অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହାଡଫୁଟି

ଉପକ୍ରମ

ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ । ସାଧାରଣ ଭାବେ ରୋଗୀର ଲୁଗାପଟା ଓ ବାୟୁଦ୍ଵାରା ଏହା ପ୍ରସାରିତ ହୋଇଥାଏ ।

ଲକ୍ଷଣ

ଏହି ରୋଗରେ ଶରୀରରେ ଛୋଟ ଛୋଟ ଦାନା ବାହାରେ ଓ ଦାନା ବାହାରିବାର ୨ ରୁ ୩ ଦିନ ପୂର୍ବରୁ ତୀବ୍ର ଜ୍ଵର ଆସିଥାଏ । ଜ୍ଵର ହେବ, ନାକରୁ ପାଣି ବହିବ, ଗଲା ଦରଜ, ଦେହ ଦରଜ ହେବ, ମୁଣ୍ଡବିନ୍ଧା ହେବ, ଭୋକ ନଲାଗିବା ଓ ଦୁର୍ବଳ ଲାଗିବା ପରି ଲକ୍ଷଣମାନ ଦେଖାଯାଏ । ୨  ଦିନ ମଧ୍ୟରେ ନାଲି ନାଲି ଦାଗ ଛାତି ଓ ପିଠିରେ ଦେଖାଯାଏ । କିଛି ଘଣ୍ଟା ମଧ୍ୟରେ ଦାଗଗୁଡିକ ଫୋଟକା ଭଳି ହୋଇଯାଏ ଏବଂ ତା ମଧ୍ୟରେ  ପାଣି ଜମିଯାଏ । ଦାଗଗୁଡିକ କୁଣ୍ଡାଇ ହୁଏ । ଦିନେ ଦୁଇଦିନ ମଧ୍ୟରେ ଫୋଟକା ଭିତରେ ଥିବା ପାଣି ହଳଦିଆ ଦେଖାଯାଏ । ଜ୍ଵର ପାୟତଃ ୨/୩ ଦିନ ରହିଥାଏ ଓ ୧୦୨ ଡିଗ୍ରୀରୁ ଅଧିକ ଜ୍ଵର ଦେଖାଯାଏ । ଏହାପରେ ଘା’ ଶୁଖି ବକଳ ଛାଡେ ।

ନିରାକରଣ

ଏଥିରୁ ମୁକ୍ତ ପାଇବା ପାଇଁ ଉପୟୁକ୍ତ ଔଷଧ ସେବନ କରିବା ଜରୁରି । ଯଦି ଉପୟୁକ୍ତ ଔଷଧ ସେବନ ନକରାଯାଏ, ତେବେ ଏହା ଇନଫେକ୍ସନ ହୋଇ ଅଧିକ କ୍ଷତି କରିଥାଏ । ହାଡଫୁଟି ଦେବାର ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ରୋଗୀକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ । ଏହା ମୁଖ୍ୟତଃ ବାୟୁ ଦ୍ଵାରା ପ୍ରସାରିତ ହୋଇଥାଏ । ପିଲାମାନଙ୍କୁ ଏହି ସମୟରେ ସ୍କୁଲକୁ ଛାଡନ୍ତୁ ନାହିଁ , ନଚେତ ଅନେକ ପିଲା ଏହି ରୋଗରେ ଆକ୍ରାନ୍ତ ହେବେ । ଏଥିପାଇଁ ସତର୍କ ରହିବା ଦରକାର ।

ଅତି ବାଇଗଣି ରଶ୍ମି ତ୍ଵଚାକୁ ପ୍ରଭାବିତ କରେ

ଖରାଦିନେ ସୂର୍ଯ୍ୟ କିରଣରେ ଅତ୍ୟଧିକ ମାତ୍ରାର ଅତି ବାଇଗଣି ରଶ୍ମି (ଅଲଟ୍ରାଭାଓଲେଟ୍ ରେ) ପ୍ରଭାବରେ ତ୍ଵଚାରେ ଟ୍ୟାନ୍ ପଡିଯାଏ । ଏଥିପାଇଁ ଦିନ ୧୧ ଟାରୁ ୩ ତା ପର୍ଯ୍ୟନ୍ତ ଖରାକୁ ବାହାରନ୍ତୁ ନାହିଁ । ଯଦି ବାହାରୁଛନ୍ତି ତାହାହେଲେ ଛତା, ଗ୍ଲୋପ୍ସ ଫୁଲ ହାତର ପୋଷାକ ଚଉଡାଧାର ଥିବା ଟୋପି ସାଙ୍ଗେରେ ନେବାକୁ ଭୁଲିବେ ନାହିଁ । ଏହା ସହିତ ଏସପିଏଫ୍ ୧୫ ବା ତତ୍ତ୍ୱୋଧିକ ମାତ୍ରା ଥିବା ସନସ୍କ୍ରିନ ଲୋସନ ପ୍ରତି ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ଶରୀରର ଖୋଲା ସ୍ଥାନରେ ଲଗାଇବା   ଦରକାର । ଏହିଦିନେ ଶରୀରରୁ ଜଳୀୟ ଅଂସ ହ୍ରାସ ପାଇବା ଯୋଗୁଁ ତ୍ଵଚା ଶୁଖିଯାଏ। ଏଣୁ ପ୍ରଚୁର ମାତ୍ରାରେ ପାଣି ପିଇବା ଦରକାର । ଏହାସହିତ ସଲାଡ୍ ଓ ସବୁଜ ପନିପରିବା ଖାଆନ୍ତୁ । ଘିମିରି ଓ ଅନ୍ୟାନ୍ୟ ଖରାଦିନିଆ ରୋଗରୁ ରକ୍ଷା ପାଇବାକୁ ହେଲେ ପରିଷ୍କାର ପରିଚ୍ଛନ୍ନ ରହିବା ଦିଗରେ ଚେଷ୍ଟା କରିବା ଜରୁରି ।

ଡ. ମନୋଜ କୁମାର ରାମ

ଏସ୍. ସି.ବି. ମେଡିକାଲ କଲେଜ, କଟକ

ଆଧାର

ପ୍ରମେୟ  ୨୨ ଏପ୍ରିଲ ୨୦୧୬

Last Modified : 3/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate