অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନର ଅସୁସ୍ଥତା

ଉପକ୍ରମ

ଖରାଦିନ ଆରମ୍ଭ ହେବାମାତ୍ରେ ଶରୀରରେ ଏକାଧିକ ପରିବର୍ତନ ଦେଖିବାକୁ ମିଳିଥାଏ  । ପ୍ରବଳ ଗରମ ଏବଂ ଖରାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ  । ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ  । ଜାଣନ୍ତୁ, ଏହି ଋତୁରେ କେଉଁକେଉଁ ରୋଗ ଆକ୍ରମଣ କରିବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ  ।

ମିଳିମିଳା

ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ  । ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ  । ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ  । ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ  । ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡିଚିଡା ଲାଗିବା ପରି ଅନୁଭବ ହୁଏ  । ଏହା ସହିତ ଶରୀରରେ ଲାଲ୍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ଵର ହୁଏ  । ଆଖି ଲାଲ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରେ ଫୁଲିଯାଏ  ।

ଏହି ରୋଗରୁ ସୁରକ୍ଷା ପାଇବା ଲାଗି ପ୍ରତିଦିନ ସଜପାଣିରେ ଗାଧୋଇବା ଉଚିତ  । ପ୍ରତିଦିନ ପୋଷାକ ବଦଳିବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର  । ମିଳିମିଳା ପାଇଁ ପିଲାମାନଙ୍କୁ ପ୍ରତିଷେଧକ ଟିକା ଲଗାଯାଇଥାଏ  ।

ଜଣ୍ଡିସ୍

ଏହା ପ୍ରଥମେ ଯକୃତ ଏବଂ ତା’ପରେ ଶରୀର ସାରା ବ୍ୟାପିଥାଏ  । ଆଖିର ଧଳାଅଂଶ ଏବଂ ନଖ ସହିତ ପରିସ୍ରା ହଳଦିଆ ଦେଖାଯିବା, ଦୁର୍ବଳ ଅନୁଭବ ହେବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଭୋକ କମିଯିବା ଆଦି ଏହାର କେତେକ ସାଧାରଣ ଲକ୍ଷଣ  । ଅନେକ ସମୟରେ ବାନ୍ତି ହୋଇଯାଏ, ପତଳା ଝାଡା ହୁଏ, ପିଟ ଫୁଲିଯାଏ ଏବଂ ମାଲା ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ  । ନାଡିର ଗତି ଧୀର ହୋଇଯାଏ  । ନିଦ ହୁଏନି ଏବଂ ରୋଗ ବେଶୀଦିନର ହୋଇଗଲେ ଶରୀର ଭୟଙ୍କର ଭାବେ କୁଣ୍ଡାଇ ହୁଏ  ।

ଏହାର ପ୍ରତିଷେଧକ ଭାବେ ସିଝାପଣି ବା ଜୀବାଣୁମୁକ୍ତ ପାଣି ପିଇବା ଜରୁରୀ  । ପାଣି ଯେପରି ପ୍ରଦୂଷିତ ନହୁଏ  ସେଥିପ୍ରତି ଧ୍ୟାନ ଦିଅନ୍ତୁ  । ଜଣ୍ଡିସ୍ ଆକ୍ରାନ୍ତ ବ୍ୟକ୍ତି ବେଶୀ ଚଲାବୁଲା କଲେ ଏହି ଭୂତାଣୁ ଯକୃତକୁ ବେଶୀ ପ୍ରଭାବିତ କରିଥାଏ  । ତେଣୁ ଚଲାବୁଲା ଯେତେ କମ୍ କରିବେ ଭଲ  । ଏହି ରୋଗରେ ଯକୃତ କୋଷରେ ଗଳାଇକୋଜେନ୍ ତଥା ରକ୍ତରେ ପ୍ରୋଟିନ ପରିମାଣ କମିଯାଏ  । ତେଣୁ ହାଲକା ପ୍ରୋଟିନଯୁକ୍ତ ଖାଦ୍ୟ, ସର ନଥିବା କ୍ଷୀର କିମ୍ବା ପ୍ରୋଟିନେକ୍ସ, କାର୍ବୋହାଇଡ୍ରେଟସ୍ ଅଧିକ ଥିବା ଖାଦ୍ୟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଦିଆଯିବା ଉଚିତ  ।

ହାଡଫୁଟି

ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହୋଇପାରେ  । ଏହା ଭଲ ହେବାକୁ ୧୦-୧୫ ଦିନ ଲାଗିଯାଏ  । କିନ୍ତୁ ଏଥିରେ ମୁହଁରେ ଯେପରି ଦାଗ ସୃଷ୍ଟି ହୁଏ  ତାହା ଭଲ ହେବା ଲାଗି ୫-୬ ମାସ ପର୍ଯ୍ୟନ୍ତ ଲାଗିପାରେ  । ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ହେବ ମଧ୍ୟ ଅସମ୍ଭବ ନୁହେଁ  । ଭାରିସେଲା ଜୋଷ୍ଟର ଭୂତାଣୁ କାରଣରୁ ଏହି ରୋଗ ହୋଇଥାଏ  । ସମଗ୍ର ଶରୀରରେ ଲାଲ୍ ଫୋଟକା ଭଳି ହୋଇ ଫଳିଯିବା ସହିତ କୁଣ୍ଡାଇ ହୁଏ  । ଏହା ଫାଟିଗଲେ ଆହୁରି ଯନ୍ତ୍ରଣା ଦିଏ  । ଜ୍ଵର, ଦେହହାତ ବିନ୍ଧିବା, ବାନ୍ତିହେବା ପରି ଲକ୍ଷଣ ବି ଦେଖାଯାଏ  ।

ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ  । ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁନାହିଁ  ।ରୋଗୀଠାରୁ ଦୂରେଇ ରହିବା ଉଚିତ୍  । ନଚେତ ଏହା ବ୍ୟାପିବ  । ଅଧିକ ଖରାପ ଲାଗିବା ପୂର୍ବରୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ  ।

ଗାଲୁଆ

ଏହା ଏକ ସଂକ୍ରାମକ ରୋଗ ଏବଂ ଶରୀରର ଭିନ୍ନଭିନ୍ନ ଭାଗକୁ ପ୍ରଭାବିତ କରିପାରେ  । ପ୍ରାୟତଃ ଗାଲ ତଳେ ମାଢି ପାଖରେ ଥିବା ପ୍ୟାରୋଟିଡଗ୍ରନ୍ଥିରେ ସଂକ୍ରମଣ ହୋଇ ଏହା ଆକ୍ରାନ୍ତ କରେ  । ଏହି ଗ୍ରନ୍ଥି ଲାଳ ସୃଷ୍ଟି କରିଥାଏ  । ସଂକ୍ରମଣ ଯୋଗୁ ଏଥିରେ ଫୁଲା ହୁଏ ଯାହାର ଲକ୍ଷଣ ପ୍ରାୟ ୧୫-୨୦ ବିଳମ୍ବରେ ଦେଖାଯାଏ  । ଗାଲୁଆର ଅଧିକାଂଶ ଲକ୍ଷଣ ଟନସିଲ୍ ସହିତ ମିଶିଯାଉଥିବାରୁ ଅନେକ ଏ ଦୁଇଟି ମଧ୍ୟରେ ପାର୍ଥକ୍ୟ ବାରିପାରନ୍ତି  ନାହିଁ  । ଜ୍ଵର, ମୁଣ୍ଡବ୍ୟଥା, ଭୋକ ନହେବା, ଦୁର୍ବଳତା, ଖାଦ୍ୟ ଚୋବାଇବା ଏବଂ ଗିଳିବାରେ ଯନ୍ତ୍ରଣା, ଗାଲ ଫୁଲିବା ଆଦି ଉଭୟ ଗାଲୁଆ ଏବଂ ଟନସିଲ୍ ର ଲକ୍ଷଣ  । ଏହି ରୋଗରେ ଗରମ ପାଣି ଗଳଗଳ କରିବା, ଅମ୍ଳୀୟ ପଦାର୍ଥ ତଥା ଫଳରସ ସେବନ କରିବା ଏବଂ ପ୍ରଚୁର ପାଣି ପିଇବା ଲାଗି ପରାମର୍ଶ ଦିଆଯାଏ  ।

ହିଟ୍ ଷ୍ଟୋକ

ଏଥିରେ ପୀଡ଼ିତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ଖରା ତଥା ଗରମ ଯୋଗୁ ବଢିଚାଲେ  । ତେବେ ହିଟ୍ ଷ୍ଟୋକର ଆଉ କେତେକ କାରଣ ହେଉଛି- ଡିହାଇଡ୍ରେସନ, ଥାଇରଏଡ ଅସନ୍ତୁଳନ, ଶରୀରରେ ରକ୍ତଶର୍କରା କମିବା, ମଦପାନ, ଉଚ୍ଚ ରକ୍ତଚାପ କିମ୍ବା ଅବସାଦ ପରି ରୋଗର ଉପଚାରରେ ବ୍ୟବହୃତ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଆଦି  ।

ଏଥିରୁ ସୁରକ୍ଷା ପାଇଁ ଟାଣ ଖରାରେ ବାହାରନ୍ତୁ ନାହିଁ  । ଆବଶ୍ୟକ ହେଲେ ଛତା, ଟୋପି ତଥା ସନଗ୍ଲାସ ପିନ୍ଧି ଯାଆନ୍ତୁ  । ଡିହାଇଡ୍ରେସନ ନହେବା ଲାଗି ପ୍ରଚୁର ପାଣି ପିଅନ୍ତୁ  ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate