অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଡ୍ ଥେରାପି

ଉପକ୍ରମ

ମାଟି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ଏଥିରେ ଥିବା ମିନେରାଲ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ । ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟକୁ ଶୋଷିନେଇ ରୋଗ ଦୂର କରେ ।ଏହାସହ ତ୍ଵଚାର ଉଜ୍ଵଳତା ବଢାଏ । ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ । ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି । ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା ମଡ୍ ଥେରାପି ଅନ୍ୟତମ । ପ୍ରାକୃତିକ ଚିକିତ୍ସା ବା ନେଚରପାଥି ଆୟୁଷ ବିଭାଗର ଏକ ଅଙ୍ଗ । ଏହି ଚିକିତ୍ସା ଦକ୍ଷିଣ ଭାରତରେ ଯଥେଷ୍ଟ ପ୍ରସାର ଲାଭ କରିଛି। ଓଡିଶାରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୋର୍ଦ୍ଧାର ବିଞ୍ଚଗିରିରେ ୧୦୦ ସଂଖ୍ୟା ବିଶିଷ୍ଟ ଏକ ନେଚରପାର୍ଥୀ ଡାକ୍ତରଖାନା ଖୋଲାଯିବାକୁ ସ୍ଥିର କରାଯାଇଛି । ମଡ୍ ଥେରାପି ଦ୍ଵାରା ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ ହୋଇଥାଏ ।

କେଉଁ ପ୍ରକାର ମାଟି ବ୍ୟବହାର କରାଯାଏ

ପୃଥିବୀର ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରର ମାଟି ଦେଖାଯାଏ ଏବଂ ସେଗୁଡିକର ଗୁଣ ମଧ୍ୟ ଭିନ୍ନ । ବ୍ଲାକ ମଡ୍ ବା କଳାମାଟି, ଧଲାମାଟି, ଗେରୁ ମାଟି ହଳଦିଆ ମାଟି, ଉଚ୍ଚମାଟି ମଡ୍ ଥେରାପି ପାଇଁ ବ୍ୟବହାର କରାଯାଏ ।

ମାଟି ସଂଗ୍ରହ କରିବାର ପଦ୍ଧତି

କୌଣସି ପ୍ରକାର ରାସାୟନିକ ପ୍ରଭାବ ନଥିବା ୧ ଫୁଟ ତଳୁ ମାଟି ସଂଗ୍ରହ କରନ୍ତୁ । ଗଛ ଛାଇ କିମ୍ବା ସନ୍ତସନ୍ତିଆ ସ୍ଥାନରୁ ମାଟି ସଂଗ୍ରହ କରନ୍ତୁ ନାହିଁ । ମାଟି ସଂଗ୍ରହ କରି ତାକୁ ୩ ରୁ ୪ ତା ଖରା ଦିଅନ୍ତୁ। ତାପରେ ତାକୁ ଜାଲିରେ ଛାଣି ନିବୁଜ୍ ଡବାରେ ରଖନ୍ତୁ । ଯେପରି କୀଟପତଙ୍ଗ ଦାୟୁରୁ ଏହା ସୁରକ୍ଷିତ ରହିପାରିବ । ମାଟିକୁ ରାତିରେ ୩୦ ମିନିଟ୍ ପାଣିରେ ଭିଜାଇବାକୁ ପଡେ । ତା’ପରେ ମାଟିକୁ ସମାନ ଭାବରେ ଲେପ ଦିଅନ୍ତୁ ଯେପରି ଏହାର ମୋଟେଇ ଅଧ ଇଞ୍ଚରୁ ଏକଇଞ୍ଚ ପର୍ଯ୍ୟନ୍ତ ରହିବ । ଆଖି, ମସ୍ତକ, କେଶ ଏବଂ ଶରୀରର ବିଭିନ୍ନ ଅଂସ କାଦୁଅ ପ୍ୟାକ୍ ବ୍ୟବହାର କରାଯାଇପାରିବ । ଏହା ପ୍ୟାକ୍ କୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଦରକାର । ଥଣ୍ଡା ଦିନରେ ଯଦିକାଦୁଅ ପ୍ୟାକ ବ୍ୟବହାର କରାଯାଏ ତେବେ ଶରୀରକୁ କମ୍ବଳରେ ଘୋଡାଇ ରଖାଯିବା ଦରକାର । ପ୍ୟାକ ଛଡାଇ ସାରିଲା ପରେ ନିମ୍ବ ଛେଲି ଓ ହଳଦୀ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ଶରୀରକୁ ଶୁଖିଲା କପଡାରେ ପୋଛନ୍ତୁ । ବିଭିନ୍ନ ବୈଦ୍ୟଷ୍ଟୋର୍ ରେ ମଧ୍ୟ ଏହି ମାଟି ଉପଲବ୍ଧ ।

ମଡ୍ ଥେରାପିର ଉପକାରିତା

ମୁଡ ପ୍ୟାକ୍ ଚର୍ମ ରଙ୍ଗରେ ଉନ୍ନତି ଆଣିବା ସହିତ ଚର୍ମରେ ଥିବା ଦାଗ ଓ ଅନ୍ୟ କୌଣସି ସମସ୍ଯା ଦୂର କରେ । ମଡ ଥେରାପି ଦ୍ଵାରା ସୋରିଆସିସ୍, ଅର୍ଚିକାରିଆ ଲ୍ୟୁକୋଡର୍ମା ଆଦି ଚର୍ମ ରୋଗ, ପ୍ଳିହାରୋଗ, ସ୍ପୋଣ୍ଡିଲାଇଟିସର ମୁକ୍ତି ମିଳିଥାଏ । ବ୍ରଣ, ଘିମିରି, ବଥାଦି ଆହନରେ ମାଟିର ଲେପ ଦେଲେ ଏହା ଭଲ ହୋଇଥାଏ । ମାନସିକ ଅସ୍ଥିରତା, ମାଇଗ୍ରେନ୍ ସମସ୍ୟା ପାଇଁ ମଥାରେ ମାଟିର ଲେପ ଦେଲେ ଏଥିରୁ ମୁକ୍ତି ମିଳିଥାଏ । ସେହିଭଳି ପରିଷ୍କାର ଓ ଆବଡଖାବଡା ମାଟିରେ ଚାଲିଲେ ମଧ୍ୟ ସ୍ନାୟୁଜନିତ ସମସ୍ୟା ଦୂର ହୁଏ । ମୁଡ ଥେରାପି ଦ୍ଵାରା ମାଂସପେଶୀ ହାଲୁକା ହେବା ସହିତ ରକ୍ତ ସଂଚାଳନ ବୃଦ୍ଧିପାଏ, ପାଚନ କ୍ରିୟା ସୁଦୃଢ ହୁଏ ଏବଂ ଶରୀରର କୌଣସି ଅଂସ ଫୁଲି ଯନ୍ତ୍ରଣା ହେଉଥିଲେ ସେଥିରୁ ଆରାମ ମିଳେ । କେଶରେ ମଧ୍ୟ ମାଟିର ଲେପ ଦେଲେ ଏହା ଏକ ଉତ୍ତମ କଣ୍ଡିସନର କାମ କରେ । ବେଳ ଗଛ ମୂଳରୁ ମାଟି ଆଣି ସ୍ତନରେ ଲଗାଇଲେ ଛୋଟ ସ୍ତନର ଆକାର ବୃଦ୍ଧିମଧ୍ୟ ହୋଇଥାଏ । ଆଖି ତଳ କଲାଦାଗ ପଡୁଥିଲେ ଲିମବା ଶୁଷ୍କ ତ୍ଵଚା ପାଇଁ ମଧ୍ୟ ମଡ ଥେରାପି ଉପଯୋଗୀ । ହେଲେ ମଡ ଥେରାପି କରିବା ସମୟରେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ତଳି ପେଟରେ ମଡ୍ ପ୍ୟାକ୍

ତଳିପେଟରେ କାଦୁଅ ପ୍ୟାକ୍ ସମସ୍ତ ପ୍ରକାର ଅଜୀର୍ଣ୍ଣ ଦୋଷ ଦୁରହୁଏ । ଖାଦ୍ୟନଳୀରେ ଥିବା ଉତ୍ତାପକୁ ଏହା ହ୍ରାସ କରିବା ଶୀତ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ପୁରୁଷଙ୍କ ସ୍ଵପ୍ନ ଦୋଷ ମହିଳାଙ୍କର ପ୍ରଦର ଦୋଷ ପାଇଁ ତଳିପେଟରେ ମଡ୍ ପ୍ୟାକ୍ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।

ଥେରାପି ସମୟରେ ଡାଏଟ୍ ଚାର୍ଟ

ଆର୍ୟୁବଦିକ ଚିକିତ୍ସାକଙ୍କ ପରାମର୍ଶ କ୍ରମେ ରୋଗ ପାଇଁ ଔଷଧ ସେବନ ସହ ମଡ୍ ଥେରାପିର ଉପଯୋଗକରନ୍ତୁ ।ବିଶେଷତଃ ଥେରାପି ନେବା ସମୟରେ ଅଧିକ ପଣି ପିଇବା ସହ ତେଲମସଲାଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଅଧିକ ସାଲାଡ ଓ ଶୀଘ୍ର ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ।

ଆଧାର: ପ୍ରମେୟ କବର କାଗଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate