অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛାତ ଉପରେ ବର୍ଷାଜଳ ଅମଳ ଓ ଭୂତଳଜଳ ପୁନଃଭରଣ ଯୋଜନା

ଛାତ ଉପରେ ବର୍ଷାଜଳ ଅମଳ ଓ ଭୂତଳଜଳ ପୁନଃଭରଣ ଯୋଜନା

ବର୍ଷାଜଳ ଅମଳ

ରାଜ୍ୟ ଜଳସମ୍ପଦ ବିଭାଗ ସହରାଞ୍ଚଳ ପାଇଁ ଏକ ନୂତନ ଯୋଜନା ୨୦୧୪-୧୫ ଆର୍ଥିକ ବର୍ଷରେ ହାତକୁ ନେଇଛନ୍ତି    । ଏହି ପାଞ୍ଚବର୍ଷିୟା ଯୋଜନାଟି ଛାତଉପର ବର୍ଷାଜଳ ଅମଳ ଓ ଭୂତଳଜଳ ପୁନଃଭରଣ ପାଇଁ ଉଦ୍ଦିଷ୍ଟ    । ପ୍ରାଥମିକ ଅବସ୍ଥାରେ ଯୋଜନାଟି ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ଵର ଓ ବ୍ରହ୍ମପୁର , ଟିଟିଲାଗଡ, ବଲାଙ୍ଗୀରି ଓ ଝାରସୁଗୁଡା ସହରମାନଙ୍କରେ କାର୍ଯ୍ୟକାରୀ ହେଉଅଛି   । ଏହି ଯୋଜନାଟିଆର ସବିଶେଷ ବିବରଣୀ ଜଳସମ୍ପଦ ବିଭାଗର ୱେବସାଇଡ – www.dowrorissa.gov.in ରୁ ମିଳିପାରିବ   ।

ରାଜ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ଭୂତଳଜଳ ଏକ ମୁଖ୍ୟ ଉତ୍ସ ରୂପେ ପରିଗଣିତ ହୋଇଥାଏ   ଦ୍ରୁତ ସହରୀକାରଣ ଯୋଗୁଁ ପ୍ରାକୃତିକ ଉପାୟରେ ହେଉଥିବା ଭୂତଳଜଳ ପୁନଃଭରଣର ପରିମାଣ ଓ ପରିସର ଦିନକୁ ଦିନ କମି କମି ଯାଇଛି   । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ବହୁ ପରିମାଣରେ ସରକାରୀ ଓ ବେସରକାରୀ କୋଠାଘର ଗୁଡିକର ଛାତଉପରେ ବର୍ଷାଜଳ ଅମଳ କରି ଭୂତଳଜଳକୁ ପୁନଃଭରଣ କରିବା   । ଏହାଦ୍ଵାରା ସହରାଞ୍ଚଳରେ ଭୂତଳଜଳର ସ୍ତର ଓ ଗୁଣାତ୍ମକ ମାନ ବୃଦ୍ଧି କରିହେବ  । ଏତତ ବ୍ୟତୀତ ବର୍ଷା ଜଳ ସଂରକ୍ଷଣ ଯୋଗୁଁ ସହରାଞ୍ଚଳରେ ହେଉଥିବା ଆଶୁ ବନ୍ୟାର ପ୍ରକୋପ ମଧ୍ୟ କେତେକାଂଶରେ ହ୍ରାସ ପାଇବେ   ।

ଯୋଜନାର ବୈଶିଷ୍ଟ୍ୟତା

v  ଯେଉଁ କୋଠାଘର ଗୁଡିକର ଛାତର କ୍ଷେତ୍ରଫଳ ୨୦୦ ବର୍ଗମିଟର ବା ୨୧୫୦ ବର୍ଗ ମିଟର କମ ଓ ୩ ଟି ମହଲାରୁ ଅଧିକ ହୋଇ ନଥିବ ସେଗୁଡିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ   । କୋଠାଘର ମାଲିକମାନେ ନିଜସ୍ୱ ଖର୍ଚ୍ଚରେ ଛାତ ଉପରେ ବର୍ଷାଜଳ ଅମଳ ବ୍ୟବସ୍ଥା ନିର୍ମାଣ କରି ସରକାରୀ ରିହାତି ପାଇ ପାରିବେ  ।

v  ଦରଖାସ୍ତ ଫର୍ମ ଓ ଅନ୍ୟାନ୍ୟ ବିବରଣୀ ନିକଟସ୍ଥ ଭୂତଳଜଳ ଅନୁସନ୍ଧାନ ଓ ସର୍ବେକ୍ଷଣ କାର୍ଯ୍ୟ।ଳୟରୁ ପାଇ ପାରିବେ   ।

v  ଦରଖାସ୍ତ ସହିତ ଯେକୌଣସି ଜାତୀୟକରଣ ବ୍ୟାଙ୍କ ଦ୍ଵାରା ପ୍ରସ୍ତୁତ ୧୦୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ନିର୍ଦ୍ଦେଶକ, ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନାମରେ ଭୁବନେଶ୍ଵରରେ ପ୍ରାପ୍ୟ ସୂଚିତ ଥାଇ ନିକଟସ୍ଥ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ।ଳୟ ରେ ଡାକଦ୍ଵାରା କିମ୍ବା ନିଜେ ଦାଖଲ କରି ପାରିବେ   । ଦରଖାସ୍ତ ଯଦି ଅସମ୍ପୂର୍ଣ୍ଣ ଥାଏ , ତେବେ ଏହା ଖାରଜ ହେବ  ।

v  ଭୂତଳ ଜଳ ସମ୍ବନ୍ଧିୟ ତଥ୍ୟ ଅନୁଯାୟୀ ଭୂତଳଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ।ଳୟ ଅଧିକାରୀ ପ୍ରାକ ଆକଳନ କରି RRHS  ନିର୍ମାଣ ପାଇଁ ଘର ମାଲିକଙ୍କୁ ଅନୁମତି ଦେବେ   ।

v  GWS&I ଦ୍ଵାରା ତାଲିମପ୍ରାପ୍ତ ପରାମର୍ଶଦାତାମାନେ (RWHC) ସମସ୍ତ ବୈଷୟିକ ଜ୍ଞାନ କୌଶଳ ଘର ମାଲିକଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଇଦେବେ   ।

v  କୋଠାଘର ର ଆକାର ଓ ପ୍ରକାର ଅନୁଯାୟୀ RRHS ନିର୍ମାଣ ଖର୍ଚ୍ଚ ଅଲଗା ଅଲଗା ହୋଇଥାଏ  । RRHS ପାଇଁ ମୁଖ୍ୟତଃ ନିମ୍ନଲିଖିତ ବ୍ୟବସ୍ଥା ଘର ମାଲିକମାନ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କରିବେ   ।

  1. ବର୍ଷାଜଳ ସଂଗ୍ରହ ପାଇପ ଲାଇନ ।
  2. ବର୍ଷାଜଳ ଛାଣିବା ବ୍ୟବସ୍ଥା  ।
  3. ପୁନଃଭରଣ କୂପ   ।
  4. ବର୍ଷାଜଳ ସଂରକ୍ଷଣ ଟାଙ୍କି

v  RRHS ପାଇଁ ଏକ ଉପଯୁକ୍ତ ପୁନଃଭରଣ କୂପ ନିର୍ମାଣ ବାଧ୍ୟତାମୂଳକ ଅଟେ   । ନଚେତ ସବସିଟି ମିଳିବ ନାହିଁ   ।

v  RRHS ପରୀକ୍ଷା ହେଲାପରେ ଘରମାଲିକ ୫୦ % ପୁଞ୍ଜି ନିବେଶ ବା ସର୍ବାଧିକ ୪୫, ୦୦୦୦ ଟଙ୍କା ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଟି ବାବଦରେ ପଠାଯିବ   ।

v  ସବସିଡି ପାଇଁ , ନିର୍ଦ୍ଧାରିତ ଫର୍ମରେ ସମ୍ପୃକ୍ତ ଘର ମାଲିକ ଅନ୍ୟାନ୍ୟ ପ୍ରମାଣପତ୍ର ସହିତ GWS&ଆଇ କାର୍ଯ୍ୟ।ଳୟ କୁ ଜଣାଇବେ   ।

v  RRHS ର ରକ୍ଷଣାବେଖାନା ଖର୍ଚ୍ଚ ଘର ମାଲିକ ବହନ କରିଆବେ   ।

ଯୋଗାଯୋଗ କାର୍ଯ୍ୟlଳୟ

ସହର

ନିର୍ବାହୀ ଯନ୍ତ୍ରୀ

ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ ,

ଏଚ.ପି , ବିଲଡିଙ୍ଗ , ଡେଲଟା ଛକ

ୟୁନିଟ-୮ ଭୁବନେଶ୍ଵର -୧୨

ଭୁବନେଶ୍ଵର

 

ନିର୍ବାହୀ ଯନ୍ତ୍ରୀ

ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ ,

ଭାବିନାରାୟଣପୁର ,  ରଙ୍ଗେଳଲୁଣ୍ଡା ଭଞ୍ଜବିହାରୀ ,

ବ୍ରହ୍ମପୁର- ୭

 

 

ବ୍ରହ୍ମପୁର

ନିର୍ବାହୀ ଯନ୍ତ୍ରୀ

ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ ,

ଲାଲଟିକିରା, ରାଜେନ୍ଦ୍ର କଲେଜ

ବଲାଙ୍ଗୀରି-୨

 

ବଲାଙ୍ଗୀରି

ନିର୍ବାହୀ ଯନ୍ତ୍ରୀ

ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟlଳୟ ,

ଦାନିପାଲି

ସେଣ୍ଟ୍ରାଲ ଏକସାଇଜ କାର୍ଯ୍ୟlଳୟ ନିକଟ , ସମ୍ବଲପୁର -୪

 

ସମ୍ବଲପୁର

 

ଆଧାର - ଭୂତଳ ଜଳ ସର୍ବେକ୍ଷଣ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ   ।

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate