ଜଳର ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାକୁ ରୂପାନ୍ତରିଣ ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ । ବାଯୁମଣ୍ଡଳରେ ଭାସି ବୁଲୁଥିବା ଜଳକଣା ଗୁଡିକ ବାଷ୍ପୀଭବନ ପ୍ରକ୍ରିୟାର ଫଳ । ବାୟୁ ମଣ୍ଡଳର ଆପେକ୍ଷିକ ଆର୍ଦ୍ରତା ତାପମାନ , ଓ ବାୟୁବେଗ ଉପରେ ବାଷ୍ପୀଭବନ ପରିମାଣ ଓ ମାତ୍ରା ନିର୍ଭର କରିଥାଏ । ତାପମାନ ଓ ବାୟୁବେଗ ଅଧିକ ହେଲେ ବାଷ୍ପୀଭବନ ବୃଦ୍ଧି ପାଇଥାଏ । ବାଯୁମଣ୍ଡଳ ଜଳୀୟ ବାଷ୍ପରେ ପରିପ୍ଳୁକ୍ତ ହେଲେ କିମ୍ବା ତାପମାନ କମିଗଲେ ବାଷ୍ପୀଭବନ ପରିମାଣ ହ୍ରାସ ପାଇଥାଏ । ବାୟୁ ସ୍ତରର ମନ୍ଥନ ବୃଦ୍ଧି ପାଇଲେ ବାଷ୍ପୀଭବନ ମଧ୍ୟ ବୃଦ୍ଧି ପାଇଥାଏ । ଏହି କାରଣରୁ ସମୁଦ୍ରରୁ ଶୀତଦିନେ ଗ୍ରୀଷ୍ମ ଦିନ ଅପେକ୍ଷା ବେଶି ବାଷ୍ପୀଭବନ ହୋଇଥାଏ । ଜଳଭାଗରୁ ବାଷ୍ପୀଭବନ ପରିମାଣ ସ୍ଥଳ ଭାଗରୁ ବାଷ୍ପୀଭବନ ପରିମାଣଠାରୁ ଖୁବ୍ ବେଶି । ଉତ୍ତର ଗୋଲାର୍ଦ୍ଧରେ ଜଳଭାଗ ପରିମାଣ ସ୍ଥଳଭାଗ ତୁଳନାରେ କମ୍ । ଏଣୁ ଉତ୍ତର ଗୋଲାର୍ଦ୍ଧରେ ବାର୍ଷିକ ବାଷ୍ପୀଭବନ ପରିମାଣ ୯୪୪ ମିଲିମିଟର । କିନ୍ତୁ ଦକ୍ଷିଣ ଗୋଲାର୍ଦ୍ଧରେ ଜଳଭାଗ ପରିମାଣ ବହୁତ ହୋଇଥିବାରୁ ବାର୍ଷିକ ବାଷ୍ପୀଭବନ ପରିମାଣ ୧୦୦୪ ମିଲିମିଟର ଅଟେ ।
ବାଷ୍ପୀଭବନ ଲାଗି ଶକ୍ତି ଆବଶ୍ୟକ । ଏକ ଗ୍ରାମ ଜଳ ବାଷ୍ପୀଭବନ ପାଇଁ ପ୍ରାୟ ୫୯୦ କିଲୋକାଲୋରୀ ଶକ୍ତି ଆବଶ୍ୟକ ହୋଇଥାଏ , ବାଷ୍ପୀଭବନ , ପରିମାଣ ପାଗ ଉପାଦାନ ଉପରେ ନିର୍ଭର କରେ । ଏମାନଙ୍କ ମଧ୍ୟରେ ସମ୍ବନ୍ଧ ନିମ୍ନମତେ ପ୍ରକାଶ କରାଯାଇପାରେ ।
ବାଷ୍ପୀଭବନ ପରିମାଣ = ୧.୪୭୫ – ୦.୦୧୮୬ ହାରାହାରି ବାୟୁଚାପ (B)
(ସେ.ମି.) (E) ୦.୪୪ +୦.୧୧୮ ବାୟୁବେଗ (W) ବାଷ୍ପୀୟ
ଚାପକୁ - ଶିଶିରାଙ୍କ ବାଷ୍ପୀରୂପ
E = ବାଷ୍ପୀଭବନ (ସେ.ମି.)
B = ହାରାହାରି ବାୟୁଚାପ
W = ବାୟୁର ଦୈନିକ ହାରାହାରି ବେଗ ( ଘଣ୍ଟାପ୍ରତି କି.ମି.)
Es = ବାଷ୍ପୀୟ ଚାପ , ed = ଶିଶିରାଙ୍କ ବାଷ୍ପୀୟ ଚାପ ।
କେବଳ ତାପମାନର ହିସାବକୁ ମଧ୍ୟ କୌଣସି ସ୍ଥାନର ସର୍ବୋଚ୍ଚ ବାଷ୍ପୀଭବନ ପରିମାଣ ହିସାବ କରାଯାଇପାରେ । ଏହି ଅନୁସାରେ ଓଡିଶାରେ ବର୍ଷକୁ ୧୮୨ ସେ.ମି.ଜଳ ବାଷ୍ପୀଭୂତ ହୋଇଥାଏ । ବିଭିନ୍ନ ଜିଲ୍ଲାରେ ବାଷ୍ପୀୟଭବନ ପରିମାଣ ସାରଣୀ (୫) ରେ ଦିଆଗଲା ।
ଏହି ପରିମାଣ କେବଳ ତାପମାନ ଅନୁସାରେ ହିସାବ କରାଯାଉଥିବାରୁ ପ୍ରକୃତ ବାଷ୍ପୀଭବନ ପରିମାଣଠାରୁ ଖୁବ୍ ବେଶି ଅଟେ । ବାଷ୍ପୀଭବନ କୁଣ୍ଡରୁ ମପାଯାଉଥିବା ପରିମାଣ ଅନୁସାରେ ଓଡିଶାରେ ବାର୍ଷିକ ବାଷ୍ପୀଭବନ ପରିମାଣ ପ୍ରାୟ ୧୭୧ ସେ.ମି । ବର୍ଷାଦିନେ ତାପମାନ ବେଶି ଥିଲେ ମଧ୍ୟ ବାଯୁମଣ୍ଡଳ ସମ୍ପୂର୍ଣ୍ଣ ଆର୍ଦ୍ର ରହୁଥିବାରୁ ବାଷ୍ପୀଭବନ ପରିମାଣ ଖୁବ୍ କମ୍ । ଏହି ତିନି ମାସରେ ଦୈନିକ ବାଷ୍ପୀଭବନ ମାତ୍ର ୨.୮୩ ମିଲି ମିଟର । ଚୈତ୍ର , ବୈଶାଖ , ଜ୍ୟୋଷ୍ଠ ମାସରେ ଏହି ପରିମାଣ ଖୁବ୍ ବେଶି ଓ ଦୈନିକ ପ୍ରାୟ ୮.୨୫ ମିଲିମିଟର ହୋଇଥାଏ ।
ତାପମାନ ହ୍ରାସ ପାଇଲେ ବାୟୁମଣ୍ଡଳର ଜଳଧାରଣ ଶକ୍ତି ହ୍ରାସ ପାଏ । ତାପମାନ ନିର୍ଦ୍ଧିଷ୍ଟ ମୂଲ୍ୟରୁ କମ୍ ହୋଇଗଲେ ଘନିକରଣ ସୃଷ୍ଟି ହୁଏ । ଏହି ନିର୍ଦ୍ଧିଷ୍ଟ ତାପମାନଙ୍କୁ ଶିଶିରାଙ୍କ କୁହାଯାଏ । ଶିଶିରାଙ୍କ ଆପେକ୍ଷିକ ଆର୍ଦ୍ରତା ଉପରେ ନିର୍ଭର କରେ । ଆପେକ୍ଷିକ ଆର୍ଦ୍ରତା ବଢିଯାଇ ପରିପ୍ଳୁକ୍ତ ଅବସ୍ଥାରେ ପହଞ୍ଚିଲେ ସାମାନ୍ୟ ତାପମାନ ହ୍ରାସ ଦ୍ଵାରା ଶିଶିରାଙ୍କ ଆସିଥାଏ ଏବଂ ଘନିକରଣ ସୃଷ୍ଟି ହୁଏ ।
କୁହୁଡି , କାକର , ବରଫ ଓ ମେଘ ଘନିକରଣ ପ୍ରଣାଳୀର ଫଳ । ମେଘମୁକ୍ତ ନିର୍ମଳ ଆକାଶ , ବଡ ରାତି , ପବନର ଗତି ସ୍ଥିର ଓ ବାଯୁମଣ୍ଡଳର ଆର୍ଦ୍ରତା ସାମାନ୍ୟ ବେଶି ହେଲେ କୁହୁଡି ସୃଷ୍ଟି ହୁଏ । ଶୀତଦିନେ ରାତି ବଡ , ବାଯୁମଣ୍ଡଳ ସ୍ଥିର ଆକାଶ ନିର୍ମଳ ଓ ତାପମାନ କମ୍ ଏବଂ ଏହି ତାପମାନ ଦୃଷ୍ଟିରୁ ସାମାନ୍ୟ ମାତ୍ରାରେ ବେଶି ଜଳକଣା ରହୁଥିବାରୁ କୁହୁଡି ଦେଖାଯାଏ । କୁହୁଡି ଖୁବ୍ ଅଳ୍ପ ପରିମାଣରେ ଫସଲକୁ ସାହାଯ୍ୟ କରେ ।
କୁହୁଡି ଓ କାକର ସୃଷ୍ଟିଲାଗି ବାଯୁମଣ୍ଡଳର ଅବସ୍ଥା ଊଣା ଅଧିକେ ସମାନ । ଭୂପୃଷ୍ଠ ନିକଟସ୍ଥ ନିର୍ମଳ ବାଯୁମଣ୍ଡଳରୁ ଘନୀଭୂତ ହୋଇଥିବା ଜଳକଣାଗୁଡିକ ନୌଶ ବିକିରଣ ଦ୍ଵାରା ଶୀତଳ ହେଉଥିବା ବସ୍ତୁଗୁଡିକ ଉପରେ ପଡିଲେ ସେଗୁଡିକୁ କାକର କୁହାଯାଏ । ଯେଉଁ ଦିନ ସକାଳେ କୁହୁଡି ହୋଇଥାଏ । ସେ ଦିନ କାକର ମଧ୍ୟ ପଡିଥାଏ । ଓଡିଶାରେ କାର୍ତ୍ତିକ , ମାର୍ଗଶିର ଓ ପୌଷ ମାସରେ ବେଶି ଓ ମାଘ ଓ ଫାଲ୍ଗୁନ ଖୁବ୍ କମ୍ କାକର ପଡେ , ଅନ୍ୟ ମାସ ଗୁଡିକରେ କାକର ପଡେ ନାହିଁ । ଓଡିଶାରେ ମୋଟ ୧୯ – ୨୦ ମିଲିମିଟର କାକର ଏହି ମାସଗୁଡିକରେ ପଡୁଥିବା ହିସାବରୁ ଜଣାପଡେ ।
ମେଘ ଓ ଘନିକରଣ ପ୍ରକ୍ରିୟାର ଫଳ । ବାଯୁମଣ୍ଡଳର ତାପମାନ ଶିଶିରାଙ୍କ ତଳକୁ ଖସି ଆସିଲେ ଏବଂ ଜଳୀୟ ବାଷ୍ପ ଘନୀଭୂତ ହୋଇ ଆକାଶରେ ଘୁରି ବୁଲିଲେ ମେଘ ସୃଷ୍ଟିହୁଏ । ବୃଷ୍ଟି ପରିମାଣ ମାପ ଯନ୍ତ୍ରକୁ ଇଂରାଜୀରେ ରେନ୍ ଗଜ୍ କୁହାଯାଏ । ପରିମାଣକୁ ଏକର ଇଞ୍ଚ ବା ହେକ୍ଟର ସେଣ୍ଟିମିଟର ବା ହେକ୍ଟର ମିଟର ରୂପେ ପ୍ରକାଶ କରାଯାଏ । ଏକ ଏକର ଜମିରେ ଏକ ଇଞ୍ଚ ଉଚ୍ଚାର ଜଳ ପରିମାଣକୁ ଏକ ଏକର ଇଞ୍ଚ ଗାଲେନ କୁହାଯାଏ । ଏକ ହେକ୍ଟର ଜମିରେ ଏକ ସେଣ୍ଟିମିଟର ଉଚ୍ଚର ଜଳ ପରିମାଣକୁ ଏକ ହେକ୍ଟର ସେଣ୍ଟିମିଟର କୁହାଯାଏ । (୧୦୦,୦୦୦ ଲିଟର) । (ଏକ ହେକ୍ଟର ସେଣ୍ଟିମିଟର =୦.୯୮୦ ଏକର ଇଞ୍ଚ = ଏକ ଏକର ଇଞ୍ଚ ) ।
୧ ଗ୍ୟାଲେନ = ୨୭୭ . ୪ ଘନ ଇଞ୍ଚ = ୪.୫୪୫ ଲିଟର
ଓଡିଶାର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୦୦ ମିଲିମିଟର , ଅର୍ଥାତ୍ ଓଡିଶାରେ ବର୍ଷକୁ ଯେତେ ବର୍ଷା ହୁଏ ସେ ସବୁ ସଂଗ୍ରହ କରି ଓଡିଶାର କ୍ଷେତ୍ରଫଳ ଉପରେ ଜମାକରି ରଖିଲେ ୧୪୦୦ ମିଲିମିଟର ଉଚ୍ଚ ହେବ ।
ଧରାପୃଷ୍ଠରେ ଜୀବନ ଧାରଣ ପାଇଁ ସୂର୍ଯ୍ୟାଲୋକ ଅପରିହାର୍ଯ୍ୟ । ସୂର୍ଯ୍ୟଙ୍କଠାରୁ ମିଳୁଥିବା ଆଲୋକ ଦ୍ଵାରା ଉଦ୍ଭିଦ ଶର୍କରା ଓ ଶ୍ଵେତସାର ପ୍ରସ୍ତୁତ କରେ । ଏହି ଶ୍ଵେତସାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମଗ୍ର ପ୍ରାଣୀ ଜଗତର ଜୀବନଧାରଣର ମୂଳମନ୍ତ୍ର ।
ସୂର୍ଯ୍ୟଙ୍କର ସ୍ଥିତି ଅନୁସାରେ ସୂର୍ଯ୍ୟାଲୋକ ପରିମାଣ ସମୟ ଭିନ୍ନ ହୋଇଥାଏ । ସୂର୍ଯ୍ୟ ମାର୍ଚ୍ଚ ମାସ ତା ୨୧ରିଖରେ ବିଷୁବ ରେଖାର ଅବସ୍ଥାନ କରନ୍ତି । କ୍ରମେ ଉତ୍ତରାୟଣ ହୋଇ ଜୁନ ତା ୨୩ରିଖ ସୁଦ୍ଧା କର୍କଟ କ୍ରାନ୍ତି ରେ ଅବସ୍ଥାନ କରନ୍ତି । ପୁଣି ଦକ୍ଷିଣକୁ ଫେରି ସେପ୍ଟେମ୍ବର ମାସ ତା ୨୩ ରିଖ ସୁଦ୍ଧା ବିଷୁବ ରେଖାକୁ ଫେରନ୍ତି । ଏହିଠାରୁ କ୍ରମେ ଦକ୍ଷିଣାୟାନ ହୋଇ ଡିସେମ୍ବର ତା ୨୩ ରିଖରେ ମକର କ୍ରାନ୍ତି ରେ ଅବସ୍ଥାନ କରନ୍ତି । ଏଠୁ ପୁଣି ଉତ୍ତରକୁ ଫେରି ମାର୍ଚ୍ଚରେ ବିଷୁବ ରେଖାରେ ପହଞ୍ଚନ୍ତି । ସେପ୍ଟେମ୍ବର ୨୩ ଓ ମାର୍ଚ୍ଚ ତା ୨୧ ରିଖରେ ସୂର୍ଯ୍ୟ ବିଷୁବ ରେଖାରେ ରହୁଥିବାରୁ ପୃଥିବୀ ସାରା ଦିନ ଓ ରାତି ସମାନ ଥାଏ । ଉତ୍ତର ଗୋଲାର୍ଦ୍ଧକୁ ଗତି କଲେ ଉତ୍ତର ଗୋଲାର୍ଦ୍ଧରେ ଦିନ ୧୨ ଘଣ୍ଟା ବେଶି ହୁଏ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ୧୨ ଘଣ୍ଟାରୁ କମ୍ ହୁଏ । ଜୁନ୍ ତା ୨୧ ରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ ଓ ରାତି ସବୁଠାରୁ ଛୋଟ । ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ସବୁଠାଏଉ ଛୋଟ ଓ ରାତି ସବୁଠାରୁ ବଡ । ଡିସେମ୍ବର ମାସ ତା ୨୩ ରିଖରେ ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ବଡ ଓ ରାତି ସବୁଠାରୁ ଛୋଟ ।
ଅକ୍ଷାଂଶ ଅନୁସାରେ ସୂର୍ଯ୍ୟାଲୋକ ପରିମାଣ ତତୀବ୍ରତା ଭିନ୍ନ ହୋଇଥାଏ । ଆକାଶରେ ମେଘ ଘୋଡାଇଲେ ଉଜ୍ଜ୍ଵଳ ସୂର୍ଯ୍ୟାଲୋକ ଆସିବାରେ ବାଧା ସୃଷ୍ଟି ହୁଏ । ଦିନ ବଡ ହେଲେ ସୁଦ୍ଧା ଉଜ୍ଜ୍ଵଳ ଦିବାଲୋକ ସେତିକି ସମୟ ଧରି ଆସେ ନାହିଁ । ଏହା ଫଳରେ ଅଙ୍ଗାର ସଂଶ୍ଳେଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ । ଓଡିଶାରେ ଜୁନ ମାସ ତା ୨୨ ରିଖରେ ଦିନ ୧୩ ଘଣ୍ଟା ୧୮ ମିନିଟ୍ ଓ ରାତି ଘ ୧୦.୪୨ ମିନିଟ୍ । କିନ୍ତୁ ଏହି ସମୟରେ ଆକାଶ ମେଘାଚ୍ଛନ୍ନ ରହୁଥିବାରୁ , ମୌସୁମୀ ବୃଷ୍ଟି ପ୍ରକୋପ ବଳବତ୍ତର ରହୁଥିବାର ପ୍ରକୃତ ଉଜ୍ଜ୍ଵଳ ଦିବାଲୋକ ୩ – ୪ ଘଣ୍ଟା ହୋଇଥାଏ । ଏପରିକି ସମ୍ପୂର୍ଣ୍ଣ ଦିନତି ସୂର୍ଯ୍ୟାଲୋକ ଦେଖି ନ ପାରେ । ସାରଣୀରେ ଭାରତର ବିଭିନ୍ନ ସ୍ଥାନରେ ପ୍ରକୃତ ଦିବାଲୋକ ପରିମାଣ ଓ ଆକାଶରେ ମେଘ ପରିମାଣ ଦର୍ଶାଯାଇଛି ।
ଭାରତରେ ହାରାହାରି ଭାବେ ଏକ ବର୍ଗ ସେ.ମି. ସ୍ଥାନ ପ୍ରତି ପଡୁଥିବା ସୂର୍ଯ୍ୟାଲୋକର ପରିମାଣ ପ୍ରାୟ ୮୫୦ ଗ୍ରାମ କାଲୋରୀ । ଆକାଶ ମେଘାଚ୍ଛନ୍ନ ରହିଲେ ଏହି ପରିମାଣ ଦିନକୁ ୧୧୬ ଗ୍ରାମ କାଲୋରୀକୁ ହ୍ରାସ ପାଇପାରେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/28/2020