অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫଳ ପତ୍ର ଓ ଫୁଲର ଔଷଧୀୟ ଗୁଣ

ତୁଳସୀର ଉପକାରୀ ଗୁଣ

  • ତୁଳସୀ ଜୀବାଣୁ-ଭୁତାଣୁ ନାସକ ଉପାଦାନରେ ଭରପୁର୍ । ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ - ଥଣ୍ଡା, କାଶ, ମୁଣ୍ଡ ବଥା, ଗଳାଦରଜ, ଦାନ୍ତମାଢ଼ୀ ଓ ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ ।
  • ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ । ଗଳା ପରିସ୍କାର ହୁଏ। ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ ।
  • ତୁଳସୀରେ ଅଣ୍ଟିବ୍ୟାକ୍ଟେରିଆଲ ଉପାଦାନ ରହିଛି । ଏହା ଶରୀରରେ ଚର୍ବୀ ଜମିବାକୁ ଦିଏ ନାହିଁ, ରକ୍ତ ସଫାକରେ । ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ ।
  • ଚର୍ମକୁଣ୍ଡାଇହେଲେ, ପୋକ କାମୁଡିଲେ କ୍ଷତସ୍ଥାନରେ ତୁଳସୀପତ୍ରର ରସ ଲଗାନ୍ତୁ, ସଂକ୍ରମଣ ଓ ଯନ୍ତ୍ରଣାରୁ ରକ୍ଷା ମିଳିବ।
  • ତୁଳସୀ ପତ୍ରରେ କର୍କଟ ରୋଗ ପ୍ରତିରୋଧ ଶକ୍ତି ଅଛି । ଏହା ସ୍ମୃତି ଶକ୍ତି ବଢାଏ । ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ।

ବନ୍ଧାକୋବିର ଔଷଧୀୟ ଗୁଣ

ବନ୍ଧାକୋବି ସହିତ ଆମେ  ସମସ୍ତେ  ପରିଚିତ । ଏହା  ପୃଥିବୀରେ  ସମସ୍ତ ଅଞ୍ଚଳରେ ଚାଷ କରାଯାଏ । ଏହା ଏପରି ଏକ ପତ୍ର  ଫସଲ  ଯାହାକୁ  ବହୁ  ପୁରାତନ  ଯୁଗରୁ  ମଣିଷ  ଉଭୟ  ଖାଦ୍ୟ ଓ  ଔଷଧୀୟ ଭାବେ ବ୍ୟବହାର କରିଆସୁଛି । ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ବିଭିନ୍ନ  ବର୍ଗର  ଲୋକ  ଏହାକୁ  ବ୍ୟବହାର  କରିଥାନ୍ତି I

ପ୍ରାଚୀନ  ରୋମାନିୟ ମାନେ ଏହାକୁ  ମୁଣ୍ଡ  ବଥା, ଅନିଦ୍ରା, କ୍ଷତରୁ  ରକ୍ତ  ପ୍ରବାହବନ୍ଦ  କରିବା  ଏବଂ ଶିଶୁ ଜନ୍ମଦେବା ଜନିତ ଯନ୍ତ୍ରଣାରୁ  ମୁକ୍ତି  ଦେବା  ଆଦି   ନାନା କ୍ଷେତ୍ରରେ  ବ୍ୟବହାର  କରୁଥିଲେ । ଆଧୁନିକ ବିଜ୍ଞାନୀମାନେ ଦର୍ଶାଇଛନ୍ତି  ଯେ, ବନ୍ଧାକୋବିରେ  ଏପରି  ଉପାଦାନ  ରହିଛି, ଯାହା  ମଣିଷ  ଶରୀରରେ    ରୋଗ  ପ୍ରତିରୋଧକ  ଶକ୍ତି  ବଢିଥାଏ । ଖାଲି ସେତିକି  ନୁହେଁ, ଶୀଘ୍ର ବାର୍ଧକ୍ୟ ନ ଆସିବାରେ ଏହା  ସହାଯ୍ୟ କରିଥାଏ I ବନ୍ଧାକୋବିରେ  ଥିବା  ତନ୍ତୁଜାତୀୟ   ଖାଦ୍ୟ  ମଣିଷ  ସ୍ଵାସ୍ଥ୍ୟ  ପାଇଁ ଅତ୍ୟନ୍ତ  ଉପାଦେୟ I

  • ଏହା ରକ୍ତକୋଶରେ ଥିବା ଚର୍ବି ଖାଦ୍ୟ ଓ କୋଲେଷ୍ଟ୍ରୋଲ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରେ I
  • ଏହା  ଶ୍ଵେତସାର ଜାତୀୟ  ଖାଦ୍ୟକୁ  ଗ୍ରହଣ  କରିବାରେ  ପ୍ରତିରୋଧ  କରେ , ଯାହାକି  ମଧୁମେୟ  ରୋଗୀଙ୍କ ପାଇଁ ଅତ୍ୟନ୍ତ  ଉପଯୋଗୀ I
  • ରକ୍ତହୀନତା ରୋଗୀଙ୍କ ପାଇଁ ବନ୍ଧକୋବିର କଅଁଳିଆ ପତ୍ର  ଅତ୍ୟନ୍ତ  ମୁଲ୍ୟବାନ  କାରଣ  ଏଥିରେ  ପ୍ରଚୁର  ପରିମାଣରେ    ଭିଟାମିନ  ‘ଗ’   ଥାଏ  I
  • ସେହିପରି  ଭିନ୍ନ  ଏକ  ମୁଲ୍ୟବାନ ପଦାର୍ଥ  `ଟାଟାନିକ  ଏସିଡ଼’ ଯାହା  ମଧ୍ୟ  କୋବିରେ  ପ୍ରଚୁର  ପରିମାଣରେ  ଥାଏ I  ମଧୁମେହ  ନିୟନ୍ତ୍ରଣ    କରିବାରେ  ବନ୍ଧାକୋବି  ସହାଯ୍ୟ  କରିଥାଏ  ଏବଂ ଏହା  ସହିତ  ଶରୀରର  ଓଜନ  ବଢିବାରେ ଅର୍ଥାତ  ମେଦବହୁଳତା ସୃଷ୍ଟିରୁ ରକ୍ଷା କରିଥାଏ I  ଓଜନ କମାଇବାକୁ ଚାହୁଥିଲେ ପ୍ରତିଦିନ ବନ୍ଧାକୋବି ଖାନ୍ତୁ  I ଏହା ମେଦ ବିରୋଧୀ I
  • ଯଦି  କେହି  ନିଜକୁ ପତଳା, ସୁନ୍ଦର  ଓ  ସବଳ   ରଖିବାକୁ  ଚାହୁଁଥାନ୍ତି , ସେ  ପ୍ରତିଦିନ  ବନ୍ଧାକୋବି  ସଲାଡ଼  ଖାଇବା  ଆବଶ୍ୟକ। ଏହିପରି  ତଟକା   ବନ୍ଧକୋବିର  ରସ  ପାନ ଦ୍ଵାରା ପାକସ୍ଥଳୀ ଜନିତ  ସମସ୍ୟା  ସମାଧାନ ହୋଇପାରିବ I
  • ବନ୍ଧକୋବି ଏକ କମ କ୍ୟାଲୋରୀଯୁକ୍ତ ପରିବା  ଏଥିରୁ ଭିଟାମିନ ଏ,ବି-୨, ବି-୬, ସି,ଡି, ପଟାସିୟମ, ମଗ୍ନେଶିୟମ, ଜିକ, ଆଇରନ, ମାଂଗାନିଜ଼ ମିଳେ I
  • ଏଥିରେଥିବା ଏମିନୋ ଏସିଡ଼ ମାଂସପେଶୀ ଯନ୍ତ୍ରଣା ଉପସମ କରାଏ I କ୍ଷତ ଶୁଖାଏ I ଏଥିରେ ଥିବା ଲାକଟିକ ଏସିଡ଼ ମାଂସପେଶୀ ମଜବୁତ ରଖେ I
  • ବନ୍ଧକୋବି ଆଖ଼ିକୁ ସୁସ୍ଥ ରଖେ  I ମୋତିୟାବିନ୍ଦୁ ଆକ୍ରାନ୍ତ ହୋଇଥିଲେ ନିୟମିତ ବନ୍ଧାକୋବି ଖାନ୍ତୁ I ଏହାଦ୍ଵାରା ଶରୀରରେ ବିଟା କରୋଟିନ ବଢେ I ବନ୍ଧାକୋବି ବୃଦ୍ଧାଅବସ୍ଥାରେ  ସ୍ମରଣ ଶକ୍ତି  ଦୂରଳ ହେବାକୁ ଦିଏନାହି I   ଏଥିରେ ଥିବା ଭିଟାମିନ ‘କେ’    ସ୍ମରଣ ଶକ୍ତିବଢାଏ I
  • ବନ୍ଧାକୋବି ତନ୍ତୁ ପାଚନ ପ୍ରକିୟା ଠିକ ରଖେ I  କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ I ପାକସ୍ଥଳୀ, କ୍ଷୁଦ୍ରାନ୍ତ, କିମ୍ବା ବୃହତନ୍ତ୍ର ଘା’ ରୁ ରକ୍ଷା କରେ I
  • ବନ୍ଧାକୋବି ମଧ୍ୟ କର୍କଟ ପ୍ରତିରୋଧକ ଭାବେ କାର୍ଯ୍ୟ କରେ I
  • ଏହା ଆଣ୍ଟି ଅକସିଡେଣ୍ଟ   ପରିପୂର୍ଣ୍ଣ I ଏହା ତ୍ଵଚାକୁ ସୁରକ୍ଷା ଦିଏ I ଅତି ବାଇଗଣୀ ରଶ୍ମି ପ୍ରଭାବରୁ ତ୍ଵଚାକୁ ସୁରକ୍ଷା ଦିଏ I ବନ୍ଧାକୋବିର କଅଁଳିଆ ପତ୍ର ରସ ବ୍ରଣ ସମସ୍ୟା ଦୂର କରେ I
  • ସମାନ  ପରିମାଣର ଗାଜର ଓ ସବୁଜ ବନ୍ଧାକୋବି ରସ କେଶ ମୁଲରେ ଲଗାନ୍ତୁ  କେଶ ଗହଳ ହେବ ସହ ରୁପୀ ସମସ୍ୟା ଦୂର ହେବ I

ପାନମହୁରୀର ଉପକାରୀତା

ସାଧାରଣତଃ ଖାଦ୍ୟ ଖାଇବା ପରେ ହିଁ  ପାନମହୁରୀ ଖିଆଯାଏ । ଏହା ଉତ୍ତମ ସୁଗନ୍ଧଯୁକ୍ତ ହେବାସହ ସୁପଚକ ଅଟେ I ପ୍ରତି ୧୦୦ ଗ୍ରାମ ପାନମହୁରୀରେ ଶ୍ଵେତସାର, ୭ ଗ୍ରାମ, ପୃଷ୍ଟିସାର ୨ ଗ୍ରାମ, ସ୍ନେହସାର ୦.୩ ଗ୍ରାମ, ଜୀବସାର ଏ, ସି ଇତ୍ୟାଦି , କ୍ୟାଲସିୟମ   ୫% , ଲୌହ ୨% ଥାଏ I

  • ପାନମହୁରୀ ଚୋବଈ ଖାଇଲେ ଖାଦ୍ୟ  ଭଲଭାବେ ହଜମ ହୋଇଥାଏ I
  • ମିଶ୍ରି ପାଣିରେ ଏହାକୁ ପିଈଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ I
  • ନିୟମିତ ଏହାକୁ ଚୋବଈ ଖାଇଲେ ପେଟ ରୋଗ ହୁଏନାହିଁ  I
  • ଅଧ ଚାମଚ ପନମହୁରୀ ଦିନକୁ ୩ ରୁ ୪ ଥର ଖାଇଲେ ୨ ମାସ ମଧ୍ୟରେ ଓଜନ ହ୍ରାସହୁଏ I
  • ପନମହୁରୀ ଖାଇଲେ ସ୍ନାୟୁବିକ ରୋଗ ଦୂର ହୋଇଥାଏ ।
  • ଏହା କର୍କଟ ବିରୋଧୀ ବୋଲି ଗବେଷକଙ୍କ ମତ ।
  • ପାନମହୁରୀ ଖାଇଲେ ତ୍ଵଚାର ରଂଗ ସଫା  ହେବା ସହ କେଶର ଘନତ୍ତ୍ଵବୃଦ୍ଧି ହୁଏ ।

ବ୍ରାହ୍ମୀ ଶାଗର ଉପକାରିତା

ନିୟମିତ ଭାବେ ବ୍ରାହ୍ମୀ ଖାଇବା ସବୁ ବୟସର ଲୋକଙ୍କ ପାଁଈ ଭଲ I  ବିଭିନ୍ନ ପ୍ରକାର ଶାଗରୁ ବ୍ରାହ୍ମୀ ଶାଗର ବିଶେଷତ୍ଵ ରହିଛି I ବ୍ରାହ୍ମୀ ପତ୍ରରେ ପୃଷ୍ଟିସାର ୨%, ବାକୋସାଈଡ  ୫.୯%,  ବାକୋପସାଈଡ ୫.୫% ଓ ବକୋସପୋନିକ ଆଲକାଲଏଡ଼  ଥାଏ I

ଔଷଧୀୟ ଗୁଣ -

  • ବ୍ରାହ୍ମୀ ଶାଗ ଏକ ସ୍ନାୟୁ ଟନିକ ଭାବେ କାମ କରିଥାଏ I
  • ଏହି ଶାଗ ଖାଇଲେ ଆଲଯାଇମିର  ରୋଗ କମିବାରେ ସହାୟକ ହୁଏ I
  • ଅନିଦ୍ରା ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ I
  • ଶରୀରର କୌଣସି ସ୍ଥାନରେ ଦରଜ ହୋଇଥିଲେ, ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲାଗିଲେ ଉପଶମ ମିଳେ I
  • ବ୍ରାହ୍ମୀ ଶାଗ ଖାଇଲେ ଯକୃତ ରୋଗ ଦୂର ହୋଇଥାଏ I
  • ପିଲାମାନେ ଏହା ଖାଇଲେ ସ୍ମୃତି ଶକ୍ତି ବଢ଼େ I
  • ଏହି ଶାଗ ରକ୍ତ ବିଶୋଧକ ଭାବେ କାମ କରେ I

ଧନିଆର ଉପକାରିତା

ଧନିଆ ସାଧାରଣରେ ମଧ୍ୟପ୍ରଦେଶ, କେରଳ, ଓଡ଼ିଶା ଏବଂ କେରଳର କିଛି ଅଂଶରେ ଚାଷ କରାଯାଇଥାଏ I ପ୍ରତି ଶହେ ଗ୍ରାମ ଧନିଆରେ ଶ୍ଵେତସାର ୫୦ ଗ୍ରାମ, ପୃଷ୍ଟିସାର ୧୫ ଗ୍ରାମ, ସ୍ନେହସାର, ୨୦ ଗ୍ରାମ,  କ୍ୟାଲସିୟମ  ୭୦%, ଲୌହ ୧୫.୮ ମିଲିଗ୍ରାମ ରହିଥାଏ I

  • ଏହି ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ I
  • ଧନିଆରେ ଓମେଗା ୬ ଥିବାରୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ  କରେ I
  • ଧନିଆ ଅଧ ଚାମଚ ଦୈନିକ ଖାଇଲେ କୋଷ୍ଠକାଠିନ୍ୟ  ଦୂର ହୋଇଥାଏ I
  • ଏହି ମଞ୍ଜିରେ ଜୀବସାର ବି ଥିବାରୁ ଶରୀର ପାଇଁ  ହିତକାରକ ଅଟେ I
  • ଧନିଆକୁ ମସଲା ଭାବେ ନିୟମିତ ରୋଷେଇରେ ବ୍ୟବହାର କଲେ କେଶ ସମସ୍ୟା, ସ୍ନାୟୁଗତ ସମସ୍ୟା ଦୂର ହୁଏ I
  • ଧନିଆ ଖାଇଲେ ଶରୀରରୁ ଚର୍ବୀ କମ ହେବାରେ ସାହାଯ୍ୟ ହୁଏ I

ସଜନା ଶାଗର ଉପକାରିତା

ସଜନା ଗଛର ପତ୍ର ଶାଗ ଭାବେ ବ୍ୟବହାର କରାଯାଏ । ପ୍ରତି ୧୦୦  ଗ୍ରାମ ସଜନା ପତ୍ରରେ କାର୍ବୋହାଇଡ୍ରେଟ ୧୧.୫%, ପୃଷ୍ଟିସାର ୬%, ଭିଟାମିନ ସି ୨୦୦%, ଲୌହ ୬ ମିଲିଗ୍ରାମ, କ୍ୟାଲସିୟମ  ୪୩୦ ମିଲିଗ୍ରାମ ଥାଏ । ଏହା ସହ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ ।

ଔଷଧୀୟ ଗୁଣ -

  • ନିୟମିତ ସଜନା ଶାଗ ଖାଇଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିଥାଏ I
  • ଏଥିରେ ଥିବା କ୍ୟାରୋଟିନ ଶରୀରର କୋଷକ୍ଷୟକୁ ରକ୍ଷା କରେ I
  • ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ I
  • ଏହି ଶାଗରେ ଭିଟାମିନ କେ ଥିବାରୁ ସ୍ନାୟୁର କାର୍ଯ୍ୟ ଦକ୍ଷତା ବଢିଥାଏ I
  • ସଜନା ଶାଗରେ କ୍ୟାଲସିୟମ ପ୍ରଚୁର ଥିବା ଯୋଗୁ ହାଡ ଶକ୍ତ ହୁଏ I

ପୁରୁଣି ଶାଗର ଉପକାରିତା

ପୁରୁଣି ଶାଗ, ଭାରତ ସହ ବିଦେଶରେ କେତେକ ରାଷ୍ଟ୍ରରେ ମୁଖ୍ୟ ବ୍ୟଞ୍ଜନ ଭାବରେ ବ୍ୟବହାର ହୁଏ I ପ୍ରତି ଶହେ ଗ୍ରାମ ପୁରୁଣି ପତ୍ରରେ କାର୍ବୋହାଇଡ୍ରେଟ, ୧୨%, ପୃଷ୍ଟିସାର, ୨.୨୦%, ଭିଟାମିନ ସି ୪୦ ମିଲିଗ୍ରାମ, ଲୌହ ୦.୦୨ ମିଲିଗ୍ରାମ ଓ କ୍ୟାଲସିୟମ ୯୦ ମିଲିଗ୍ରାମ ଥାଏ I ନେଦର୍ଲାଣ୍ଡରେ ପୁରୁଣୀ ପତ୍ରକୁ ଖାଦ୍ୟରେ ରାନ୍ଧିବା ନିମନ୍ତେ ବ୍ୟବହାର କରାଯାଏ I

  • ପୁରୁଣି ଶାଗ ଖାଇଲେ ଚକ୍ଷୁ ସମସ୍ୟା ଦୂର ହୋଇଥାଏ I
  • ମଧୁମେୟ ରୋଗୀ ଏହି ପତ୍ରକୁ ଖାଇଲେ ରକ୍ତର ଶର୍କରା ନିୟନ୍ତ୍ରଣ ରହେ I
  • ବ୍ରିଟିନ ଗବେଷକମାନେ ପ୍ରମାଣ କରିଛନ୍ତି ଯେ ନିୟମିତ ପୁରୁଣି ପତ୍ର ରସକୁ ପିଇଲେ ବୃକକ୍ ଅକ୍ଷମତା ନିୟନ୍ତ୍ରିତ ହୋଇଥାଏ I
  • ପୁରୁଣି ଶାଗରେ ଅନେକ ପରିମାଣରେ  ଆଣ୍ଟିଅକସିଡେଣ୍ଟ ଥାଏ, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ I
  • ଆମେରିକାର ଅଧିକାଂଶ ଚିକିତ୍ସାଳୟରେ ଯକୃତ ରୋଗୀ, ବୃକକ୍ ରୋଗୀ ନିୟମିତ ଏହି ଶାଗ ରସ ପିଇବାକୁ ଓ ଶାଗକୁ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଏ I

କାକୁଡି ରସର ଗୁଣ

କାକୁଡିରେ ଅନେକ ଉପାଦେୟତା ରହିଛି । ବିଦେଶରେ କାକୁଡି ସଲାଡ଼ ଭାବେ ଲୋକପ୍ରିୟ ଥିଲାବେଳେ ଭାରତରେ ବିଭିନ୍ନ ଖାଦ୍ୟ ସହ କାକୁଡି  ଖିଆଯାଏ I   କାକୁଡିର ଅନେକ ଉପାଦେୟତା ରହିଛି I

  • ନିୟମିତ କାକୁଡି ରସ ପିଇଲେ ଓଜନ ନିୟନ୍ତ୍ରାଧୀନ ହୋଇଥାଏ I
  • ଏହା ତ୍ଵଚାର ଚମକ ଆସିବା ସହ କେଶର ଘନତ୍ତ୍ଵ ବୃଦ୍ଧି ପାଏ I
  • କାକୁଡି ଦୈନିକ  ଖାଇଲେ  ସତେଜ  ରଖିବ  ସହ  ତକ୍ନିସ୍କୁ  ସରିରରୁ  ବାହର  କରିଦେଇ  ଥାଏ I
  • ପିଲାମାନେ  କାକୁଡି ଖାଇଲେ  ସ୍ମୃତି  ଶକ୍ତି ବୃଦ୍ଧି ପାଏ I
  • ହଜମ  ଶକ୍ତି ବଢିବା  ସହ  ହୃଦରୋଗରୁ  ରକ୍ଷା  କରେ I
  • ସକାଳୁ  ଏକ  ଗ୍ଳାସ କାକୁଡି ରସରେ  ଫାଳେ  ଲେମ୍ବୁ  ଚିପୁଡି  ପିଇଲେ  ଶରୀରରେ  ରୋଗ  ପ୍ରତିରୋଧ  ଶକ୍ତି  ବୃଦ୍ଧି ହୁଏ I

ଉପକାରୀ  କରମଙ୍ଗା

  • କରମଙ୍ଗା ଅନେକ  ପୋଷକ   ଉପାଦାନରେ  ପରିପୂର୍ଣ୍ଣ I ତୋଳିବାର  ତିନିଦିନ  ମଧ୍ୟରେ  ଏହାର  ପୋଷକ   ଉପାଦାନ  ନଷ୍ଟ   ହୋଇଯାଉଥିବାରୁ   ସର୍ବଦା  ସତେଜ କରମଙ୍ଗା  ଖାଇବା  ଉଚିତ I ଠିକ  ଖାଇବା  ପୁର୍ବରୁ  ହିଁ   କାଟନ୍ତୁ I
  • ଥଣ୍ଡା, ଜ୍ଵର ଓ ଗଳା  ଦରଜ ଉପସମ ଶକ୍ତି  ଏଥିରେ  ରହିଛି I ଏହା  ଅଜିର୍ଣ୍ଣ  ଦୂର  କରେ I ପାକସ୍ଥଳି ଘା’  ଶୁଖିବାରେ  ସାହାଯ୍ୟ କରେ I ମିଠା କରମଙ୍ଗା ଫୁଲ  ରସ  ସେବନ  କଲେ  ଶିଶୁଙ୍କ   କଫ  ଦୋଷ  ଦୂର  ହୁଏ I
  • ଏହା  ତନ୍ତୁ  ଓ ପୃଷ୍ଟିସାର ବହୁଳ I
  • ଶରୀରରେ  ମାଗ୍ନେସିୟମ   ପରିମାଣ  ବଢାଇବା ପାଇଁ ଭିଟାମିନ ବି - ୬  ଯୁକ୍ତ  ଖାଦ୍ୟ   ଖାଆନ୍ତୁ I
  • ଏହା  ତନ୍ତୁ  ଓ  ପୃଷ୍ଟିସାର  ବହୁଳ I ଫ୍ଲବୋନଏଡ଼ ଓ ଆଣ୍ଟି ଅକସିଡେଣ୍ଟ ଯୁକ୍ତ I ନିୟମିତ କରମଙ୍ଗା  ଖାଇଲେ  ଓଜନ  ହ୍ରାସ  ହୁଏI
  • କରମଙ୍ଗା ଗଛର ପତ୍ର  ଓ  ଚେର  ପାଣିରେ  ଫୁଟେଇ   ପିଇଲେ ମୁଣ୍ଡ  ବ୍ୟଥା, ଗୋଲ  କୃମି , ପାଣି  ବସନ୍ତ  ଦୂର  ହୁଏ I
  • ଅଳସ୍ୟା , ମାନ୍ଦାପଣ   ଓ  ଅଜିର୍ଣ୍ଣ  ଦୂର ପାଁଈ   ପ୍ରତି  ତିନି  ଘଣ୍ଟା  ଅନ୍ତରରେ  ଫାଳେ କରମଙ୍ଗା ଖାଆନ୍ତୁ I
  • ଏହା କେଶ  ଝାଡିବା , ଅସମୟରେ  କେଶ  ପାଚିବା  ସମସ୍ୟା  ଦୂର  କରେ I
  • ଏହାର  ରସ  କେଶ  ମୂଳରେ  ଲଗାନ୍ତୁ I କେଶ   ଘହଳ  ଓ  ଶକ୍ତ  ହେବ I
  • ସୁସ୍ଥ  ଓ  ସୁନ୍ଦର  ତ୍ଵଚା  ପାଇଁ କରମଙ୍ଗା ରସ  ଉପକାରୀ I
  • ମୁଖ  ବ୍ରଣ  ଓ  ତୈଳକ୍ତ  ଅଂଶ   ଦୂର   ପାଇଁ କରମଙ୍ଗା ରସ ଲଗାନ୍ତୁ ।

ଔଷଧୀୟ ନିମ ଫୁଲ

ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା ।

  • ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ । ମୋଟାପା କମ୍ ହୋଇଥାଏ ।
  • ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ ।
  • ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ।
  • ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ ।
  • ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ ।
  • ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ ।
  • ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ ।
  • କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ ।
  • କିଛି ବୁନ୍ଦା ନିମ ତେଲ ସବୁଦିନ ପିଇଲେ ଆଜ୍ମରୁ ଉପଶମ ମିଳେ । କଫ ସଫା ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଥାଏ ।
  • ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।

ଉପକାର କଦଳୀ

ମହିଳାମାନେ ଋତୁସ୍ରାବ ସମୟରେ କଦଳୀ ଖାଇଲେ ଚିଡ଼ିଚିଡାପଣରୁ ରକ୍ଷା ପାଆନ୍ତି । କଦଳୀରେ ଆଇରନ୍ ଥିବାରୁ ଏହା ରକ୍ତହୀନତା ଦୂର କରେ । ଏଥିରେ ଥିବା ପୋଟାସିୟମ୍ ମସ୍ତିଷ୍କକୁ ସକ୍ରିୟ କରେ । ସିଗାରେଟ୍ ନିଶା ଛାଡିବା ପରେ କଦଳୀ ଖାଇଲେ ଶରୀର ଶାନ୍ତ ରହେ ।

ଅଙ୍ଗୁରରେ ରୋଗ ଦୂର

ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ । ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ । ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ । ଓଜନ ନିୟନ୍ତ୍ରଣରେ ରହେ ।

ନାଲି ଚା’ରେ ରକ୍ତଚାପ ନିୟନ୍ତ୍ରଣ

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଦୁଇ ଦିନରେ ଅତି କମ୍ ରେ ତିନି କପ୍ ନାଲି ଚା ପିଅନ୍ତୁ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖିବ । ଅଧ୍ୟୟନରୁ ଜଣାପଡିଛି, ବହୁ ଥର ନାଲି ଚା ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ପାଏ ।

ସୂର୍ଯ୍ୟକିରଣରେ ଚର୍ମ କର୍କଟ ଦୂର

ଗବେଷକଙ୍କ କହିବାନୁସାରେ, ସୂର୍ଯ୍ୟ କିରଣ ସ୍ପର୍ଶରେ ଆସିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ । ରକ୍ତଚାପ ନିୟନ୍ତ୍ରଣ ରହିବା ହେତୁ ଚର୍ମ କର୍କଟ ହୋଇନଥାଏ । ଏହା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୁଏ ।

ଆଧାର: ଆୟୁର୍ବେଦ ଭବନ

Last Modified : 3/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate