ପୃଥିବୀକୁ ବ୍ୟାପୀ ରହିଥିବା ଅନନ୍ତ ଶୂନ୍ୟ ସ୍ଥାନ ହିଁ ଆକାଶ । ଆକାଶ ଖୁବ୍ ବିସ୍ତୃତ । ଦୂର ଦିଗବଳୟକୁ ଚାହିଁଲେ ଜଣାପଡେ ସତେ ଯେପରି ଆକାଶ ଏକ ବୃତ୍ତର ଚାପ ଭଳି ପୃଥିବୀ ପୃଷ୍ଠ ସହିତ ଖୁବ୍ ଦୂରରେ ମିଶିଯାଇଛି , ଯେତେ ଉପରକୁ ଯାଇ ଚାହିଁବା , ଏହି ଚାପର ଦୂରତା ସେତେ ବେଶୀ ହୋଇଥାଏ । ଏହା ଆକାଶ ବିସ୍ତୃତିର ପରିଚାୟକ । ପୃଥିବୀ ପୃଷ୍ଠକୁ ଘେରି ରହିଥିବା କେତେ କି.ମି. ଦୂରତାକୁ ବାୟୁମଣ୍ଡଳ କୁହାଯାଏ । ଏହି ଦୂରତା ଭିତରେ ବଉଦ ଓ ମେଘ ଘୁରି ବୁଲନ୍ତି । ଏହି ମଣ୍ଡଳ ଭିତରେ ଘଟୁଥିବା ଦୈନନ୍ଦିନ ଘଟଣାବଳୀକୁ ନେଇ ପାଗ ଓ ଜଳବାୟୁର ସୃଷ୍ଟି । ବାୟୁମଣ୍ଡଳ ପୃଥିବୀ ଚାରିପଟେ ଏକ ଖୋଳ ଭଳି ଏହାକୁ ଆବରଣ କରି ରହିଛି । ଏହାର ଦୂରତା ସବୁଠାରେ ସମାନ ନୁହେଁ । ବାୟୁମଣ୍ଡଳ କେତେକ ବାଷ୍ପର ସମ୍ମିଶ୍ରଣ । ଏଗୁଡ଼ିକର ଶତକଡା ପରିମାଣ ବାୟୁମଣ୍ଡଳରେ ପୃଥିବୀର ଚାରିଆଡେ ହାରାହାରି ଭାବେ ସମାନ ବୋଲି କହିଲେ ଚଳେ । କିନ୍ତୁ ପ୍ରକୃତରେ ଏହି ପରିମାଣ ବିଭିନ୍ନ କାରଣ ହେତୁ ବିଭିନ୍ନ ସ୍ଥାନରେ ସାମାନ୍ୟ ଭିନ୍ନ ହୋଇଥାଏ ।
ଘନଫଳ ଅନୁସାରେ ବାୟୁମଣ୍ଡଳର ଶତକଡା ୯୯.୯୯ ଭାଗ । ଯବକ୍ଷାରଜାନ (୭୮.୦୮୮%) , ଅମ୍ଳଜାନ (୨୦.୯୪୨ %) , ଆରଗନ (୦.୯୩%) , ଓ ଅଙ୍ଗାରକାମ୍ଳ (୦.୦୩%) ଗ୍ୟାସ ଦ୍ଵାରା ଗଠିତ । ଏମାନଙ୍କ ମଧ୍ୟରୁ ଯବକ୍ଷାରଜାନ ଓ ଅମ୍ଳଜାନର ପ୍ରାଧାନ୍ୟ ବେଶୀ । ଅବଶିଷ୍ଟ ୦.୦୧ ଭାଗ ନିୟନ , ହେଲଅମ୍ , ଜନନ୍ ଓ ଜୋନ୍ , ରାଡନ୍ , ଉଦଜାନ , ଆମୋନିଆ ଓ ଆଇଓଡଇନ ଗ୍ୟାସ ଦ୍ଵାରା ଗଠିତ ପ୍ରଶ୍ଵାସନ କ୍ରିୟା ଲାଗି ଅମ୍ଳଜାନ ଆବଶ୍ୟକ । ସବୁଜ ବୃକ୍ଷଲତା ଓ ଗୁଳ୍ମ ଆଦି ଅଙ୍ଗାର ଆତ୍ମିକରଣ ଲାଗି ଅଙ୍ଗାରକାମ୍ଳ ବାଷ୍ପ ଦରକାର କରନ୍ତି । ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବାୟୁମଣ୍ଡଳରେ ଶୂନ୍ୟ ହୋଇଗଲେ ଜୀବ ଜଗତ ଲୋପ ପାଇଯିବ । ଅମ୍ଳଜାନ ଗ୍ୟାସ ଦହନ କ୍ରିୟାରେ ସାହାଯ୍ୟ କରେ । ଓଜନ ଗ୍ୟାସର () ଦହନୀୟ ଧର୍ମ ଥିଲେ ମଧ୍ୟ ଏହାର ପରିମାଣ ଏତେ କମ୍ ଏବଂ ଏହା ଆକାଶର ଏତେ ଉପରେ ଯେ ଏହାର ପ୍ରାଧାନ୍ୟ ସହଜରେ ଅନୁଭୂତ ହୁଏ ନାହିଁ । ଉଦଜାନ ଗ୍ୟାସ ସୂର୍ଯ୍ୟର ଘାନା ବାଇଗଣି ରଶ୍ମି ବହୁ ପରିମାଣରେ ଶୋଷି ରଖେ । ଏଣୁ ପୃଥିବୀ ପୃଷ୍ଠକୁ ଆସୁଥିବା ଘନା ବାଇଗଣି ରଶ୍ମି ପରିମାଣ ହ୍ରାସ ପାଇଥାଏ ।
ପ୍ରାୟ ୬୦ – ୮୫ କି.ମି ( ୪୦ – ୫୦ ମାଇଲ ) ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଉପାଦାନଗୁଡିକର ପରିମାଣ ସମାନ ଥାଏ । ଏହା ଉପରକୁ ଓଜନ ଗ୍ୟାସ ପରିମାଣ ବଢେ । ଅଙ୍ଗାରକାମ୍ଳ , ଜଳକଣା ଓ ଧୂଳିକଣା ପରିମାଣ ହ୍ରାସ ପାଏ । ଧୂଳିକଣା ଓ ଜଳକଣା ଗୁଡିକ ଆକାଶରେ ଭାସି ବୁଲିବା ଭଳି ଜଣାପଡନ୍ତି । ଏଗୁଡ଼ିକର ଆକାର ଏତେ ଛୋଟ ଯେ ଏଗୁଡିକ ସହଜରେ ଖାଲି ଆଖିକୁ ଦେଖାଯାଆନ୍ତି ନାହିଁ । ଧୂଳିକଣା ପୃଥିବୀ ପୃଷ୍ଠକୁ ଆସୁଥିବା ସୂର୍ଯ୍ୟ କିରଣରେ ବାଧା ଦିଅନ୍ତି ଏବଂ ପ୍ରତିସରଣ ପ୍ରତିକ୍ରିୟା ପ୍ରଭାବ ବୃଦ୍ଧି କରନ୍ତି ।
ପୃଥିବୀକୁ ଘେରି ରହିଥିବା ବାୟୁ ସମୁଦ୍ରର ନିର୍ଦ୍ଧିଷ୍ଟ ସ୍ତର ବା ବିଭାଗ ନଥିଲେ ମଧ୍ୟ ଅଧ୍ୟୟନ ସୁବିଧା ଦୃଷ୍ଟିରୁ ଏହାକୁ ମୁଖ୍ୟତଃ ୪ଟି ବଳଯ ବା ସ୍ତରରେ ବିଭକ୍ତ କରାଯାଇଥାଏ । ପୃଥିବୀର ଉପର ଭାଗରେ ପ୍ରତି ୧୦୦୦ ମିଟର ଉଚ୍ଚତା ଲାଗି ତାପମାନ ପ୍ରାୟ ସେଲସିୟସ ହାରରେ ହ୍ରାସ ପାଇଥାଏ ।
ଏହା ପୃଥିବୀ ପୃଷ୍ଠକୁ ଲାଗି ରହିଥିବା ବାୟୁମଣ୍ଡଳର ସର୍ବନିମ୍ନ ଭାଗ ଅର୍ଥାତ୍ ପୃଥିବୀର ଠିକ୍ ଉପର ଭାଗ ଅଟେ । ଏହି ବଳୟ ମେରୁ ପାଖରେ ୮ କି.ମି ଓ ବିଷୁବରେଖା ପାଖରେ ୧୮ କି.ମି. ( ୧୧ ମାଇଲ ) ଅଟେ । ସମସ୍ତ ବାୟୁମଣ୍ଡଳର ଶତକଡା ୮୦ ଭାଗ ବାୟୁ ଏହି ବଳୟରେ ଘନିଭୂତ ହୋଇଥାଏ । ଏ ବଳୟ ମେଘ , ବତାସ , ବିଜୁଳି , ଘଡଘଡି ତଥା ପ୍ରବାହମାନ ବାୟୁମଣ୍ଡଳର କ୍ରିଡା ଭୂମି । ପାଣିପାଗ ଓ ଜଳବାୟୁ ଦୃଷ୍ଟିରୁ ଏ ବଳୟର ପ୍ରାଧାନ୍ୟ ସବୁଠାରୁ ବେଶୀ । ଏହି ବଳୟରେ ୩୩୦ ମିଟର ଉଚ୍ଚତା ପ୍ରତି ତାପମାନ ପ୍ରାୟ ୧୦ ସେଲସିୟସ ହିସାବରେ ହ୍ରାସପାଏ । ଏହି ବଳୟକୁ ପାଗ ବଳୟ କୁହାଯାଏ ।
ଏହି ବଳୟ ଉଷ୍ଣ ବଳୟର ଉପରିଭାଗ । ଏହି ବଳୟରେ ତାପମାନ ଉଚ୍ଚତା ସହିତ ପ୍ରାୟ ସମାନ ରହେ । ଏହି ବଳୟରେ ଓଜନ ଗ୍ୟାସର ପରିମାଣ ବେଶୀ । ଏହି ବଳୟକୁ ଓଜନ ବଳୟ ମଧ୍ୟ କୁହାଯାଏ । ଏହି ବଳୟର ବ୍ୟାପ୍ତି ଉଷ୍ଣ ବଳୟ ଉପରେ ପ୍ରାୟ ୧୦୦ କି.ମି. । ଏ ବଳୟରେ ଶୁଖିଲା ମେଘ ଖୁବ୍ କମ୍ ପରିମାଣରେ ଦେଖାଯାଏ ।
ଏହି ବଳୟ ଉର୍ଦ୍ଧ୍ଵରେ ୧୦୦ କି.ମି. ବ୍ୟାପୀ ରହିଥିବା ବଳୟକୁ ମଧ୍ୟ ବଳୟ କୁହାଯାଏ । ଏହାର ଉର୍ଦ୍ଧ୍ଵରେ ଥିବା ୨୨୫ କି.ମି. ବ୍ୟାପି ବଳୟକୁ କଣିକାବଳୟ କୁହାଯାଏ । ଏହାର ଉପର ବଳୟକୁ ବହିଁବଳୟ କୁହାଯାଏ ।
ଆଧାର -ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 2/21/2020