অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶରୀରକୁ ବିଶୁଦ୍ଧ କରନ୍ତୁ ସହଜରେ

ଉପକ୍ରମ

ବିଭିନ୍ନ କାରଣକୁ ଶରୀରରେ ପ୍ରତିଦିନ ବହୁ ପରିମାଣରେ ବିଷାକ୍ତ ପଦାର୍ଥ ବା ଟକ୍ସିନ୍ ଜମା ହୁଏ । ଏହି ବିଷାକ୍ତ ପଦାର୍ଥ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ଏଥିସହ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ । ଶରୀରରୁ ଟକ୍ସିନ ବାହାରି ପାରିଲେ ଶରୀର ଓ ମନ ସୁସ୍ଥ ରହିଥାଏ । ତେବେ ସେଥିପାଇଁ ଆବଶ୍ୟକ ଉପଯୁକ୍ତ ଖାଦ୍ୟଶୈଳୀ ଓ ଶାରୀରିକ ପରିଶ୍ରମ ।

ପ୍ରତିଦିନ ଶରୀରରେ ସୃଷ୍ଟି ହେଉଥିବା ଟକ୍ସିନ୍ ବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସବୁବେଳେ ଡାକ୍ତରଙ୍କ ପାଖକୁ ଦୌଡିବା ଦରକାର ନାହିଁ । ଅତି ସରଳ ଓ ସହଜ ଉପାଯରେ ଆପଣ ଚାହିଁଲେ ଶରୀରକୁ ବିଶୁଦ୍ଧ କରିପାରିବେ । କିନ୍ତୁ ସେଥିପାଇଁ ଦରକାର ଦୃଢ ଇଚ୍ଛାଶକ୍ତି ଓ ଧର୍ଯ୍ୟ । କାରଣ ଏହି ପ୍ରକ୍ରିୟା ଆପଣକୁ ଗୋଟିଏ ଦିନ ପାଇଁ ନୁହେଁ, ନିତିଦିନିଆ ଅଭ୍ୟାସରେ ପରିଣତ କରିବା ଦରକାର । ଏହା ଶରୀରକୁ ସୁସ୍ଥ ରଖିବା ସହ ନିଜକୁ ମଧ୍ୟ ଫିଟ୍ ରଖିପାରିବେ । ତେଣୁ ପ୍ରତିଦିନ ଡାଏଟ୍ ଚାର୍ଟରେ ଭିଟାମିନ୍ ଓ ମିନେରାଲ୍ ରେ ଭରପୂର ଥିବା ଖାଦ୍ୟକୁ ସାମିଲ କରିବାକୁ ପଡିବ ।

ଗରମ ଲେମ୍ବୁ ପାଣି

ପ୍ରତିଦିନ ସକାଳୁ ଉଠିବା ପରେ ବ୍ରଶ୍ କରି ସାରି ଲେମ୍ବୁ ରସ ମିଶା ଗରମ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହା ମଧ୍ୟ ଶରୀରକୁ ‘ଡିଟକ୍ସିଫିକେସନ୍’ (ବିଷାକ୍ତ ପଦାର୍ଥମୁକ୍ତ) କରିବାରେ ସହାୟକ ହୋଇଥାଏ । ଗରମ ପାଣି ଶୀଘ୍ର ଖାଦ୍ୟ ହଜମରେ ସହାୟକ ହେଉଥିବା ବେଳେ ଲେମ୍ବୁରେ ଥିବା ‘ଭିଟାମିନ୍ ସି’ ଶରୀର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ସବୁଜ ପରିବା

ପ୍ରତିଦିନ ବ୍ରେକ୍ ଫାଷ୍ଟରେ କିଛି ସବୁଜ ପରିବାକୁ ସାମିଲ କରନ୍ତୁ । ଯେପରିକି ସକାଳ ଜଳଖିଆ ସହଆପଣସାଲାଡ୍, ଧନିଆପତ୍ର, ବନ୍ଧାକୋବି, ଗାଜର ଭଳି ପାରିବା ଖାଇପାରିବେ । ଏହା ଶରୀରର ପୁଷ୍ଟିସାଧନରେ ବେଶ୍ ସହାୟକ ହୋଇଥାଏ ।

ଗ୍ରୀନ୍ ଟି

ସକାଳ ୧୦ରୁ ୧୧ଟି ଭିତରେ ଆପଣ କଫି ଛାଡି ‘ ଗ୍ରୀନ୍ ଟି’ ପିଇବା ଅଭ୍ୟାସ କରନ୍ତୁ । ଏହା ଶରୀରରୁଟକ୍ସିନ ବାହାର କରିବା ସହ ମେଦ କମାଇବାରେ ସାହାଯ୍ୟ କରିଥାଏ ।

ସାଲାଡ

ଲଞ୍ଚରେ ଆପଣ ଯେଥେଷ୍ଟ ପରିମାଣର ସାଲାଡ ସାମିଲ କରନ୍ତୁ । ସାଲାଡ ଶରୀରକୁ ଉପୟୁକ୍ତ ଭିଟାମିନ୍ ଓମିନେରାଲ୍ ପ୍ରଦାନ କରିଥାଏ ।

ସନ୍ଧ୍ୟା ସମୟରେ ଅନ୍ୟକିଛି ଖାଦ୍ୟ ପରିବର୍ତ୍ତେ ସ୍ନାକ୍ସ ଭାବେ ଗାଜର, କାକୁଡି, ପାଳଙ୍ଗ, ବିଟ୍ ଖାଇବା ଶରୀର ପାଇଁ ବେଶ୍ ହିତକର

ଡିନର୍ ବା ରାତ୍ରି ଭୋଜନରେ ସର୍ବଦା ତେଲ ଓ ମସଲା ଜାତୀୟ ଖାଦ୍ୟରୁ ଦୂରେଇ ରହି ହାଲକ ଖାଦ୍ୟ ଖାଆନ୍ତୁ । ରୁଟି ସହିତ ସନ୍ତୁଳା, ସାଲାଡ ଓ ସିଝା ଟମାଟୋ ସୁପ୍ କୁ ଡାଏଟ୍ ଚାର୍ଟରେ ସାମିଲ କରନ୍ତୁ । ଏହା ଶରୀରର ପୁଷ୍ଟିସାଧନରେ ସହାୟକ ହେବା ସହ ରକ୍ତ ଶର୍କରା ପରିମାଣକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ନ୍ୟୁଟ୍ରିସନିଷ୍ଟଙ୍କ ମତ ଅନୁଯାୟୀ ଏହି ଭଳି ଡାଏଟ୍ ଚାର୍ଟ ଅନୁଯାୟୀ ନିଜର ଖାଦ୍ୟଶୈଳୀକୁ ବଦଳାଇଲେ ଶରୀରରେ ଥିବା ଯାବତୀୟ ଟକ୍ସିନ୍ ନିର୍ଗତ ହେବା ସହ ଫିଟ୍ ମଧ୍ୟ ରହିପାରିବେ ।

ଶରୀରକୁ ଟକ୍ସିନ୍ ମୁକ୍ତ ରଖିବା ପାଇଁ ଖାଦ୍ୟଶୈଳୀରେ ପାରିବର୍ତ୍ତନ ସହ ବଥରୁମକୁ ମଧ୍ୟ ସଫାସୁତରାରଖିବା ଏକାନ୍ତ ଆବଶ୍ୟକ । ବଥରୁମ୍ ରେ ଥିବା ଆବର୍ଜନା ବା ବ୍ୟାକ୍ଟେରିଆ ପାଦ ସଂସ୍ପର୍ଶରେ ଆସି ଶରୀରକୁ ପ୍ରବେଶ କରିଥାଏ । ଏହା ମଧ୍ୟ ଶରୀରରେ ଟକ୍ସିନ୍ ସୃଷ୍ଟି କରିଥାଏ । ତେଣୁ ନିରୋଗ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହ ସୁସ୍ଥ ପରିବେଶ ଆବଶ୍ୟକ । ପ୍ରତିଦିନ ଏଭଳି ଡାଏଟ୍ ଚାର୍ଟ ଅନୁଯାୟୀ ଖାଦ୍ୟ ଖାଇବା ସହିତ ସୁସ୍ଥତା ଅବଲମ୍ବନକରିବା ଦ୍ଵାରା ଶରୀରରୁ ଟକ୍ସିନ୍ ବା ବିଷାକ୍ତ ପଦାର୍ଥ ସହଜରେ ବାହାରିଯିବ ।

ଆଧାର

ପ୍ରମେୟ

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate