অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦେହ ତାପକୁ ବିଦ୍ୟୁତ୍ ରେ ପରିଣତ କରିବ ଟି- ଶାର୍ଟ

ଦେହ ତାପକୁ ବିଦ୍ୟୁତ୍ ରେ ପରିଣତ କରିବ ଟି- ଶାର୍ଟ

ବୈଜ୍ଞାନିକ ମାନଙ୍କର ଗବେଷଣା

ବୈଜ୍ଞାନିକମାନେ ଏକ ନୂତନ ହାଲୁକା, ତାପ ସୁପରିବାହୀ ପଦାର୍ଥ ବିକାଶ କରିଛନ୍ତି । ଏହା ଦେହର ତାପକୁ  ବିଦ୍ୟୁତ୍ ରେ ପରିଣତ କରି ଟି-ଶାର୍ଟ କିମ୍ବା ହାତ ବ୍ୟାଣ୍ଡ୍ କୁ ଯୋଗାଇବ । ଏହା ଜଣେ ବ୍ୟକ୍ତି ପାଖରେ ଥିବା ବୈଦ୍ୟୁତିକ ଯନ୍ତ୍ରପାତିକୁ ଶକ୍ତି ଯୋଗାଇପାରିବ । ଆମେରିକାର ନର୍ଥ କାରୋଲିନା ଷ୍ଟେଟ୍  ୟନିଭର୍ସିଟି ଗବେଷକମାନେ  ପରୀକ୍ଷାମୂଳକ ଭାବେ ଏକ ହାଲୁକା ବସ୍ତୁ  ତିଆରି କରିଛନ୍ତି । ଏହା ପୂର୍ବ ତାପ ଉତ୍ପାଦନକାରୀ ଜ୍ଞାନକୌଶଳ ଅପେକ୍ଷା ଅଧିକ ବିଦ୍ୟୁତ୍ ଉତ୍ପାଦନ କରିପାରିବ । ତେବେ ଶରୀରର କେଉଁଭାଗରେ ଅଧିକ ଶକ୍ତି ଉତ୍ପାଦନ ହୋଇପାରିବ ଗବେଷକମାନେ ତାହାକୁ ଚିହ୍ନଟ କରିଛନ୍ତି ।

ଦେହର ତାପମାତ୍ରାରୁ ବିଦ୍ୟୁତ୍ ଉତ୍ପାଦନ

ଏନ୍ସି ଷ୍ଟେଟ୍ ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଡାରିଉଶଭାଶାୟୀ କହନ୍ତି, “ପିନ୍ଧାଯୋଗ୍ୟ ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର ଦେହର ତାପମାତ୍ରାରୁ ବିଦ୍ୟୁତ୍ ଉତ୍ପାଦନ କରିପାରିବ । ଏହି ଜ୍ଞାନକୌଶଳ ପଦ୍ଧତିରେ ଦେହର ପ୍ରତି ବର୍ଗ ସେଣ୍ଟିମିଟରରୁ ୨୦ ମାଇକ୍ରୋ ୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ ।

ତାପ ସୁପରିବାହୀ ଏହି ପଦାର୍ଥ ପଲିମରରେ ତିଆରି ଯାହା ଦେହର ତାପମାତ୍ରାକୁ ବାହାରକୁ ନଛାଡି ଥର୍ମୋ ଇଲେକ୍ଟ୍ରିକ୍ ଜେନେରେଟରକୁ ଛାଡିବ । ଏହି ସମୁଦାୟ ବ୍ୟବସ୍ଥା ମାତ୍ର ୨ ମିଲିମିଟର ମୋଟେଇ  ଓ ନମନୀୟ ପଦାର୍ଥରେ ତିଆରି । ହାତର ଉପର ଅଂଶ ତାପ ଉତ୍ପାଦନ ପାଇଁ ସର୍ବୋତ୍ତମ ସ୍ଥାନ ବୋଲି ଗବେଷକମାନେ ଦେଖିବାକୁ ପାଇଲେ । ସେମାନେ ଥର୍ଥୋଇଲେକ୍ଟ୍ରିକ୍ ଜେନେରେଟରକୁ ଟି-ଶାର୍ଟରେ ଖଞ୍ଜିଦେଲେ । ପ୍ରତି ବର୍ଗସେ.ମି କ୍ଷେତ୍ରରୁ ୬ ମାଇକ୍ରୋ ୱାଟ ଶକ୍ତି ଉତ୍ପାଦିତ ହୋଇପାରିଲା । ତେବେ ବ୍ୟକ୍ତି ଜଣକ ଦୌଡିଲେ ପ୍ରତି ବର୍ଗ ସେ.ମି. କ୍ଷେତ୍ରରୁ ସର୍ବାଧିକ ୧୬ ମାଇକ୍ରୋ ୱାଟ୍ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଆଧାର – ଦୈନିକ ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate