অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଚନସଂସ୍ଥାନଗତ ରୋଗ

ପାଚନସଂସ୍ଥାନଗତ ବିକୃତିର ସ୍ୱରୂପ

ମନୁଷ୍ୟ ପାଚନ ସଂସ୍ଥାନ ବା Digestive System ଯେଉଁସବୁ ଅଙ୍ଗକୁ ନେଇ ଗଠିତ ସେଗୁଡିକ ହେଲା ମୁଖ୍ୟତଃ ପାକସ୍ଥଳୀ (Stomach), ଯକୃତ (Liver), କ୍ଷୁଦ୍ରାନ୍ତ୍ର (Small Intestine), ବୃହଦନ୍ତ୍ର (Large Intestine), ଅଗ୍ନାଶୟ (Pancreas) ଏବଂ ଗ୍ରହଣୀ (Duodenum) । ଏ ସମସ୍ତ ଅଙ୍ଗଗୁଡିକ ଖାଦ୍ୟର ପରିପାକ କ୍ରିୟାରେ ଅଂଶଗ୍ରହଣ କରି ଖାଦ୍ୟରୁ ସାରାଂଶ ପୃଥକ କରି ମଳ ପ୍ରସ୍ତୁତି ହେଲା ପାଚନ ସଂସ୍ଥାନଗତ ରୋଗ ବିକାର ଦେଖାଯାଇଥାଏ । ତେବେ ସବୁ ପାଚନସଂସ୍ଥାନଗତ ରୋଗ ମଧ୍ୟରେ ତିନୋଟି ବହୁଚର୍ଚ୍ଚତ ବିକାର ହେଲା – (୧) ଅରୁଚି (Anorexia) (୨) ଅଗ୍ନିମାନ୍ଦ୍ୟ ଏବଂ ଅଜିର୍ଣ୍ଣ ( Indigestion) । ଏହି ତିନିଗୋଟି ରୋଗ ଉଦାର ରୋଗ ମଧ୍ୟରେ ମୁଖ୍ୟ ଅଟେ । ଏଗୁଡିକ ମଧ୍ୟ ଅନ୍ୟ କେତେକ ରୋଗର ଲକ୍ଷଣ ସ୍ୱରୂପ ଦେଖାଯାଇଥାଏ । ବର୍ତ୍ତମାନ ଏହି ତିନୋଟି ରୋଗ ସମ୍ବନ୍ଧରେ ଆଲୋଚନା କରାଯାଉ ।

ଅରୁଚି (Anorexia)

ଏଥିରେ ବ୍ୟକ୍ତିକୁ ଭୋକ ଲାଗିଥାଏ କିନ୍ତୁ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । ଯେତେ ପ୍ରକାର ଉତ୍ତମବ୍ୟଞ୍ଜନ ପରଷିଲେ ମଧ୍ୟ ରୋଗୀ ଏସବୁ ଆହାର ଗ୍ରହଣ କରିବାକୁ କୁଣ୍ଠାବୋଧ କରେ । ବାଧ୍ୟବାଧକତାରେ ଖାଇଲେ ତାହା ବାନ୍ତି ହୋଇଯିବାର ସମ୍ଭାବନା ଥାଏ । ଆୟୁର୍ବେଦ ଚିକିତ୍ସାରେ ଲକ୍ଷଣ ଓ ପ୍ରକାରଭେଦ ଦ୍ରୁଷ୍ଟିରୁ ଅରୁଚିକୁ ପାଞ୍ଚ ଭାଗାରେ ବିଭକ୍ତ କରାଯାଇଛି । ଯଥା –

  1. ବାତଜ ଅରୋଚକ
  2. ପିତ୍ତଜ ଅରୋଚକ
  3. କଫଜ ଅରୋଚକ
  4. ସନ୍ନିପାତଜ ଅରୋଚକ

ଆଗନ୍ତୁଜ ଅରୋଚଜ । ବାତଜ ଅରୁଚିରେ ମୁଖର ସ୍ଵାଦ କଷାଳିଆ ଓ ସାମାନ୍ୟ ଛାତି ଯନ୍ତ୍ରଣା ଅନୁଭୂତ ହୋଇଥାଏ ଏବଂ ପିତ୍ତଜ ଅରୁଚିରେ ମୁଖର ସ୍ଵାଦ କଟୁ ବା ଅମ୍ଳୀୟ (ଖଟା) ହୋଇଥାଏ, ମୁଖରୁ ଦୁର୍ଗନ୍ଧ ଆସେ ଏବଂ ଶୋଷ ଲାଗିବା, ଜଳାପୋଡା ସଦୃଶ ଅନୁଭୂତ ହେବା ତଥା ଶୂଳ ଆଦି ଲକ୍ଷଣ ଦେଖାଯାଇଥାଏ ।ସେହିପରି କଫଜ ଅରୁଚି ରୋଗରେ ମୁଖର ସ୍ଵାଦ ମିଠା ବା ଲୁଣିଆ ଲାଗିବା ଓ ମୁଖରୁ ଲାଳ ଅଧିକ ସ୍ରାବ ହେବା ଲକ୍ଷଣ ଦେଖିବାକୁ ମିଳେ । ସନ୍ନିପାତଜ ଅରୁଚିରେ ଉପରୋକ୍ତ ସମସ୍ତ ଲକ୍ଷଣ ସମ୍ମିଳିତ ଭାବେ ଦେଖାଯାଏ ଏବଂ ଆଗନ୍ତୁଜ ଅରୁଚି ରୋଗରେ ମୁଖର ସ୍ଵାଦ ସ୍ଵାଭାବିକ ରହିବା ସହ ସାମାନ୍ୟ ହୃଦୟଶୂଳ ଅନୁଭୂତ ହୋଇଥାଏ ।

ଅରୁଚି ସମସ୍ୟା ଉତ୍ପନ୍ନ ହେବାର କାରଣ ସମ୍ବନ୍ଧରେ ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୋକ, ଭୟ କ୍ରୋଧ ତଥା ମନକୁ ଦୂଷିତ କରୁଥିବା ଖାଦ୍ୟପେୟ ପ୍ରଭୂତି ମାନସିକ କାରଣ ଯୋଗୁଁ ବାତାଦି ଦୋଷ କୁପିତ ହୋଇ ଅରୁଚି ରୋଗ ସୃଷ୍ଟି କରିଥାଏ । ତେବେ ଆଧୁନିକ ଚିକିତ୍ସା ବିଜ୍ଞାନ ମତରେ ଅରୁଚି ( Anorexia) ଏକ ଖାଦ୍ୟକ ବିକୃତି (Eating Disorders) ଅନ୍ତର୍ଭକ୍ତ ଏବଂ ଏହାର କାରଣ ଅଜ୍ଞାତ ଯଦିଓ ମସ୍ତିଷ୍କର ହୋଇପୋଥାଲାମସର କାର୍ଯ୍ୟହାନୀ (Dysfunction of hypothalamus) କୁ ପ୍ରାଥମିକ କାରଣ ମନେ କରାଯାଏ । ଏହାଛଡା ଅରୁଚିର ଅନ୍ୟ କରଣଗୁଡିକ ହେଲା – ସଂକ୍ରମଣ ଟାଟା କୌଣସି ପୁରୁଣା ରୋଗ ( Infections and chronic disease) ଚୟାପଚଯାକ୍ରିୟାଗତ ବିକୃତି, ଭିଟାମିନ୍ ର ଅଭାବ ବିଶେଷତଃ ଭିଟାମିନ୍ନ – ବି କମ୍ଲେକ୍ସ, ମାନସିକ କାରଣ ଯଥା – ଭୟ, ଶୋକ, ଅତି କ୍ରୋଧ ଓ ବ୍ୟସ୍ତ ମାନସିକତା ।

ଅଗ୍ନିମାନ୍ଦ୍ୟ

ଅଗ୍ନିର ମନ୍ଦତା କିମ୍ବା ଅଭାବକୁ ଅଗ୍ନିମାନ୍ଦ୍ୟ କାହାଯାଏ । ଏଠାରେ ଅଗ୍ନି କହିଲେ ପାଚକ ଅଗ୍ନିକୁ ବୁଝାଯାଏ ଯାହା ବିଭିନ୍ନ ପାଚକ ଗ୍ରନ୍ଥିରୁ ନିର୍ମିତ ପାଚକ ରସ ବା ଏନଜାଇମ୍ ର ସମ୍ମିଶ୍ରଣ ଅଟେ । ଏହା ସ୍ୱଳ୍ପ ହେଲେ ଅଳ୍ପ ଖାଦ୍ୟ ମଫହୟ ଠିକ୍ ଭାବେ ପାଚନ ହୋଇପାରେ ନାହିଁ । ଆୟୁର୍ବେଦ ମତରେ ଆମ ଶରୀରରେ ଯେଉଁ ୧୩ ପ୍ରକାର ପାଚକ ଅଗ୍ନି ରହିଛି ସେଗୁଡିକ ମଧ୍ୟରେ ଜଠରାଗ୍ନି ଶ୍ରେଷ୍ଠ ଅଟେ । ଏହା ଖାଦ୍ୟକୁ ପାଚର କରିବା ସହ ଅନ୍ୟ ୧୨ ଗୋଟି ଅଗ୍ନିକୁ  ବଳ ଦିନ । ଏହା ଅଗ୍ନିମାନ୍ଦ୍ୟ ଅବସ୍ଥାରେ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ନାହିଁ ।

ଅଜୀର୍ଣ୍ଣ

ଆହାର ଠିକ୍ ସମୟରେ ପରିପାକ ବା ପାଚନ ନ ହେଲେ ତାହାକୁ ଅଜୀର୍ଣ୍ଣ କୁହାଯାଏ । ଅଗ୍ନିମାନ୍ଦ୍ୟ ଏହାର ମୂଳ କାରଣ । ତେବେ ସମୟାନୁ ସାରେ ଖାଦ୍ୟ ନଖାଇଲେ, ମାତ୍ରାରୁ ଅଧିକ ଖାଦ୍ୟ ଖାଇଲେ, ଦିନରେ ଶୋଇଲେ, କ୍ଷୁଧା ତୃଷ୍ଣାର ବେଗ ଅଟକାଇଲେ ତଥା ଅଧିକ ଜଳସେଚନ, କ୍ରୋଧ, ଚିନ୍ତା ଭୟ ଆଦି କାରଣରୁ ଅଜୀର୍ଣ୍ଣ ରୋଗ ସୃଷ୍ଟି ହୁଏ । ଏହା ଫଳରେ ଶରୀର ଓଜନିଆ ଲାଗିବା, ବିଚଳିତ ଲାଗିବା, ମଳବାୟୁ ନ ବାହାରିବା, ତରଳଝାଡା, ପେଟରେ ଗ୍ୟାସ ହେବା, ଛାତିରେ ଏବଂ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ଜ୍ଵଳନ ପୀଡା ଲକ୍ଷଣ ସ୍ୱରୂପ ଦେଖାଯାଇଥାଏ ।

ଚିକତ୍ସା

ସମସ୍ତ ପ୍ରକାର ପାଚନଗତ ବିକୃତି ପାଇଁ ଆୟୁର୍ବେଦାୟ ଔଷଧ ଅତ୍ୟନ୍ତ ହିତକର ଏବଂ ଆସୁଫଳପ୍ରଦ ଅଟେ । ଅରୁଚି ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ଅମ୍ଲେପିତ୍ତ ସମସ୍ତ ପ୍ରକାର ଉଦର ରୋଗର ସଫଳ ଏବଂ ପୂର୍ଣ୍ଣ ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ଅନେକ ଶାସ୍ତ୍ରୀୟ ଔଷଧ ରହିଛି । ଏହିସବୁ ଔଷଧଗିଡିକ ମଧ୍ୟରେ ସୌଭାଗ୍ୟ ଶୁଣ୍ଠିଖଣ୍ଡ ମୋଦକ, ଜୀରକାଦି ମୋଦକ, ବିଲ୍ୱାଦିଚୂର୍ଣ୍ଣ ଅବିପତ୍ତିକର ଚୂର୍ଣ୍ଣ ଲବଣଭାସ୍କର ଚୂର୍ଣ୍ଣ, ଚିତ୍ରକାଦି ବଟୀ, ଅଗ୍ନିତୁଣ୍ଡି ବଟୀ, ହିଙ୍ଗବାଷ୍ଟକ ଚୂର୍ଣ୍ଣ, ମହାଶଙ୍ଖବଟୀ ପ୍ରଭୂତି ଦୀପନ ଓ ପାଚନ ଗୁଣବିଶିଷ୍ଟ ଔଷଧ ପ୍ରସିଦ୍ଧ ଅଟେ । ଏହି ଔଷଧୀୟ ଚିକିତ୍ସା ସୁବିଧା ନେବା ଲାଗି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ନିୟମିତ ଔଷଧ ସେବନ କଲେ ରୋଗୀ ନିଶ୍ଚିତ ଭାବେ ଆରୋଗ୍ୟ ଲାଭ କରିପାରିବେ । ଏହାଛଡା, ନିମ୍ନୋକ୍ତ ସହଜ ଘରୋଇ ଚିକିତ୍ସା ମଧ୍ୟ ରୋଗୀର ଅରୁଚି, ଅଗ୍ନିମାନ୍ଦ୍ୟ ଓ ଅଜୀର୍ଣ୍ଣ ପ୍ରଭୁତା ରୋଗଗୁଡିକୁ ଉପଶମ କରିବା ଦିଗରେ ବିଶେଷ ଫଳପ୍ରଦ ଅଟେ ।

ସହଜ ଚିକତ୍ସା

  1. ଲେମ୍ବୁ ଡାଳିମ୍ବ ଓ ଅଦାରସ ପ୍ରତ୍ୟେକରୁ ୧ ଚାମଚ ମାତ୍ରାରେ ନେଇ ପୁନଶ୍ଚ ସୈନ୍ଧବଳବଣ, ଗୋଲମରୀଚ ଓ ମିଶ୍ରିଗୁଣ୍ଡ ଅଧ ଚାମଚ ଲେଖାଏଁ ନେଇ ୫୦ ଗ୍ରାମ୍ ଅଙ୍ଗୁର ସହ ବାଟି ଚଟଣି କରି ଦିନକୁ ୨ ଥର ଖାଇଲେ ଅରୁଚି ରୋଗ ନଷ୍ଟ ହୁଏ ।
  2. ଭୋଜନ ପୂର୍ବରୁ ଖଣ୍ଡେ ଆଡ ଧୋଇ ସୈନ୍ଧବ ଲବଣ ସହ ଚୋବାଇ ଖାଇଲେ କିମ୍ବା ଖାଦ୍ୟ ରଶୁଣ ଅଥବା ପୁଦିନା ଚଟଣି ଖାଇଲେ ଅଗ୍ନିମାନ୍ଦ୍ୟ ଦୂର ହୁଏ ।
  3. ଶୁଣ୍ଠି, ପିପ୍ପଳୀ ଓ ଗୋଲମରିଚ ସମଭାଗରେ ଚୂର୍ଣ୍ଣକରି ୩ ଗ୍ରାମ୍ ମାତ୍ରାରେ ଦିନକୁ ୨ ଥର ସେବନ କଲେ ଅଜର୍ଣ୍ଣା ଦୂର ହୁଏ

ଆଧାର

ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate