অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶକ୍ତି

ଉପକ୍ରମ

ଶକ୍ତିଯୁଗ ଯୁଗରୁ ମଣିଷ ନିଆଁ, ଉତ୍ତାପ ଏବଂ ସେଗୁଡିକରୁ ମିଳୁଥିବା ସୁବିଧାଗୁଡିକ ସଂପର୍କରେ ସଚେତନ । ଆଧୁନିକ ଯୁଗର ସବୁଠାରୁ ବଡ ଆବିଷ୍କାର ହେଲା ବିଦ୍ୟୁତ ଶକ୍ତି ଏବଂ ଏହାର ସଫଳ ଉତ୍ପାଦନ ଓ ବ୍ୟବହାର । ବିଦ୍ୟୁତ୍ ଶକ୍ତିକୁ ବ୍ୟବହାର କରି ସଫଳ ଭାବରେ ଆମେ ଆମର ଆଲୋକ ଅଗ୍ନି, ଉତ୍ତାପ ତଥା ବିଭିନ୍ନ ସେମିନ୍ ଚଳାଇବା ପାଇଁ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ସେଗୁଡିକ ପୁରୁଣ ହୋଇଥାଏ । ଶକ୍ତିର ଉତ୍ସ କହିଲେ ଆମେ କାଠ ଜାଳେଣୀ, କୋଇଲା, ପେଟ୍ରୋଲ, କିରୋସିନ, ଡିଜେଲ ତଥା ଅନେକ ପ୍ରକାରର ଜୈବିକ ତେଲ ଏବଂ କେତେକ ରାସାୟନିକ ଦ୍ରବ୍ୟକୁ ବୁଝାଏ । ଏସବୁ ଗୁଡିକ ଧୀରେ ଧୀରେ କମିଯିବାରେ ଲାଗିଛି । କାରଣ ଏଗୁଡିକ ଖଣି, ସମୁଦ୍ରଗର୍ଭ ଏବଂ ଜଙ୍ଗଲରୁ ହିଁ ଅଣାଯାଏ । ଏଗୁଡ଼ିକୁ ଜାଳି ଆମର ବିଭିନ୍ନ ଆବଶ୍ୟକତା ଆଲୋକ, ଉତ୍ତାପ, ରୋଷେଇ ଗାଡି  ଯାତାୟତ  ଇତ୍ୟାଦି ପାଇଁ ବ୍ୟବହାର କରନ୍ତି । ଏହି ସରିସରି ଆସୁଥିବା ପ୍ରାକୃତିକ ସଂଶୋଧନ   ସଂପୂର୍ଣ୍ଣ ସମାପ୍ତ ହୋଇଯିବ । ଲୋକସଂଖ୍ୟା ବୃଦ୍ଧି ସହିତ ସେମାନଙ୍କର ଆବଶ୍ୟକତାକୁ  ରଖି ଏହିସମସ୍ତ ଜାଳେଣୀ ଗୁଡିକ ଯେ ଭବିଷ୍ୟତରେ ଅନେକ ନଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ  ।

ଶକ୍ତିର ଉତ୍ପାଦନ

ଏପରି ଯଦି ସନ୍ଧି ମୁହୂର୍ତ୍ତରେ ସୌର ଶକ୍ତି ପବନ ଶକ୍ତି ଓ ଜଳ  ଗୁଡିକୁ  ବ୍ୟବହାର କରି ଶକ୍ତି ଉତ୍ପାଦନ କରିବା ପରି ଅନେକ ବୈଷୟିକ ବ୍ୟବସ୍ଥା ଭବିଷ୍ୟତର କ୍ରମବର୍ଦ୍ଧିଷ୍ଣ ଲୋକ ସମ୍ବଳକୁ ଖୁବ୍ ସାହାଯ୍ୟ କରିବ ।

କୋଇଲା ଜଳାଇ ଜଳକୁ ବାଷ୍ପରେ ପରିଣତକରି ବିଶାଳ ଟର୍ବାଇନ୍ ଗୁଡିକ ପରିଚାଳନାକରି ବିଦ୍ୟୁତ୍ ଉତ୍ପାଦନ କରାଯାଏ । ଏହା ପରିବେଶକୁ   କରେ । କୋଇଲା ଖନନ ପାଇଁ କେତେକ ଜଙ୍ଗଲ ଓ ବୃକ୍ଷ ନଷ୍ଟ ହୁଏ । କୋଇଲା ଜମିଲେ  ବାୟୁମଣ୍ଡଳ ଏହାର ବିଷାକ୍ତ ଧୁଆଁରେ ପ୍ରଦୂଷିତ ହୁଏ । ଯାହା ମୃତ୍ୟୁକୁ ଲୋକଙ୍କର ନିକଟତର କରାଏ । ସେଥିରେ ପରିବେଶ ସନ୍ତୁଳନ ନଷ୍ଟ ହୁଏ ।    ଖୁବ୍ ଗରମ ସାଂଗକୁ ପାଣିର ଅଭାବ, ପ୍ରଦୂଷଣ ଜନିତ  , ରୋଗ ହେତୁ  । ମାନସିକ / ଶାରୀରିକ ଓ ଆର୍ଥିକ ସମସ୍ୟାମାନ ଆମ ପ୍ରଗତିର ପଥ ହୋଇଥାଏ ।  ନଦୀବନ୍ଧ ଦ୍ଵାରା, ଅନେକ ସ୍ଥଳରେ ବିଦ୍ୟୁତ୍ ଉତ୍ପାଦନ କରାଯାଏ । କିନ୍ତୁ ଏହା ଦ୍ଵାରା ଅନେକ ଜଙ୍ଗଲ, ଜମି ଓ ଗ୍ରାମମାନଙ୍କୁ ଜଳମଗ୍ନ ହୋଇଥାଏ । ପରିବେଶ ସନ୍ତୁଳନ ଖରାପ ହୁଏ । ଏଥିରେ ଅନେକ ବ୍ୟୟ  ହୋଇଥାଏ ।

ତେବେ ସୌରଶକ୍ତି ଦ୍ଵାରା ଜେନ ଲୋକ ନିଜ ଘରେ ଶକ୍ତି ଉତ୍ପାଦନ ଏବଂ ଏହାର ବିଶେଷ ବ୍ୟବହାର କରିପାରିବ । ସେହିପରି ଜୈବିକ ଆବର୍ଜନାରୁ ବାୟୋଗ୍ୟାସ କୁ ସଫଳ ଭାବରେ ଇନ୍ଧନରୂପେ ବ୍ୟବହାର କରାଯାଇ ରନ୍ଧନ ଓ ଆଲୋକ ବ୍ୟବସ୍ଥା କରାଯାଇ ପାରୁଛି । ପବନ କଳର ବ୍ୟବହାର କରି ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ଶକ୍ତି ସମସ୍ୟାକୁ ସମାଧାନ କରାଯାଇ ପାରୁଛି । ଏଗୁଡିକ ଏବେ ବହୁଳଭାବରେ ଗାଁ ମାନଙ୍କରେ ଉପଲବ୍ଧ ହୋଇପାରିଲେ ଗାଁର ଉନ୍ନତି ସହଜ ହୋଇଯିବ ।

ଆଧାର – ଦୈନିକ ଧରିତ୍ରୀ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate