অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚର୍ମଗତ ରୋଗ : ଲିଉକୋଡର୍ମା ଓ ସୋରିୟାସିସ୍

ଚର୍ମଗତ ରୋଗ : ଲିଉକୋଡର୍ମା ଓ ସୋରିୟାସିସ୍

ଉପକ୍ରମ

ଚର୍ମ ଉପରେ ଧଳାଦାଗକୁ ଲିଉକୋଡର୍ମା କୁହାଯାଏ । ଏହି ରୋଗ ବୃଦ୍ଧିପ୍ରାପ୍ତ ହେଲେ ମୁଣ୍ଡଳକୁଷ୍ଠ ବା ସୋରିୟାସିସ୍ ରେ ପରିଶତ ହୁଏ । ଏହି ରୋଗକୁ ଚିକିତ୍ସା ବିଜ୍ଞାନରେ ଚର୍ମଗତରୋଗ ବୋଲି ବର୍ଣ୍ଣନା କରାଯାଇଛି ଯାହାକୁ ‘ଡର୍ମାତୋଟିସ୍’ କୁହାଯାଏ । ପେଟରେ ବଦହଜମ ତଥ୍ୟ କୋଷ୍ଠ କାଠିନ୍ୟ ହୋଇ କୃମି ସୃଷ୍ଟି ହେଲେ, ଅପମିଶ୍ରିତ ତୈଳଜାତ ପଦାର୍ଥ ସେବନ, ଭୋଜନ ପରେ ନିୟମିତ ମଦ୍ୟପାନ, ଅପ୍ରାକୃତ ଯୌନ ସମ୍ଭୋଗ ଏବଂ ଅନିଚ୍ଛାକୃତ ଭୋଜନ କାଲେ ଖାଦ୍ୟ ଦୋଷଯୁକ୍ତ ହୋଇ ଏହି ରୋଗ ସୃଷ୍ଟି ହୋଇଥାଏ । ସେହିପରି ମଣ୍ଡଳକୁଷ୍ଠ ରୋଗ ବାଳକମାନଙ୍କଠାରୁ ଆରମ୍ଭ କରି ତିରିଷ ବର୍ଷ ବୟସ୍କ ଯୁବକଠାରେ ବିଶେଷ ଭାବେ ଦେଖାଦେଇଥାଏ । ବିଶେଷତଃ ଗ୍ରୀଷ୍ମ, ବର୍ଷା, ଶୀତ ଋତୁରେ ପାଗର ଆକସ୍ମିକ ପରିବର୍ତ୍ତନ ଘଟିଲେ ଶରୀରର କୌଣସି ସ୍ଥାନରେ ବଧିରତା ସୃଷ୍ଟି ହେଲେ ତାହାକୁ ମୁଣ୍ଡଳକୁଷ୍ଠ ବା ସୋରିୟାସିସ୍ ବୋଲି କୁହାଯାଏ ।

ଏହାର କେତେକ ଗୁଣ ଓ ଲକ୍ଷଣ ରହିଛି ଏହି ରୋଗ ଶରୀରର ଯେକୌଣସି ସ୍ଥାନରେ ହୋଇଥିଲେ ମଧ୍ୟ ରୋଗୀକୁ କୌଣସି କଷ୍ଟ ଜଣାପଡେ ନାହିଁ । ଏହି ଦାଗ ଶରୀରର ବିଭିନ୍ନ ସ୍ଥାନରେ ଦେଖାଦେଇ କ୍ରମଶଃ ବିସ୍ତାର ଲାଭ କରେ । ଚର୍ମ ଉପରେ ଗୋଲ ଗୋଲ ଧଳା ଓ କାହାର ଗୋଲାପୀ ଓ ଲାଲ ବର୍ଣ୍ଣର ହୋଇଥାଏ ଏବଂ ସେହି ସ୍ଥାନରେ ଲୋମର ବର୍ଣ୍ଣ ତମ୍ବାଳିଆ ବା ହଳଦିଆ ଦେଖାଯାଏ ।

ସେହିପରି ମଣ୍ଡଳକୁଷ୍ଠ ରୋଗ ହେଲେ କହୁଣୀ, ଜାନୁ ଓ ପିଠିର ବିଭିନ୍ନ ଅଂଶରେ ଓ ପେଟରେ ଗୋଲାକାର ମନ୍ଦା – ଧଳା, ଲାଲ୍ ଓ ଗୋଲାପୀ ବର୍ଣ୍ଣର ଚିହ୍ନ ଦେଖାଯାଏ । ଏହିପରି ଗୋଲ ଗୋଲ ଚିହ୍ନଗୁଡିକ ଶେଷରେ ପରସ୍ପର ମିଶିଯାଆନ୍ତି । ଏହିରୋଗରେ ଅନ୍ତଃ ଚର୍ମରେ ଥିବା ରକ୍ତବାହିନୀ ଶିଥିଳ ହୋଇ ବ୍ୟାପ୍ତ ହୋଇଯାଏ । ଏହି ରୋଗ ନଖରୁ ମଧ୍ୟସଂକ୍ରମଣ କରିଥାଏ । ଶରୀରରେ କଫ ବା ଆମଦୋଷ ଅଧିକ ମାତ୍ରାରେ ସୃଷ୍ଟି ହେଲେ ଏହି ରୋଗ ସହଜରେ ଆକ୍ରମଣ କରିଥାଏ । ଲିଉକୋଡର୍ମା ଓ ସୋରିୟାସିସ୍ ରୋଗୀ ଲୁଣିମାଛ, ଚିଙ୍ଗୁଡି, ଶୁଖୁଆ, ବାଇଗଣ, ସାରୁ ଓ ତେନ୍ତୁଳି ଖଟା, ଅରୁଆ, ବିରିଖାଇବା ମନା । ଏହି ରୋଗୀ ତିକ୍ତ ଖାଦ୍ୟ ଯଥା – କଲରା, ପିତାଶଗ, ନିମ୍ବ, ଚିରେଇତା ଓ ସବୁଜ ପନିପରିବା ସହିତ ଘିଆ ଦୁଧ ଖାଇବା ଉଚିତ୍ । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦେହରେ ସାବୁନ ଲଗାଇବା ନାହିଁ । ଆୟୁର୍ବେଦ ଚିକିତ୍ସାରେ ସହଜରେ ଆରୋଗ୍ୟ ହେଉଥିବାବେଳେ ପୁରାତନ ହେଲେ ଆରୋଗ୍ୟହେବା ବିଳମ୍ବହୋଇଥାଏ । ପୁରାତନ ରୋଗୀ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ସହିତ ନୂତନ ରୋଗୀ କେତେକ ସହଜ ଚିକିତ୍ସା ଗ୍ରହଣ କଲେ ଏହି ରୋଗରୁ ଅବଶ୍ୟ ମୁକ୍ତି ମିଳେ ।

ସହଜ ଉପଚାର

  1. ନିମ୍ବ ତେଲ, କରଞ୍ଜ ତେଲ, ଚାଲମୋଗରା ତୈଳ ସମପରିମାଣରେ ନେଇ ଦୁଇବେଳା ମାଲିସ୍ କଲେ ଏହି ରୋଗ ଉପଶମ ହୋଇଥାଏ ।
  2. ସୋମରାଜ ମଞ୍ଜି ଓ ସୁଣ୍ଠି ସମଭାଗରେ ଚୂର୍ଣ୍ଣ କରି ଭୋଜନ ପରେ ଦୁଇ ବେଳା ଦଶଗ୍ରାମ ମାତ୍ରାରେ ସେବନ କଲେ ଏହି ରୋଗ ଦୂର ହୋଇଥାଏ ।
  3. ରବିବାର ଦିନ ଶୁକ୍ଳ ଜୟନ୍ତୀ ମୂଳକୁ ଗାଈକ୍ଷୀର ସହିତ ବାଟି ପିଇଲେ ଏହି ରୋଗ ଦୂର ହୁଏ । ଏହାଛଡା, ରୋଗୀ ନିଜର ଲୁଗାପଟା ସହିତ ଶରୀରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍ ।

ଆଧାର:ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate