অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିମ୍ବରେ ରହିଛି ବହୁତ ଉପକାରୀ ଗୁଣ

ନିମ୍ବରେ ରହିଛି ବହୁତ ଉପକାରୀ ଗୁଣ

ନିମ୍ବ

ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ନିମ୍ବତେଲ ଅନେକ ପ୍ରକାରରଚର୍ମରୋଗରେ ବ୍ୟବହାର କରାଯାଏ । ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ । ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ ।

ଜୀବଜଗତରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ ଅନେକ ଗଛରେ ବହୁତ ପରିମାଣର ଔଷଧୀୟ ଗୁଣ ଭରି ରହିଥାଏ । ନିମ୍ବ ଗଛ ଏଥି ମଧ୍ୟରୁ ଏକ । ଏହି ଗଛରେ ବହୁ ପରିମାଣର ଔଷଧୀୟ ଗୁଣ  ଭରରହିଛି । ଆୟୁର୍ବେଦରେ ନିିମ୍ବ ଗଛର ଜଳିବୁଟିକୁ ପ୍ରାଧାନ୍ୟ ଦିଆଯାଏ । ମଧୁମେହ ରୋଗରୁ ରକ୍ଷା ପାଇବା  ପାଇଁ ବି ଏହା ବହୁ ଉପକାରୀ ଅଟେ । ଏହି ଗଛକୁ ବହୁ ପ୍ରକାର ରୋଗକୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଆସନ୍ତୁ ଜାଣିବା ନିମ୍ବର କିଛି ଲାଭକାରୀ ଗୁଣ ବିଷୟରେ .

ଗୁଣ

  • ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ । ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ ।
  • ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା । ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ । ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ  ମୁକ୍ତି ପାଇବେ ।
  • ଯଦି ଆପଣଙ୍କ  ମୁହଁରେ ବ୍ରଣ ବାହାରୁଛି । ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗାଧାନ୍ତୁ । ଦେଖିବେ ଆପଣ ବ୍ରଣରୁ ଉପଶମ ପାଇବେ ।
  • କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ ।  ତାହା ପାଇଁ  ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି ? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ । ସପ୍ତାହରେ ତିନି ଥର ଏପରି କରନ୍ତୁ । ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ ।
  • କୁହାଯାଏ କି ମ୍ୟାଲେରିଆ ଓ ଡେଙ୍ଗୁ  ଜାତୀୟ ରୋଗ ହେଲେ ମଧ୍ୟ  ନିମ୍ବ ଗଛର ପତ୍ର ବହୁତ ଉପକାରୀ  ।
  • ଯଦି ଆପଣଙ୍କ ଦାନ୍ତରେ ମଇଳା ଦେଖାଯାଉଛି, ତେବେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ । ଏହା ପରେ ଆପଣଙ୍କ ଦାନ୍ତ ପୁରା ଚକଚକ୍ ହୋଇଯିବ  ।
  • ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ । ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ ।
  • ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ ।
  • ଯେଉଁ ଲୋକଙ୍କ ଶରୀରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ସମସ୍ୟା ଦୂର ହୁଏ ।
  • ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ । ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ ।
  • ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ । ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍ ।

କିପରି ପ୍ରସ୍ତୁତ କରିବେ ନିମ୍ବ ପାଣି

କିଛି ନିମ୍ବ ପତ୍ର ଆଣି ତାକୁ ପ୍ରଥମେ ଧୋଇ ଦିଅନ୍ତୁ । ଏକ ବଡ଼ ବାସନରେ ପାଣି ଫୁଟାଇ ସେଥିରେ ନିମ୍ବ ପତ୍ର ପକାନ୍ତୁ । ପତ୍ର ପକାଇବା ପରେ ପାଖାପାଖି ୫ ରୁ ୧୦ ମିନିଟ୍ ସିଝାନ୍ତୁ । ଯେତେବେଳେ ପାଣିର ରଙ୍ଗ ହାଲୁକା ହଳଦିଆ ହୋଇଗଲେ ଆଞ୍ଚରୁ ପାଣିକୁ ଓହ୍ଲାଇ ଆଣନ୍ତୁ । ଏବେ ଉକ୍ତ ପାଣିକୁ ଛାଣି ଦିଅନ୍ତୁ । ଏବେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ ।

ପ୍ରକୃତିରୁ ମିଳୁଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବୃକ୍ଷଲତା ମଧ୍ୟରେ ନିମ୍ବର ସ୍ଥାନ ଅନନ୍ୟ। ପ୍ରାକୃତିକ ଉପାୟରେ ସ୍ବାସ୍ଥ୍ୟରକ୍ଷା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନାଦି କାଳରୁ ଏହା ବ୍ୟବହୃତ। ତେବେ ଆସନ୍ତୁ ଜାଣିବା ଏହାର କେତୋଟି ଉପାଦେୟ ବ୍ୟବହାର ସମ୍ପର୍କରେ- ମୁଖବ୍ରଣର ଉପଚାର ପାଇଁ ନିମ୍ବ: ଅଳ୍ପ କେତୋଟି ନିମ୍ବପତ୍ର ନେଇ ପାଣିରେ କିଛି ସମୟ ଫୁଟାନ୍ତୁ। ଏହି ପାଣିକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଧୀରେଧୀରେ ଲଗାଇଲେ ବ୍ରଣରୁ ଉପଶମ ମିଳିଥାଏ। ଶୁଷ୍କ ତ୍ୱଚାର ଉପଚାର: ଯଦି ଆପଣଙ୍କ ମୁହଁର ତ୍ୱଚା ଅତ୍ୟନ୍ତ ଶୁଷ୍କ, ତେବେ ଆପଣ ଏହି ଉପଚାର ଆପଣେଇ ପାରିବେ। ଅଳ୍ପ ପରିମାଣରେ ନିମ୍ବ ପାଉଡର ସହ କେଇ ବୁନ୍ଦା ଅଙ୍ଗୁର ମଞ୍ଜିର ତେଲ ବା ଗ୍ରେପ୍‌ ସିଡ୍‌ ଅଏଲକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ମିନିଟ ଯାଏ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ।

ଆଧାର: ଆୟୁର୍ବେଦ ଭବନ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate