অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁସ୍ଥ ଯକୃତ

ଯକୃତ ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ

ଯକୃତ (ଲିଭର) ଶରୀରର ଗୁରୁତ୍ଵାପୂର୍ଣ୍ଣ ଅଙ୍ଗ ଏହା ଶରୀରକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ନିଭାଇଥାଏ । ମଣିଷ ଖାଉଥିବା ଖାଦ୍ୟରୁ ଭିଟାମିନ୍ ଓ ବିଷକ୍ତ ପଦାର୍ଥ ଅଲଗା କରିଥାଏ ଯକୃତ । ଯାହା ଦ୍ଵାରା ମଣିଷସୁସ୍ଥ ରହିପାରେ । ଏହେ ଆଜିର ପରବର୍ତ୍ତିନଶୀଳ ଜୀବନ ଶୈଳୀ ହିଁ ଯକୃତକୁ ଧୀରେ ଧୀରେ ଦୁର୍ବଳ କରିଦେଉଛି । ଏଥିପ୍ରତି ବେଳହୁଁ ସେଚେତନ ନ ହେଲେ ଜୀବନପ୍ରତି ବିପଦ ନିଶ୍ଚିତ ।

ଯକୃତ ଧାରଣ କରିବାର ଶକ୍ତି ଅଧିକ । ଏଥିରେ କୌଣସି ଅସୁବିଧା ହେଲେ ଶୀଘ୍ର ଜଣାପଡେ ନାହିଁ । ଚର୍ବିଯୁକ୍ତ ତେଲ ମସଲା ଯୁକ୍ତ ଓ ଦୂଷିତ ପାଣି ଏଥିପାଇଁ ମୁଖ୍ୟତଃ ଦାୟୀ । ପ୍ରଥମରୁ ଯଦି ଲୋକମାନେ ସୁସ୍ଥ ଖାଦ୍ୟପ୍ରେୟ ପ୍ରତି ଧ୍ୟାନ ଦିଅନ୍ତେ ଓ ପ୍ରତିଦିନ କିଛି ବ୍ୟାୟାମ କରନ୍ତି, ତାହାଲେ ଯକୃତ ସୁସ୍ଥ ରହିପାରନ୍ତା ଓ ଜୀବନ ସୁସ୍ଥା ଭାବରେ ବିତାଇପାରନ୍ତେ ।

ଯକୃତ (ଲିଭର) ରୋଗ କହିଲେ ହେପୋଟାଇଟିସ୍ ରୋଗକୁ ମଧ୍ୟା ବୁଝାଏ । ଲିଭର ଡ୍ୟାମେଜ୍ ହେଲେ ହେଁ ହେଟାଟାଇଟିସ୍ ରୋଗ ହୁଏ । ପେଟର ଉପରି ଭାଗରେ ରହିଛି ଲିଭର । ମଣିଷ ଶରୀରରେ ଏହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହା ଶରୀରରେ ପ୍ରାୟ ୫୦୦ କାମ କରିଥାଏ । ଯକୃତ କୌଣସି ପ୍ରକାର ସଂକ୍ରମଣ ହେଲେ ଶରୀରରେ ଏକାସଙ୍ଗରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ମଣିଷର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ ନିଶାସେବନ ଯୋଗୁଁ ଯକୃତରେ ଦେଖାଯାଏ ସମସ୍ୟା । ୨୦୧୪ ରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ ଅନୁଯାୟୀ ଭାରତରେ ଯକୃତ ଜନିତ ରୋଗରେ ୨ ଲକ୍ଷ ୧୬ ହଜାର ୮ ଶହ ୬୫ ରୋଗୀ ମୃତ୍ୟୁ ମୁଖରେ ପଡିଥିଲେ । ଏହା ସମୁଦାୟ ମୁତ୍ୟୁର ୨.୪୪ ପ୍ରତିଶତ । ଭାରତ ବିଶ୍ଵରେ ଏ କ୍ଷେତ୍ରରେ ୬୧ ତମ ସ୍ଥାନରେ ରହିଛି । ଗବେଷକଏନକେ କହିବାନୁସାରେ ଭାରତରେ ଯେଉଁଭଳି ଭାବରେ ଯକୃତ ଜନିତ ରୋଗ ବୃଦ୍ଧି ଯାଉଛି ୨୦୨୫ ବେଳକୁ ଏ କ୍ଷେତ୍ରରେ ଭାରତ ବିଶ୍ଵର ରାଜଧାନୀ ହେବ । ଯକୃତରେ ପ୍ର୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ପ୍ରକାରର ରୋଗ ହୋଇଥାଏ । ସେଥିମଧ୍ୟରେ ଭାଇରଲ୍ ହେପାଟାଇଟିସ୍ ଜଣ୍ଡିସ୍ ଅଟିମ୍ମୁନ ଡିଜଅଡର ଲିଭର ସିରୋସିସ୍ ଫ୍ୟାଟି ଲିଭର, ଲିଭର ଫେଲ୍ୟୁର ଲିଭର କ୍ୟାନସର ଲିଭର ଆବସେସ ରୋଗ ଅନ୍ୟତମ ।

ଲକ୍ଷଣ

  • ହଳଦିଆ ଦେଖାଯିବା
  • ଯକୃତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସର୍ବପ୍ରଥମେ ଶରୀର ହଳଦିଆ ଦେଖାଯାଏ । ତ୍ଵଚା ନଖ ଓ ଆଖି ହଳଦିଆ ଦେଖାଯିବା ଶହ ହଳଦିଆ ପରିସ୍ରା ହୋଇଥାଏ । ଯଦି ନଖ ଓ ଆଖି ହଳଦିଆ ଅଂସ ଧୀରେ ବଢୁଥିବାର ଜଣା ପଡୁଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଏନକେ ପରାମର୍ଶ ନେବାକୁ ଭୁଲାନ୍ତୁ ନାହିଁ ।

  • ବାନ୍ତି ଲାଗିବା
  • ଯକୃତ ଖରାପ ହେବାର ଦେଖାଦେଲେ ଅଧିକାଂଶ ସମୟରେ ଅସ୍ତବ୍ୟସ୍ତ ଲାଗିବା ସହିତ ବାନ୍ତି ଲାଗିଥାଏ ।

  • ପେଟରେ ଘା’
  • ଯକୃତ କୌଣସି ସମସ୍ୟା ଥିଲେ ମଧ୍ୟା ପେଟରେ ଘା’ ହୋଇ ପେଟ ଫୁଲିବା ପରି ଅନୁଭବ ହୋଇଥାଏ । ଏହି ସମୟରେ ବହୁତ କଷ୍ଟ ହୋଇଥାଏ । ଏହାକୁ ଅଣଦେଖା କରନ୍ତୁ ନାହିଁ ଭବିଷ୍ୟଟାରେ ଏହା ବହୁତ କଷ୍ଟ କର ହୋଇଥାଏ ।

  • ନିଦ ଲାଗିବା
  • ଯକୃତ ଦୁର୍ବଳ ହୋଇଗଲେ, ରୋଗୀ ଅଧିକାଂଶ ସମୟ ନିଦ ଲାଗିବା ସକ ଅଳସୁଆ ଲାଗିଥାଏ । ଏହା ବ୍ୟତୀତ ପେଟ ଦରଜ ହୋଇଥାଏ ।

  • ମାନସିକ ସମସ୍ୟା
  • ଯକୃତ ଖରାପ ହେବା ଆରମ୍ଭ ହେଲେ କେବଳ ଶରୀର ନୁହେଁ ବରଂ ମାନସିକ ସମସ୍ୟା ଦେଖାଯାଇଥାଏ, ମସ୍ତିସ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏହାସହ ମସ୍ତିଷ୍କ ସଙ୍ଗେ ସଙ୍ଗେ କୌଣସି ଲଙ୍ଗିତକୁ ଗ୍ରହଣ କରେନାହିଁ ଓ ରୋଗୀ କିଛି ପାରେ ନାହିଁ । ଏହି ସବୁ ଲକ୍ଷଣ ଦେଖା ଦିଏ ।

  • କୋମା
  • ଯକୃତ ଖରାପ ହେଲେ ରୋଗୀ କୋମାକୁ ଯାଇପାରେ । ପ୍ରଥମତଃ ଯକୃତରେ କୌଣସି ସମସ୍ୟା ଦେଖାଦେଲେ ତାହା ହଠାତ୍ ଜଣାପଡେ ନାହିଁ ଜଣାପଡିବା ବେଳକୁ ରୋଗୀର କୌଣସି ଅସୁବିଧା ହୋଇଯାଇପାରେ ସମୟ ସମୟରେ ଦେଖାଯାଏ, ରୋଗୀ ହଠାତ୍ କୋମାକୁ ମଧ୍ୟ ଚାଲିଆସେ । ତାହା ଯକୃତ ଦୁର୍ବଳ ହେବାର ଏକ ଲକ୍ଷଣ ।

    ପାଟି ଦୁର୍ଗନ୍ଧ ହେବା ଯଦି ଯକୃତ ଠିକ୍ ଭାବରେ କାର୍ଯ୍ୟକରେ ନାହିଁ ତେବେ ପାଟି ଦୁର୍ଗନ୍ଧି ହୋଇଥାଏ । ମୁହଁରୁ ଆମୋନିଆ ବାହାରିବାରୁ ଏପରି ଦୁର୍ଗନ୍ଧ ହୋଇଥାଏ ।

  • ଆଖି ଚାରିପାଖ କଳା ଦାଗ ହେବା
  • ଯକୃତ ଖରାପ ହେବାର ଅନ୍ୟ ଏକ ସଙ୍କେତ ହେଉଛି ତ୍ଵଚାର ଔଜ୍ଵଲ୍ୟ ହ୍ରାସ ପାଏ ଓ ଆଖି ଥକ୍କା ଥକ୍କା ଦେଖାଯାଏ । ଆଖି ଚାରିପାଖେ କଳା ଦାଗ ହୋଇଯାଏ ।

  • ପାଚନ ତନ୍ତ୍ର ଦୁର୍ବଳ
  • ଯଦି ଯକୃତରେ ଚର୍ବି ଜମା ହୋଇଥାଏ କିମ୍ବା ଯକୃତ ଉପରେ ଫ୍ୟାଟ୍ ବଢିଯାଏ, ତେବେ ପାଣି ବି ଭଲ ଭାବରେ ହଜମ ହୁଏ ନାହିଁ ।

  • ତ୍ଵଚାରେ ଧଳା ଦାଗ
  • ଯଦି ତ୍ଵଚାର ରଙ୍ଗ ଫିକା ହୋଇଯାଏ, ଏହା ଉପରେ ଧଳା ଦାଗ ହୋଇଯାଏ ତେବେ ଜାଣିବେ ଯକୃତରେ କିଛି ସମସ୍ୟା ଅଛି ।

  • ଖାଦ୍ୟ ସ୍ଵାଦ ନ ଲାଗିବା
  • ଯକୃତରେ କିଛି ସମସ୍ୟା ଦେଖାଦେଲେ ସ୍ଵାଦ ଉପରେ ପ୍ରଭାପ ପଡେ । ପାଟିକୁ ଖାଦ୍ୟ ସ୍ଵାଦ ଲାଗେ ନାହିଁ । ଖାଦ୍ୟ ବହୁତ ଖରାପ ଲାଗେ । ଖାଇବାକୁ ଇଚ୍ଛା ହୁଏ ନାହିଁ ।

କାରଣ

ଆଧୁନିକ ଜୀବନ ଶୈଳୀ ବିଶେଷ କରି ଖାଦ୍ୟ ପେୟ ଓ କାର୍ଯ୍ୟଶୈଳୀ ହିଁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରୁଛି । ଏହାର ବିଶେଷ ପ୍ରଭାବ ପଡୁଛି ଲିଭର କିମ୍ବା ଯକୃତ ଉପରେ । ବିଭିନ୍ନ ରୋଗ ମଧ୍ୟରୁ ଲିଭର ବା ଯକୃତ ରୋଗ ଅତ୍ୟନ୍ତ ଉୟଙ୍କର । ତେବେ ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି -

  • ଦୂଷିତ ପାଣି ଓ ଖାଦ୍ୟ
  • ପାଣି ଓ ଖାଦ୍ୟ ଦୁଇଟି ଯାକ ମଣିଷ ବଞ୍ଚିବା ପାଇଁ ବିଶେଷ ଭୂମିକା ନିଭାଇଥାନ୍ତି । ଖାଦ୍ୟ ଓ ପାଣି ଉଭୟ ଯଦି ବିଶୁଦ୍ଧ ହୋଇଥାଏ, ତେବେ ମଣିଷ ସୁସ୍ଥା ରହିବ । ଯଦି ଏହି ଦୁଇଟି ଯାକ ଦୂଷିତ, ତେବେ ମଣିଷ ନିଶ୍ଚିତ ବିଭିନ୍ନ ରୋଗର ଶିକାର ହେବ । ପ୍ରଥମତଃ ଲିଭର ରୋଗର ଶିକାର ହେବାର ଆଶଙ୍କା ଅଧିକ । ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନଫେକ୍ସନ ଆଶଙ୍କା ବଢିଯାଏ । ଏହାଦ୍ଵାରା ଜଣ୍ଡିସ୍ ହୋଇଥାଏ । ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର ।

  • ନିଶା ସେବନ
  • ନିଶା ଯେପରି ମଦ, ଅଫିମ, ଡ୍ରଗ୍ଵ, ସିଗାରେଟ୍ ଆଦି ସେବନ ଯକୃତ ରୋଗର ମୁଖ୍ୟ କାରଣ ମଧ୍ୟରୁ ଏକ । ଏହା ଶରୀରରେ ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଏ । ମଦ ଯୋଗୁଁ- ପାଚନ ତନ୍ତ୍ର ଦୁର୍ବଳ, ପେଟରେ ଘା’ ସିରୋସିସ୍ ଯକୃତ ନିଷ୍ଟ୍ରିୟ ଯକୃତ କର୍କଟ ଆଦି ହୋଇଥାଏ । ନିଶା ଯୋଗୁଁ ଯକୃତ ବିଶେଷ କ୍ଷତି ହୋଇଥାଏ ।

  • ମସଲା ଓ ଚର୍ବିଯୁକ୍ତ ଖାଦ୍ୟ
  • ଏବେ ଫାଷ୍ଟ ଫୁଡ୍ ଓ ଜଙ୍କ ଫୁଡ୍ ର ଚାହିଦା ଅଧିକ । ଏହା ସାଧାରଣତଃ ମସଲା ଓ ଚର୍ବିଯୁକ୍ତ । ଲୋକମାନେ ସମୟଅଭାବ ଓ ଚଟାପଟ୍ ଖାଇବା ଉଦ୍ଦେଶ୍ୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଓ ଚର୍ବି ଅଂଶକୁ ଖାଦ୍ଯରେ ସାମିଲ କରଛନ୍ତି । ଯାହା ଧୀରେ ଧୀରେ ଲିଭିରକୁ କ୍ଷତିଗ୍ରସ୍ତ କରାଇଥାଏ । ଏହି ଖାଦ୍ୟ ପଦାର୍ଥରୁ କୁପ୍ରଭାବ ଯୋଗୁଁ ଲିଭର ସିରୋସିସ୍ ଓ ଫ୍ୟାଟି ଲିଭର ସମସ୍ୟା ଦେଖାଯାଏ ।

  • ବ୍ୟାୟାମର ଅଭାବ
  • ଆଜିର ଯୁବପିଢି ଏତେ ସୁସ୍ଥିଆ ଓ ଅଳସୁଆ ଯେ ନିଜର ସ୍ୱାସ୍ଥ୍ୟ ଚିନ୍ତା କରୁ ନାହାଁନ୍ତି । ଯୋଗ ଓ ବ୍ୟାୟାମ ନକରି ଗୋରରୁ ରକ୍ଷା ପାଇବା ପାଇଁ ଔଷଧ ଖାଇଦେଲେ ହେଲା । କିନ୍ତୁ ଏହାଦ୍ଵାରା ଅଧିକ ରୋଗଗ୍ରସ୍ତ ହେଉଛି ଯୁବପିଢି । ଏଣୁ ପ୍ରତିଦିନ କିଛି ସମୟ ବାହାର କରି ଯୋଗ ଓ ବ୍ୟାୟାମ ଅଭ୍ୟାସ କରିବା ଦରକାର । ଏହା ଦ୍ଵାରା ଲିଭର ସୁସ୍ଥା ରହିପାରିବ ।

  • ଔଷଧ ଖାଇବା
  • ଅଧିକ ଦିନ ଧରି ଔଷଧ ଖାଇବା ଦ୍ଵାରା ପେଟ ରୋଗ ହୁଏ ଦେଖାଯାଏ ଅଧିକ ଔଷଧ ଖାଇବା ଦ୍ଵାରା ପେଟରେ ବହୁତ ଗରମ ଉତ୍ପନ୍ନ ହୋଇଥାଏ । ଯାହା ଲିଭର ପାଇଁ ଠିକ୍ ନୁହେଁ । ଏହା ଲିଭରକୁ କ୍ଷତିଗ୍ରସ୍ତ କରାଏ ।

  • ଅନିୟମିତ ଦିନଚର୍ଯ୍ୟା
  • କିଛି ମଣିଷ ଏପରି ଦିନଚର୍ଯ୍ୟା ବିତାଇଥାନ୍ତି ଯେପରି ଖାଇବା ପରେ ତୁରନ୍ତ କାମରେ ଯିବା, ଠିକ୍କ ସମୟରେ ନ ଶୋଇବା ଓ ଉଠିବା ଏକ୍ସରସାଇଜ୍ ନ କରିବା ଆଦି ଦ୍ଵାରା ଲିଭର କିମ୍ବା ଯକୃତ ଉପରେ ଖାଇପ ପ୍ରଭାବ ପଡେ ।

  • ଖାଦ୍ୟପେୟର ଖରାପ ଅଭ୍ୟାସ
  • ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା ଅଧିକ ସମୟ ଖାଲି ପେଟରେ ରହିବା ଲୋକ ସମୟରେ ଅଧିକ ଓ କମ୍ ଖାଇବା ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସୀ ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ।

  • ଛୋଟ ରୋଗକୁ ଅନାଦେଖା
  • କଫ, ଗ୍ୟାସଷ୍ଟ୍ରିକ, ପେଟ ଫୁଲିବା ପେଟ ଦରଜ ଲୋକ ନ ଲାଗିବା ଆଦି ଛୋଟମୋଟ ସମସ୍ୟା ଦେଖାଦେଲେ ଏହାକୁ ଆମେ ଅଣଦେଖା କରିଥାଉ । ଏହାର କୌଣସି ଚିକିତ୍ସା କରିନଥାଉ । ଏହା ଧୀରେ ଧୀରେ ବଡ ଆକାର ଧାରଣ କରି ସିରୋସିସ୍ ଲିଭର ନିଷ୍ଟ୍ରିୟ ଲିଭର କ୍ୟାନସର ଆଦି ରୋଗ ସୃଷ୍ଟି କରିଥାଏ ।

ଘରୋଇ ଚିକିତ୍ସା

  • ହଳଦୀ
  • ହଳଦୀ ଲିଭରକୁ ସୁସ୍ଥ ରଖିବାରେ ଗୁରତ୍ଵ ପୂର୍ଣ୍ଣନ୍ହୁମିକା ନିଭାଇଥାଏ । ହଳଦୀରେ ପ୍ରବହୁର ମାତ୍ରାରେ ଆଣ୍ଡି ସେପ୍ଟିକ ଗୁନା ରହିଛି, ଯାଦା ଆଣ୍ଟିପ୍ଟିକ ଗୁଣ ରହିଛି ଯାହା ଆଣ୍ଟିଅଆଣ୍ଟି ରୂପେ କାର୍ଯ୍ୟ କରିଥାଏ। ହଲଦିରେ ଥିବା ପ୍ରତିରୋଧକ ଶକ୍ତି ହେପାଟାଇଟିସ୍ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ ।

  • ସେଓ
  • ସେଓର ଭିନେଗାର ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ ଏକ ଚାମଚ ସେଓ ଭିନେଗାର ଓ ମହୁକୁ ଏକ ଗ୍ଳାସ , ପାଣିରେ ମିଶାଇ ପିଅନ୍ତୁ । ଏହା ଶରୀରରୁ ଚର୍ବି ଦୂର କରିବାରେ ସହାୟକ ହେବା ସହ ଲିଭରକୁ ସୁସ୍ଥ ରଖିବ ।

  • ଅଁଳା
  • ଭିଟାମିନ୍ ସ’ ରେ ଭରପୁର ଅଁଳା । ଏହାସହ ଲିଭର ସୁସ୍ଥ ରଖିବାରେ ଅଁଳାରେ ସମସ୍ତ ଗୁଣ ଭରି ରହିଛି । ଦିନକୁ ୩-୪ ଟି କଞ୍ଚା ଅଁଳା ଖାଇଲେ ଲିଭର ସୁସ୍ଥ ରହିବ ।

  • ଅମୃତଭଣ୍ଡା
  • ଲିଭର ରୋଗ ଦୂର ପାଇଁ ସବୁଠୁ ଉତ୍ତମ ହେଉଛି ଅମୃତଭଣ୍ଡା । ଲିଭର ସିରୋସିସ୍ ରୋଗ ଦୂର କରିବାରେ ଅମୃତଭଣ୍ଡା ବିଶେଷ ଭୂମିକା ନିଭାଇଥାଏ । ଲିଭର ସିରୋସିସ୍ ରୋଗରୁ ରକ୍ଷା ପାଇବା ପାଇଁ ୩ରୁ ୪ ସପ୍ତାହ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସ ଓ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ । ସମ୍ପୁର୍ଣ୍ଣ ଭାବେ ସୁସ୍ଥାସ ହୋଇଯିବେ ।

  • ଅଳସୀ
  • ଅଳସୀ ମଞ୍ଜି ହରମୋନକୁ ରକ୍ତରେ ପ୍ରଭାବିତ ହେବାକୁ ରୋକିଥାଏ ଓ ଲିଭର ଉପରେ ଚାପ କମ୍ କରିଥାଏ । ଏଣୁ ଅଳସୀକୁ ଖାଦ୍ୟରେ ସାମିଲ କରନ୍ତୁ ।

  • ଅଖରୋଟ୍
  • ଅଖରୋଟ୍ କୁ ଖାଦ୍ୟରେ ସାମିଲ କରନ୍ତୁ । ଏହା ଲିଭର ରୋଗ ଆକ୍ରମଣରୁ ରକ୍ଷା କରିଥାଏ । ଅଖରୋଟ୍ ରେ ଥିବା ଗ୍ଳୁଟଥାୟନ ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

  • ପାଳଙ୍ଗ ଓ ଗାଜର
  • ପାଳଙ୍ଗ ଓ ଗାଜର ରସକୁ ମିଶ୍ରଣ କରି ପିଅନ୍ତୁ । ଏହା ଲିଭର ସିରୋସିସ୍ ରୋଗ ଦୂର କରିବାରେ ସବୁଠୁ ଉତ୍ତମ ମାଧ୍ୟମ । ଏହି ପରି ଘରୋଇ ଉପାୟ ଆପଣାଇ ମଧ୍ୟ ଯକୃତକୁ ସୁସ୍ଥ ରଖିପାରିବେ ।

ଜାଣନ୍ତି କି

  • ଯକୃତ (ଲିଭର) ମଣିଷର ଅନର୍ଗତ ଅଙ୍ଗ ଓ ସବୁଠାରୁ ବଡ ଗ୍ରନ୍ଥି
  • ଏହାର ଓଜନ ପ୍ରାୟ ୧.୫୮ କିଲୋଗ୍ରାମ୍
  • ଭାରତୀୟମାନେ ଅଧିକ ଆଲକହଲ ଓ ଖରାପ ଖାଦ୍ୟ ଖାଇବା ଯୋଗୁଁ ଅଧିକ ସଂଖ୍ୟାରେ ଯକୃତ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଲିଭର ସିରୋସିସ୍

ମଣିଷର ଯକୃତ ଜନିତ ମାରାତ୍ମକ ରୋଗ ଭାବେ ଲିଭର ସିରୋସିସ୍ ପରିଚିତ । ଏହା ହେଉଛି ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନଥିବା ରୋଗ । ହେଲେ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ । ସବୁଠାରୁ ଉଦବେଗଜନକ ପ୍ରସଙ୍ଗ ହେଉଛି, ଏଥିରେ ରୋଗୀର ଯକୃତ ଅନ୍ୟୁନ ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଯନ୍ତ୍ରଣା ଜଣାପଡ଼ିଥାଏ ।

ଲକ୍ଷଣ

ବାଦାରୁ ଏହି ରୋଗ ବିଷୟରେ ଜାଣିବା ବା ବୁଝିବା ଏତେ ସହଜ ନୁହେଁ । ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯିବା ଦ୍ଵାରା ଭୋକ କମ୍ ଲାଗିବା, ଦୁର୍ବଳ ଲାଗିବା, ଶରୀର କୂଣ୍ଡେଇ ହେବା ସହ ବିଭିନ୍ନ ଅସ୍ଵସ୍ତିକର ଯନ୍ତ୍ରଣା ଅନୁଭବ ହେବା । କିଛି କ୍ଷେତ୍ରରେ ରୋଗୀର ଯକୃତ ସାମୂହିକ ଭାବେ କିଛି ସମସ୍ୟା ଦେଖାଦେଇଥାଏ । ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ ଶ୍ଵାସପ୍ରଶ୍ଵାସ ନେବା ମଧ୍ୟରେ ଯନ୍ତଣା ଦେଖିବାକୁ ମିଳିଥାଏ ।ଏଣ୍ଡୋସ୍କୋପି, ଅଲଟ୍ରାସୋନୋଗ୍ରାଫି ଓ ଫାଇବ୍ରୋସ୍କାନ ଆଦି ମାଧ୍ୟମରେ ସିରୋସିସ୍ କେତେଦୂର ଶରୀର ଭିତରକୁ ଯାଇଛି ତାହା ଜଣାପଡ଼ିଥାଏ । ତେବେ ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଓ ସି ଭୂତାଣୁ ସଂକ୍ରମଣ , ନିଶାଦ୍ରବ୍ୟ ସେବନ, ମଦ୍ୟପାନ, ଧୂମପାନ ଓ ଇମ୍ୟୁନ, ହେପାଟାଇଟିସ୍ । ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି ଓ ଡାଇବେଟିସ୍ କାରଣରୁ ମଧ୍ୟ ସିରୋସିସ୍ ହୋଇପାରେ ।

କାରଣ

ନିଶାଦ୍ରବ୍ୟ ସେବନ, ମାଦକ ସେବନ ସହିତ ସଂପ୍ରତି ଜଳବାୟୁର ଅସ୍ଵାସ୍ଥ୍ୟକର ପରିବେଶ ସହ ବଜାରର ତଥାକଥିତ ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକ ଖାଦ୍ୟ ଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା । ଏହି ଧରଣର ରୋଗୀଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର, ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ । କାରଣ ଏହି ରୋଗୀଙ୍କୁ ସାଧାରଣତଃ ଭୋକ କମିଯାଉଥିବାରୁ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ରମଣ କରିବାର ସୁଯୋଗ ପାଳୁଥାଏ । ଏହି ରୋଗରେ ସ୍ଵାଭାବିକ ଭାବେ ଖାଇବାକୁ ଦିଆଯାଏନାହିଁ; ଯାହାକ ବିଜ୍ଞାନ ସମ୍ମତ କାରଣ ନୁହେଁ ବୋଲି ବିଭିନ୍ନ ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ ପାଇଛି । ସିରୋସିସ୍ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କୁ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଦେବା ଜରୁରୀ । କମ ଲୁଣ, ରାଗ ମସଲା, ପ୍ରଚୁର ମିଠା ଆଦି ଠାରୁ ରୋଗୀଙ୍କୁ ଯଥାସମ୍ଭବ ଦୂରେଇ ରଖିବା ଜରୁରୀ । ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ପଇଡ଼ ପାଣି, ଫଳ, ଶାଗକୁ ଗୁରୁତ୍ଵ ଦିଅନ୍ତୁ । ସବୁଜ ପନିପରିବା ଓ ତଟକା ଫଳରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଆଦି ପ୍ରଚୁର ପରିମାଣରେ ରହିଥିବାରୁ ଏହା ଯକୃତର ସେଲର କାର୍ଯ୍ୟକୁ ତ୍ଵରାନ୍ୱିତ କରିଥାଏ । ଯାହାଦ୍ଵାରା ରୋଗୀ ସ୍ଵାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ । ଏହି ରୋଗୀଙ୍କୁ ଭାରୀ କାମ ଠାରୁ ଯଥା ସମ୍ଭବ ଦୂରେଇ ରଖିବା ଭଲ । ରୋଗୀକୁ ସମସ୍ତ ପ୍ରକାର ମାନସିକ ଚାପରୁ ଦୂରେଇ ରଖନ୍ତୁ । ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତର୍କ ରୁହନ୍ତୁ । ରୋଗୀର ଖାଦ୍ୟ ଓ ପାଣିରେ ଯେପରି ସଂକ୍ରମଣ ନରହେ । ସେଥିପ୍ରତି ଗୁରୁତ୍ଵ ଦିଅନ୍ତୁ । କେତେକ କ୍ଷେତ୍ରରେ ରୋଗୀର ପେଟ ନିୟମିତ ଭାବେ ପରିଷ୍କାର ରହିବା ପାଇଁ ଲ୍ୟାକଟୁଲୋଜ୍ ସିରପ୍ ଦିଆଯାଇଥାଏ । ଶରୀରରେ ରକ୍ତ ଜମାଟ ବାନ୍ଧିବାର ଉପାଦାନ ଯଦି ଯକୃତ ତିଆରି କରିପାରେ ନାହିଁ ତେବେ ରୋଗୀକୁ ଭିଟାମିନ କେ ଇଞ୍ଜେକସନ ଦିଆଯାଇଥାଏ । ଯଦି ରୋଗୀର ଖାଦ୍ୟନଳୀ ଏବଂ ପାକସ୍ଥଳୀରେ ଭ୍ୟାରିକସ ଫାଟି ରକ୍ତପାତ ହେଉଥାଏ ତେବେ ଭ୍ୟାରିକାସ ଭଞ୍ଜେରିକସ, ଦିଆଯାଇଥାଏ । ଲିଭର ଯଦି ଆଦୌ କାମ କରୁ ନଥାଏ ତେବେ ବୃକକ ଡାୟାଲିସିସ୍ ଭଳି ଲିଭର ଡାୟାଲିସିସ୍ ମଧ୍ୟ କରାଯାଏ । ତେବେ ଯକୃତ ଯନ୍ତ୍ରଣାର ସବୁ କାରଣ ଲିଭର ସିରୋସିସ ହୋଇ ନଥାଏ ।

ଚିକିତ୍ସା

ପ୍ରାଥମିକ ସ୍ତରରେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସିରୋସିସର ଲକ୍ଷଣକୁ ଦେଖି ଚିକିତ୍ସା ତ୍ୱରାନ୍ୱିତ କଲେ ରୋଗୀଟି ଉପଶମ ପାଇଥାଏ । ଆମ ଦେଶରେ ଲିଭର ସିରୋସିସ୍ ଚିକିତ୍ସାକୁ ବେଶ ଖର୍ଚ୍ଚ ସାପେକ୍ଷ ବୋଲି କେହି କେହି କହୁଥାନ୍ତି । ଆଉ କେହି କେହି ଭାବିଥାନ୍ତି ଯେ ସିରୋସିସମାନେ ମୃତ୍ୟୁ ନିଶ୍ଚିତ । ଏହା କିନ୍ତୁ ଭାବିବା ଜୁଲ । ଲିଭର ପ୍ରତିରୋପଣ ହେଉଛି ସିରୋସିସର ଶେଷ ଓ ସଫଳ ଚିକିସା । ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ରାଜ୍ୟର ବଡ଼ମେଡ଼ିକାଳରେ ଏହି ଚିକିତ୍ସା ସେବାକୁ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଲ୍ୟାଣାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲିଭର ସିରୋସିସ୍ ଯନ୍ତ୍ରଣା କ୍ଷେତ୍ରରେ କୌଣସି ପ୍ରକାର ତୁଟୁକା ତୁଟୁଳି ଓ କାନକୁହା କଥା ଶୁଣି ମେଡ଼ିକାଲ ଚିକିସାରୁ ଦୂରେଇ ରୁହନ୍ତୁ ନାହିଁ । ସର୍ବପ୍ରଥମେ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଭଲ ଜୀବନଟି ବିତାଇବା ପାଇଁ ଆଧ୍ୟାତ୍ମିକ ଦୈନନ୍ଦିନ ଗୁଟିନଟି ତିଆରି କରି ଚିକିସକଙ୍କ ପରାମର୍ଶ ଅନୁଯାୟୀ ଚିକିସାରେ ରହିଲେ ଦେଖିବେ ଲିଭର ସିରୋସିସ୍, ଆପଣଙ୍କ ପାଇଁ ଯନ୍ତ୍ରଣାଦାୟକ ହେବନାହିଁ ।

ସଂଗୃହିତ : ଡାକ୍ତର ଉମେଶଚନ୍ଦ୍ର ପାତ୍ର,ଏସସିବି ମେଡିକାଲ କଲେଜ, କଟକ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate