অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରସୁଣରେ ରହିଛି ଅମୃତ ସମାନ ଔଷଧୀୟ ଗୁଣ

ରସୁଣରେ ରହିଛି ଅମୃତ ସମାନ ଔଷଧୀୟ ଗୁଣ

ରସୁଣ

ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ରୋଗ ମାନବ ଶରୀର ଉପରେ କବ୍‌ଜା କରି ସାରିଲାଣି । ନିତ୍ୟପ୍ରତିଦିନ ଔଷଧ ଖାଇବା ଲୋକମାନଙ୍କ ଅଭ୍ୟାସ ହୋଇଗଲାଣି । ମାତ୍ର ବେଳେ ବେଳେ ଔଷଧ ଠାରୁ ଘରୋଇ ଚିକିତ୍ସା ବେଶିମାତ୍ରାରେ ଫଳପ୍ରଦ ହୋଇଥାଏ  । ଆଜିବି କିଛି କିଛି କ୍ଷେତ୍ରରେ ଡାକ୍ତର ଔଷଧ ଅପେକ୍ଷା ଘରୋଇ ଚିକିତ୍ସା ନେବାକୁ ପରାମର୍ଶ ଦିଅନ୍ତି ।

ସେହିପରି ନାନା ରୋଗ ପାଇଁ ଏକ ଘରୋଇ ଔଷଧ ହେଲା ରସୁଣ । ଆଜ୍ଞା ହଁ ରସୁଣରେ ଅମୃତ ସମାନ ଔଷଧୀୟ ଗୁଣ ରହିଛି । ଏକ କୁଲା ରସୁଣ ବହୁ ଭୟଙ୍କର ରୋଗକଷ୍ଟରୁ ଆପଣଙ୍କୁ ରକ୍ଷା କରିପାରିବ । ବର୍ଷସାରା ସବୁଦିନ ରସୁଣ ଖାଇଲେ ଆପଣ ସୁସ୍ଥ ଓ ନିରୋଗ ରହିବେ ।

ଜାଣନ୍ତୁ ରସୁଣର କିଛି ଔଷଧୀୟ ଗୁଣ

  • ସବୁଦିନ ୧ କୁଲା ରସୁଣ ଖାଇଲେ ଦୂର ହେବ କୋଲେଷ୍ଟ୍ରୋଲ ସମସ୍ୟା ।
  • ରସୁଣ ହୃଦରୋଗର ଆଶଙ୍କା ଦୂର କରେ ।
  • ଉଚ୍ଚ ରକ୍ତଚାପ ଦୂର କରିବା ସହ ଶରୀରରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରର କରେ ।
  • ଲିଭର ଓ ମୂତ୍ରାଶୟକୁ ସୂଚାରୁରୂପେ କାର୍ୟ୍ୟକାରୀ କରାଇବା ପାଇଁ ସାହାଯ୍ୟ କରେ ରସୁଣ ।
  • ରସୁଣ ଡାଇରିଆ ସମସ୍ୟା ଦୂର କରେ ।
  • ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ ଔଷଧ ଭାବେ କାର୍ୟ୍ୟ କରେ ରସୁଣ ।
  • ଥଣ୍ଡା ରୋଗୀଙ୍କ ପାଇଁ ରସୁଣ ମହୋଷଧୀ ଭଳି । ରସୁଣ ଆସ୍ଥମା, କଫ, ଟିଭି ଭଳି ରୋଗକୁ ନିୟନ୍ତ୍ରର କରିପାରେ।
  • ଶରୀରରେ କ୍ୟାନ୍‌ସର ବଢ଼ିବାକୁ ଦିଏନି ରସୁଣ । ରସୁଣରେ ଭରପୁର ରୋଗପ୍ରତିରୋଧ ଶକ୍ତି ରହିଛି ।

ବହୁଲୋକ ରସୁଣ ଖାଇଲେ ପାଟିରୁ ର୍ଦୂଗନ୍ଧ ବାହାରେ ବୋଲି ଏହାକୁ ଖାଆନ୍ତି ନାହିଁ । ମାତ୍ର ରସୁଣକୁ ଛଡେଇ ଭଲଭାବରେ ଚକଟି ଦେଲେ କିମ୍ବା ଦହିରେ ମିଶାଇ ଖାଇଲେ ପାଟିରୁ ଗନ୍ଧ ଆସେନି । ରସୁଣ ଖାଇ ସାରିବା ପରେ ଶୁଖିଲା ଧନିଆ କିଛି ପାଟିରେ ପକାଇ ଦିଅନ୍ତୁ, ଏହା ଗନ୍ଧ ଦୂର କରିବାରେ ସହାୟକ ହେବ ।

କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା ।

ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ ।

ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ ।

ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ ।ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।

ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା ।

ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।

ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ଆଧାର : ଖବର ଓଡିଶା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate