অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଜ୍ରପାତ

ବଜ୍ରପାତ

ବର୍ଷାଦିନେ ବଜ୍ରପାତର ପ୍ରାଦୁର୍ଭାବ ବେଶି ଏବଂ ଏହିଦିନେ ବିଲାବାଡି କାମ ବି ବେଶି । ବଜ୍ରପାଟରେ ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ ।

ବଜ୍ରପାତ ସମୟରେ କ’ଣ କରିବେ

  • ସବୁ ବୈଦ୍ୟୁତିକ ଉପକରଣଗୁଡିକୁ ବନ୍ଦ କରିଦିଅନ୍ତି।
  • ଝରକା ବନ୍ଦ କରିଦିଅନ୍ତୁ । ଝରକା, କବାଟ, ରାଡିଏଟର ଓ ଧାତୁ ତିନିଷଠାରୁ ଦୂରରେ ରହନ୍ତୁ । ଫୋନ୍ ଓ ମୋବାଇଲ୍ ଫୋନ୍ ର ବ୍ୟବହାର କରନ୍ତୁ ନାହିଁ ଅତି ଜରୁରୀ ଣ ହେଲେ ।
  • ଘନ ଘନ ବଜ୍ରପାତ ହେଉଥିଲେ କାନରେ ତୁଳା ଦିଅନ୍ତୁ । ବଜ୍ରପାତ ଯୋଗୁ ଖାଲି ମୃତ୍ୟୁହୁଏ ନାହିଁ । ବେଳେବେଳେ ଚେତାଶୂନ୍ୟ ଓ ଗ୍ରବଣଶକ୍ତି ଶୂନ୍ୟ ହେବାର ଆଶଙ୍କା ଅଛି ।

ଯଦି ବାହାରେ ଅଛନ୍ତି

ବେଳେବେଳେ ବିନା ବର୍ଷାରେ ବଜ୍ରପାତ ମଧ୍ୟ ହୁଏ ।

  • ଏହି ସମୟରେ କୌଣସି ଖଳୁଆ ବା ନୀଚା ଜାଗାରେ ( ପାଣି ଣ ଥିବା ଜାଗା) ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ ଯେପରି ଆପଣଙ୍କ ଶରୀରର ଖୁବ୍ କମ୍ ଅଂସ ଭୂମି ସଂସ୍ପର୍ଶରେ ଆସିବ ।
  • ଯଦି ବହୁତ ଲୋକ ଅଛନ୍ତି ( ଯଥା ବିଲବାଡିରେ କାମ କଲାବେଳେ କିମ୍ବା ଗହଳି ଜାଗାରେ ) ଅତିକମ୍ ରେ ୧୫ଫୁଟ୍ ବ୍ୟବଧୀନରେ ରହନ୍ତି କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପଭାବ ରହିପାରେ ।
  • ଗଛପାଖ ବିଦ୍ୟୁତ୍ ଖୁଣ୍ଟି କିମ୍ବା ଟ୍ରାନ୍ସଫର୍ମର ପାଖ, ବହୁତ ପାଣିଥିବା ସ୍ଥାନ କିମ୍ବା ଉଚ୍ଚାଜାଗା ବା ଉଚ୍ଚାକୋଠାରେ ମଧ୍ୟ ଆଶ୍ରୟ ନିଅନ୍ତୁ ନାହିଁ ।
  • ଧାତୁ ବେଣ୍ଟ ଥିବା ଛତା, ଗଳଫ କ୍ଲବ( ଗଳଫବାଡି) ବା ବନିଶି( ଆଧୁନିକ ମାଛ ଧରିବା ବନିଶି ) ହାତରେ ଧରନ୍ତୁ ନାହିଁ ।
  • କାରରେ ଯାତ୍ରା କରୁଥିବା ବ୍ୟକ୍ତି ସବୁ ୱିଣ୍ଡୋଗ୍ଲାସ ବନ୍ଦକରି ଯାତ୍ରା କରନ୍ତୁ। ଯଦି ପ୍ରବଳ ବର୍ଷାଯୋଗୁଁ ଆଗକୁ ଯାଇପାରୁନାହାନ୍ତି, ଖାଲାଜାଗାରେ ସବୁ ବନ୍ଦ କରି ଗାଡିରେ ବସି ରହନ୍ତି । ଅବଶ୍ୟ ପରିସଂଖ୍ୟାନରୁ ଜଣାଯାଇଛି ଚଳନ୍ତା ଗାଡିରେ ବଜ୍ରାପାତର କୁପଭାବ ବେଶି ନାହିଁ ।
  • ଦୁଇଚକିଆ ବା ତିନିଚକିଆରେ ଯାତ୍ରା କରୁଥିଲେ କୌଣସି ଖୋଲା ଜାଗାରେ ଗାଡି ରଖି ଆଶ୍ରୟ ନିଅନ୍ତି । ଯଦି ଅନ୍ୟକିଛିର ସୁବିଧା ନାହିଁ ।
  • ବଜ୍ରପାତର ପ୍ରାଦୁର୍ଭାବ କମିବାର ଅଧଘଣ୍ଟା ପରେ କାର୍ଯ୍ୟ ଆରମ୍ଭ କରନ୍ତୁ ।

ଚିକିତ୍ସା

ବଜ୍ରପାତ ପରେ ଯଦି ନିଃଶ୍ଵାସ ପ୍ରଶାସ ଚାଲୁ ଣ ଥାଏ, ଯଦି ସବିଧା ଥାଏ, ରୋଗୀକୁ ଶୁଖିଲା ଜାଗାରେ ରଖି ହୃତ୍ ପିଣ୍ଡକୁ ଜୋରରେ ୭୦ରୁ ୮୦ ଥର ଦବାନ୍ତ ଯେପରି ଛାତିହାଡ ୧ ଇଞ୍ଚରୁ ସାଢେ ୧ ଇଞ୍ଚ ତଳକୁ ଦବୁଥିବ । ଏହି ସମୟରେ ଅନ୍ୟଜଣଙ୍କ ଦ୍ଵାରା ପାତିବାଟେ ରୋଗୀର ପାଟି ଖୋଲି ୧୪ରୁ ୧୬ଥର ପ୍ରତି ମିନିଟ୍ ରେ ଫୁଙ୍କନ୍ତୁ । ଏପରି ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ କରନ୍ତୁ ଯେଉଁଥିରେସୁଫଳ ମିଳିବାର ସମ୍ଭାବନା ଥାଇପାରେ ।

ଯଦି ଅଚେତ ଅବସ୍ଥାରେ ରୋଗୀ ଅଛି ଏବଂ ନିଃଶ୍ଵାସ ପ୍ରଶ୍ଵାସ ଚାଲିଛି, ତେବେ ଖାଲା ଓ ଶୁଖିଲାଜାଗାରେ ରୋଗୀକୁ ରଖି ତା ମୁହଁ ଆଡକୁ ଫ୍ୟାନ୍ ଦ୍ଵାରା ପବନ ଦିଅନ୍ତୁ( ଶୁଦ୍ଧପବନ, ବେଶି ଗହଳି ଣ କରି ଯାହାକି ନାଇଟ୍ରସ ଅକ୍ ସାଇଡ କିମ୍ବା ଭୟ ଯୋଗୁଁ ହୋଇଥାଏ । ଏ କାର୍ଯ୍ୟ ଚାଲିବା ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଅନ୍ତୁ ।

ଆଧାର

ଧରିତ୍ରୀ

Last Modified : 1/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate