অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେତେ ସମୟ ଅନ୍ତରରେ ଗର୍ଭ ଧାରଣ

ମୁଖବନ୍ଧ

ଭାରତରେ ପ୍ରତି ବର୍ଷ ହଜାର ଶିଶୁ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏମିତି ସବୁ କାରଣରୁ ମୃତ୍ୟୁବରଣ କରନ୍ତି ଯେଉଁଥିରୁ କି ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା । ଏଥି ମଧ୍ୟରୁ ଅଧିକାଂଶ ମୃତ୍ୟୁ କେବଳ ୫ଟି କାରଣରୁ ହିଁ ହୋଇଥାଏ, ଯଥା: -  ନିମୋନିଆ, ତରଳ ଝାଡା, ମିଳିମିଳା, ମ୍ୟାଲେରିଆ ଓ ପୁଷ୍ଟିହୀନତା ।

ଏହି ବ୍ୟତୀତ ଜୀବନ ଥିବା ଲକ୍ଷ ଲକ୍ଷ ଶିଶୁ ଦୁର୍ବଳତାର ସହ ବଞ୍ଚନ୍ତି ଓ କେବେ ବି ନିଜ କ୍ଷମତାର ସମ୍ପୂର୍ଣ୍ଣ ବିକାଶ କରିପାରନ୍ତି ନାହିଁ । ଶୈଶବରେ ଏହି ୫ଟି କାରଣ ଜନିତ ମୃତ୍ୟୁରୁ ଶିଶୁଙ୍କ ବଞ୍ଚାଇବା ଏବଂ ଏହାର ଚିକିତ୍ସା କରିବାର ଜ୍ଞାନ ଓ ସାଧନ ଦୁଇଟା ଯାକ ହିଁ ଗଚ୍ଛିତ ଅଛି । ଶିଶୁଙ୍କ ମୃତ୍ୟୁ ଓ ରୋଗର ବଞ୍ଚାଇବା ତଥା ମହିଳାମାନଙ୍କ ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି । ସିଧା ଏବଂ ସରଲ ଭାଷାରେ ଦିଆଯାଇଥିବା ଏହି ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇ ପାରିବେ ।

କେତେ ସମୟ ଅନ୍ତରରେ ଗର୍ଭ ଧାରଣ

କ’ଣ ଆପଣ ଜାଣନ୍ତି କି ?

ଅଧିକ ଥର, କମ୍ ବ୍ୟବଧାନରେ ବାରମ୍ବାର ଗର୍ଭ ଧାରଣ କିମ୍ବା କିଶୋରାବସ୍ଥାରେ ବା ୩୫ ବର୍ଷରୁ ଅଧିକ ବୟସରେ ମା’ ହେବା ମହିଳାମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ପ୍ରାୟ ଏକ ତୃତୀୟାଂଶ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି ।

ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ସବୁଠାରୁ ସୁବିଧାଜନକ ଉପାୟ ମଧ୍ୟରେ ପରିବାର ନିୟୋଜନ ଅନ୍ୟତମ ପରିବାର ନିୟୋଜନରୁ ବହୁତ ମା’ ଓ ଶିଶୁଙ୍କ ମୃତ୍ୟୁ ଓ ଅକ୍ଷମ ହେବାରୁ ରକ୍ଷା କରାଯାଇପାରୁଛି ।

ମୁଖ୍ୟ ସୂଚନା

  • ୧୮ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ । ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି ।
  • ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ ।
  • ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ ।
  • କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର । ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି ।
  • ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ ।

ଆଧାର - ୟୁନିସେଫ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate