ମୃଥ୍ୟୁଚେଦିଆଁଙ୍କ କହିବାନୁଯାୟୀ, ଏହା ଗ୍ଲୋବାଲ ୱାର୍ମିଂ ଭଳି ଗୁରୁତର ସମସ୍ୟାର ସମାଧାନ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।
ଆଧାର – ବିଜ୍ଞାନ ଓ ପରିବେଶ ବିକାଶ ସମିତି
Last Modified : 1/26/2020