অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇନସାଟ୍ – ଥ୍ରୀଡିଆରର ସଫଳ ଉତକ୍ଷେପଣ

ଇନସାଟ୍ – ଥ୍ରୀଡିଆରର ସଫଳ ଉତକ୍ଷେପଣ

ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୁରୁବାର ଭାରତରୁ ଏକ ବଡ ଧରଣର ସଫଳତା ମିଳିଛି   । ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଜିଏମଏଲଭି – ଏଫ୦୫ ଜରିଆରେ ଅତ୍ୟାଧୁନିକ ପାଣିପାଗ ଉପଗ୍ରହ ଇନସାଟ –ଥ୍ରୀଡି ଆରର ସଫଳ ଉତକ୍ଷେପଣ ହୋଇଛି   ।

ଅପରାହ୍ନ ୪ ତା ୫୦ ରେ ମହାକାଶ କେନ୍ଦ୍ରର ଦ୍ଵିତୀୟ ଲାଞ୍ଚ ପ୍ୟାଡରୁ ୪୯.୧୩ ମିଟର ଲମ୍ବ ବିଶିଷ୍ଟ ରକେଟ ଉତକ୍ଷେପଣ ହୋଇଥିଲା   । ସଫଳତାର ସହ ଏହା ଆକାଶକୁ ଉଠିବା ସହିତ ୧୭ ମିନିଟ ପରେ ୨.୨୧୧ କିଗ୍ରା ବିଶିଷ୍ଟ ଇନସାଟ- ଥ୍ରୀଡିଆରକୁ ଏହା ଜିଓଶିଙ୍କ୍ରୋନାସ ଟ୍ରାନ୍ସଫର ଅର୍ବିଟରେ ଅବସ୍ଥାନ କରିଥିଲା  । ଅପରାହ୍ନ ୪ ତା ୧୦ ରେ ଏହି ଉପଗ୍ରହ ଉତକ୍ଷେପଣ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା  । କିନ୍ତୁ ଇନ୍ଧନ ପୁରାଇବା କାର୍ଯ୍ୟରେ ବିଳମ୍ବ ହେବାରୁ ଉତକ୍ଷେପଣ ସମୟ ଗଡିଗଲା   ।

ଇନସାଟ – ଥ୍ରୀଡିଆର ଦ୍ଵାରା ପାଣିପାଗର ଆଗୁଆ ସୂଚନା ମିଳିପାରିବ   । ପାଣିପାଗ ସମ୍ପର୍କିତ ବିଭିନ୍ନ ତଥ୍ୟ ସାଙ୍ଗକୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ସହାୟକ ହେବ   । ତେବେ ଏହି ଉପଗ୍ରହର ମିସନ ଲାଇଫ ୧୦ ବର୍ଷ ବୋଲି ଜଣାଯାଇଛି   ।  ଜିଏମଏଲଭର ୧୦ ମ ଫ୍ଲାଇଟି ଦ୍ଵାରା ଏହାର ଉତକ୍ଷେପଣ ହୋଇଥିବାରୁ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା ପାଇଁ ଏହା ଏକ ବଡ ସଫଳତା  । ବୈଜ୍ଞାନିକମାନେ ସଫଳତା ପାଇଁ ଖୁସି ମନାଇଥିଲେ   । ଇସ୍ରୋ ଅଧ୍ୟକ୍ଷ ଏ.ଏସ କିରମ କୁମାର ତାଙ୍କ ଟିମକୁ ବଧେଇ ଜଣାଇଛନ୍ତି   । ଉପଗ୍ରହଟି ନିର୍ଦ୍ଧାରଣ କକ୍ଷପଥରେ ପହଞ୍ଚିସାରିଛି ବୋଲି ସେ କହିଛନ୍ତି   । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି   ।

ଆଧାର – ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate