ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ । ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ । ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ । ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ । ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ ।
ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା
ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଟିକା ଖାଇବେ ଏବଂ ଅନ୍ତତଃ ଏକ ଗ୍ଳାସ ପାଣି ପିଇବେ । ଛାତ୍ରଛାତ୍ରୀମାନଙ୍କ ବଟିକାଦେବା ପୂର୍ବରୁ ପ୍ରତ୍ୟକ ଶ୍ରେଣୀ ଶିକ୍ଷକ / ଶିକ୍ଷାତ୍ରୀ ପ୍ରଥମେ ନିଜେ ଗୋଟିଏ ଆଇରନ୍ (ବଡ) ବଟିକା ଖାଇବା । ସୋମବାର ଛୁଟି ପଡୁଥିଲେ ଛାତ୍ରଛାତ୍ରୀଙ୍କୁ ଘରେ ଖାଇବା ପାଇଁ ବଟିକା ଦିଆଯିବ ।
ବୟସ / ଶ୍ରେଣୀ |
ଆଇରନ୍ ବଟିକା ପରିମାଣ |
ମାତ୍ରା ଓ ଏସଇବିଏଏନ ପ୍ରଣାଳୀ |
କୃମିନାଶକ ବଟିକାର ପରିମାଣ |
୧ମ ରୁ ୫ମ ଶ୍ରେଣୀ ( ୬ ରୁ ୧୦ ବର୍ଷ ) |
ଛୋଟ ଆଇରନ୍ ବଟିକା |
ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ |
୪୦୦। ମି.ଗ୍ରା ଆଲବେଣ୍ଡାଜୋଲ୍ |
୬ଷ୍ଠ ରୁ ୧୦/୧୨ମ ଶ୍ରେଣୀ ( ୧୦ ରୁ ୧୯ ବର୍ଷ ) |
ବଡ ଆଇରନ୍ ବଟିକା |
ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ |
୪୦୦. ମି.ଗ୍ରା ଆଲବେଣ୍ଡାଜୋଲ୍ |
କ’ଣ କରିବା ଉଚିତ୍
ସୂଚନା
ଆଇରନ୍ନ ବଟିକା ଖାଇଲେ ବେଳେବେଳେ କିଛି ପିଲାମାନଙ୍କୁ ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ( ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପେଟବଥା, କୋଷ୍ଠକାଠିନ୍ୟ ଓ କଳାଝାଡା ଇତ୍ୟାଦି) ହୋଇପାରେ । କିନ୍ତୁ ସମୟାନୁକ୍ରମେ ଏହା କମିଯାଏ । ଏଣୁ ଏହାର ପାଶ୍ଵପ୍ରତିକ୍ରିୟା ଚିନ୍ତାଜନକ ନୁହେଁ । ଏଥିରେ ଭୟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ଆଧାର - UNICEF
Last Modified : 1/24/2020