অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ ରୋଗୀ କିଭଳି କରିବେ ଉପବାସ

ଉପକ୍ରମ

ଓଷା ଓ ବ୍ରତ ଆଦି ଦୃଷ୍ଟିରୁ ଅନେକ ଲୋକ ଉପବାସ କରିଥାନ୍ତି । ଏହାଦ୍ଵାରା ଅନେକାଂଶରେ ଶରୀର ପାଇଁ ଉପକାର ମିଳିଥାଏ । ସମଗ୍ର ପୃଥିବୀରେ ପ୍ରାୟ 5 କୋଟି ମଧୁମେହ ରୋଗୀଅଛନ୍ତି। ଏହି ରୋଗୀମାନେ ଉପବାସ ସମୟରେ କିପ୍ରକାର ସତର୍କତା ଅବଲମ୍ଭନ କରିବେ । ଆଠ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ । ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ । ଏହା ସାଧାରଣ ଲୋକଙ୍କ ପାଇଁ କ୍ଷତି ଘଟାଏ ନାହିଁ । ବଟିକା ବା ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀଙ୍କ ପାଇଁ ହାଇପୋଗ୍ଲାଇସେମିଆ ପରି କ୍ଷତି ଘଟାଇଥାଏ ।

ହାଇପୋଗ୍ଲାଇସେମିଆର ଲକ୍ଷଣ

ଶରୀରରେ କମ୍ପନ ହେବା, ଝାଳ ବାହାରିବା, ଭଲଭାବରେ ଆଖିକୁ ଦେଖା ନ ଯିବା, ଓଠଓ ହାତ ଥରିବା, ଚିଡଚିଡା ଲାଗିବା, ମଥା ଭାରି ଲାଗିବା, ଛାତି ଧଡଧଡ ହେବା, ଧଇଁସଇଁ ଲାଗିବା ଆଦି । ଏହି ସମୟରେ କଠିନ ପରିଶ୍ରମ କଲେ ହାଇପୋଗ୍ଲାଇସେମିଆ ବଢିଯିବାର ସମ୍ଭାବନା ଥାଏ । ଦୀର୍ଘ ସମୟ ଧରି ଉପବାସ ରହିବା ଯୋଗୁଁ ହାଇପୋଗ୍ଲାଇସେମିଆ ଓ ଜାଲିୟ ଅଂଶର ଅଭାବ ଅଧିକ ମାତ୍ରାରେ ଦେଖାଯିବାର ସମ୍ଭାବନା ରହିଛି ।

ଜଳୀୟ ସ୍ତର ହ୍ରାସର ଲକ୍ଷଣ

ଜଳୀୟ ସ୍ତର ହ୍ରାସ ପାଇଲେ ଶୋଷ, ପରିସ୍ରା କମିବା, ଶୁଷ୍କ ଓଠ, ମୁଖ ଏବଂ ଚର୍ମ ଆଦିରେ ଶୁଷ୍କତା ଅନୁଭୂତ ହୋଇଥାଏ । ଏହା ଯୋଗୁଁ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ । ଏହାର ଲକ୍ଷଣ ହେଉଛି, ଯନ୍ତ୍ରଣା, ଫୁଲା ଏବଂ ନାଲିପଡିବା କଣ୍ଡିଆ ଏବଂ ଗରମ ଲାଗିବା । ବେଳେ ବେଳେ ଜମାଟ ଥିବା ଧନନୀ ସୁସ୍ପଷ୍ଟ ଦିଶିଥାଏ । ମଧୁମେହ ରୋଗୀଙ୍କ ଠାରେ ଉପବାସ ପୂର୍ବରୁ ଓ ଉପବାସ ପରେ ଅଧିକ ମାତ୍ରାରେ ଭୋଜନ ହେତୁ ରକ୍ତରେ ଶର୍କରାର ଅଂସ ଅତିମାତ୍ରାରେ ବଢିଯାଇ ଶରୀରରେ କ୍ଷତି ଘଟାଇଥାଏ ।

ରକ୍ତରେ ଶର୍କରା ମାତ୍ରା ଅଧିକ ବଢିବାର ଲକ୍ଷଣ

ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ମଣ୍ଡବ୍ୟଥା, ବହୁମାତ୍ରାରେ ଥକ୍କା ଲାଗିବା ଆଦି । ଉପବାସ ସମୟରେ ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ନିୟମିତ ପରକ୍ଷା କରିବା ଉଚିତ୍ । ଏହା ରୋଗୀଙ୍କୁ ନିରାପଦ ରଖିଥାଏ । ଏହାଦ୍ଵାରା ଆପଣଙ୍କ ଉପବାସ ଭଙ୍ଗ ହୋଇ ନ’ ଥାଏ ।

ମଧୁମେହ ରୋଗୀ ଉପବାସ ନକରିବା ଭଲ । ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପବାସ କରିବା ଉଚିତ୍ । ଏମାନଙ୍କ କ୍ଷେତ୍ରରେ ଉପବାସ କରିବା ବିପଦପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟହାନି ଘଟିଥାଏ । ପିଲାମାନେ (ଯୌବନାବସ୍ଥା ପୂର୍ବରୁ), ବୁଦ୍ଧ ବ୍ୟକ୍ତି, ଶାରୀରିକ ଅକ୍ଷମ, ଶାରୀରିକ ଅସୁସ୍ଥ ବ୍ୟକ୍ତି, ପର୍ଯ୍ୟଟକ, ଗର୍ଭାବସ୍ଥା ଆଦି ସମୟରେ ଉପବାସ କରିବା ଅନୋବଶ୍ୟକ । ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀମାନେ ବିଶେଅସ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ । ମଧୁମେହ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଉପବାସ ଦ୍ଵାରା ପ୍ରଚଣ୍ଡ ହାଇପୋଗ୍ଲାଇସେମିଆ ଶିକାର ହୋଇଥାନ୍ତି ।

ଯଦି କୌଣସି ବ୍ୟକ୍ତି ଉପବାସ କରି ନପାରନ୍ତି ସେମାନେ ଗରିବଙ୍କୁ ଖାଦ୍ୟା ପ୍ରଦାନ କରି ତାଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିପାଦନ କରିପାରିବେ ଅଥବା ପରବର୍ତ୍ତୀ ସମୟରେ ଉପବାସ ରହି ସଂପୂର୍ଣ୍ଣ କରିପାରିବେ । ମଧୁମେହ ରୋଗୀମାନେ ଉପବାସ ଆରମ୍ଭ ପୂର୍ବରୁ ମଧୁମେହ ଡାକ୍ତର କିମ୍ବା ନର୍ସଙ୍କ ଠାରୁ ସଂପୂର୍ଣ୍ଣ ଭାବରେ ମଧୁମେହର ଉପଚାର ଉପରେ ପରାମର୍ଶ ନେବା ଆବଶ୍ୟକ ।

ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ୍ । ଅତ୍ୟଧିକ ଖାଦ୍ୟ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ଓଜନ ବଢାଇବା ସହିତ ରକ୍ତରେ- ଶର୍କରା ସ୍ତର ଅସନୁଳ ଅବସ୍ଥାକୁ ଆଣିଥାଏ । ଉପବାସ ସମୟରେ ଶ୍ଵେତସାର ସମ୍ଭାନ୍ଧୀୟ ଖାଦ୍ୟ ତଥା ଧୀରେ ଧୀରେ ଅବେଶୋକ୍ଷିତ ହେବା ଖାଦ୍ୟ ଯାହାକି ଧୀରେ ଧୀରେ ଶକ୍ତି ପ୍ରଦାନ କରିଥାଏ, ଖାଇବା ଉଚିତ୍ । ପାଉଁରୁଟି, ଯଅ, ବାସମତୀ ଚାଉଳ ତଥା ବିନସ, ଶିମ୍ବ, ଚନା ତଥା ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପାଣିବାରିବା ଆଦି ଖାଇବା ଆବଶ୍ୟକ । ଏହି ସବୁ ଖାଦ୍ୟ, ତନ୍ତୁଅଥବା ଫାଇବାର୍ ଯୋଗୁଁ ଧୀରେ ଅବଶୋଷିତ ହୁଅନ୍ତି । ଚପାତି, ରୁଟି, ଖଜୁରି, ଦହି, ସିଝା ପନିପାରିବା, ବୀଜ ଏବଂ ଚଣା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ । ବିବିଧ ଏବଂ ସୁଷମ ଖାଦ୍ୟ ଖାଇବା ଗୁରୁତ୍ଵପୂର୍ଣ୍ଣ ଅତ୍ୟଧିକ ମିଠା ଏବଂ ଚର୍ବି ଜାତୀୟ ଖାଦ୍ୟ ( ପରଟା, ପୁରି, ପକୋଡା, ସିଙ୍ଗଡା) ଆଦି ଖାଇବା ଉଚିତ୍ ନୁହେଁ । ଯଥା ପରିମାଣରେ ପାଣି ପିଇବା ଆବଶ୍ୟକ । ଘରେ ତିଆରି ଖାଦ୍ୟ ଖାଇବା ଭଲ । ବହୁ ସମୟ ଧରି ନ ଖାଇବା ଯୋଗୁଁ ହାଇପୋଗ୍ଲାଇସେମିଆ କ୍ଷତି ହୋଇଥାଏ ।

ଯଦି ଉଚ୍ଚ ଶର୍କରା ସ୍ତର ଥିବା ମଧୁମେହ ରୋଗୀ ଅଧିକ ସମୟ ଉପବାସ କରନ୍ତି, ତେବେ ଶରୀରରୁ ଜଳୀୟ ଅଂସ କମିଯାଇ କ୍ଷତି ହୋଇଥାଏ । ଉପବାସ ଭଙ୍ଗ ସମୟରେ ବହୁତ ମାତ୍ରାରେ ପାନୀୟ ପଦାର୍ଥ ଶୁଦ୍ଧ ପାଣି ଫଳରସ ଆଦି ସେବନ କଲେ ଜଳୀୟ ଅଂଶ ହ୍ରାସ ପାଇବା ପରି କ୍ଷତିକୁ ଏଡାଇ ଦେଇହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍ ର ମାତ୍ରା ତଥା ସମୟ ନିର୍ଘଣ୍ଟ ପ୍ରଣାଳୀ ବଦଳାଇବା ଜରୁରୀ ମଧୁମେହ ରୋଗୀମାନେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

ଆଧାର

Samaj

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate