ବ୍ରହ୍ମାଣ୍ଡର ପ୍ରଥମ ନକ୍ଷତ୍ରର ସୃଷ୍ଟି ୭୦୦ ନିୟୁତ ବର୍ଷ ତଳେ ହୋଇଥିଲା । ବୈଜ୍ଞାନିକମାନେ ଏହାର ଯେଉଁ ସୃଷ୍ଟି ସମୟ ଅନୁମାନ କରୁଥିଲେ । ତା ଠାରୁ ବହୁ ବର୍ଷ ପୂର୍ବେ ଏହି ନକ୍ଷତ୍ରର ଜନ୍ମ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ପ୍ଲାଙ୍କ ସ୍ପେସର ଦୂରବୀକ୍ଷଣଯନ୍ତ୍ରରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି । ବ୍ରହ୍ମାଣ୍ଡ ଆଦ୍ୟ କାଳରେ ଏକ ଉତ୍ତପ୍ତ , କଣିକାର ମୌଳିକ ତରଳ ପିଣ୍ଡ ଥିଲା ।
ଏଥିରେ ଇଲେକ୍ଟ୍ରୋନ , ପ୍ରୋଟନ ନ୍ୟୁଟ୍ରନ ଓ ଫୋଟନ ଆଦି ରହିଥିଲା । ଏହାକୁ ଆଲୋକ କଣିକା ବୋଲି କୁହାଯାଏ । ଏହି ଭଳି ସାନ୍ଦ୍ରତା ବିଶିଷ୍ଟ ପରିବେଶରେ ବ୍ରହ୍ମାଣ୍ଡ ଏକ ଅସ୍ଵଚ୍ଛ କୁହୁଡି ପିଣ୍ଡ ଭଳି ଦେଖାଯାଉଥିଲା । କାରଣ ଆଲୋକ କଣିକା ଇଲେକ୍ଟ୍ରୋନ ସହ ଧକ୍କା ହେବା ପୂର୍ବରୁ ବିଶେଷ ଦୂରକୁ ଗତିଶୀଳ ହୋଇ ଯାଇପାରୁ ନଥିଲା । ସୃଷ୍ଟି ପ୍ରକ୍ରିୟା ବ୍ୟାପ୍ତ ହେବା ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ଏହାର ଘନତ୍ଵ କମିଲା । ଶେଷରେ ପ୍ରାୟ ୩୮୦,୦୦୦ ବର୍ଷ ବ୍ରହ୍ମାଣ୍ଡ ସ୍ଵଚ୍ଛ ହେଲା । ଯେତେବେଳେ କଣିକାଗୁଡିକର ସଂଘର୍ଷ ବିସ୍ତୁତ ହେବା ଏବଂ ଫୋଟନ ମୁକ୍ତ ଭାବେ ବିଚରଣ କରିବାରେ ସକ୍ଷମ ହେଲା । ବର୍ତ୍ତମାନ ସାରା ଆକାଶରେ ଏହି ଜୀବାଶ୍ମ ଆଲୋକ ଦୂରବୀକ୍ଷଣଯନ୍ତ୍ରରେ କସ୍ମିତ ମାଈକ୍ରୋୱେଭ ବ୍ୟାକଗ୍ରାଉଣ୍ଡ ଭାବେ ଦୃଶ୍ୟମାନ ହେଉଛି । ଆକାଶରେ ଏହାର ବଣ୍ଟନ ଛୋଟ ଛୋଟ ଉତଥାନପଟାଁକୁ ପ୍ରଘଟ ପ୍ରଣାଳୀ ଓ ଜ୍ୟାମିତି ସମ୍ପର୍କରେ ଏଥିରୁ ଅନେକ ତଥ୍ୟ ଜାଣିବାକୁ ମିଳିଛି । ଇତିହାସରେ ସୃଷ୍ଟି ପ୍ରକ୍ରିୟାର ପ୍ରଥମ ମୂହୁର୍ତ୍ତ ଯେତେବେଳେ ପଦାର୍ଥ ଏକ ବୈଦ୍ୟୁତିକ ନିଷ୍କ୍ରିୟ ଅବସ୍ଥାରେ ରହିଥିଲା । ଏହାର କିଛି ବର୍ଷପରେ ଏହି ପରମାଣୁଗୁଡିକ ଏକତ୍ରିତ ହୋଇ ଶେଷରେ ପ୍ରଥମ ପିଢିର ନକ୍ଷତ୍ରଗୁଡିକର ସୃଷ୍ଟିର କାରଣ ପାଲଟିଥିଲା । ବୈଜ୍ଞାନିକମାନେ ଏହାକୁ “ ଇପୋ ଅଫ ଋଆୟୋନାଇଜେଶନ “ ଭାବେ ଅଭିହିତ କରିଛନ୍ତି ।
ଆଧାର – ଧରିତ୍ରୀ
Last Modified : 12/15/2019