ସୂତିକାତିସାର
ସୂତିକା ପରେ ପାଣିଆ ବା ଲାଳରକ୍ତଯୁକ୍ତ ଝାଡା ବା ବାରମ୍ଭାର ଝାଡା ହୁଏ । ତାକୁ ସୂତିକାତିସାର କୁହାଯାଏ ।
କାରଣ
- ଜ୍ଵରତିସାର ସହ ସମାନ
- ଅତି ଗରିଷ୍ଠ ଖାଦ୍ୟସେବନ
- ଅତି ରାତ୍ରି ଅନିଦ୍ରା
- ଅତି ଚିନ୍ତା
- ଅତି ଦୁର୍ବଳ
- ସଂକ୍ରମଣ
- ଅତି ଭୟଦ୍ଵାରା ହୁଏ ।
ଚିକିତ୍ସା
- ଅନ୍ନ ସହ ଶୁଣ୍ଠି ଓ ଜୀରା ଚୂର୍ଣ୍ଣ ½ ଚାମଚ ଲେଖାଏଁ ସେବନୀୟ ।
- ମସଲାଯୁକ୍ତ ବାକ ଗରିଷ୍ଠ ଖାଦ୍ୟ ନିଷେଧ ।
- ଗୋଘୃତ ଉଷୁମ କରି ସକାଳ ସନ୍ଧ୍ୟା 30 ଗ୍ରାମ ଲେଖାଏଁ ବା ୨ ଚାମଚ ଲେଖାଏଁ ଖାଇବ ଅନ୍ନ ସହ ।
- ଶୁଦ୍ଧ ସିଝା ଜଳ ପାନହ କରିବ ଓ ସର୍ବଦା ସଫାସୁତୁରା ରହିବ ।
ତୁଟିକା ଚିକିତ୍ସା
- ଜିରା – ୫ ଗ୍ରାମ୍ ଓ ଶୁଣ୍ଠି – ୫ ଗ୍ରାମ୍ ଶୁଦ୍ଧ ଜଳ ସହ ଦିନକୁ ୨ ଥର ସେବନୀୟ ।
- ମୁଥାମୂଳ ୫ଟିସହ ଜିରା – ୫ ଗ୍ରାମ୍ ମିଶାଇ ବାଟିଦିନକୁ ଚାରିଥର ସେବନୀୟ
- ଡାଳିମ୍ବ ଚୋପା ୧୦ ଗ୍ରା . ବାଟି ସେଥିରେ ୫ ଗ୍ରା. ଜିରା ମିଶାଇ ଦିନକୁ ୩ ଥର ସେବନୀୟ ।
- ମୂଳାମୂଳ – ୪ଟି, ଡାଳିମ୍ବ – ୧୦ ଗ୍ରାମ୍ ବାସଙ୍ଗପତ୍ର ରସ – ୧/୨ ଚାମଚ, ଜିରା ୧/୨ ଚାମଚ ମିଶାଇ ଦିନକୁ ୨ ଥର ସେବନ କଲେ ସୂତିକାତିସାର ଭଲ ହୁଏ ।
ଔଷଧ
କଦଳୀ – ୧୦ ଗ୍ରାମ୍, ତାମ୍ର ଭସ୍ମ – ୧୦ ଗ୍ରାମ୍, ଅଭ୍ରଭସ୍ମ – ୧୦ ଗ୍ରାମ୍ ମିଶାଇ ଅଦା ରସରେ ଭାବନା ଦେଇ ୨୫୦ ମି. ଗ୍ରା. ଲେଖାଏଁ ବଟିକା କରିବ । ୧ ଟି ଲେଖାଏଁ ବଟିକା ଦିନକୁ ୨ ଥର ଖାଇବ ,। ଜିରା ୫ ଗ୍ରାମ୍ ସହ ।
ଶାସ୍ତ୍ରୟ ଔଷଧ
ବୃହତ୍ ଗର୍ଭ ଚିନ୍ତାମଣିରସ, ମହାଭ୍ରବଟୀ, ଜିରକାଦିମୋଦକ , ମେଥିମୋଦକ ବିସ୍ମୃତ ଆୟୁର୍ବେଦ ଚିକିତ୍ସା
ସୂତିକାତିସାର ନିମନ୍ତେ
- ମେଥିମୋଦକ – ୧ ଚାମଚ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ ।
- ଜିରକାଦି ମୋଦକ – ୧ ଚାମଚ ବା ୧ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ।
- ଦଶମୁଳାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ
Last Modified : 7/1/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.