অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଗ ଓ ଜଳବାୟୁ (ପବନର ବେଗ ଓ ପ୍ରଭାବ ଏବଂ ଆର୍ଦ୍ରତା)

ପାଗ ଓ ଜଳବାୟୁ (ପବନର ବେଗ ଓ ପ୍ରଭାବ ଏବଂ ଆର୍ଦ୍ରତା)

ପବନର ବେଗ ଓ  ପ୍ରଭାବ

ପବନ  ପାଇଁ  ମରୁତ , ମଳୟ , ସମୀରଣ, ବାତ, ବତାସ  ଇତ୍ୟାଦି   ଶବ୍ଦ  ବ୍ୟବହାର  କରାଯାଇଥାଏ  । ଏହି  ଶବ୍ଦଗୁଡିକ  ଗୁଣାତ୍ମକ  ଶବ୍ଦ । ଏହି  ଶବ୍ଦ  ଗୁଡିକରୁ  ପବନର  ବେଗ  ଓ  ପ୍ରଭାବ  ବିଷୟରେ   ସଠିକ ଧାରଣା  ସୃଷ୍ଟି   ହୋଇପାରେ  ନାହିଁ   । ଏହାକୁ  ପରିମାଣାତ୍ମକ  କରିବା  ପାଇଁ  ସାର୍  ଫ୍ରାନସିସ୍ ବୟଫର୍ଟ  ନାମକ  ଜଣେ   ବ୍ରିଟିଶ  ନୌ – ସେନାଧ୍ୟକ୍ଷ  ଏକକ   ମାପାରା  ବ୍ୟବାହର  କରିବା  ପ୍ରବର୍ତ୍ତନ  କଲେ   । ଏହି  ଏକକକୁ  ବୟଫର୍ଟ  ଏକକ  କୁହାଯାଏ   । ସାରଣୀ – ରେ  ବୟଫର୍ଟ   ଏକକ, ପବନର  ବେଗ  ଏବଂ  ଏହାର  ସୂଚିତ  କରାଯାଇଛି   ।

ପବନ  ହେତୁ  ବାୟୁ  ଚାପ ଓ  ତାପମାନ  ତାରତମ୍ୟ  ହ୍ରାସ  ପାଏ, ସୌରତାପ  ପରିବାହିତ  ହୋଇଯାଉଥିବାରୁ  ଉତ୍ତାପକୁ  ପ୍ରଭାବ  ଅନୁଭୂତ  ହୁଏ  ନାହିଁ   । ବାୟୁମଣ୍ଡଳ  ତାପମାନ  ସମାନ  ଥିଲେ  ସୁଦ୍ଧା ପବନ  ବହୁ  ନଥିଲେ  ଖରା  ଓ  ତାପମାନ   ସାହି  ହୁଏନାହିଁ   । ଦେହରୁ  ବହୁତ  ଝାଳ  ବାହାରେ   । ଦେହ  ଗମଗମିଆ  ଲାଗେ   । ପବନ  ହେତୁ  ଅଙ୍ଗାରକାମ୍ଳ  ଗ୍ୟାସ  ସହଜରେ  ଅପସରି  ଯାଏ  ଏବଂ  ଗଛ ପାତ୍ର  ସହଜରେ  ଅମ୍ଳଜାନ  ଗ୍ୟାସ  ବହୁତ  ପରିମାଣରେ ବ୍ୟବହାର  କରିପାରନ୍ତି   । ଶ୍ଵେତସାର  ସଂଶ୍ଳେଷଣ ପରିମାଣ  ବୃଦ୍ଧିପାଏ   ।

ଓଡିଶାରେ  ଆଷାଢ , ଶ୍ରାବଣ , ଭାଦ୍ରବ ଓ  ଆଶ୍ଵିନ  ମାସରେ   ପବନର  ବେଗ   ଖୁବ୍  କମ୍  ଥାଏ   । କାର୍ତ୍ତିକ , ମାର୍ଗଶିର   ମାସରେ  ବର୍ଷେ  ବର୍ଷେ  ଝଡ ଓ  ବାତ୍ୟା  ହୁଏ   । ନଚେତ  ଆକାଶ  ପ୍ରାୟ  ସ୍ଥିର  ଥାଏ   । ମାର୍ଗଶିର  ଓ  ପୌଷ  ମାସରେ  ପୂର୍ବ  ଦିଗରୁ  ଧୀର   ପବନ  ବହେ   । ମାଘ  ମାସ  ଶେଷଋ  ଦକ୍ଷିଣ  ପୂର୍ବ  ଦିଗରୁ  ପବନ  ବହିବା  ଆରମ୍ଭ  କରେ   । ଚୈତ୍ର , ବୈଶାଖ  ଜ୍ୟୋଷ୍ଠ ମାସରେ  ପ୍ରଚଣ୍ଡ  ଖରା  ସହିତ  ଦକ୍ଷିଣ  ଓ  ଦକ୍ଷିଣ  ପୂର୍ବରୁ  ଖୁବ୍ ଜୋରରେ  ଝାଞ୍ଜି  ପବନ  ବହେ   । ମୌସୁମୀ  ବୃଷ୍ଟି  ଆରମ୍ଭ  ହୋଇଗଲେ  ପବନର  ବେଗ  ହ୍ରାସ  ପାଏ   ।

ଚୈତ୍ର  ମାସରେ  ବେଳେବେଳେ  ଘୂର୍ଣ୍ଣିବାତ୍ୟା  ହୋଇ  ଅନେକ  ଧାନ  ଜୀବନ  ନଷ୍ଟ  କରେ   ।

ଆର୍ଦ୍ରତା

ବାୟୁ  ମଣ୍ଡଳରେ  ଜଳୀୟ  ବାଷ୍ପ  ପରିମାଣକୁ  ଆର୍ଦ୍ରତା   କୁହାଯାଏ  । ଶୁଖିଲା  ପାଗ , ଓଦା  ପାଗ , ଗମଗମିଆ  ପାଗ  ଇତ୍ୟାଦି  ଆର୍ଦ୍ରତାର  ପ୍ରକାଶକ   । ବାୟୁ  ମଣ୍ଡଳର  ଜଳଧାରଣ  ଶକ୍ତି  ତାପମାନ   ଉପରେ  ନିର୍ଭର  କରେ   । ତାପମାନ  ବୃଦ୍ଧି  ପାଇଲେ  ବାୟୁମଣ୍ଡଳର   ଜଳୀୟ  ବାଷ୍ପ  ଧାରଣ  ଶକ୍ତି  ବୃଦ୍ଧିପାଏ  । ଗ୍ରୀଷ୍ମଦିନେ  ବାୟୁମଣ୍ଡଳର  ହାରାହାରି  ତାପମାନ  ଶୀତ  ଦିନର  ତାପମାନଠାରୁ  ବେଶୀ  ଗ୍ରୀଷ୍ମଦିନେ  ବାୟୁମଣ୍ଡଳରେ  ଶୀତ  ଦିନ  ଅପେକ୍ଷା   ବେଶୀ  ଜଳୀୟ   ଅଂଶ  ଥାଏ , ଏହି  ଗ୍ରୀଷ୍ମ ଦିନରେ  ବାୟୁ  ମଣ୍ଡଳର  ବୃଷ୍ଟିକାରୀ  ଶକ୍ତି  ଶୀତ  ଦିନଠାରୁ   ବେଶୀ   । କୌଣସି  ନିର୍ଦ୍ଧିଷ୍ଟ   ତାପମାନରେ  ବାୟୁମଣ୍ଡଳରେ  ଜଳୀୟ  ବାଷ୍ପର   ପରିମାଣ  ୧୦୦ ଭାଗ  ହେଲେ  ବାୟୁ  ଜଳକଣାରେ   ପରିପ୍ଳୁକ୍ତ  ବୋଲି  କୁହାଯାଏ   । ଏକ  ନିର୍ଦ୍ଧିଷ୍ଟ  ତାପମାନ  ଓ  ଚାପରେ  ବାୟୁମଣ୍ଡଳରେ  ଥିବା ଜଳୀୟ  ବାଷ୍ପର  ପ୍ରକୃତ  ପରିମାଣ  ଏବଂ  ପରିପ୍ଳୁକ୍ତ  ଅବସ୍ଥା  ଲାଗି  ଦରକାର  ସର୍ବୋଚ୍ଚ  ଜଳୀୟ  ବାଷ୍ପ   ପରିମାଣ  ଅନୁପାତକୁ  ଆପେକ୍ଷିକ  ଆର୍ଦ୍ରତା   କୁହାଯାଏ  ।

ଆପେକ୍ଷିକ  ଆର୍ଦ୍ରତା =   ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ / ଏହି ତାପମାନ ପରିପୁକ୍ତ ଲାଗି ଦରକାର * ୧୦୦

ଜଳୀୟବାଷ୍ପ   ପରିମାଣ  ଆପେକ୍ଷିକ  ଆର୍ଦ୍ରତା  ଶତକଡା  ଭାଗ  ହିସାବରେ  ପ୍ରକାଶ  କରାଯାଏ   । ଜଳୀୟବାଷ୍ପ  ପରିମାଣ , ଚାପ ବା  ତାପମାନ  ବଦଳିଲେ  ଆର୍ଦ୍ରତା   ବଦଳି   ଥାଏ   ।

ଓଡିଶାରେ  ହାରାହାରି  ଆପେକ୍ଷିକ  ଆର୍ଦ୍ରତା  ଶତକଡା  ୫୭ – ୮୫ ଭାଗ  ମଧ୍ୟରେ  ରହେ   । ସର୍ବନିମ୍ନ  ଆପେକ୍ଷିକ  ଆର୍ଦ୍ରତା  (୪୯%) ଚୈତ୍ର  (ମାର୍ଚ୍ଚ) ମାସରେ  ରହେ  ।  କ୍ରମେ  ଆପେକ୍ଷିକ  ଆର୍ଦ୍ରତା  ବୃଦ୍ଧିପାଇ  ଆଷାଢ  ଓ  ଶ୍ରାବଣ  ମାସରେ  ହାରାହାରି   ୮୭ ଭାଗ  ହୁଏ   ।

ଅନେକ  ଅଞ୍ଚଳରେ  ଆପେକ୍ଷିକ  ଆର୍ଦ୍ରତା  ଶତକଡା  ୯୫ – ୯୭  ଭାଗ  ପର୍ଯ୍ୟନ୍ତ  ବୃଦ୍ଧିପାଏ   । ସମୁଦ୍ର  କୂଳବର୍ତ୍ତୀ  ଅଞ୍ଚଳରେ  ଶୀତଦିନେ  ଓ  ବର୍ଷାଦିନେ  ଆର୍ଦ୍ରତା   ମଧ୍ୟରେ  ବେଶୀ  ତାରତମ୍ୟ  ଦେଖାଯାଏ  ନାହିଁ   । ସର୍ବନିମ୍ନ  ଆପେକ୍ଷିକ  ଆର୍ଦ୍ରତା  ୭୦ ଓ  ସର୍ବୋଚ୍ଚ  ଆପେକ୍ଷିକ  ଆର୍ଦ୍ରତା  ୮୫ ଭାଗ  ହୋଇଥାଏ,  କିନ୍ତୁ  ଆଭ୍ୟନ୍ତରୀଣ  ଜିଲ୍ଲାମାନଙ୍କର  ସର୍ବନିମ୍ନ  ଆର୍ଦ୍ରତାକୁ  ୩୬ – ୫୦ % ଏବଂ  ସର୍ବୋଚ୍ଚ  ଆର୍ଦ୍ରତା  ୮୦ – ୯୫ ଭାଗ  ହୋଇଥାଏ  । କିନ୍ତୁ  ଆଷାଢ  ଓ  ଶ୍ରାବଣ  ମାସରେ  ଉପକୂଳ  ଏବଂ  ଆଭ୍ୟନ୍ତରୀଣ  ଅଞ୍ଚଳ  ମଧ୍ୟରେ  ଆପେକ୍ଷିକ  ଆର୍ଦ୍ରତାରେ  ବିଶେଷ  ତାରତମ୍ୟ   ଦେଖାଯାଏ  ନାହିଁ   । ଏପରିକି   ସକାଳ  ଓ  ସନ୍ଧ୍ୟାବେଳରେ  ଆପେକ୍ଷିକ  ଆର୍ଦ୍ରତା  ମଧ୍ୟରେ  ତଫାତ  ବେଶୀ  ନଥାଏ   । ଏହି  ସମୟରେ ତାପମାନ  ବାୟୁ  ଚାପ  ପ୍ରାୟ  ସମାନ  ଥାଏ   । ସାରଣୀ  (୪) ରେ  ବିଭିନ୍ନ  ମାସରେ  ଓଡିଶାର  ହାରାହାରି  ଆର୍ଦ୍ରତା  ଭାଗ  ଦର୍ଶାଯାଇଛି    ।

ବାୟୁମଣ୍ଡଳରେ  ଆର୍ଦ୍ରତା  ମାପିବା  ଯନ୍ତ୍ରକୁ  ସାଇକ୍ରୋମିଟର   କୁହାଯାଏ   । ଏଥିରେ  ଆର୍ଦ୍ର  ଏବଂ  ଶୁଷ୍କ   ଥର୍ମୋମିଟର  ଥାଏ   । ଆର୍ଦ୍ର  ଥର୍ମୋମିଟରଋ  ତାପମାନ  ହ୍ରାସ  ପରିମାଣ  ବାୟୁମଣ୍ଡଳର  ଆର୍ଦ୍ରତା  ଉପରେ  ନିର୍ଭର  କରେ   । ବାୟୁମଣ୍ଡଳରେ  ଜଳକଣା  କମ୍  ଥିଲେ  ଆର୍ଦ୍ର  ଥର୍ମୋମିଟରର  ତାପମାନ  ବେଶୀ  ହ୍ରାସ  ପାଏ   । ବାୟୁମଣ୍ଡଳ  ପରିପ୍ଳୁକ୍ତ  ହେଲେ  ବାଷ୍ପୀଭବନ  ହୁଏ  ନାହିଁ   । ଏଣୁ  ଆର୍ଦ୍ର  ଥର୍ମୋମିଟର  ତାପମାନ  ହ୍ରାସ ପାଏନାହିଁ   । ଶୁଷ୍କ  ଓ  ଆର୍ଦ୍ର  ଥର୍ମୋମିଟର  ତାପମାନ  ସମାନ  ରହିଲେ   ବାୟୁମଣ୍ଡଳ   ଜଳକଣାରେ  ପରିପ୍ଳୁକ୍ତ  ବୋଲି  ଜଣାପଡେ   ।   ଦୁଇ  ଥର୍ମୋମିଟର  ତାପମାନର  ପାର୍ଥକ୍ୟ  ବେଶି   ହେଲେ  ବାଯୁମଣ୍ଡଳର  ଶୁଷ୍କତା  ବେଶି  ବୋଲି  ଜଣାଯାଏ   । ଦୁଇ  ଥର୍ମୋମିଟର  ତାପମାନର  ପାର୍ଥକ୍ୟରୁ  ଆର୍ଦ୍ରତା  ହିସାବ   କରାଯାଇଥାଏ   । ଏଥିଲାଗି  ସ୍ଵତନ୍ତ୍ର   ଭାବେ  ପ୍ରସ୍ତୁତ   ହିସାବ   ସାରଣୀ  ବ୍ୟବହାର   କରାଯାଇଥାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 4/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate