অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗାଲୁଆ

ଉପକ୍ରମ

ଏହା  ଏକ  ଅତିକଷ୍ଦାୟୀ  ଭୂତାଣୁଜନିତ  ରୋଗ,  ବୟସ   ନିର୍ବିଶେଷରେ  ସମସ୍ତଙ୍କୁ  ହେଉଥିଲେ  ମଧ୍ୟ  ଶିଶୁମାନଙ୍କୁ   ଅଧିକପରିମାଣରେ  ଆକ୍ରାନ୍ତ  କରେ   । ଏହା ଏକ  ସାଂଘାତିକଭାବର  ଭଡା   ରୋଗ   । ଜ୍ଵର  ସହିତ  ଗାଲର  କାନମୂଳକୁ   ଲାଗିଥିବା  ପରୋଟିଡ  ଗ୍ଲାଣ୍ଡର  ପ୍ରଦାହରୁ  ରୋଗୀ  ପାଟି  ଖୋଲିପାରେ   ନାହିଁ, ଖାଇବା  ପିଇବାରେ   ବହୁତ  କଷ୍ଟ   ଅନୁଭବ   କରେ,  କଥା  କହିପାରେନା  ଏବଂ  ଅଚିକିତ୍ସା  ଓ  କୁଚିକିତ୍ସା   ଫଳରୁ   ଅନେକ  ସମୟରେ  ଏହା  ପାଚିଥାଏ   । ତାହା  ପରର  ଅବସ୍ଥା  ସାଧାରଣଭାବରେ   ଅନୁମାନ  କରାଯାଇପାରେ   । ପ୍ରଥମରୁ   ଏହାର  ଚିକିତ୍ସା  ହୋମିଓପାଥିରେ  କଲେ  ୩/୪ ଦିନ  ଭିତରେ   ସମ୍ପୂର୍ଣ୍ଣ   ଆରୋଗ୍ୟ   ଲାଭ  କରାଯାଇଥାଏ  ।

ଲକ୍ଷଣ

କିଛି  ନାହିଁ  ହଠାତ୍  ପ୍ରବଳ  ଜ୍ଵର  ସହିତ  ଅସ୍ଥିରତା  ଓ ଘାନା  ଘାନା  ପାଣି  ପିଇବାର  ଇଚ୍ଛା  ଥିଲେ  ଏକୋନାଇଟ – ୨୦୦ ତିନି  ଚାରି  ଘଣ୍ଟାରେ  ଥରେ  ଲେଖାଏଁ  ଦିଅନ୍ତୁ ;  ନଚେତ୍  ପ୍ରବଳ  ଜ୍ଵର  ସାଙ୍ଗକୁ  ଯଦି  କାନମୂଳ  ଲାଲ୍  ହୋଇ  ଧପଧପ୍  କରୁଥାଏ  ଓ  ସାଂଘାତିକ  ମୁଣ୍ଡବ୍ୟଥା  ହୁଏ  ବେଲାଡୋନା   ଦିଅନ୍ତୁ  । ଯଦି  ଡାହାଣପଟ   ଆକ୍ରାନ୍ତ   ହୋଇଥାଏ  ତାହାହେଲେ  ତ  କଥା  ନାହିଁ   । ଜ୍ଵର  ସହିତ  ଶର୍ଦ୍ଦି, ଦେହହାତ  ଘୋଳାବିନ୍ଧା   ସହିତ  ବ୍ୟସ୍ତତା  ଥିବ, ବାମପଟ  ଗାଲ  ଆକ୍ରାନ୍ତ   ହୋଇଥିବ,  ତାହାହେଲେ  ରସଟକ୍ସ  ଦେବା  ଭଲ    । ଏଥିରେ  ଜ୍ଵର, ପୂର୍ବ  ଦୁଇଟି  ଘଟନା  ଭଳି  ହଠାତ୍  ଆସେ  ନାହିଁ  ବା  ଏତେ  ସାଂଘାତିକ  ଭାବରେ  ଆକ୍ରମଣ  କରେ  ନାହିଁ   । ଧୀରେ  ଧୀରେ  ରୋଗର  ବୃଦ୍ଧି  ଘଟିଥାଏ   ।

ଯଦି  ମିଳିମିଳା   ପରେ  ଏହା  ଆରମ୍ଭ  ହୋଇଥାଏ  ତାହାହେଲେ  ପଲସେଟିଲା  ବିଶେଷ  କାର୍ଯ୍ୟକାରୀ   ।ଏହାର ସ୍ଵାଭାବିକ  ଲକ୍ଷଣ  ହେଲା,  ବ୍ୟଥା  ସହିତ  ଶୀତ  ଶୀତ  ଭାବ   ଅଥଚ  ଖୋଲା  ପବନର   ଆବଶ୍ୟକତା ; ଜ୍ଵର  ଓ  ବ୍ୟଥା  ପାଇଁ   ପାଟି  ଶୁଖି  ଅଠା   ଅଠା  ହୋଇଯାଉଥିଲେ  ମଧ୍ୟ  ଜଳତୃଷ୍ଣା   ଜମାରୁ  ନ ଥାଏ   ।

ସମ୍ପୂର୍ଣ୍ଣ  ଏକ  ବିପରୀତ  ଅବସ୍ଥା   ମଧ୍ୟ  ଦେଖାଯାଏ   । ପାଟିରୁ   ବହୁତ  ଲାଳ  ବାହାରୁଥିବ   ଅଥଚ  ଘନଘନ   ପାଣି   ପିଇବାକୁ   ଇଚ୍ଛା   କରୁଥିବ ; ଅବିରତ   ଝାଳ   ବୋହୁଥିଲେ  ମଧ୍ୟ  ଜ୍ଵରର  ଉପଶମ ହେଉ ନ ଥିବ,  ପାଟିରୁ  ରକ୍ତମିଶା   ଲାଳ  ବୋହୁଥିବ, ବ୍ୟଥା  ଓ  ଜ୍ଵର  କଷ୍ଟ  ସବୁ  ରାତିରେ  ବଢୁଥିବ,  ତାହାହେଲେ   ମର୍କୁରିୟାସ  ସଲ୍ୟୁବିଲିସ  ଦେବା  ଦରକାର  ।

ଏହି  ମର୍କରି   ପରିବାରର   ଆଉ  ଗୋଟିଏ  ଦୁଇଟି   ଔଷଧ  ରହିଛି, ମର୍କପ୍ରୋଟୋ  ଆୟୋଡ  ଓ  ମର୍କବିନ୍  ଆୟୋଡ  । ଏ  ଦୁଇଟି   ଔଷଧର   ବ୍ୟବହାର   ଗତାନୁଗତିକ  ଚିକିତ୍ସାପରେ   ଯେତେବେଳେ   ଦେଖାଯାଏ   ଯେ  ଗାଲୁଆର  ସମସ୍ତ  ଲକ୍ଷଣ,   ଉପସର୍ଗ  କମିଯାଇଥିଲେ  ମଧ୍ୟ  ଫୁଲା  ସେଇଭଳି   ଥାଏ,  ସେହି  କ୍ଷେତ୍ରରେ   ହିଁ ଖୁବ୍  ସୁଫଳ  ଦେଇଥାଏ  ଫୁଲା  କମାଇବା  ପାଇଁ   । ଡାହାଣପଟ  ଗାଲର  ଫୁଲା  ପାଇଁ  ମର୍କପ୍ରୋଟୋ  ଆୟୋଡ  ଦେବେ  ଓ  ବାମପଟ  ପାଇଁ  ମର୍କବିନ୍ ଆୟୋଡ   ବ୍ୟବହାର  କରିବେ   ।

କ୍ଷେତ୍ରବିଶେଷରେ  ଦେଖିବେ  ଏଭଳି  ପାରମ୍ପରିକ  ଚିକିତ୍ସାପରେ  ଜ୍ଵର,  ବ୍ୟଥା  ଇତ୍ୟାଦି  କମିଗଲେ   ମଧ୍ୟ  ଉଭୟପଟ   ଗାଲର   କାନମୂଳ   ଫୁଲି   ରହିଛି,  ପାତିରୁ  ଛେପ   ବେଶି  ବାହାରିବା   ସହିତ  ସମସ୍ତ  ଶରୀରରୁ   ଅତିଶୟ   ଝାଳ   ମଧ୍ୟ  ବାହାରୁଛି,  ତାହାହେଲେ   ପାଇଲୋ  କାର୍ପସ – ୬ ଦୋନକୁ  ୩ ଥର  ହିସାବରେ  ଖାଇବାକୁ  ଦେଲେ  ଫୁଲା  ଆଦି  କମିଯାଇ  ରୋଗୀ  ସ୍ବାଭାବୟକ  ସ୍ୱାସ୍ଥ୍ୟ  ଫେରି   ପାଆନ୍ତି   ।

ଦେଖିବେ, କୌଣସି  ଅବସ୍ଥାରେ  ଯଦି  ଉପସର୍ଗ   ସବୁ  ନ କମି  ଧୀରେ  ଧୀରେ   ରୋଗୀର   ଅବସ୍ଥା  ଖରାପ  ଆଡକୁ   ଯାଉଛି  ସମସ୍ତ  ସ୍ଵାଭାବିକ  ଉପଯୋଗୀ  ଔଷଧର  ବ୍ୟବହାର  ପରେ  ମଧ୍ୟ,  ପାରୋଟିଡିନମ୍ – ୨୦୦  ମଝିରେ ମଝିରେ   ପାନେ  ଲେଖାଏଁ   ଦେଇ  ସ୍ଵାଭାବିକ  ନିର୍ଦ୍ଧିଷ୍ଟ  ଔଷଧକୁ  ଚାଲୁ  ରଖିବେ   । ତାହାହେଲେ  ଅଚିରେ  କମ୍ପଲିକେସନ   ସବୁ  ଦୂର  ହୋଇ  ରୋଗୀ  ସୁସ୍ଥ  ହୋଇ  ଉଠିବେ   ।

ଏହି  ପାରୋଟିଡିୟମ  ଔଷଧକୁ  ବହୁ  ବ୍ୟାପକ   ଗାଲୁଆ  ରୋଗରେ  ପ୍ରତିଷେଧକ   ଭାବରେ   ମଧ୍ୟ  ବ୍ୟବହାର   କରାଯାଇପାରେ   । ଏଭଳି  ବ୍ୟବହାରର  ଧାରା  ପାଇଁ  ମିଳିମିଳା, ହାଡଫୁଟି  ଅଧ୍ୟାୟ  ଦ୍ରଷ୍ଟବ୍ୟ  ।

ଗାଲୁଆପାଇଁ   ଫାଇଟୋଲାକା  ମଧ୍ୟ  ଏକ  ଫଳପ୍ରଦ   ଔଷଧ   । ମନେରଖିବେ, ଫାଇଟୋଲାକା  ଯଦି  ଲାଗିବ   ତାହାହେଲେ   ରୋଗୀ  ଗାଲରେ   ସେକ  ସହିପାରିବ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate