অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୌନ ଶକ୍ତି ବଢାଇବାର ୫ ଆୟୁର୍ବେଦୀୟ ଉପଚାର

ଯୌନ ଶକ୍ତି ବଢାଇବାର ୫ ଆୟୁର୍ବେଦୀୟ ଉପଚାର

ଉପକ୍ରମ

ଯୌନ ଶକ୍ତି ବଢାଇବା ପାଇଁ ବିଭିନ୍ନ ଗବେଷଣାମାନ ଚାଲୁ  ରହିଛି । ହେଲେ ଆମ ଭାରତୀୟ ସ୍ୱାସ୍ଥ୍ୟ ବିଜ୍ଞାନରେ ଆୟୁର୍ବେଦରେ ଏପରି ଉପାୟମାନ ଅଛି, ଯାହା ବୈଜ୍ଞାନିକଙ୍କ ଗବେଷଣାକୁ ପଛରେ ପକାଇ ଦେଇଛି । ଏପରି ୫ଟି ଆୟୁର୍ବେଦୀୟ ଉପଚାର, ଯାହା ଯୌନ ଶକ୍ତି ବଢାଇବାରେ ସାହାୟକ ହେବ ।

ଉପଚାର

ତୁଳସୀ

୫ ଗ୍ରାମ୍ ତୁଳସୀ ମଞ୍ଜି ଓ ୩୦ ଗ୍ରାମ୍ ମୁସଲୀ ନେଇ ଚୂର୍ଣ୍ଣ କରନ୍ତୁ । ୬୦ ଗ୍ରାମ୍ ମିଶ୍ରି ଚୂର୍ଣ୍ଣ କରି ଏଥିରେ ମିଶାନ୍ତୁ । ଏହାକୁ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ । ସକାଳ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣରୁ ୫ ଗ୍ରାମ୍ ଲେଖାଏଁ ଗାଈ କ୍ଷୀରରେ ଖାଆନ୍ତୁ । ଏହାଦ୍ଵାରା ଯୌନ ଦୁର୍ବଳତା ଦୂର ହେବ ।

ରସୁଣ

୨୦୦ ଗ୍ରାମ୍ ରସୁଣକୁ ପେଷ୍ଟ କରି ଏଥିରେ ମହୁ ମିଶାଇ ଏକ ସଫା  ବୋତଲରେ ଏହାକୁ ଭର୍ତ୍ତି କରନ୍ତୁ ଓ ବୋତଲ ବନ୍ଦ କରି ୩୧ ଦିନ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଦିନକୁ ୧୦ ଗ୍ରାମ୍ ଲେଖା ୪୦ ଦିନ ଖାଆନ୍ତୁ । ଏହାଦ୍ଵାରା ଯୌନ ଶକ୍ତି ବଢିପାରିବ ।

ଡାଲଚିନି

ଦୁଇଗ୍ରାମ୍ ଡାଳିଚିନି ଚୂର୍ଣ୍ଣ ସକାଳେ- ସନ୍ଧ୍ୟାରେ କ୍ଷୀରରେ ମିଶାଇ ପିଅନ୍ତୁ । ଏହାଦ୍ଵାରା ବୀର୍ଯ୍ୟ ବଢିବା ସହିତ ଯୌନ ଦୁର୍ବଳତା ଦୂର ହୋଇଥାଏ ।

ଜାଇଫଳ

ଏକ ଗ୍ରାମ୍ ଜାଇଫଳ ଚୂର୍ଣ୍ଣ କରି ସକାଳେ ଥଣ୍ଡା ପାଣିରେ ଖାଆନ୍ତୁ । କିଛି ଦିନ ପରେ ଯୌନ ଦୁର୍ବଳତା ଦୂର ହେବ ।

ଖଜୁରୀ

ଶୀତଦିନେ ସକାଳେ ଦୁଇତିନିଟି ଖଜୁରୀ ଘିଅରେ ଭାଜି ନିୟମିତ ଖାଆନ୍ତୁ । ଏହାପରେ ଅଳେଇଚ ଚିନି କ୍ଷୀରରେ ମିଶାଇ ଫୁଟାନ୍ତୁ  ଏବଂ କିଛି ସମୟ ପରେ ପିଅନ୍ତୁ । ଏହା ଉତ୍ତମ ଯୌନ ଶକ୍ତି ବର୍ଦ୍ଧକ ଭାବେ କାର୍ଯ୍ୟ କରିବ  ।

ଆଧାର

Samaj

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate