অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୀର୍ଘୟୁ

ଦୀର୍ଘୟୁହେବାର ଉପାୟ

ଗୁରୁଜନଙ୍କୁ ପ୍ରଣାମ କଲେ ସେମାନେ ‘ଆୟୁଷ୍ମାନଭବ’ କହି ଆଶୀର୍ବାଦ କରନ୍ତି । ମାତ୍ର ଆୟୁଷ୍ମାନ୍ ବା ଦୀର୍ଘୟୁ ହେବାର ଉପାୟ ବତାଇବା ର ଫୁରସତ୍ ତାଙ୍କ ପାଖରେ ନଥାଏ । ପୁଣି କେବଳ ଯେ ଦୀର୍ଘାୟୁ ବା ଶତାୟୁ ହେଲେ ମଣିଷ ଆଶ୍ଵସ୍ତି ଲାଭ କରେ ତା' ନୁହେଁ, ରୋଗ ରହିତ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ଆଶାୟୀ ହୋଇଥାଏ ।

ମଣିଷକୁ ରୋଗ ହେଲେ ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇ ତା'ଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲା । ତନ୍ତ୍ର, ମନ୍ତ୍ର, ପୂଜାପାଠ କରିବାକୁ ବି ପଛଉ ନଥିଲା| ମାତ୍ର ଏବେ ସମୟ ଆସିଛିରୋଗ ନ ହେବା ପାଇଁ ସେ ଯତ୍ନବାନ୍ ହେଉଛି । ଖାଦ୍ୟପେୟ ପ୍ରତି ସଜାଗ ହେଉଛି । ବ୍ୟାଧି କବଳରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଉପାୟ ଅବଲମ୍ବନ କରୁଛି । ସ୍ଵାସ୍ଥ୍ୟରକ୍ଷାର ନିୟମ ମଧ୍ୟରେ ଦିନ ଭିତରେ କିଛି ନିୟମ ପାଳନ କରିବା ଉଚିତ । ଏହାଛଡା ନିରାମୟ ଜୀବନ ନିମିତ୍ତରସାୟନ ଚିକିତ୍ସା ନାମକ ଏକ ସ୍ଵତନ୍ତ ଚିକିତ୍ସା । ଏଥିରେ ନିର୍ଦ୍ଦିଷ୍ଟ ଅଛି । ଏହି ଚିକିତ୍ସା ଦ୍ଵାରା ଶରୀରର ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଶୁକ୍ର ଆଦି ପୋଷାକ ଧାତୁଙ୍କ ଉତ୍କର୍ଷତା ପ୍ରତିପାଦିତ ହୁଏ । ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତହୁଏ । ବୃଦ୍ଧାବସ୍ଥାର ଲକ୍ଷଣ ଶରୀରରେ ଶୀଘ୍ର ଆସେ ନାହିଁ । ଶରୀରରେ ଦୃଢତା ତଥା ଦିବ୍ୟାଶକ୍ତିର ସଞ୍ଚାର ଏହାଦ୍ଵାରା ସମ୍ଭବ ହୋଇଥାଏ । ମନୁଷ୍ୟର ଦୃଷ୍ଟିଶକ୍ତି, ସ୍ମୃତିଶକ୍ତି ତଥା ବୁଦ୍ଧି ଅତୁଟ ରହେ । ସର୍ବୋପରି ରୟାସନ ଦ୍ଵାରା ମନୁଷ୍ଯ ଦୀର୍ଘୟ, ସ୍ମରଣଶକ୍ତି, ଧାରଣଶକ୍ତି, ଆରୋଗ୍ୟ, ଯୁବାବସ୍ଥା, ସୁନ୍ଦରତା, ଉତ୍ତମବର୍ଣ୍ଣ, ମଧୁରସ୍ଵର, ଶାରୀରିକ ମାନସିକ ତଥା ଇନ୍ଦ୍ରିୟବଳ, ବାକସିଦ୍ଧି ଆଦି ପ୍ରାପ୍ତି ହୁଏ ।

ଚିକିତ୍ସା

୧. କାମ୍ୟରସାୟନ–

ସୁସ୍ଥବ୍ୟକ୍ତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖୁବା ନିମିତ୍ତ ତଥା ରକ୍ତମାଂସ ଆଦି ତନ୍ତୁର ବୃଦ୍ଧି ନିମିତ୍ତ ଯେଉଁ ରୟାସନ ପ୍ରୟୋଗ କରାଯାଏ, ତାକୁ କାମ୍ୟରସାୟନ କହନ୍ତି । ଯଥା- ରସଧାତୁ ନିମିତ୍ତ ଦ୍ରାକ୍ଷା (ଅଙ୍ଗୁର), ରକ୍ତଧାତୁ ନିମିତ୍ତ ଲୌହ, ଆମଳକୀ(ଅଁଳା) , ମାଂସଧାତୁ ନିମିତ୍ତବଳା,ଶାଳପର୍ଣ୍ଣ, ମେଦଧାତୁ ନିମିତ୍ତ ଗୁଗୁଳ, ଶିଳାଜତୁ, ଗୁଡ଼ୁଚି, ହରିଡା, ଅସ୍ଥିଧାତୁ ନିମିତ୍ତ ବଂଶଲୋଚନ, ପୁଷ୍ଟିପୂର୍ଣ୍ଣ, ଲାକ୍ଷା, ଶୁକ୍ତି, ଶଙ୍ଖ; ମଜ୍ଜାଧାତୁ ନିମିତ୍ତ ଲୌହ, ବସା, ମଜ୍ଜା, ଶୁକ୍ଳଧାତୁ ନିମିତ୍ତ ଅଶ୍ଵଗନ୍ଧା, ଆମଳକୀ, ଆତ୍ମଗୁପ୍ତା (ବାରଢଙ୍କା) ଆଦି ।

2.ନୈମିରିକ ରସାୟନ :

ରୋଗୀର ରୋଗ ଦୂର କରିବା ପାଇଁ ଯେଉଁ ରସାୟନ ପ୍ରୟୋଗ କରାଯାଏ, ତାକୁ ନୈମିଭିକ ରସାୟନ କହନ୍ତି । ଯଥା- ରକ୍ତହୀନତା (ପାଣ୍ଡୁ) ରୋଗରେ ଲୌହ, ହୃଦରୋଗରେ ଅର୍ଜୁନ, ସ୍ପତିନାଶରେ ବ୍ରାହି ଆଦି ।

୩. ଆଜସ୍ରିକ ରସାୟନ :

ଯେଉଁ ପଦାର୍ଥକୁ ଖାଦ୍ୟରୂପେ ପ୍ରତିଦିନ ସେବନ କରାଯାଏ ଯଥା- ଦୁଧ, ଘିଅ, ଫଳ, ଶୀତଳ ଜଳ, ମହୁ, ମଧୁର, ଅମ୍ଳ, ଲବଣ, ରାଗ, ପିତା, କଷାରସ ଯୁକ୍ତଖାଦ୍ୟ ଆୟୁର୍ବେଦରେ ଦୀର୍ଘଜୀବନ ଲାଭକରିବା ପାଇଁ ବର୍ଣ୍ଣନା କରାଯାଇଛି ।

ଜାଗରଣ :

ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବା ଦରକାର । ଏହି ସମୟରେ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ଥାଏ । ଆମକୁ ଅଧିକ ଅମ୍ଳଜାନ ମିଳେ । ଏହାଛଡା ଏହି ସମୟରେ ଶରୀର ମଧ୍ୟରେ କେତେକ ରସାୟନିକ ପଦାର୍ଥ ଉତ୍ପନ୍ନ ହୁଏ । ଯଦଦ୍ଵାରା କି ଶାରୀରିକ ଶକ୍ତି ଓ ମାନସିକ ସ୍ଫୁର୍ତ୍ତି ଉତ୍ପନ୍ନ କରାଏ ।

ଦନ୍ତଧାବନ :

ଅଇଁଠା ପ୍ଲାଷ୍ଟିକ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘଷିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ନ, ଖଇର, ବର, ଅର୍ଜୁନ ଦାନ୍ତକାଠି ବ୍ୟବହାର କରିବା ଉଚିତ ।

ଅଭ୍ୟଙ୍ଗ:

ସ୍ନାନପୂର୍ବରୁ ତେଲ ଅଭ୍ୟଙ୍ଗ (ମାଲିସ୍) ଦ୍ଵାରା ଶରୀର ଚର୍ମ କୋମଳ ଓ ସତେଜ ରହେ । ଚର୍ମରେ ଅଧିକ ରକ୍ତ ସଞ୍ଚାଳନ ହେବାଦ୍ଵାରା ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ବାହାରିଯାଏ । ଚର୍ମରେ ଦେଖାଯାଉଥିବା କଳାଦାଗ ଓ ଲୋଚା ଉଭେଇ ଯାଏ । ଚର୍ମରେ ଲାଗିଥିବା ଜୀବାଣୁ କୀଟାଣୁ ଆଦି ଶରୀର ମଧ୍ୟରେ ପ୍ରବେଶ କରିପାରିଛି ନାହିଁ । ଏହାଦ୍ଵାରା ଶରୀର ମଧ୍ୟରେ ଥିବା ସମସ୍ତ ଅବୟବକୁ ଢାଙ୍କି ସୁରକ୍ଷା ପ୍ରଦାନ କରୁଥିବା ଚର୍ମ ସମସ୍ତ ଋତୁକୁ ମୁକାବିଲା କରିଥାଏ ।

ବ୍ୟାୟାମ : ପ୍ରାତଃ ସୂର୍ଯ୍ୟ ନମସ୍କାରର ଦ୍ଵାଦଶ ଉପକ୍ରମ ଦ୍ଵାରା ଶରୀରକ୍ଷମତ୍ଵ ଓ ରୋଗ ପ୍ରତିରୋଧ କ୍ଷମତ୍ଵ ବୃଦ୍ଧିପାଏ । ଶରୀରରେ ରକ୍ତସଞ୍ଚାଳନ ବୃଦ୍ଧି କରାଏ । ମାନସିକ ସନ୍ତୁଳନତା ଓ ଏକାଗ୍ରତା ବୃଦ୍ଧି ଘଟିବା ଦ୍ଵାରାମନୁଷ୍ୟ ସାରାଦିନର କାର୍ଯ୍ୟଭାର ଗ୍ରହଣ କରିଥାଏ । ସୂର୍ଯ୍ୟ ନମସ୍କାର ବ୍ୟତୀତ, ଶାରୀରିକ କସରତ, ଖେଳ, ଚାଲିବା, ଦୌଡିବା, ସନ୍ତରଣ, ସାଇକଲ ଚାଳନା ଆଦି ବ୍ୟାୟାମ ପର୍ଯ୍ୟାୟ ଭୂକ୍ତ ।

ଆଧାର - ଡ଼ାକ୍ତର ଅନତକୁମାର ଆଚାର୍ଯ୍ୟ ଆୟୁର୍ବେଦ ଚିକିସ୍ଥାଧୁକାରୀ, ସୁନ୍ଦରଗଡ

ଭାରତୀୟ ସଂସ୍କୃତି ରେ ଧର୍ମ, ଅର୍ଥ, କାମ ତଥା ମୋଷକୁ ଜୀବନର ମୂଳ ଲକ୍ଷ୍ୟ କୁହାଯାଇଛି ଏବଂ କେବଳ ଆରୋଗ୍ୟଯୁକ୍ତ  ଦୀର୍ଘଜୀବନ ଦ୍ଵାରାହିଁ ଏହି ଲକ୍ଷ୍ୟକୁ ସଫଳ କରିବା ସମ୍ଭବ ।

“ ଶରୀର ମାଦ୍ୟ ଖଳୁଧର୍ମ ସାଧନମ୍” ଅର୍ଥାତ୍ ଶରୀର ମାନବ ଜୀବନର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରମୁଖ ସାଧନ ବା ମାଧ୍ୟମ ଅଟେ ଏବଂ କାର୍ଯ୍ୟର ସଫଳତା ପାଇଁ ଶରୀର ସୁସ୍ଥ ରହିବା ଏକାନ୍ତ ଅପରିହାର୍ଯ୍ୟ । ସେଥିପାଇଁ ଶରୀରକୁ ସୁସ୍ଥ ଏବଂ ଦୀର୍ଘାୟୁ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ପ୍ରଥମ କର୍ତ୍ତବ୍ୟ ହେବା   ଉଚିତ ।

ଦୀର୍ଘାୟ ହେବାର ଉପାୟ -

  1. ସାତ୍ତ୍ଵିକ ଆହାର
  2. ଉତ୍ତମ ଜୀବନଚର୍ଯ୍ୟା ଓ ବ୍ରହ୍ମଚର୍ଯ୍ୟ
  3. ଶୁଦ୍ଧ ବିଚାର

ଦୀର୍ଘାୟୁକାରକ ଆହାର

ଉତ୍ତମ ସ୍ୱାସ୍ଥ୍ୟର ତିନୋଟି ମୂଳ ଆଧାର ହେଲା – ଆହାର, ନିଦ୍ରା ତଥା ବ୍ରହ୍ମଚର୍ଯ୍ୟ । ବଞ୍ଚି ରହିବା ପାଇଁ ଖାଦ୍ୟପେୟର ଆବଶ୍ୟକତା ରହିଛି ।

ଆହାରରୁ ହିଁ ଆୟୁ, ତେଜ ଉତ୍ସାହ, ସ୍ମୃତି ଓ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଥାଏ । ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ ଏହିପରି ସପ୍ତଧାତୁରା ନିର୍ମାଣ ହୋଇ ଶରୀର ପରିପୁଷ୍ଟ ହୋଇଥାଏ ।

ସୁତରାଂ ମନୁଷ୍ୟ ଶରୀର ବୃଦ୍ଧି, ବିକାଶ ପାଇଁ ଅନୁକୂଳ ଖାଦ୍ୟପେୟ ଗ୍ରହଣ କରାଯିବା ଉଚିତ୍ । ନିମ୍ନରେ ଆୟୁବୃଦ୍ଧିକାରୀ ଆହାର ସଂପର୍କରେ କେତେକ ନିୟାମୋବାଲିକୁ ଉଲ୍ଲେଖ କରାଯାଇଛି ଏବଂ ଭୋଜନ ଗ୍ରହଣ ସମୟରେ ଏହା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ।

  • ଆୟୁବୃଦ୍ଧି ପାଇଁ ରସଂଯୁକ୍ତ ପୌଷ୍ଟିକ ତଥା ସ୍ନିଗ୍ଧ ଭୋଜନ ଉପଯୁକ୍ତ ଆହାର ଅଟେ । ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ, ଶରୀରକୁ ସ୍ଥିରତା ଏବଂ ମନ ତଥା ମସ୍ତିଷ୍କକୁ ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ । ପ୍ରାଚୀନ ଶାସ୍ତ୍ରମାନଙ୍କରେ ଏପରି ଆହାରକୁ ସାତ୍ତ୍ଵିକ ଆହାର ରୂପ ଉଲ୍ଲେଖ କରାଯାଇଛି ।
  • ପ୍ରାଚୀନ ଚିକିତ୍ସା ଶାସ୍ତ୍ରମାନଙ୍କରେ ସନ୍ତୁଳିତ ଭୋଜନ (Balanced Diet) ଏବଂ ମଧୁର, ଅମ୍ଳ, ଲବଣ, କଟୁ ତିକ୍ତ ଏବଂ କଷା ଏହିପରି ଷଡର ସଂଯୁକ୍ତ ଖାଦ୍ୟକୁ ଆୟୁବୃଦ୍ଧିକାରୀ ଖାଦ୍ୟ ରୂପେ ବିବେଚନା କରାଯାଇଛି ।
  • ଆମେ ଖାଉଥିବା ଦୈନନ୍ଦିନ ଖାଦ୍ୟରେ ସୁଷମ ପରିମାଣରେ ପୁଷ୍ଟିସାର (Proteins) ସ୍ନେହସାର (Fats), ଶ୍ଵେତସାର (Carbohydrates), ଖଣିଜସାର (Minerals) ଏବଂ ଜଳ (Water) ରହିବା ଆବଶ୍ୟକ । ଏହିସବୁର ସନ୍ତୁଳିତ ଖାଦ୍ୟସାର ଶାରୀରିକ ଓ ମାନସିକ ବିକାଶ ପାଇଁ ଆଣିବାର୍ଯ୍ୟ ଅଟେ ।
  • ପ୍ରାତଃକାଳରେ ସୂର୍ଯ୍ୟଦୟ ପୂର୍ବରୁ ପାଣି, ଦହି ଆଦି ଥଣ୍ଡା ତରଳ ପାନୀୟ ପିଇବା ଅଭ୍ୟାସ କରିବା ଉଚିତ୍ । ଏହାବ୍ୟତୀତ ଲେମ୍ବୁ ସରବତ୍ ମଧ୍ୟ ପିଇବାରେ ଉପକାର ମିଳିଥାଏ । ଏପରି କରିବା ଦ୍ଵାରା ପଚନତନ୍ତ୍ରର ନବିକାର ଦୂର ହୋଇଥାଏ । ଉପରୋକ୍ତ ପରାମର୍ଶଗୁଡିକ ପାନଳ କରିବା ସମୟରେ ସ୍ମରଣ ରହିବା ଉଚିତ୍ ଯେ ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ ଏବଂ ସନ୍ତୁଳିତ ହେବା ଆବଶ୍ୟକ । ଅତ୍ୟଧିକ ଭିଟାମିନ୍ ଶର୍କରା ମଧ୍ୟ ଶରୀର ପାଇଁ ଅହିତକର ଅଟେ । ସୁତରାଂ, ସୁଷମ ଏବଂ ସନ୍ତୁଳିତ ସାତ୍ତ୍ଵିକ ଆହାର ହିଁ ଆୟୁ ବୃଦ୍ଧିକାରୀ ଆହାର ଅଟେ ।

ଉତ୍ତମ ଜୀବନଚର୍ଯ୍ୟା

ଆହାର ବ୍ୟତୀତ ଉଚିତ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ ।

  • ପ୍ରାତଃ ସମୟରେ ସୂର୍ଯ୍ୟଦୟ ପୂର୍ବର ଶଯ୍ୟାତ୍ୟାଗ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । ବାଳି, ଅଶ୍ଵତ୍ ଥାମା, କୃପାଚର୍ଯ୍ୟା ଇତ୍ୟାଦି ଚିରଞ୍ଜିବୀଙ୍କୁ ସ୍ମରଣ କରାଯିବା ଉଚିତ । ଏହି ସପ୍ତ ଚିରଞ୍ଜିବୀ ମହାତ୍ମାମାନଙ୍କ ସ୍ମରଣ ଦ୍ଵାରା ଦୁର୍ଘଟଣା ତଥା ଅପମୃତ୍ୟୁ ନିବାରଣ ହୋଇଥାଏ । ଏହାବ୍ୟତୀତ, ପ୍ରାତଃ ସମୟରେ ଶଯ୍ୟାତ୍ୟାଗ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ ।
  • ପ୍ରାତଃକାଳରେ ସୂର୍ଯ୍ୟଦୟା ପୂର୍ବରୁ ଶୀତଋତୁରେ ତାଜା ପଣି ଏବଂ ଅନ୍ୟଋତୁମାନଙ୍କରେ ବାସୀ ପାଣି ପିଇବା ଉଚିତ୍ । ଏହାକୁ ଉଷାପନ କୁହନ୍ତି । ଏହାକୁ ଅଭ୍ୟାସ କରିବା ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟାଋ ମୁକ୍ତି ମିଳେ ଏବଂ ସମସ୍ତ ଉଦର ବିକାର ଦୂର ହୋଇଥାଏ ।
  • ପ୍ରତିଦିନ ପ୍ରାତଃ ସମୟ ଖଳିପେଟରେ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ ଆଦିର ଅଭ୍ୟାସ କରାଯିବା ଉତ୍ତମ ଅଟେ । ଏହାଦ୍ଵାରା ଶରୀର ଏବଂ ମନରେ ସତେଜତା ବୃଦ୍ଧି ପାଇଥାଏ ଏବଂ ରକ୍ତ ଶୁଦ୍ଧ ହେବା ଦ୍ଵାରା ଶରୀର ସୁସ୍ଥ ଏବଂ ସୁନ୍ଦର  ହୋଇଥାଏ । ପ୍ରାତଃ ବ୍ରମଣ ସର୍ବୋତ୍ତମ ଅଟେ ।

ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ

ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହିଷ୍ଟ୍ରିଆ, ହୃଦ୍ ରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ । ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି । ବିଛର ବା ଚିନ୍ତନର ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି । ସୁତରାଂ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ  ଅଟେ ।

  1. ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ । ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍ । ବ୍ୟକ୍ତି ସର୍ବଦା ଅନ୍ୟର କଲ୍ୟାଣ କାମନା କରିବା ସହ ନିଜ ଦ୍ଵାରା ଯେପରି ଅନ୍ୟକୁ କଷ୍ଟ ନ ମିଳେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । ନିଜର ସାମର୍ଥ୍ୟ ଅନୁସାରେ ଆବଶ୍ୟକ ସମୟରେ ପରର ଉପକାର କରିବା ଉଚିତ୍ । ଏହିପରି ଭାବନା ବ୍ୟକ୍ତିକୁ ନୈତିକ ବଳ ପ୍ରଦାନ କରିଥାଏ ।
  2. ବ୍ୟକ୍ତି ମନରେ ସଦଭାବନା ପାଇଁ ଉତ୍ତମ, ଆଧ୍ୟାତ୍ମିକ ତଥା ନୀତିଗତ ସାହିତ୍ୟ ପଠନରେ ମନୋନିବେଶ କରିବା ଜରୁରୀ । ଏହାକୁ ସ୍ଵଧ୍ୟାୟ କହନ୍ତି । ସାଧନା, ସ୍ଵଧ୍ୟାୟ ଏବଂ ସତ୍ ସଙ୍ଗ ଆଧ୍ୟାତ୍ମିକ ଲକ୍ଷ୍ୟ ସାଧନ ପାଇଁ ତିନୋଟି ଉତ୍ତମ ମାର୍ଗ ଅଟେ । ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡେ ଯେ ଉତ୍ତମ ସ୍ୱାସ୍ଥ୍ୟ ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ । ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ  ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 12/16/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate