অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟୁତ୍

ବିଦ୍ୟୁତ୍ ଚାର୍ଜ୍

ବିଦ୍ୟୁତ୍ ଏକ ଭୌତିକ ପରିଘଟଣା ଯାହା ବିଦ୍ୟୁତିକ ଚାର୍ଜ୍‌ର ଉପସ୍ଥିତି ଏବଂ ପ୍ରବାହ ଉପରେ ସମ୍ବନ୍ଧିତ ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ଘଟଣା ଯେପରିକି ବିଜୁଳୀ ଚଡକ, ସ୍ଥିଥିୟ ବିଦ୍ୟୁତ୍, ବିଦ୍ୟୁତ୍ ଚୁମ୍ବକିୟା ପ୍ରେରଣ ଏବଂ ବିଦ୍ୟୁତ୍ ପ୍ରବାହ ସ‌ହ ସମ୍ବନ୍ଧିତ ।  ଏହା ଛଡା ବିଦ୍ୟୁତ୍ ଦ୍ୱାରା ବିଦ୍ୟୁତିଚୁମ୍ବକିୟା ବିକିରଣ ଯେପରିକି ରେଡିଓ ତରଙ୍ଗର ଗଠନ ଏବଂ ଗ୍ରହଣ ହେଇପାରିବ । ବିଦ୍ୟୁତ୍ ଚାର୍ଜ୍ ଏକ ବିଦ୍ୟୁତିଚୁମ୍ବକିୟା କ୍ଷେତ୍ର ଗଠନ କରେ ଯାହା ଅନ୍ୟ ଚାର୍ଜ୍‌କୁ ପ୍ରଭାବିତ କରିପାରେ‌‌‌ ।

ବିଦ୍ୟୁତ୍ ସ୍ରୋତ

ବୈଦୁତିକ ଚାର୍ଜର ପ୍ରବାହକୁ ବିଦ୍ୟୁତ୍ ସ୍ରୋତ (ଇଲେକ୍‌ଟ୍ରିକ୍ କରେଣ୍ଟ୍ ) କୁହାଯାଏ । ସାଧାରଣତଃ ଗୋଟିଏ ବୈଦୁତିକ ପରିପଥରେ ଥିବା ତାର ଗୁଡ଼ିକରେ ଚଳମାନ ଇଲେକ୍‌ଟ୍ରୋନ୍ ଗୁଡ଼ିକ ଏହି ଚାର୍ଜ ବହନ କରିଥା'ନ୍ତି । ଇଲେକ୍‌ଟ୍ରୋଲାଇଟ୍ ଗୁଡ଼ିକରେ ଆୟନ୍ ଏବଂ ପ୍ଲାଜମାରେ ଉଭୟ ଆୟନ ଓ ଇଲେକ୍‌ଟ୍ରୋନ ଗୁଡ଼ିକ ଏହି ଚାର୍ଜ ବହନ କରନ୍ତି।

'ବିଦ୍ୟୁତ୍ ସ୍ରୋତ' ମାପିବା ପାଇଁ ବ୍ୟବହୃତ SI ୟୁନିଟ ହେଉଛି ଆମ୍ପିୟର୍ - ଏହା ଏକ ନିର୍ଦ୍ଧିଷ୍ଟ ପୃଷ୍ଠରେ, ଗୋଟିଏ କୁଲମ୍ବ ପ୍ରତି ସେକେଣ୍ଡ ହାରରେ, ବୈଦୁତିକ ଚାର୍ଜର ପ୍ରବାହକୁ ବୁଝାଏ । ଇଲେକ୍‌ଟ୍ରିକ୍ କରେଣ୍ଟ୍‌କୁ ଏମିଟର୍ ଦ୍ଵାରା ମପାଯାଏ ।

ବିଦ୍ୟୁତ୍ ସ୍ରୋତ, ଜୁଲ୍ ତାପନର ମୁଖ୍ୟ କାରଣ ଅଟେ, ଯାହାକି ଇନ୍‌କଣ୍ଡେସେଣ୍ଟ୍ ଲାଇଟ୍ ବଲ୍‌ବ୍‌ରେ ଆଲୋକ ସୃଷ୍ଟିକରେ । ଏହା ଚୁମ୍ବକୀୟ କ୍ଷେତ୍ର ମଧ୍ୟ ସୃଷ୍ଟି କରେ, ଯାହାକି ମୋଟର, ଜେନେରେଟର ଏବଂ ଇଣ୍ଡକ୍‌ଟର ଗୁଡ଼ିକରେ ବ୍ୟବହୃତ ହୁଏ ।

ବୈଦୁତିକ କ୍ଷେତ୍ର

ବୈଦୁତିକ କ୍ଷେତ୍ର ହେଉଛି ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ରର ଏକ ଅଂଶ ବିଶେଷ । ଏହା ଏକ vector field ଅଟେ ଏବଂ ମାକ୍ସୱେଲଙ୍କ ସମୀକରଣର ବର୍ଣ୍ଣନା ଅନୁସାରେ ଏହା ବୈଦୁତିକ ଚାର୍ଜ କିମ୍ବା time-varying ଚୁମ୍ବକୀୟ କ୍ଷେତ୍ର ଦ୍ଵାରା ସୃଷ୍ଟି ହୋଇଥାଏ । ବୈଦୁତିକ କ୍ଷେତ୍ର ସମ୍ପର୍କରେ ଧାରଣା ସର୍ବପ୍ରଥମେ ମାଇକେଲ ଫରାଡ଼େ ଦେଇଥିଲେ ।

ବୈଦୁତିକ ପରିପଥ

କୌଣସି ସୁ-ଗଠିତ ବୈଦୁତିକ ପରିପଥର ଯଦି ଉତ୍ପାଦ-ଅଗ୍ର ଥାଏ, ତେବେ ଏହି ଅଗ୍ରକୁ ଯୋଡା ହୋଇଥିବା ପରିପଥକୁ ଭାର କୁହାଯାଏ । (ଏହି ଶବ୍ଦ 'ଭାର', ପରିପଥ ଦ୍ଵାରା ବ୍ୟବହୃତ ଶକ୍ତିକୁ ମଧ୍ୟ ସୁଚେଇଥାଏ ।)

ଭାର, ବୈଦୁତିକ ପରିପଥର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ଯାହାର ଉତ୍ପାଦ ଗୁଡ଼ିକ ବିଦୂତ ବିଭବ କିମ୍ବା ବିଦ୍ୟୁତ୍ ସ୍ରୋତଗୁଡ଼ିକ ଅଟେ, ଯେପରିକି ସେନ୍ସରଗୁଡ଼ିକ, ବିଦ୍ୟୁତ୍ ବିଭବ ଉତ୍ସଗୁଡ଼ିକ, ଏବଂ ଅମ୍ପ୍ଲିଫାୟରଗୁଡ଼ିକ. ମୁଖ୍ୟ ଶକ୍ତି ନିର୍ଗମଦ୍ଵାରଗୁଡ଼ିକ ଏକ ସହଜ ଉଦାହରଣ ଯୋଗେଇଦେଇଥାଏ: ସେମାନେ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ୍ ବିଭାବାନ୍ତରରେ ଶକ୍ତି ଯୋଗେଇଥାନ୍ତି, with electrical appliances connected to the power circuit collectively making up the ଲୋଡ ।  ଯେତେବେଳେ ଏକ ଉଚ୍ଚ-କ୍ଷମତା ସମ୍ପନ୍ନ ଉପକରଣଟିଏ ସୁଇଚ ଅନ ହୁଏ, ଏହା ନାଟକୀୟ ଭାବେ ଭାର ପ୍ରତିରୋଧକୁ ହ୍ରାସ କରିଦିଏ ।

ଯଦି ଭାର-ପ୍ରତିରୋଧ, ଶକ୍ତି ପ୍ରେରଣ ଜନିତ ପ୍ରତିରୋଧ ଠାରୁ ବହୁତ ଅଧିକ ନହୁଏ ତେବେ ବିଦ୍ୟୁତ୍ ବିଭବ ହ୍ରାସ ପାଏ । ଘରେ ଯେତେବେଳେ କୌଣସି ଗରମ କରାଯିବା  ବ୍ୟବହୃତ ଉପକରଣକୁ ଆରମ୍ଭ କରୁ ।  ଏହା ଯୋଗୁଁ ଇନ୍‌କାଣ୍ଡେସେଣ୍ଟ ଲାଇଟ ଗୁଡ଼ିକ ଆଖିଦୃଶିଆ ଭାବେ ଡିମ ହେଇଯାଏ ।

ଅଧିକ ପ୍ରାୟୋଗିକ ଦୃଷ୍ଟିକୋଣ

ଯେତେବେଳେ ଆମେ ପରିପଥ ଉପରେ ଭାରର ପ୍ରଭାବ କଥା ଚିନ୍ତା କରୁ, ସେତେବେଳେ ପରିପଥର ପ୍ରକୃତ ପ୍ରଭାବକୁ ଅଣଦେଖାକରି, କେବଳ Thévenin equivalent କଥା ଚିନ୍ତା କରିବା ଶ୍ରେୟସ୍କର ଅଟେ । ( Norton equivalent ବି ବ୍ୟବହାର କରାଯାଇପାରିବ ) ଏକ ପରିପଥର Thévenin equivalent ଏହିପରି ଦେଖାଯାଇଥାଏ ।

ଆଧାର -"ବିଦ୍ୟୁତ ସ୍ରୋତ"

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate