অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଜ ପାଇଁ ସ୍ୱାସ୍ଥ୍ୟକର ପାନୀଯ ତିଆରି କରନ୍ତୁ

ନିଜ ପାଇଁ ସ୍ୱାସ୍ଥ୍ୟକର ପାନୀଯ ତିଆରି କରନ୍ତୁ

ଉପକ୍ରମ

ତାଜଜା ଫଳ, ପନିପରିବା ଏବଂ ଡାଲି ଆଦି ପୁଷ୍ଟିକରଖାଦ୍ୟ ଆମକୁ ସହଜରେ ମିଳିପାରିଥାଏ । ଏଗୁଡ଼ିକୁ ବ୍ୟବହାର କରାଯାଇ ପାରିଲେ ଆମେ ସୁସ୍ଵାଦ ସହିତ ସ୍ୱାସ୍ଥ୍ୟ ପାଇ ପାରିବା । ଋତୁ କାଳୀନ ଉପଲବ୍ଧ ଫଳ ପାରିବା ଗୁଡିକ ଆମ ପ୍ରକୃତିର ସର୍ବଶ୍ରେଷ୍ଟ ଅବଦାନ । ସେଇ ସବୁ ଋତୁ ଗିଡିକରେ ହେଉଥିବା ରୋଗ ଗୁଡିକ ବିରୁଦ୍ଧରେ ଆମର ବିଜୟକୁ ଏହା ସୁନିଶ୍ଚିତ କରିଥାଏ । ତରଭୁଜ ଖରାଦିନେ ମିଳିଥାଏ, ଏହାର ରସ ଆମ ଶରୀରକୁ ଶୀତଳତା ପ୍ରଦାନ କରିଥାଏ ।

ତାଜା ଫଳରେ ବହୁଳ ପରିମାଣରେ ଖାଦ୍ୟପ୍ରାଣ ଓ ଖଣିଜ ସାର ରହିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମକୁ ସାମର୍ଥ୍ୟ ଦେଇଥାଏ । ଫଳଟିକୁ ଖାଇବା ଅପେକ୍ଷା ରସରେ ଏହାର ଅଧିକ ଖାଦ୍ୟପ୍ରାଣ ମିଳି ପାରିଥାଏ । ଏହାର ରସ ସହଜରେ ହଜମ ହୋଇ ପାରିଥାଏ । କମଳା ଲେମ୍ବୁ, ଅମୃତଭଣ୍ଡା ଆପେଳ( ସେଓ) ଆଦିରେ ମଞ୍ଜି ସବୁ ରହିଥାଏ । ମଞ୍ଜି ଗୁଡିକର ସ୍ଵାଦ ତିକ୍ତ । ଭୁଲରେ ଯଦି ଆମେ ମଞ୍ଜିଟିଏ ଖାଇଦେଉ ତେବେ ପାଟି ପିତା ହୋଇଯାଏ । ଏଣୁ ଏଗୁଡ଼ିକର ରସ ନିର୍ଗତ କରି ପିଇଲେ ଦେହ ପାଇଁ ଭଲ ।

କାକୁଡି ସୁପ୍ ( ଥଣ୍ଡା)

ଉପକରଣ-

୨ କପ ଛୋଟ କଟା କାକୁଡି, ୩ ପାଖୁଡା ରସୁଣ, ୧/୨ କପ୍ ଲେମ୍ବୁରସ, ୧ କପ ଦହି ୩/୪ ଚାମୁଚ ଗୋଲମରିଚ ଚୂର୍ଣ୍ଣ ୨ ଚାମୁଚ ଧନିଆ ପତ୍ର, ୧ ଚାମୁଚ ତେଲ ଶ୍ଵାସ ଅନୁଯାୟୀ ଆବଶ୍ୟକୀୟ ଲୁଣ ।

ତିଆରି ପ୍ରଣାଳୀ-

ଦହି ବ୍ୟତୀତ ସମସ୍ତ ଉପକରଣ ମିଶାନ୍ତୁ , ୧ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ମୁଣ୍ଡ ତିଆରି କରନ୍ତୁ ।

  1. ଫ୍ରିଜରେରାଖୀଥଣ୍ଡା କରନ୍ତୁ ।
  2. ପରସିବା ପୂର୍ବରୁ ଦହି ମିଶାନ୍ତୁ ।

କାକୁଡି ଓ ଦହି ପାକସ୍ଥଳୀ ପାଇଁ ଲାଭଦାୟକ । ଅମ୍ଳନାଶ କରିବାରେ ଏହାର ଗୁଣ ରହିଛି ।

ଆଡ ଲେମ୍ବୁ ସରବତ

ଉପକରଣ-

୩-୪ କପ୍ ଚିନି, ୬୦୦ ମି.ଲି. ପାଣି, ୧/୨ ଚାମୁଚ ଆଡ ବଟା, ୧/୨ କପ୍ ଲେମ୍ବୁ ରସ, ଛୋଟ ଛୋଟ ବରଫ ଖଣ୍ଡ

ପ୍ରଣାଳୀ

  1. ଏକ ପ୍ରତିରେ ଚିନି, ପାଣି ଓ ଅଦାକୁ ରଖନ୍ତୁ
  2. ନିଆଁରେ ଗରମ କରି ସିରା ହେବା ପର୍ଯ୍ୟନ୍ତ ରଖନ୍ତୁ
  3. ଲେମ୍ବୁରସ ପକାନ୍ତୁ
  4. ଥଣ୍ଡାକରି ବୋତଲରେ ଢାଳନ୍ତୁ
  5. ୨ ଚାମୁଚରେ ଏକ ଗ୍ଲାସ ପାଣି ମିଶାଇ ଛୋଟ ବରଫ ଖଣ୍ଡ ପକାଇ ବିତରଣ କରନ୍ତୁ ।

ଆଧାର

ସମ୍ବନ୍ଧ (ngo)

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate