অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡେଙ୍ଗୁଜ୍ଵରର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁଜ୍ଵରର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁ ଭାଇରସ୍

ଆରନୋ ଭାଇରସ୍, ଡେଙ୍ଗୁ ଭାଇରସ୍ ଦ୍ଵାରା ହୋଇଥାଏ । ସାଧରଣତଃ ଦିନରେ କାମୁଡୁଥିବା କଳା ଦାଗଯୁକ୍ତ ମଶା (ଏଡିସ୍) ଦ୍ଵାରା ଏହା ବ୍ୟାପିଥାଏ । ଏହି ମଶା ରୋଗୀଠାରୁ ରକ୍ତ ଖାଇବା ସମୟରେ ଭାଇରସ୍ ମଧ୍ୟ ତାହା ସହ ଆସିଥାଏ ଓ ସେହି ମଶା ସୁସ୍ଥ ରୋଗୀକୁ କାମୁଡିଲେ ତାହା ଦେହରେ ପ୍ରବେଶ କରିଥାଏ ।

ଚିକିତ୍ସା

  • ସର୍ବପ୍ରଥମେ ସମ୍ପୁର୍ଣ୍ଣ ଭାବରେ ମଳ ନିଷ୍କାସନର ଚିକିତ୍ସା ଆବଶ୍ୟକ । ପ୍ରଥମେ କଟୁକି ଚୂର୍ଣ୍ଣ ଜଳ ସହ ସେବନ କରିବେ । ତା’ ପରେ ଜ୍ଵରନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ। ଏହାପରେ.... ମକରଧିଜ- ୬୦ ମିଗ୍ରା, ସ୍ଵର୍ଣ୍ଣବସନ୍ତ ମାଳତି ରସ- ୬୦ ମିଗ୍ରା, ପ୍ରବାଳ ପିଷ୍ଟି- ୧୨୫ ମିଗ୍ରା, ନବାୟସ ଲୌହ- ୨୫୦ ମିଗ୍ରା, ଶୀତୋପଳାଦି ଚୂର୍ଣ୍ଣ-୧ ଗ୍ରାମ୍ କୁ ଏକତ୍ର ମିଶାଇ ମହୁ ସହ ଘୋଟି ସକାଳ, ସନ୍ଧ୍ୟାରେ ପ୍ରୟୋଗ କରିବେ ଏବଂ ଖାଦ୍ୟ ଖାଇବା ପରେ ଅଶ୍ଵଗନ୍ଧାରିଷ୍ଟ/ ଦ୍ରାକ୍ଷାରସ ୨ ଚାମଚ – ସମାନ ଜଳ ସହ ସେବନ କରିବେ ।
  • ଉକ୍ତ ଜ୍ଵରରେ ଲକ୍ଷ୍ମୀବିଳାସ ରସ, ତ୍ରିଭୁବନ କୀର୍ତ୍ତି ରସ, କୃଷ୍ଣ ଚତୁର୍ମୁଖ ରସର ମଧ୍ୟ ପ୍ରୟୋଗ କରାଯାଇଥାଏ ।
  • ରୋଗୀକୁ ଉପବାସରେ ରାଖୀ ତା’ପରେ କିଛି ଫଳରସ ପିଇବାକୁ ଦେଇ ଲକ୍ଷ୍ମୀନାରାୟଣ ରସ – ୨୫୦ ମି.ଗ୍ରା, ଯୋଗରାଜ ଗୁଗୁଲ ୨୫୦ ମି.ଗ୍ରା ତ୍ରିଭୁବନ କୀର୍ତ୍ତି ରସ ୨୫୦ ମି.ଗ୍ରା ଅଭ୍ରରସ୍ମ ୧୨୫ ମି.ଗ୍ରା ଓ ଗୋଦନ୍ତି ଭସ୍ମ ୧୨୫ ମି.ଗ୍ରା ଏକତ୍ର ମିଶାଇ ଦିନକୁ ୩ଥର ଦଶମୂଳ କ୍ଵାଥିରେ ସେବନ କରାଇବେ ।
  • ଜ୍ଵର ତୀବ୍ର ହେଲେ ଓଦା କପଡାକପାଳରେ ଦେଇ ଶରୀରକୁ ଥଣ୍ଡା ଜଳ ଦ୍ଵାରା ପୋଛନ୍ତୁ । ତତ୍ ପରେ ବେତାଳ ରସ- ୧୨୦ ମି.ଗ୍ରା, ମୃତ୍ୟୁଞ୍ଜୟ ରସ- ୧୨୦ ମି.ଗ୍ରା, କୃଷ୍ଣ ଚତୁର୍ମୁଖ ରସ ୧୨୦ ମି.ଗ୍ରା, ଗୁଡିଚି ସତ୍ତ୍ଵ ୫୦୦ ମି.ଗ୍ରାକୁ ମିଶାଇ ତିନି ମାତ୍ରାରେ ଭାଗ କରିବେ । ଏକ ମାତ୍ରାରେ ଜୁଆଣୀ ଚୂର୍ଣ୍ଣ ସହ ମହୁ ମିଶାଇ ଦିନକୁ ୫ଥରପ୍ରୟୋଗ କରିବେ । ଉକ୍ତ ଔଷଧ ସେବନ ପୂର୍ବରୁ ଆୟୁର୍ବେଦିକ ଚିକିତ୍ସକଙ୍କ ପରାମର୍ଶ ନିତାନ୍ତ ଜରୁରୀ ।

ରୋଗୀ ସାର୍ବଦା ମଶାରୀ ମଧ୍ୟରେ ରହିବା ଆବଶ୍ୟକ । ରୋଗୀ ସୁଷମ ଖାଦ୍ୟ ଓ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବା ଦରକାର ଜ୍ଵର ହେବା ମାତ୍ରେ ପ୍ରଥମେ ଡେଙ୍ଗୁରକ୍ତ ପରୀକ୍ଷା କରାଯିବା ପ୍ରୟୋଜନ । ତତ୍ ପରେ ରୋଗୀ ର ଚିକିତ୍ସା ନିତାନ୍ତ ଜରୁରୀ ।

ଆଧାର ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate