অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତପ୍ରଦର

ରକ୍ତପ୍ରଦର

ଯୋନି ମଧ୍ୟରୁ ଅତ୍ୟଧିକ ରକ୍ତସ୍ରାବ ରକ୍ତପ୍ରଦର ରୋଗ କୁହାଯାଏ ।

ଲକ୍ଷଣ

  1. ଯୋନିରୁ ଅତ୍ୟଧିକ ରକ୍ତସ୍ରାବ ହୁଏ ।
  2. ପିଚ୍ଛିଳ ଲାଳଯୁକ୍ତ ଗନ୍ଧଯୁକ୍ତ ରକ୍ତସ୍ରାବ ମଧ୍ୟ କେତେକାଂଶରେ ହୋଇଥାଏ ।
  3. ଶରୀର ସେଟା ବା ଧଳା ଦେଖାଯିବା ସହ ଦୁର୍ବଳ ଲାଗେ ।
  4. ମାଂସପେଶୀ ଗଣ୍ଠି (joints) ବେଦନା ହୁଏ ।
  5. ଶରୀର ଗରମ ରହିଲା ଭଳି ସର୍ବଦା ଅନୁଭୂତ ହୁଏ ।

କାରଣ

  1. ଅପରିଷ୍କାର କଣା ଋତୁ ସମୟରେ ବ୍ୟବହାର କଲେ ସଂକ୍ରମଣ ହୋଇଯାଏ ।
  2. ଅତି ଉକ୍ଷ୍ମ ଆହାର ଓ ବିହାର କଲେ ହୁଏ ।
  3. ରାତ୍ରି ଜାଗରଣ ବା ନିଦ୍ରା ହେଲେ ହୁଏ ।
  4. ଅତି ଯୌନସମ୍ପର୍କ ଓ କୌଣସି କାରଣରୁ  ଗର୍ଭାଶୟରେ କ୍ଷତ ବା ସଂକ୍ରମଣ ହେଲେ ହୁଏ ।
  5. ସର୍ବଦା ଗରମ ସ୍ଥାନରେ କାମ କଲେ ହୁଏ ।
  6. ସନ୍ତାନ ଜନ୍ମ ସମୟରେ ବିଶୋଧିକ ଜିନିଷ ବ୍ୟବହାର କଲେ ସଂକ୍ରମଣ ହୋଇ ମଧ୍ୟ ହୋଇଥାଏ ।

ଚିକିତ୍ସା

  1. ଉପରୋକ୍ତ କାରଣଗୁଡିକ ବର୍ଜନୀୟ
  2. ଶ୍ଵେତପ୍ରଦରର ସମସ୍ତ ଚିକିତ୍ସା ପରି

ତୁଟୁକା ଚିକିତ୍ସା

  1. ଛେଳି କ୍ଷୀର ଏକ ଲୁହାକୁ ଲାଲ୍ ହେବା ପର୍ଯ୍ୟନ୍ତ ତତାଇ ୧୨ ଥର ବୁଡାଇବ ଓ ସେ କ୍ଷୀରସକାଳ ସନ୍ଧ୍ୟାରେ ପାନ କରିବ । ଏହିପରି ୧୫ ଦିନ ଛେଳି କ୍ଷୀର ପାନ କରିବ । ରକ୍ତ ବୃଦ୍ଧି ପାଇଁ ।
  2. ଦୂର ରସ ୨ ଚାମଚ ସହ ମୁଠା ରସ ୧ ଚାମଚ ମିଶାଇ ସକାଳ, ସନ୍ଧ୍ୟା, ଖରାବେଳେ ଏହିପରି ଦିନକୁ ୩ ଥର ପାନ କରିବ ରକ୍ତ ବନ୍ଦ ପାଇଁ
  3. କୁକୁଡା ଅଣ୍ଡା ଖୋଳର ଭସ୍ମ ୨ ଗ୍ରାମ ଲେଖାଏଁ ଦିନକୁ ୨ ଥର ମଧୁସହ ପାନ କରିବ ।
  4. ଶରୀରକୁ ଥଣ୍ଡା ଚିକିତ୍ସା କରି ଥଣ୍ଡା ରଖିବାକୁ ଚେଷ୍ଟା କରିବ ।
  5. ଚାଉଳଧୁଆ ଜଳ ସକାଳ ସନ୍ଧ୍ୟାରେ ପାନ କରିବ ।

ଔଷଧ ଚିକିତ୍ସା

  1. ଶ୍ଵେତପ୍ରଦରର ଔଷଧ ଚିକିତ୍ସା ସହ ସମାନ ।
  2. (A) ଶୋଣିତାର୍ଗଳ ରସ – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର । ଦୁବରସ- ୨ ଚାମଚ ସହ ରକ୍ତ ବନ୍ଦ ପାଇଁ ।

(B) ପ୍ରଦରାନ୍ତ୍ରକ ଲୌହ । ଚାଉଳଧୁଆ ଜଳ ସହ ।

(C) ପୁଷ୍ୟାନୁଗ ଚୂର୍ଣ୍ଣ – ୫ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ ।

(D) ବୃହତ୍ ମେଥିମୋଦକ – ୫ ଗ୍ରାମ ଲେଖାଏଁ ଦିନକୁ ୨ ଥର ଉଷୁମ କ୍ଷୀର ସହ ।

(E) ଧାତକୀ ସିଝା ଜଳରେ ଗର୍ଭାଶୟ ମୁଖ ଧୌତ କରି ତୈଳ ଲଗାଇବ ।

3. ଅସାକାରିଷ୍ଟକ, ଲୌହାସବ, ଚନ୍ଦନାସବ, ଆର୍ତ୍ତବ ସନ୍ଧି କ୍ଵାଥ, ଦଶମୂଳାଋଷ୍ଟ, ଅଶୋକ ଘୃତ ଆଦି ।

ଆଧାର- ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate