অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂତିକା ଜ୍ଵର

ସୂତିକା ଜ୍ଵର

ସୂତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ ।

ଲକ୍ଷଣ

  1. ପେଟ ମଧ୍ୟରେ କର୍ତ୍ତନବତ୍ ବେଦନାନୁଭବ ।
  2. ସାରା ଶରୀରରେ ଅତି ପୀଡା ଅନୁଭବ ।
  3. ପତଳାଝାଡା ମଧ୍ୟ ହୁଏ ।
  4. ଜ୍ଵର ହୁଏ ଅର୍ଥାତ୍ ଶରୀରର ତାପମାତ୍ରା ବଢିଯାଏ ।
  5. ଦେହ ଦରଜ ସହ ଫୁଲିଥାଇପାରେ ।
  6. ଦେହ ଭାରି ଭାରୀ ଲାଗେ ।
  7. ତୁଷା ହୁଏ ।
  8. ଦେହ ଥରିଲା ପରେ ଅନୁଭବ ହୁଏ ।
  9. ରକ୍ତ ଲକ୍ଷଣଗୁଡିକ ସାଧାରଣତଃ ଶିଶୁଜନ୍ମର ୨ୟ ବା ତୃତୀୟ ଦିନ ଦେଖାଯାଏ ।
  10. ତଳିପେଟ ଓ ଅଣ୍ଟା ଦରଜ ହୁଏ ।

କାରଣ

  1. ଠିକ୍ ସମୟରେ ଶିଶୁ ଜନ୍ମ ନ ହେଲେ ।
  2. ଶିଶୁ ଜନ୍ମ ସମୟରେ ଅତି ଭୟ କରିଗଲେ ।
  3. ସୂତିକାବସ୍ଥାରେ ସଫାସୁତୁରା ନ ରହିଲେ ସଂକ୍ରମଣ ଦ୍ଵାରା ସୂତିକା ଜ୍ଵର ହୋଇଥାଏ ।

ଚିକିତ୍ସା

  1. ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଓ ଚିକିତ୍ସ୍ୟ ।
  2. ମୁଖ୍ୟତଃ ଉପବାସ ବା ଯେତେ ପାର କମ୍ ଓଜନର ଗରିଷ୍ଠ ଖାଦ୍ୟ ଖାଇବ । ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଖାଇବ ଯାହା କି ଶୀଘ୍ର ହଜମ ହୋଇପାରିବ । ଯଥା – ପରିବାସିଝା , ରୁଟି ଗୋଘୃତ, ଅଣ୍ଡା , ମାଂସ ଇତ୍ୟାଦି ।
  3. ସମ୍ପର୍କ ଶୋଇ ରହିବେ ଓ ଥଣ୍ଡାଠାରୁ ଦୂରରେ ରହିବେ ୧ ମାସ ପର୍ଯ୍ୟନ୍ତ ।
  4. ତଳିପେଟ ଓ ଯୌନାଙ୍ଗକୁ ଗୋଘୃତ ବା ଉଷୁମ ସୋରିଷତେଲରେ ମାଲିସ୍ଵ କରି କନାବିଣ୍ଡାକୁ ନିଆଁରେ ଦେଖାଇ ଉଷୁମ କରି ସେକ ଦେବ । କଷା, ପିତା ଓ ଉତ୍ତେଜକ ଖାଦ୍ୟ ଖାଇବା ଉଚିତ ।

ତୁଟୁକା ଔଷଧ

  1. ଶୁଦ୍ଧ ହିଙ୍ଗୁଳ, ଗନ୍ଧକ ଟାଙ୍ଗଣାଖାଇ, ଜାଫ୍ରାନ କେଶର ଅଙ୍କରାନ୍ତି ସମଭାଗ ନେଇ ଆଡ ବା ପାନ ରସରେ ମିଶାଇ କରି ସକାଳ ସନ୍ଧ୍ୟାରେ ୧ ଗ୍ରାମ ଲେଖାଏଁ ସେବନୀୟ ।
  2. କଳାଜୀରା ବସ ଗ୍ରାମକୁ ୧୦୦ ମି.ଲି. ଜଳରେ ସିଝାଇ ଅଧା ରହିଲେ ତାକୁ ପାନ କରିବ । ସପ୍ତାହକୁ ୩ ଥର । ଏହା ଦ୍ଵାରା ସମସ୍ତ ସୂତିକା ରୋଗ ଭଲ ହୁଏ ।

ଶାସ୍ତ୍ରୀୟ ଔଷଧ

୧. ସର୍ବଜ୍ଵର ହର ଲୌହ, ମୃତ୍ୟୁଞ୍ଜୟ ରସ, ମେଥିମୋଦକ ଦଶମୁଲାରିଷ୍ଟ ଜିରକାଦି ମୋଦକ ମୃତସଞ୍ଜୀବନୀ ସୁରା, ପ୍ରତାପ ଲଙ୍କାଶ୍ଵର ରସ ବୃହତ୍ ଗର୍ଭ ଚିନ୍ତାମଣି ରସ ଇତ୍ୟାଦି ।

ସୂତିକା  ଜ୍ଵର ପାଇଁ

  1. ସର୍ବଜ୍ଵରହର ଲୌହ – ୧ଟି ବଟିକା ଦିନକୁ ୨ ଥର ଗଙ୍ଗଶିଉଳି ପତ୍ର ରସ ସହ ।
  2. ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
  3. ମୃତସଂଜୀବନୀ ସୁରା – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।

ଆଧାର – ସରକାରୀ ଆୟୁର୍ବେଦ ଅନୁଷ୍ଠାନ

Last Modified : 10/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate