অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଡନୀ ସମସ୍ୟା

ଉପକ୍ରମ

ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ । ସାଧାରଣତଃ ଜଳବାୟୁ ପରିବର୍ତ୍ତନ

କ୍ଷେତ୍ରରେ ୫ ରୁ ୭ ଡିଗ୍ରୀ ତାପମାତ୍ରା ବୃଦ୍ଧି କିଡନୀ ଷ୍ଟୋନ୍ ସମସ୍ୟାକୁ ୩୦ ପ୍ରତିଶତ ବଢାଇ ଦିଏ । ପ୍ରବଳ ଗରମ ହେତୁ ଦେହରୁ ଝାଳ ବାହାରେ । ଏହାଦ୍ଵାରା ଶରୀରରେ ଜଳାୟଅଂସ ହ୍ରାସ ଯାଏ । ଏହା ମଧ୍ୟ କିଡନୀ ଷ୍ଟୋନ୍ କୁ ବୃଦ୍ଧି କରିବାରେ ସହାୟକ ହୁଏ । ତେଣୁ କିଡନୀ ସମସ୍ୟାରୁ ଦୂରେଇବା ପାଇଁ

ନିରାକରଣ

ଖରାଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ । କିଡନୀ ଷ୍ଟୋନ୍ ର ଆଶଙ୍କାକୁ କମାଇବା ପାଇଁ ଲେମ୍ବୁ ପାଣି ପିଆନ୍ତୁ । କ୍ୟାଲସିୟମ୍ ଅକ୍ସାଲେଟ୍ ଯାହାକି ମୃହୁ ପାନୀଯ, ଥଣ୍ଡା ଚା, ଚକୋଲେଟ୍ ଇତ୍ୟାଦିରୁ ମିଳିଥାଏ । ଏହା ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ତେଣୁ ଏସବୁଠାରୁ ଦୂରେଇ ରହନ୍ତୁ । ଲୁଣା କମ୍ ଖାଆନ୍ତୁ ଏବଂ ଏହାକୁ ଏକ ଅଭ୍ୟାସ କରନ୍ତୁ । ମାଛ, ମାଂସ ଥଣ୍ଡା ଏ ସମସ୍ତ ଖାଦ୍ୟରେ ପ୍ୟୁରିନ୍ସ ଥାଏ । ଯାହାକି ପ୍ରକୃତିକ ପଦାର୍ଥକୁ ୟୁରିକ୍ ଅମ୍ଳରେ ପରିଣତ  କରିଥାଏ । ତେଣୁ ଏସବୁ ଖାଦ୍ୟ କମ୍ ଖାଇବା ଭଲ । ଅତ୍ୟଧିକ ସାଲାଡ୍ ଖାଆନ୍ତୁ । ଏହା ଶରୀରରେ ଜଳୀୟଅଂଶ ବଢାଇଥାଏ । ବ୍ୟାୟାମ୍ ଶରୀରର ଓଜନ କମାଇବା ସହ ଶରୀରକୁ ସମସ୍ତ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ । ତେଣୁ ପ୍ରତିଦିନ ବ୍ୟାୟାମ କରନ୍ତୁ । ଡାକ୍ତର ପରାମର୍ଶ କ୍ରମେ ଠିକ୍ ଭାବେ ଔଷଧ ସେବନ ଫଳରେ ଏହି ରୋଗରୁ ମଧ୍ୟ ରକ୍ଷା   ମିଳିପାରିବ ।

କିଡନୀ କାର୍ଯ୍ୟ ଦକ୍ଷତା ହ୍ରାସ ପାଏ

କ୍ଷରରଦିନେ ଅଧିକ ମାତ୍ରାରେ ଝାଳ ବାହାରିବା ହେତୁ ଶରୀରର ଜଳୀୟ ଅଂଶ ହ୍ରାସ ପାଏ । ଫଳରେ ଉତ୍ତମ ରୂପରେ କିଡନୀକୁ ରକ୍ତସଞ୍ଚାଳନ ହୋଇପାରେ ନାହିଁ । ଏହା ବାହାରି ପାରେ ନାହିଁ । ଏହା କିଡନୀରେ  ଜମି ରହେ ।  ଫଳରେ କିଡନୀ ଉତ୍ତମ ରୂପେ କାର୍ଯ୍ୟ କରିପାରେ ନାହିଁ । ଏହାଯୋଗୁଁ ଅନେକଙ୍କ କିଡନୀ ଅକାମୀ ହୋଇଥାଏ । ଯେଉଁ ବ୍ୟକ୍ତିର କିଡନୀ ଭଲ ଥାଏ, ସେମାନଙ୍କର ଖରାଯୋଗୁଁ ୧୫ ପ୍ରତିଶତ ନିଷ୍କ୍ରିୟ ହୋଇଯାଏ । ଯେଉଁମାନଙ୍କର କିଡନୀ ଖରାପ ଥାଏ, ଯଦି ସେମାନଙ୍କର କିଡନୀ ଫେଲ୍ ନହୁଏ , ତେବେ କିଡନୀର କାର୍ଯ୍ୟ କରିବାର କ୍ଷମତା ଆହୁରି କମିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଖରାଦିନେ ପ୍ରଚୁର ପାଣି ପିଇବା ଦରକାର । ଲୁଣ , ଲେମ୍ବୁ ମିଶା ପାଣି ପିଇଲେ ଭଲ । ସନ୍ତୁଳିତ ଆହାର ଖାଆନ୍ତୁ । ଅଧିକ ତୈଳାକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।

ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ

ଏସବି ମେଡିକାଲ କଟକ

ଆଧାର

ପ୍ରମେୟ ୨୨ ଏପ୍ରିଲ ୨୦୧

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate