অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୁବନେଶ୍ଵରରୁ ସେସୁର ତତ୍କାଳ ଯୋଜନା

ସେସୁ ତତ୍କାଳ ଯୋଜନା

ବିଦ୍ୟୁତ୍ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ଵରରେ ସେସୁ ତତ୍କାଳ ଯୋଜନା ଆରମ୍ଭ କରିଛି ।

ଆବେଦନକାରୀ ଏଲ୍.ଟି.ସିଙ୍ଗିଲ୍ ଫେଜ ସର୍ବାଧିକ ୫ କିଲୋୱାଟ୍ ଲୋଡ ପର୍ଯ୍ୟନ୍ତ ଘରୋଇ ଏବଂ ବ୍ୟବସାୟିକ ବିଦ୍ୟୁତ୍ ଗ୍ରାହକ ହେବା ପାଇଁ ସେସୁର  ତତ୍କାଳ ଯୋଜନା ମାଧ୍ୟମରେ ନିର୍ଦ୍ଧାରିତ ଦେୟ ପଇଠର ୩ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପାଇପାରିବେ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ

ପ୍ରଥମ କରି ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରୁଥିବା ବ୍ୟକ୍ତି ଉଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମ୍ପୃକ୍ତ ଅଞ୍ଚଳର ଡିଭିଜନ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଘର ବା ପରିସରକୁ ୱେୟାରିଂ କରିଥିବା କଣ୍ଟ୍ରାକ୍ଟର ପ୍ରମାଣପତ୍ର, ଘର/ ପରିସରର ମାଲିକାନା କାଗଜପତ୍ର ଏବଂ ବିଡିଏ/ ବିଏମ୍ସି ଦ୍ଵାରା ଅନୁମୋଦିତ ପ୍ଲାନ୍, ପ୍ରଫେସିଂ ଫି ବାବଦ ୨୫ ଟଙ୍କା, ଇନ୍ସପେକ୍ସନ ଫି’ ବାବଦ ଟଙ୍କା (ଘରୋଇ ପାଇଁ ୩୪ ଏବଂ ବ୍ୟବସାୟିକ ପାଇଁ ୭୫ ) ଏବଂ ସର୍ଭିସ କନେକ୍ସନ ବାବଦ ୧୫୦୦ ଟଙ୍କା ଦାଖଲ କରିବେ । ବିଦ୍ୟୁତ୍  ଡିଭିଜନର ମୁଖ୍ୟ, ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ କରିବେ  ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତତ୍କାଳ ଯୋଜନା ମାଧ୍ୟମରେ ନୂତନ ବିଦ୍ୟୁତ୍ ସଂଯୋଗ ଦିଆଯାଇ ପାରିବ  କି ନା ସର୍ବାଧିକ ତିନିଟି କାର୍ଯ୍ୟଦିବସ ମଧ୍ୟରେ ଜଣାଇବେ । ଆବେଦନକାରୀ ତତ୍କାଳ ଦେୟ ଏବଂ ଲୋଡ଼ ଅନୁସାରେ ଅମାନତ ଜମା ପଇଠ କରିବାର ତିନିଟି କାର୍ଯ୍ୟ ଦିବସ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପାଇବେ ।

ଘରୋଇ ଆବେଦନକାରୀ

ତତ୍କାଳ ଦେୟ ବାବଦରେ ଜଣେ ଏଲ୍.ଟି.ସିଙ୍ଗିଲ ଫେଜ୍ ଘରୋଇ ଆବେଦନକାରୀଙ୍କ ପାଇଁ ୨୦୦୦ ଟଙ୍କା ଏବଂ ଜଣେ ଏଲ୍.ଟି.ସିଙ୍ଗିଲ୍ ଫେଜ୍ ବ୍ୟବସାୟିକ ଆବେଦନକାରୀଙ୍କ ପାଇଁ ୪୦୦୦ଟଙ୍କା ଦେବାକୁ ପଡିବ । ତତ୍କାଳ ଯୋଜନାରେ ଯୋଗ୍ୟ ବିବେଚିତ ହେଉ ନଥିବା ଆବେଦନକାରୀଙ୍କୁ ସାଧାରଣ ପ୍ରକ୍ରିୟାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ।  ଏହି ଯୋଜନା କେବଳ ପ୍ରଥମ ବିଦ୍ୟୁତ୍ ସଂଯୋଗ ପାଇଁ ପ୍ରଯୋଜ୍ୟ । ପର୍ଯ୍ୟାୟକ୍ରମେ ସମସ୍ତ ସେସୁ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେସୁ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଆଧାର – ଦୈନିକ ସମାଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate