অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏହି ପରିବା ଚୋପାମାନଙ୍କରେ ଅଛି ଭରପୁର ଭିଟାମିନ, ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ

ଏହି ପରିବା ଚୋପାମାନଙ୍କରେ ଅଛି ଭରପୁର ଭିଟାମିନ, ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ

ପରିବା ଚୋପା

ଦେହ ପାଇଁ ଉପକାରୀ ସବୁଜ ପରିବା । ପ୍ରାୟ ସମୟରେ ପରିବା ଚୋପାକୁ ଅଦରକାରୀ ଭାବି ଲୋକ ଫୋପାଡି ଦିଅନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ । ଯାହା ଆମର ଶରୀରକୁ  ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।

ଚୋପା ଆପଣଙ୍କୁ ରଖିବ ନିରୋଗ :

  1. ଗାଜର ଚୋପା : ଗାଜର ଚୋପା ଖାଇବା ଦ୍ୱାରା ଆଖିର ଶକ୍ତି ବଢ଼ିଥାଏ । ଏହାସହ ଗାଜରଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ । ଏହି ଚୋପାରେ ଭିଟାମିନ ବି ୬, ସି ଓ ଏ, ମ୍ୟାଗ୍ନେଶିୟମ, ପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଥାଏ । ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି ।
  2. ସେଉ ଚୋପା : ସେଉରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଥାଏ । ଏହା ସହ ସେଉ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି ।  ସେଉରେ ଥିବା ଫାଇବାର ଶରୀରର ଖରାପ କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ ସୁଗାର କମ୍‌ କରେ । ଚୋପା ସହତ ସେଉ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ ।
  3. ଆଳୁ ଚୋପା : ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ । ଆଳୁ ଚୋପାରେ କ୍ୟାଲ୍‌ସିୟମ, ଭିଟାମିନ ବି, ସି, ଆଇରନ ଆଦି ରହିଛି । ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ । ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
  4. ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି । ଏହା ବି ମସ୍ତିଷ୍କ କ୍ୟାନ୍‌ସର ପ୍ରଭାବ କମାଇଥାଏ । ବୟସ ମଧ୍ୟ କମ୍‌ ଜଣାପଡେ ବାଇଗଣ ଚୋପା ଖାଇଲେ
  5. କାକୁଡି ଚୋପା :କାକୁଡି ଚୋପା ସହ ଖାଇଲେ ଶରୀରକୁ କ୍ୟାଲସିୟମ, ଫସ୍‌ଫରସ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ଏ ଓ ଭିଟାମିନ କେ ର ଅଭାବ ପୂରଣ ହୁଏ ।

ଆଧାର: ଖବର ଓଡିଶା

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate