অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଂଶୁଘାତ

ଉପକ୍ରମ

ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ  ଯେତେବେଳେଶରୀରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟମ୍ ଅବା ୧୦୫.୧ ଡିଗ୍ରୀ ଫାରେନାଇଟ୍ ରୁ ଅଧିକ ହୁଏ ଅଂଶୁଘାତ ହୋଇଥାଏ ।

କାରଣ

ଅତ୍ୟଧିକ ଖରା ଯୋଗୁଁ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀରୁ ଅଧିକ ବୃଦ୍ଧି ପାଏ । ଅର୍ଥାତ୍ଶରୀରରତାପମାତ୍ରା ଅସ୍ଵାଭାବିକ ଭାବରେ ବଢିଯାଏ ।

ଲକ୍ଷଣ

ତ୍ଵଚା ଶୁଖିଯାଏ, ତାତିଯିବା ସହ ଲାଲ୍ ପଡିଯାଏ । ହୁତ୍ ସ୍ପନ୍ଦନ ହ୍ରାସ ଯାଏ । ଶ୍ଵାସକ୍ରିୟାର ବେଗ ବଢିଯାଏ, ଚେତା ଶୂନ୍ୟ ହୋଇଯାଏ, ମାଂସପେଶୀ ଦୁର୍ବଳ ହୋଇଯାଏ, ତଣ୍ଟି ଶୁଖିଯାଏ, ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗେ ଆଦି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ ।

ନିରାକରଣ

  • ରୋଗୀକୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ଏୟାର – କଣ୍ଡିସନ୍ ର ରୁମ୍ କୁ ନେଇଗଲେ ଭଲ ।ଯଦି ଏହି ସୁବିଧା ନଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ ।
  • ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ – ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଓ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ । ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ । ରୋଗୀକୁ ଥଣ୍ଡା ପାଣିରେ ଗାଧୋଇ ଦେଇପାରିବେ । ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ ।
  • ରୋଗୀ ଚେତାଶୁନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ । ପାଟି ଖୋଲିବା ପାଇଁ କିଛି ପୁରାଉଥିଲେ , ସଙ୍ଗେ ସଙ୍ଗେ ବାହାର କରି ଆଣିବା ଦରକାର ।
  • ଆଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ । ରୋଗୀକୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ ।

ଅତ୍ୟଧିକ ତାପମାତ୍ରା ରୋଗର କାରଣ

ଆମେ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ରହୁ । ତେଣୁ ଅଳ୍ପ ବହୁତେ ଅଧିକ ଖରା ସହ ଆମେ କିଛି ମାତ୍ରାରେ ଅଭ୍ୟସ୍ତ । ଏପ୍ରିଲ ମାସରେ ୪୫-୪୬ ଡିଗ୍ରୀ ସେଣ୍ଟିଗ୍ରେଡ୍ ର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଶରୀରର ବିଭନ୍ନ ଅଙ୍ଗରେ ଏହାର ପ୍ରଭାବ ପଡିଛି । ସାଧାରଣତଃ ଏହାର ପ୍ରଭାବ ଆଖି, ତ୍ଵଚା, ମୁହଁ, ଯାହାକି ବାହାରକୁ ଦେଖାଯାଏ, ତା’ର ଉପରେ ବେସୀ ପଡେ । ଏହାବ୍ୟତୀତ ଅତ୍ୟଧିକ ଖରାରେ କାମ କାଲେ ବ୍ୟକ୍ତି ଆଂଶୁଘାତର ଶିକାର ହୁଏ । ଏଣୁ ଅତ୍ୟଧିକ ଖରାରେ କାର୍ଯ୍ୟ କରନ୍ତୁ ନାହିଁ କି ବାହାରକୁ ବାହାରନ୍ତୁ ନାହିଁ । ଅତି ଜରୁରି ଥିଲେ ସାଙ୍ଗରେ ଛତା, କଳା ଚଷମା, ଟୋପି ପାଣି ଓ ଓଦା ଗାମୁଛା ନେଇ ଯାଆନ୍ତୁ । ବିଶେଷ କରି ଡାଇବେଟିସ୍, ବ୍ଲଡ୍ ପ୍ରେସର ଓ ମାନସିକ ରୋଗୀ ଏବଂ ଆଜ୍ମା ରୋଗରେ ଔଷଧ ଖାଉଥିବା ବ୍ୟକ୍ତି ଅଧିକ ସତର୍କ ରହିବା ଜରୁରି ।

ଆଧାର ପ୍ରମେୟ ୨୨ ଏପ୍ରିଲ ୨୦୧୬

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate