অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟରେ ଦୁଇଟି ସ୍ଥାନରେ ଏଲପିଜି ପ୍ଲାଣ୍ଟ

ଉପକ୍ରମ

ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଓଡିଶାରେ ଅନେକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି ।  ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଓଡିଶାକୁ ବେଶ୍ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି ।  ରାଜ୍ୟ ସରକାର ମଧ୍ୟ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି । ଏଥିପାଇଁ ତୈଳ କମ୍ପାନୀଗୁଡିକୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହି ସବୁ ପ୍ରସ୍ତାବିତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ମିଳିପାରିବ ।

ପ୍ଲାଣ୍ଟ  ପାଇଁ ଯୋଜନା

ଭାରତ ପେଟ୍ରୋଲିୟମ (ବିପିସିଏଲ୍) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (ଏଚପିସିଏଲ୍) କୋରାପୁଟ ଓ ସମ୍ବଲପୁରରେ ଏଲପିଜି ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆଗ୍ରହ ପକାଶ କରିଛନ୍ତି ।  ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇଦେବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବେ ।  ପୁଣି ସମ୍ବଲପୁରରେ ପ୍ରସ୍ତାବିତ ଏଲପିଜି ପ୍ଲାଣ୍ଟ ପାଇଁ ଏହି ଦୁଇ କମ୍ପାନୀ ନୂଆ ସ୍ଥାନ ଚିହ୍ନଟ କରିବେ | ପୂର୍ବରୁ ମାନେସରରେ ଏହା ପ୍ରତିଷ୍ଠା କରିବାର ଯୋଜନା ଥିଲା ।  କିନ୍ତୁ ଏହା ଜଳସେଚିତ ଅଞ୍ଚଳ ହୋଇଥିବାରୁ ସେଠାରେ ପ୍ଲାଣ୍ଟ ବସା ଯାଇପାରିବ ନାହିଁ ।  ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଇଣ୍ଡିଆ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଓ ଶାସନ ସଚିବଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତି ହୋଇଛି ।

ଏହି ଅବସରରରେ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି,ଭୁବନେଶ୍ୱରରେ ଏକ ହାଇଡ୍ରୋକାର୍ବନ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରାଯାଇଛି ।  ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇଦେବେ ବୋଲି ଆଶା ।  ଜମି ମିଳିବା ପରେ ତ୍ୱରିକ କାମ ଆରମ୍ଭ ହେବ ।

ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟ

ବଲାଙ୍ଗୀରରେ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରସ୍ତାବକୁ ସରକାର ମଂଜୁର କରିଛନ୍ତି ।  ୧୦୦ କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବା ଲାଗି ରାଷ୍ଟ୍ରାୟତ ତୈଳ କମ୍ପାନି ବିପିସିଏଲ୍ ପୂର୍ବରୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲା ।  ଏହି ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ମଂଜୁରୀ ପ୍ରଦାନ କରିଛି ।  ଏହି ପ୍ରକଳ୍ପ ଫଳରେ ପ୍ରାୟ ୫୦୦ ଲୋକଙ୍କୁ ରୋଜଗାର ସୁଯୋଗ ମିଳିବ ।  କ୍ଲିୟରାନ୍ସ ଅଥୋରିଟି ନିଷ୍ପତ୍ତି ସମ୍ପର୍କରେ ଇପିକଲ୍ ର ମହାପ୍ରବନ୍ଧକ କଲ୍ୟାଣ ମହାନ୍ତି କହିଛନ୍ତି,

୪୨୦.୩୫ କୋଟି ଟଙ୍କାର ୩ଟି ନିବେଶ ପ୍ରସ୍ତାବକୁ ଅଥୋରିଟି ମଂଜୁରୀ ପ୍ରଦାନ କରିଛି ।  ଏହା ମଧ୍ୟରେ ରହିଛି ବଲାଙ୍ଗିରର ଏଲପିଜି ବଟଲିଂ ପ୍ଲାଣ୍ଟ ।  ଏହି ପ୍ଲାଣ୍ଟ ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୯୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି ।  କ୍ଲିଅରାନ୍ସ ପାଇବା ପରେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇଯିବ ।

ପ୍ରସ୍ତାବିତ ପ୍ରକଳ୍ପ

ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ, ଆପ୍ରୋଚ୍ ରୋଡ୍ ନିର୍ମାଣ, ଡିଜିପିଏସ୍ ସର୍ଭେ, ବିଦ୍ୟୁତ୍ ଯୋଗାଣ, ଜଳ ଉପଯୋଗ ଆଦି ଆବଶ୍ୟକ ପଡିବ ।  ଏଗୁଡିକୁ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ କରିବ ।

ଆଧାର - Akhand social worker, freelance journalist

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate