অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ

ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ

ଜାମୁକୋଳୀ

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଜାମୁକୋଳୀ ଗାଁ ଗହଳୀରେ ଭରପୁର ଭାବେ ଉପଲବ୍ଧ ହୋଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଆଜିର ସ୍ୱାସ୍ଥ୍ୟରେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ ।

ଉପକାରିତା

  • ଜାମୁକୋଳୀର ମଂଜିକୁ ସେବନ କରିବା ଦ୍ୱାରା ରକ୍ତରେ ସର୍କରା ଅଧିକ ମାତ୍ରାରେ ନିୟନ୍ତ୍ରୀତ ହୋଇଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ।
  • ଏହା ଭୋକ ବଢ଼ାଇଥାଏ । ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କବ୍ଚ ପରି ସମସ୍ୟା ଦୂର ହୋଇଥାଏ ।
  • ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ ।
  • ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ।
  • ଏହା କ୍ୟାନ୍ସର, ମୁହଁରେ ସୁଜନ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା କରିଥାଏ ।
  • ଜାମୁକୋଳୀକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ ।
  • ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ।
  • ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ରତ୍ୟାଗ କରନ୍ତି ତେବେ ଜାମୁକୋଳୀର ମଂଜୀକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ଦିଅନ୍ତୁ ।
  • ଏହାକୁ ଖାଇବା ଦ୍ୱାରା ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରି ଥାଏ ।ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ ।

ତେବେ ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ । ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ ନକରନ୍ତୁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ ।

ଆଧାର: ଖବର ଓଡିଶା

Last Modified : 3/11/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate