অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୂତାପଜ ଓ ନାଭିକୀୟ ଶକ୍ତି

ଭୂତାପଜ ଶକ୍ତି (Geothermal energy)

ପୃଥିବୀ ଅଭ୍ୟନ୍ତରରେ ଅବା ତାପ ଶକ୍ତିକୁ କେତେକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ଵାରା ନିୟନ୍ତ୍ରଣ କରି ବ୍ୟବହାର ଉପଯୋଗୀ କରାଯାଇପାରେ। ଏହାକୁ ଭୂତାପଜ ଶକ୍ତି କୁହାଯାଏ । ଆମେ ଜାଣୁ ପୃଥିବୀର ଗଭୀରତମ ସ୍ଥାନଗୁଡ଼ିକ ଅତ୍ୟନ୍ତ ଉତ୍ତପ୍ତ । ଏହି ତରଳ ଶିଳାକୁ ମାଗ୍ମା (Magma) କୁହାଯାଏ । କେତେକ ଅଞ୍ଚଳର ଭୂଭାଗରେ ପରିବର୍ତ୍ତନଏହି ମାଗମାକୁ ଉପରକୁ ଠେଲିଦିଏ । ଫଳରେ ଏହା ଭୂପୃଷ୍ଠର କିଛି ଗଭୀରତାରେ ରହିଯାଏ । ଏହି ସ୍ଥାନଗୁଡ଼ିକୁ 'ଉତ୍ତପ୍ତ ସ୍ଥାନ" ବୋଲି କୁହାଯାଏ, ଯାହା ଭୂତାପଜ ଶକ୍ତିର ଭସ୍ଥ ଭଳି କାର୍ଯ୍ୟକରେ ।

ଭୂତଳ ଜଳ ଏହି  ଉତ୍ତପ୍ତ  ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇଁ ଭୂପୃଷ୍ଠାକୁ ଚାଲିଆସେ । ଏହାକୁ ଉଷ୍ଣ ପ୍ରସ୍ରବଣ (Hot spring)କୁହାଯାଇଥାଏ ।  ଶିଳା ଖଣ୍ଡ ମଧ୍ୟରେ ରହି ଏହି ବାଷ୍ପ ଉଚ୍ଚ ଚାପ ସୃଷ୍ଟିକରେ । ଏହି ସ୍ଥାନ ପର୍ଯ୍ୟନ୍ତ ପାଇଁପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଏ । ଅତ୍ୟଧିକ ଚାପରେ ଥିବା ଏହି ଜଳୀୟ ବାଷ୍ପ ଜେନେରେଟର ଟରବାଇନକୁ ଘୁରାଏ ଏବଂ ସେଥିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । କେତେକ ସ୍ଥାନରେ ଜଳୀୟବାଷ୍ପ ଓ ଉତ୍ତପ୍ତ ଜଳ, ବିନା ପାଇଁପରେ ପୃଷ୍ଠଭାଗକୁ ଚାଲିଆସେ । ଏହାକୁ ବ୍ୟବହାର କରି ମଧ୍ୟ ଥି ଶକ୍ତି ଉତ୍ପାଦନ କରାଯାଇପାରେ ।

ଅନ୍ୟ ଶକ୍ତି ତୁଳନାରେ ଭୂତାପଜ ଶକ୍ତି । ଅଧିକ ଉପାଦେୟ । ବର୍ଷର ସବୁ ସମୟରେ ଏହି ଶକ୍ତି ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ କରେନାହିଁ । ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ନିମନ୍ତେ ଖାଇଁ ଯଥେଷ୍ଟ କମ୍। ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାର ଶକ୍ତିର ବହୁଳ ବ୍ୟବହାର ହେଉଛି । ଆମ ଦେଶର ମଧ୍ୟ ପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି ।

ନାଭିକୀୟ ଶକ୍ତି (Nuclear energy)

ନାଭିକୀୟ ବିଭାଜନ ଦ୍ରା ୟୁରାନିୟମ, ପ୍ଲୁଟୋନିୟମ୍ ବା ଥୋରିୟମ୍ ପରି କୌଣସି ଗୁରୁ ପରମାଣୁ (Heavy atom)ର  ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକ (Lighter nucleus)ରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହାକୁ ନାଭିକୀୟ ଶକ୍ତି କୁହାଯାଏ ।

ଉଦାହରଣସ୍ୱରୂପ : ଏକ ୟୁରାନିୟମ ପରମାଣୁର ବିଭାଜନରେ ଯେତେ ଶକ୍ତି ଜାତ ହୁଏ ତାହା କୋଇଲାରେ ଥିବା ଏକ କାର୍ବନ ପରମାଣୁର ଦହନରୁ ଜାତ ଶକ୍ତିଠାରୁ ପ୍ରାୟ 10 ନିୟୁତ ଗୁଣ ଅଧିକ । ଏହି ନାଭିକୀୟ ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।

ନାଭିକୀୟ ବିଭାଜନରେ ପ୍ରାଥମିକ ବସ୍ତୁତ୍ଵ ଓ ପରିବର୍ତ୍ତିତ ବସ୍ତୁତ୍ଵ ମଧ୍ୟରେ ଜାତ ପାର୍ଥକ୍ୟ ଶକ୍ତିରେ ପରିଣତ ହୁଏ । ଏହା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ବିଖ୍ୟାତ ସମୀକରଣ E = mc" ଦ୍ଵାରା ନିର୍ବାରଣ କରାଯାଇପାରେ, ଯେଉଁଥିରେ E ହେଉଛି ଶକ୍ତି, m ବସ୍ତୁତ୍ନ ଓ c ହେଉଛି ଶୂନ୍ୟରେ ଆଲୋକର ଗତି । ନାଭିକୀୟ ବିଜ୍ଞାନରେ ଶକ୍ତି ev (electron volt) ଏକକ ଦ୍ଵାରା ନିର୍ଦ୍ଧାରଣ କରାଯାଏ ।  (lev=.1.602*10-19 Joules.)

ଆମ ଦେଶର ତାରାପୁର (ମହାରାଷ୍ଟ୍ର), ରାଣା ପ୍ରତାପ ସାଗର (ରାଜସ୍ଥାନ), କଲପକମ (ତାମିଲନାଡୁ), ନାଗୋରା (ଉତ୍ତର ପ୍ରଦେଶ), କାକ୍ରାପୁର (ଗୁଜୁରାଟ), କୈଗା (କର୍ଣ୍ଣାଟକ) ଆଦି ସ୍ଥାନମାନଙ୍କରେ ନାଭିକୀୟ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଉଛି । କିନ୍ତୁ ଏହିପରି ଭାବରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି  ସମସ୍ତ ଉତ୍ପାଦିତ ଶକ୍ତିର ୩%ରୁ କମ୍। ଅନେକ ବିଭବଶାଳୀ ଦେଶ। ଏହି ଉପାୟରେ ୩୦% ରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି ।

ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ହେଉଛି ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା (Disposal) । ଏହା ହୋଇ ନ ପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଥାଏ । ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧିକ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ୟତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate