অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜିକା ଜ୍ୱର

ଜିକା ଜ୍ୱର

ଜିକା ଜ୍ୱର, ଅନ୍ୟ ନାମ ଜିକା ଭୁତାଣୁ ରୋଗ, ଏକ ରୋଗ ଯାହା ଜିକା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ଏହାର ଲକ୍ଷଣ ଡେଙ୍ଗୁ ଜ୍ୱର ସ‌ହିତ ସଦୃଶ । ଅଧିକାଂଶ ସମୟରେ  (୬୦–୮୦%) କୌଣସି ଲକ୍ଷଣ ନ ଥାଏ ।ସାଧାରଣତଃ ଏହାର ଲକ୍ଷଣରେ ଜ୍ୱର, ଲାଲ ଆଖି, ଗଣ୍ଠି ଯନ୍ତ୍ରଣା, ମୁଣ୍ଡବଥା ଓ ମାକୁଲୋପାପୁଲାର ରାସ୍ ଦେଖାଯାଏ । ସାଧାରଣତଃ ଏହାର ଲକ୍ଷଣ ସାମାନ୍ୟ ଧରଣର ହୁଏ ଓ ୭ ଦିନରୁ କମ ସମୟ ରହେ ।ସନ ୨୦୧୫ ସୁଦ୍ଧା କୌଣସି ମୃତ୍ୟୁ ହୋଇନାହିଁ । ଏହି ସଂକ୍ରମଣର ଗୁଲେନ-ବାରି ସିଣ୍ଡ୍ରୋମ ସ‌ହ ସଂଯୋଗ ଅଛି ।

ସନ ୧୯୪୭ ରେ ଏହି ରୋଗର ଭୁତାଣୁ ପୃଥକୀକୃତ କରାଯାଇଥିଲା । ଫେଡେରେଟେଡ ଷ୍ଟେଟ ଅଫ ମାଇକ୍ରୋନେସିଆରେ ସନ ୨୦୦୭ରେ ପ୍ରଥମ ରୋଗ ଆବିର୍ଭାବ ହେବା ଲିଖିତ ଅଛି । ଆମେରିକୀୟ ସ୍ଥାନମାନଙ୍କର ୨୦ଟି ସ୍ଥାନରେ ଏହି ରୋଗ ହେବା ସନ ୨୦୧୬ରେ ଜଣାଯାଇଛି । ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି । ସନ ୨୦୧୫ରେ ବ୍ରାଜିଲରେ ଏହି ରୋଗ ଆରମ୍ଭ ହେବାରୁ ଫେବୃଆରି ୨୦୧୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ଏହାକୁ ଆନ୍ତର୍ଜାତୀୟ ଚିନ୍ତାଜନ‌କ ଜନସ୍ୱାସ୍ଥ୍ୟ ଏମର୍ଜେନ୍‌ସି ଘୋଷଣା କଲେ ।

କାରଣ ଓ ନିର୍ଣ୍ଣୟ

ଜିକା ଜ୍ୱର ମୁଖ୍ୟତଃ ଏଡିସ ଧରଣର ମଶା କାମୁଡ଼ିବା ଯୋଗୁ ବ୍ୟାପେ । ଯୌନ ସଙ୍ଗମ ଓ ରକ୍ତ ଅନ୍ତର୍ଭରଣ ସମୟରେ ମଧ୍ୟ ଏହାର ସଞ୍ଚାର ସମ୍ଭାବନା ଅଛି । ଏହା ଗର୍ଭରେ ମାଆଠାରୁ ଶିଶୁକୁସଂକ୍ରମିତ ହୋଇ ଶିଶୁର କ୍ଷୁଦ୍ର ଶିର (microcephaly) ହୋଇପାରେ । ରୋଗାକ୍ରାନ୍ତ ଲୋକର ରକ୍ତ, ପରିସ୍ରା ବା ଲାଳ ସଂଗ୍ରହ କରି ସେଥିରେ ଭୁତାଣୁର ଆରଏନଏ ଉପସ୍ଥିତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।

ପ୍ରତିଷେଧ ଓ ଚିକିତ୍ସା

ରୋଗ ପ୍ରବଣ ଇଲାକାମାନଙ୍କରେ ମଶା କାମୁଡ଼ା ପ୍ରତିରୋଧ କରିବା ଆବଶ୍ୟକ । ଏଥି ନିମନ୍ତେ କୀଟ ବିଡ଼କ (insect repelent), ମଶାରୀ ବ୍ୟବ‌ହାର, ସମ୍ପୁର୍ଣ୍ଣ ଦେହ ଆବୃତ ଇତ୍ୟାଦି କରିବା ସ‌ହ ମଶା ପ୍ରଜନନ କରୁଥିବା ସ୍ଥିର ଜଳ ନିଷ୍କାସନ ବ୍ୟବସ୍ଥା ଦରକାର । ଏହା ନିମନ୍ତେ କୌଣସି ଟିକା ବାହାରି ନାହିଁ । ବ୍ରାଜିଲର ସ୍ୱାସ୍ଥ୍ୟ କର୍ମଚାରୀମାନେ ସନ ୨୦୧୫ରେ ଗର୍ଭାଧାନ ନ କରିବା ନିମନ୍ତେ ଉପଦେଶ ଦେଉଥିଲେ ଓ ଜିକା ପ୍ରବଣ ଇଲାକାକୁ ଅନ୍ୟ ସ୍ଥାନରୁ ଗର୍ଭାଧାନ କରିଥିବା ମହିଳାଙ୍କୁ ଯିବାକୁ ବାରଣ କରୁଥିଲେ । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ଓ କେବଳ ପାରାସେଟାମୋଲ (ଆସେଟାମିନୋଫେନ) ଦେଇ ଏହାର ଲକ୍ଷଣ ନିୟନ୍ତ୍ରଣ କରାଯାଏ ।  ଡାକ୍ତରଖାନାରେ ଆଡମିସନ କ୍ୱଚିତ ଆବଶ୍ୟକ ହୁଏ ।

ଆଧାର: ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate