অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଢୁଛି ବିଜୁଳି ଚାହିଦା ୨୦୨୧ ବେଳକୁ ୨ ଗୁଣ

ବଢୁଛି ବିଜୁଳି ଚାହିଦା ୨୦୨୧ ବେଳକୁ ୨ ଗୁଣ

ବିଜୁଳି ଚାହିଦା

ଓଡିଶାରେ ବିଜୁଳି ଚାହିଦା ପ୍ରତିବର୍ଷ ବଢି ବଢି ଚାଲିଛି । ୨୦୦୭-୦୮ ବର୍ଷରେ ରାଜ୍ୟର ବିଜୁଳି ଚାହିଦା ୧୮୮୪୬ ମେଗା ୟୁନିଟ ଥିବାବେଳେ ୨୦୧୫-୧୬ ରେ ଏହା ୨୨୧୨୧ ମେଗା ୟୁନିଟରେ ପହଞ୍ଚିଛି  । ତେବେ ୨୦୨୧ ବେଳକୁ ଏହା ପାଖାପାଖି ଦୁଇଗୁଣ ବୃଦ୍ଧି ପାଇ ୪୨୫୬୬ ମେଗା ୟୁନିଟରେ ପହଞ୍ଚିବା ଆକଳନ କରାଯାଇଛି । ୧୮ ତମ ଇପିଏସ ରିପୋର୍ଟରେ ପ୍ରକାଶିତ ତଥ୍ୟ  ।

ସମ୍ପ୍ରତି ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ଆବଶ୍ୟକ ତୁଳନାରେ ବିଜୁଳି ଉପଲବ୍ଧ ହେଉଛି  । ତେବେ ଭବିଷ୍ୟତରେ ବିଜୁଳି ଚାହିଦା ଢେର ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଇପିଏସ ରିପୋର୍ଟ ଆଧାରରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶକ୍ତି ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ  । ୨୦୧୫-୧୬ ରେ ରାଜ୍ୟରେ ୨୨୧୨୧ ମେଗା ୟୁନିଟ ବିଜୁଳିର ଆବଶ୍ୟକତା ଥିବାବେଳେ ୨୧୯୫୯ ମେଗା ୟୁନିଟ ବିଜୁଳି ଉପଲ୍ଲବ୍ଧ ଥିଲା   ।

ବିଜୁଳିର ଆବଶ୍ୟକତା

ସେହିପରି ରାଜ୍ୟରେ ବିଜୁଳି ଚାହିଦା ୨୦୧୪-୧୫ ରେ ୨୬୪୮୨  ମେଗା ୟୁନିଟ ୨୦୧୩-୧୪ ରେ ୨୪୯୫୮ ମେଗାୟୁନିଟ ,୨୦୧୨-୧୩ ରେ ୨୫୧୫୫ ମେଗା ୟୁନିଟ ରହିଥିଲା   । ତେବେ ଉପଲ୍ଲବ୍ଧ ବିଜୁଳି ନିଅଣ୍ଟ ଖୁବ କମ ଥିବା ଯୋଗୁଁ ଏହା ଭରଣା ହୋଇ ପାରିଥିଲା  । କିନ୍ତୁ ଭବିଷ୍ୟତରେ ଓଡିଶାର ଆବଶ୍ୟକତା ଢେର ବୃଦ୍ଧି ପାଇବାର ସମ୍ଭାବନା ରହିଛି   । ୨୦୧୬-୧୭ ରେ ଓଡିଶାରେ ବିଜୁଳୁର ଆବଶ୍ୟକତା ୩୫୭୭୨ ମେଗା ୟୁନିଟ ଛୁଇଁପାରେ ଏବଂ ୨୦୧୭-୧୮ ରେ ଏହା ୩୬୯୯୯ ମେଗାୟୁନିଟ ପହଞ୍ଚିବା ଆକଳନ କରାଯାଇଛି   । ୨୦୨୦-୨୧ ରେ ଏହା ୪୧୦୦ ମେଗା ୟୁନିଟ ଅତିକ୍ରମ କରିବ ଏବଂ ୨୦୨୧-୨୨ ବେଳକୁ ବିଜୁଳି ଆବଶ୍ୟକତା ୪୨୫୬୬ ମେଗା ୟୁନିଟ ହେବ ବୋଲି ଇପିଏସ ରିପୋର୍ଟରେ ଉଲ୍ଲେଖ ରହିଛି   । ସମ୍ପ୍ରତି ଜେଆଇଟିପିଏଲ ପକ୍ଷରୁ ଡେରାଙ୍ଗ  ତାପଜ ବିଦ୍ୟୁତ କେନ୍ଦ୍ରର ୩ ଟି ୟୁନିଟରୁ ୧୦୫୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି   । ଇଣ୍ଡବାରାଥ ତାପଜ ବିଦ୍ୟୁତ କେନ୍ଦ୍ରର ୨ ଟି ୟୁନିଟରୁ ୭୦୦ ମେଗାୱାଟ , କେବିକେ ନିଳାଚଳର ୩ ଟି ୟୁନିଟରୁ ୧୦୫୦ , ଲାନକୋ ବାବନ୍ଧର ୨ ଟି ୟୁନିଟରୁ ୧୩୨୦ ମେଗାୱାଟ ଓ ୟୁନିଟରୁ ୧୬୦୦ ଓ ଓପିଜିସିଏଲର  ୨ ୟୁନିଟରୁ ୧୩୨୦ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ ରହିଛି  । ଫଳରେ ବର୍ଦ୍ଧିତ ବିଦ୍ୟୁତ ଆବଶ୍ୟକତା ଭରଣା ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି   ।

ଆଧାର – ସମାଜ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate