অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୦୧୮ରେ ଦର୍ଲିପାଲିରୁ ଉତ୍ପାଦିତ ହେବ ୧୬୦୦ ମେଗାୱାଟ୍ ବିଦ୍ୟୁତ

୨୦୧୮ରେ ଦର୍ଲିପାଲିରୁ ଉତ୍ପାଦିତ ହେବ ୧୬୦୦ ମେଗାୱାଟ୍ ବିଦ୍ୟୁତ

ଉପକ୍ରମ

energy17may1ନ୍ୟାସନାଲ୍ ଥର୍ମାଲ ପାୱାର କର୍ପୋରେସନ୍ (ଏନଟିପିସି) କେବଳ ବିଦ୍ୟୁତ ଉତ୍ପାଦନ କରେ ନାହିଁ, ଏହା ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଭଲ ଭାବେ ପୂରଣ କରିଥାଏ । ଓଡିଶାରେ ଏନଟିପିସି ଅନେକ ଜନହିତକର କାମ ହାତକୁ ନେଇଛି । ନିକଟରେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ କମ୍ପାନୀ ଭବିଷ୍ୟତରେ କେଉଁ କେଉଁ ଶକ୍ତି ପ୍ରକଳ୍ପ କେବେ ଶେଷ ହେବ ଓ ପାରିପାର୍ଶ୍ଵିକ ଉନ୍ନତି ପାଇଁ କମ୍ପାନୀର ଭୂମିକା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମେଡିକାଲ୍ କଲେଜ୍ ଓ ଆଟିଆଇ

ସୁନ୍ଦରଗଡରେ ଦେଶର ଶ୍ରେଷ୍ଠ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କାର୍ଯ୍ୟ ଆରମ୍ଭ କରିଛି ଏନଟିପିସି । ଏଥିପାଇଁ କମ୍ପାନୀ ୪୧୭ କୋଟି ଟଙ୍କା ବ୍ୟୟ କରିବ । ୨୦୧୮ ସୁଦ୍ଧା ଏହାର କାମ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହା ପରେ ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଓଡିଶା ବାସୀଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟ ସେବା ମିଳିପାରିବ । ସେହିପରି ଯୁବକମାନଙ୍କୁ ବିଭିନ୍ନ ବୈଷୟିକ ଟ୍ରେଡ୍ ରେ ତାଲିମ ଦେବା ପାଇଁ ଗଂଜାମର ଶେରଗଡ ଠାରେ ଏକ ଆଇଆଇଟି ପ୍ରତିଷ୍ଠା କରିବାକୁ ମଧ୍ୟ କାମ ଆରମ୍ଭ ହୋଇଯାଇଛି । ଏଥିରେ ବ୍ୟୟ ଅଟକଳ ଅଛି ୭.୭୨ କୋଟି । ଏହା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ତାଲିମ ଦେବା ସହ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇପାରିବ ।

ଦର୍ଲିପାଲି ପ୍ରକଳ୍ପ

ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ତହସିଲ ଅନ୍ତର୍ଗତ ଦର୍ଲିପାଲି ତାପଜ ବିଦ୍ୟୁତ କେନ୍ଦ୍ର ୨୦୧୮ ସୁଦ୍ଧା ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହୁ ପ୍ରକଳ୍ପ ୧୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ହେବ । ଏ ସମ୍ପର୍କରେ କମ୍ପାନୀର ମହାପ୍ରବନ୍ଧକ ଏ.କେ. ତ୍ରିପାଠୀ କହିଛନ୍ତି, ୧୩ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ୨୦୧୮ ଫେବୃୟାରୀରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଏଠାରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିରୁ ଓଡିଶାକୁ ୫୦ ପ୍ରତିଶତ ଅର୍ଥାତ୍ ୮୦୦ ମେଗାୱାଟ୍ ବିଦ୍ୟୁତ୍ ଦିଆଯିବ | ଏହି ପ୍ରକଳ୍ପ ପାଇଁ ଡୁଲୁଙ୍ଗା ଖଣିରୁ କୋଇଲା ଓ ହୀରାକୁଦରୁ ଜଳ ନିଆଯିବ ।

ସେହିପରି ଢେଙ୍କାନାଳ ଜିଲ୍ଲା ଗଜମରାରେ ହେବାକୁ ଥିବା ତାପଜ ବିଦ୍ୟୁତ ପ୍ରକଳ୍ପରୁ କମ୍ପାନୀ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି । ଶକ୍ତି କ୍ରୟ ଚୁକ୍ତି ହୋଇନଥିବା କାରଣରୁ ପ୍ରକଳ୍ପ କାର୍ଯ୍ୟ ଧୀମା ଚାଲିଛି । ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇନାହିଁ | ଜମି ଅଧିଗ୍ରହଣ ପାଇଁ କମ୍ପାନୀ ସରକାରଙ୍କ ନିକଟରେ ୫୦୦ କୋଟି ଟଙ୍କା ଜମା କରିଛି । ଶକ୍ତି କ୍ରୟ ଚୁକ୍ତି ହେଲା ପରେ ଏହି ପ୍ରକଳ୍ପର କାମ ଚାଲିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଏନଟିପିସି ସାରା ଦେଶରେ ୧୮ଟି କୋଇଲା ଭିତ୍ତିକ, ୭ଟି ଗ୍ୟାସ ଭିତ୍ତିକ, ଗୋଟଏ ଜଳ ବିଦ୍ୟୁତ୍ ଓ ୮ଟି ସୌର ପ୍ରକଳ୍ପ ସ୍ଥାପନ କରିଛି । ଏସବୁ ମିଶାଇଲେ କମ୍ପାନୀର ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୪୫୫୪୮ ମେଗାୱାଟ୍ । କଣିହାଁରେ ସ୍ଥାପନ କରାଯାଇଥିବା ୧୦ ମେଗାୱାଟ୍ ସୌର ବିଦ୍ୟୁତ ପ୍ରକଳ୍ପ ଅଦ୍ୟାବଧି ରାଜ୍ୟର ବୃହତ୍ତମ ସୌର ପ୍ରକଳ୍ପ ଭାବେ ମାନ୍ୟତା ପାଇଆସିଛି ।

ସହଯୋଗର ହାତ

ସୁନ୍ଦରଗଡରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା କାମ ସହ ପାରିପାର୍ଶ୍ୱିକ ବିକାଶ ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି । ଏ ସମ୍ପର୍କରେ କମ୍ପାନୀ ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରବିନ୍ଦ କୁମାର କହନ୍ତି, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନରେ କମ୍ପାନୀ ପକ୍ଷରୁ ୩୭୨୫ଟି ପାଇଖାନା ନିର୍ମାଣ ହୋଇଛି । ଯାହା ଫଳରେ ଖୋଲାରେ ମଳତ୍ୟାଗ କରୁଥିବା ଲୋକେ ଏବେ ପାଇଖାନା ବ୍ୟବହାର କରିପାରିବେ । ପୁରୀରେ ଆଲୋକ ବ୍ୟବସ୍ଥା, ଆଦିବାସୀ ମହିଳାଙ୍କୁ ଇନ୍ଧନ ଚୁଲା ପ୍ରଦାନ ଆଦି ଅନେକ କାମ କମ୍ପାନୀ କରୁଛି ।

ଏହା ବ୍ୟତୀତ କମ୍ପାନୀ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି । ଫାଇଲିନ୍ ସମୟରେ ମଧ୍ୟ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ସହାୟତା ଦେଇଥିଲେ । ସେହିପରି କମ୍ପାନୀ ଗ୍ରାମାଂଚଳରେ ଗଢି ଉଠିଥିବା ସ୍ୱଂୟ ସହାୟକ ଗୋଷ୍ଠୀକୁ ସହଯୋଗ କରି ମହିଳା ସଶକ୍ତିକରଣ ପ୍ରକ୍ରିୟାରେ ସାମିଲ ହୋଇଛି ।

ଆଧାର:Akhand

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate