অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ

ସରକାରୀ ଅଫିସ୍ ଓ ଶିକ୍ଷାନୁଷ୍ଠାନ କୋଠାରେ ସୌର ପ୍ରକଳ୍ପ

ଉପକ୍ରମ

ସୌର ପ୍ରକଳ୍ପ ସୌରଶକ୍ତି ଉତ୍ପାଦନ ପାଇଁ ଓଡିଶା ସରକାର ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛନ୍ତି । ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ ଓ ଅଟ୍ଟାଳିକାର ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମେ ଏହା କଟକ-ଭୁବନେଶ୍ୱର ଦୈତ ନଗରୀରେ କାର୍ଯ୍ୟକାରୀ ହେବ ।ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପରୁ ଅନ୍ୟୁନ ୫ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆଉ ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସରକାର ଏଥିପାଇଁ ବିଭିନ୍ନ କମ୍ପାନୀ ଠାରୁ ଟେଣ୍ଡର ମଗାଇଥିଲେ । ଆକ୍ୟୁରେ ପାୱାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ମୂଲ୍ୟସୂଚୀକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସୌର ପ୍ରକଳ୍ପର ପରିଚାଳନା ଭାର ଏହି କମ୍ପାନୀକୁ ହିଁ ଦିଆଯିବ ।

ପିପିପି ପରିଚାଳନା ଓ ତଦାରଖର ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ କୁହନ୍ତି,ସୌର ଶକ୍ତି ଉତ୍ପାଦନ ପାଇଁ ୟୁନିଟ୍ ପିଛା ମାତ୍ର ୫.୬୯ଟଙ୍କା ମୂଲ୍ୟସୂଚୀ ମିଳିଛି ।ଏହା ପୂର୍ବରୁ ପ୍ରଚଳିତ ଦର ଠାରୁ ଯଥେଷ୍ଟ କମ୍ ଓ ସନ୍ତୋଷଜନକ । ସୌରଶକ୍ତି ସମ୍ବନ୍ଧିତ ବୈଷୟିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ଟେଣ୍ଡର ଆହ୍ୱାନର ବ୍ୟାପକ ପ୍ରସାର ହେତୁ ଏହି ପ୍ରତିଯୋଗିତାମୂଳକ ମୂଲସୂଚୀ ଆସିପାରିଛି ।

ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ନିଜ ନିଜ ଅନୁଷ୍ଠାନକ ଛାତ ଉପରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାକାରୀ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନଙ୍କୁ କୌଣସି ବ୍ୟୟଭାର ବହନ କରିବାକୁ ପଡିବ ନାହିଁ । ଘରୋଇ-ସରକାରୀ ସହଭାଗିତାରେ ଏହି ପ୍ରକଳ୍ପ ସ୍ଥାପନ ହେବ । ଯେଉଁ ସଂସ୍ଥାର ଛାତ ଉପରେ ଏହି ପ୍ରକଳ୍ପ ବସାଯିବ, ସେହି ସଂସ୍ଥା ପକ୍ଷରୁ ଏକ ଅନୁମୋଦନ ଆବଶ୍ୟକ । ଏହା ପରେ ସେମାନେ ଭୂମିକା କିଛି ନାହିଁ ।କାରଣ ପ୍ରକଳ୍ପ ଟିମ୍ ସେଠାରେ କାମ କରିବା ଆରମ୍ଭ କରିଦେବ ।

ଆଶ୍ରମ ସ୍କୁଲରେ ସୌରଶକ୍ତି

କୋରାପୁଟର ଦୁର୍ଗମ ଅଂଚଳରେ ଥିବା କିଛି ଆଶ୍ରମ ସ୍କୁଲ ହଷ୍ଟେଲ୍ ରେ ସୌରଶକ୍ତି ଦ୍ୱାରା ବିଦ୍ୟୁତ୍ ଯୋଗାଇ ଦେବାଲାଗି ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ଏସବୁ ହଷ୍ଟେଲର ଛାତ ଉପରେ ସୌର ପ୍ରକଳ୍ପ କାମ କରିବ ।ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ୧୪ ଟି ବ୍ଲକରୁ ୫୬ ଟି ସେବାଶ୍ରମକୁ ଏଥିପାଇଁ ବଛାଯିବ । ପ୍ରତି ବ୍ଲକର ୪ଟି ସେବାଶ୍ରମରେ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବ।

ଜିଲ୍ଲା ମଙ୍ଗଳ ଅଧିକାରୀ ତ୍ରିନାଥ ରାଓ କହନ୍ତି, ଯେଉଁ ସବୁ ଆଶ୍ରମ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନାହିଁ, ସେଠାରେ ଏହି ପ୍ରକଳ୍ପ ଚାଲୁ ହେବ। ଏଥିରେ ଫ୍ୟାନ୍ ବୁଲିପାରିବ ଓ ବଲବ୍ ଜଳିପାରିବ । ତେବେ କମ୍ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ପାଇଁ ହଷ୍ଟେଲ ଗୁଡିକୁ ଏଲଇଡି ବଲବ୍ ଯୋଗଇ ଦିଆଯିବ।

ଜିଲ୍ଲାରେ ୧୫୪ଟି ସେବା ଆଶ୍ରମ ରହିଛି । ଏଗୁଡିକ ତଫସିଭୁକ୍ତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ । ବିଦ୍ୟୁତ ସଂଯୋଗ ନଥିବା ସବୁ ସ୍କୁଲ ହଷ୍ଟେଲଗୁଡିକରେ ପର୍ଯ୍ୟାୟକ୍ରମେ ସୌର ପ୍ରକଳ୍ପ ପ୍ରତିଷ୍ଠା ହେବ । ପ୍ରଥମେ ୨୫୦ରୁ ୬୦୦ ଛାତ୍ରଛାତ୍ରୀ ପଢୁଥିବା ଏଭଳି କିଛି ସେବାଶ୍ରମରୁ ପ୍ରତିବ୍ଲକରୁ ଆଠଟି ସେବାଶ୍ରମକୁ ଚିହ୍ନଟ କରାଯାଇଛି ।ଏଥିମଧ୍ୟରୁ ପ୍ରକଳ୍ପ ହେବାକୁ ଥିବା ୫୬ଟି ସ୍କୁଲକୁ ଚୁଡାନ୍ତ କରାଯିବ ।

ରାଜ୍ୟର ସୌର ଶକ୍ତି କ୍ଷମତା

ସାରା ଦେଶରେ ଏବେ ୫୦୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ହେଉଛି । ୨୦୨୧-୨୨ ସୁଦ୍ଧା ଦେଶରେ ୧୦୦ ଗିଗାୱାଟ୍ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି ।ତେବେ ଓଡିଶାରେ ପ୍ରାୟ ୬୭ ମେଗାୱାଟ୍ ସୌରଶକ୍ତି ଉତ୍ପାଦିତ ହୋଇଛି । ଯାହା ଦେଶରେ ଏକଦଶ ସ୍ଥାନ ।ପ୍ରଥମରେ ରହିଛି ରାଜସ୍ଥାନ । ସେଠାରୁ ସର୍ବାଧିକ ୧୨୬୪ ମେଗାୱାଟ୍ ଶକ୍ତି ଉତ୍ପାଦିତ ହେଉଛି । ରାଜ୍ୟଗୁଡିକରେ ସୌରଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇଦେବାକୁ ଯୋଜନା କରୁଛନ୍ତି ।

ସଂଗୃହିତ - ଅଖଣ୍ଡ, ଜର୍ନାଲିଷ୍ଟ

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate