অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋଲାର ସେଲରେ ଲାଗିବ ସିଲିକନର ବିକଳ୍ପ

ସୋଲାର ସେଲ  ତିଆରି ପାଇଁ  ସହଜ

ବୈଜ୍ଞାନିକମାନେ ସୋଲାର ସେଲରେ ସିଲିକନ ବଦଳରେ  ଆଉ ଏକ  ମ୍ୟାଟେରିଆଲ  ବ୍ୟବହାର  କରିବାକୁ  ଯାଉଛନ୍ତି । ଏହା  ଅପେକ୍ଷାକୃତ  ଶସ୍ତା ଏବଂ ସୋଲାର ସେଲ  ତିଆରି ପାଇଁ  ସହଜ ହେବ ବୋଲି ବୈଜ୍ଞାନିକମାନେ  କହୁଛନ୍ତି    । ଏହି ବିକଳ୍ପ  ପଦାର୍ଥକୁ  ପେରୋସ୍କାଇଟ  କୁହାଯାଉଛି   । ଏହା ପୂର୍ବାପେକ୍ଷା  ଅଧିକ ଦକ୍ଷ ଏବଂ  ଗ୍ରହଣୀୟ  ହେବ  । ସିଙ୍ଗାପୁରସ୍ଥିତ ମ୍ୟାଟେରିଆଲସ  ରିସର୍ଚ୍ଚ  ଆଣ୍ଡ  ଇଞ୍ଜିନିୟରିଂ  ପ୍ରତିଷ୍ଠାନର  ଲିନ ଲିଓଙ୍ଗ  କହନ୍ତି    ।“ସିଲିକନ ଦ୍ଵାରା ପ୍ରସ୍ତୁତ  ସୋଲାର  ସେଲ  ଦୀର୍ଘ ଦିନ  ହେଲା  ଏହାର ଅସ୍ତିତ୍ଵ  ଜାହିର  କରିଆସୁଛି   ।

ଅଧିକ ଦକ୍ଷତା ରଖୁଥିବା ସୋଲାର ସେଲ

ତେବେ  ଏହା ଅପେକ୍ଷା  ଶସ୍ତା ଏବଂ ଅଧିକ ଦକ୍ଷତାର ସହ  କାର୍ଯ୍ୟ  କରୁଥିବା ଏକ ସୋଲାର ସେଲ  ପ୍ରସ୍ତୁତି ପାଇଁ  ବୈଜ୍ଞାନିକମାନେ  ପ୍ରୟାସ  କରୁଛନ୍ତି   ।” ସିଲିକନ ସୋଲାର ସେଲ  ପ୍ରସ୍ତୁତି  ଅଧିକ ଶ୍ରମସାପେକ୍ଷ   । ଏହା କାର୍ଯ୍ୟକ୍ଷମ ହେବାକୁ  ଅଧିକ  ତାପମାତ୍ରା  ଆବଶ୍ୟକ  କରେ   । ଅପରପକ୍ଷରେ  ପେରୋସ୍କାଇଟ  ସୋଲାର ସେଲରେ  ପ୍ରକ୍ରିୟା ଆପେକ୍ଷିକ  ଭାବେ  ସହଜ ଏବଂ ଏହାକୁ  ତିଆରି କରିବା  ସହଜ  । କିନ୍ତୁ ଏହାର ଦକ୍ଷତା  ସିଲିକନ ଦକ୍ଷତାର  ପାଖାପାଖି  । ଅର୍ଥାତ  ସିଲିକନ  ସେଲର  ଦକ୍ଷତା  ୨୫ ପ୍ରତିଶତ ହୋଇଥିବା ବେଳେ ସେତୁଳନାରେ  ପେରୋସ୍କାଇଟର ଦକ୍ଷତା ୨୨ ପ୍ରତିଶତ ଆକିନ୍ତୁ ଗବେଷକ  ମାନଙ୍କ  କହିବା ଅନୁଯାୟୀ ସିଲିକନ ସୋଲାର  ସେଲର ପ୍ରଭୁତ୍ଵ  ଏତେ  ଅଧିକ  ଯେ  , ଏହାର ବିକଳ୍ପ  ପ୍ରତି ଗବେଷକ ଓ ବ୍ୟବସାୟୀମାନଙ୍କୁ  ମନେଇବା କଷ୍ଟକର  ହୋଇପଡୁଛି  । ଏହି ନୂଆ  ଶ୍ରେଣୀର  ସୋଲାର   ସେଲ ମାତ୍ର  ୪ ବର୍ଷ ତଳର   । ବିଭିନ୍ନ ତାପମାତ୍ରା  ଏବଂ ଆଲୋକର  ବ୍ୟାପକତାରେ  ପେରୋସ୍କାଇଟ ସୋଲାର ସେଲର  ଦକ୍ଷତା  ମାପ କରି  ଗବେଷକମାନେ  ଏହାର ଗଠନ  ପଦ୍ଧତି  ଉପରେ  ସୂଚନା  ଦେଇଛନ୍ତି  । ଏହାକୁ  କେବଳ   ସାଧାରଣ ତାପମାତ୍ରାରେ  ପରୀକ୍ଷା  କରାଯାଇଛି  । ତେବେ ଛାତ  ଉପରେ  ସିଧାସଳଖ  ସୂର୍ଯ୍ୟକିରଣ ପାଇ ଅତି ଉଚ୍ଚ ତାପମାତ୍ରାରେ  ଏହା କାର୍ଯ୍ୟ କରିବ କି  ନା  ସେ ସମ୍ପର୍କରେ  ଲୋକମାନେ  ସନ୍ଦିହାନ  ଅଛନ୍ତି  ବୋଲି ଲିଓଙ୍ଗ  କହିଛନ୍ତି    ।

ଆଧାର : ଧରିତ୍ରୀ

Last Modified : 12/26/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate